Posts

Showing posts from August, 2023

ରକେଟ ଚଢି, ଜହ୍ନ ରାଇଜକୁ ଯିବାରେ ଉଡି

Image
                                                            ରକେଟ ଚଢି, ଜହ୍ନ ରାଇଜକୁ ଯିବାରେ ଉଡି ନିକୁଞ୍ଜ ବିହାରୀ ସାହୁ      ଅଗଷ୍ଟ 23 ତାରିଖ, ସନ୍ଧ୍ୟା 5ଟା 43 ମିନିଟ ସମୟ: ବେଙ୍ଗାଲୁରୁ ସ୍ଥିତ ଭାରତୀୟ ଅନ୍ତରୀକ୍ଷ ସଙ୍ଗଠନ ଇସ୍ରୋର କଣ୍ଟ୍ରୋଲ ରୁମ୍ ରେ ଏକ ଉତ୍କଣ୍ଠା ଓ ଆବେଗପୂର୍ଣ୍ଣ  ମୁହୂର୍ତ୍ତ I ଭାର୍ତତର ଅନ୍ତରୀକ୍ଷଯାନ  ଚନ୍ଦ୍ରଯାନ -3 ଅନ୍ତରୀକ୍ଷରେ  ଦୀର୍ଘ 41 ଦିନ କାଳ ଯାତ୍ରା କଲା ପରେ  ଚନ୍ଦ୍ରର ଦକ୍ଷିଣ ମେରୁଠାରେ ଅବତରଣ କରିବାକୁ ଯାଉଛି I  ଅଭିଯାନର ସବୁଠାରୁ କଠିନ ଓ ଜଟିଳ 'ପାୱାର ଡିସେଣ୍ଟ' ଅବତରଣ ପର୍ଯ୍ୟାୟ ଆରମ୍ଭ ହୋଇ ସାରିଥାଏ I କୋଡିଏ ମିନିଟ କାଳର ଏହି ସ୍ୱୟଂଚାଳିତ ଧୀର-ଅବତରଣ ପ୍ରକ୍ରିୟା ବୈଜ୍ଞାନିକମାନଙ୍କ ପାଇଁ ଏକ ଅଗ୍ନିପରୀକ୍ଷାର ବେଳ  ତଥା ଘଡିସନ୍ଧି ମୁହୂର୍ତ୍ତ  ଯାହା ସାଧାରଣତଃ '20 ମିନିଟ ର ଆତଙ୍କ କାଳ' ନାମରେ ପରିଚିତ I       ଚନ୍ଦ୍ରପୃଷ୍ଠରେ ଏହି ଧୀର-ଅବତରଣ ସୋପାନ  ଅଭିଯାନର ସବୁଠାରୁ କଠିନ ଓ ଜଟିଳ ପ୍ରକ୍ରିୟା I  ଯାନଟି ଚନ୍ଦ୍ରର ମାଧ୍ୟାକର୍ଷଣ ବଳ ଦ୍ୱାରା ପ୍ରଚଣ୍ଡ ବେଗରେ ତ୍ୱରାନିତ ହୋଇ ଚନ୍ଦ୍ରପୄଷ୍ଠ ଆଡକୁ ଦୂରନ୍ତ ଛୁଟି ଯାଉଥିଲାବେଳେ ସଠିକ ସମୟରେ ସଠିକ ଇଂଜିନ୍  କାର୍ଯ୍ୟକ୍ଷମ କରି ଯାନର ଅଗ୍ରଗାମୀ ବେଗ ହ୍ରାସ କରିବା ଆବଶ୍ୟକ I ନହେଲେ , ଯାନଟି ଚନ୍ଦ୍ରପୃଷ୍ଠରେ ପିଟି ହୋଇ ନଷ୍ଟ ହୋଇଯିବ ଏବଂ ସାରା ଅଭିଯାନ ବ୍ୟର୍ଥ ପାଲଟି

ପିଆନୋ

Image
                                                             ପିଆନୋ ନିକୁଞ୍ଜ ବିହାରୀ ସାହୁ     ସଙ୍ଗୀତକୁ ଜୀବନର ମହକ ବୋଲି କୁହାଯାଏ I ଦୈନନ୍ଦିନ ଜୀବନର କର୍ମଭାର ମଧ୍ୟରେ ଯେତେବେଳେ ମନୁଷ୍ୟ ହୁଏ କ୍ଲାନ୍ତ,  ସଙ୍ଗୀତର  ମୂର୍ଛନା ତା'ର ମନପ୍ରାଣରେ ଅପାର ପୁଲକ ସଞ୍ଚାର କରେ I ସଙ୍ଗୀତ କଥା ଆଲୋଚନା କଲାବେଳେ ମନେପଡେ ପାଶ୍ଚାତ୍ୟ   ରଚୟକ ବିଥୋଭେନ୍ ଓ ମୋଜାର୍ଟଙ୍କ କଥା I କୁହାଯାଏ ଯେ,  ବିଥୋଭେନ୍ ବଧୀର ହୋଇଯିବା ପରେ ଜୀବନର ଶ୍ରେଷ୍ଠ କୄତିସବୁ ରଚନା କରିଥିଲେ I  ଅଷ୍ଟ୍ରିଆ ଦେଶର ବାସିନ୍ଦା ତରୁଣ ମୋଜାର୍ଟଙ୍କ ବ୍ୟକ୍ତିଗତ ଜୀବନ ଥିଲା ଅତ୍ୟନ୍ତ ମର୍ମନ୍ତୁଦ I  ସେ ନିଜର ଜୀବିକା ନିର୍ବାହ କରିବା ପାଇଁ  ବାଧ୍ୟ ହୋଇ ଅନ୍ୟମାନଙ୍କ ପାଇଁ  ବରାଦରେ ରଚନାସବୁ କରୁଥିଲେ  I ଥରେ ତାଙ୍କୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ମରଣ ଉପରାନ୍ତ  ସଙ୍ଗୀତ ରଚନା  କରିବା ନିମନ୍ତେ ବରାଦ ମିଳିଲା I ଦୈନ୍ୟ ଓ ବ୍ୟାଧି ଜର୍ଜରିତ ମୋଜାର୍ଟ  ସେତେବେଳକୁ ରୋଗଶଯ୍ୟାରେ I ସେ ନିଜର ଆସନ୍ନ ମୄତ୍ୟୁକୁ ହିଁ ମନରେ ଆଙ୍କି କୁଆଡେ ରଚନା କରିଥିଲେ ସେହି ଅମର  କୄତିଟିକୁ I        ବିଥୋଭେନ୍ ଓ ମୋଜାର୍ଟ ଯେଉଁଥିରେ ସଙ୍ଗୀତରେ ତାନ ତୋଳି ଶହ ଶହ ଶ୍ରୋତାଙୁ ମନ୍ତ୍ରମୁଗ୍ଧ କରୁଥିଲେ, ତାହା ହେଉଛି ବାଦ୍ୟଯନ୍ତ୍ର ପିଆନୋ I ବିଭିନ୍ନ ଶ୍ରେଣୀର ସ୍ୱରଝଙ୍କାର ଓ ଚାଳନାଗତ ଦୄଷ୍ଟିକୋଣରୁ  ଅନ୍ୟ ବାଦ୍ୟଯନ୍ତ୍ର ତୁଳନାରେ ଏହାର ସ୍ଥାନ ବହୁ ଉର୍ଦ୍

ସ୍ୱପ୍ନ ଓ ସାଧନାର ପ୍ରତୀକ କଳ୍ପନା ଚାୱଲା

Image
                                                             ସ୍ୱପ୍ନ ଓ ସାଧନାର ପ୍ରତୀକ କଳ୍ପନା  ଚାୱଲା ନିକୁଞ୍ଜ ବିହାରୀ ସାହୁ            ଗତ 2003 ମସିହା ଫେବ୍ରୁଆରୀ ମାସରେ ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥା ନାସାର ଏକ ଅନ୍ତରୀକ୍ଷ ଯାନ 'କଲମ୍ବିଆ' ଅନ୍ତରୀକ୍ଷରୁ ପୃଥିବୀ ପ୍ରତ୍ୟାବର୍ତ୍ତନ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ଏଥିରେ ଥିବା ସମସ୍ତ ମହାକାଶଯାତ୍ରୀଙ୍କ ମୄତ୍ୟୁ ଘଟିଥିଲା I ଏହି ଯାତ୍ରୀଙ୍କ ମଧ୍ୟରୁ ଜଣେ ଥିଲେ ଭାରତୀୟ ମହିଳା କଳ୍ପନା ଚାୱଲା ଯେ ଅଭିଯାନର ଫ୍ଲାଇଟ୍ ଇଂଜିନିୟର ଦାୟିତ୍ୱ ତୁଲାଉଥିଲେ I କଳ୍ପନାଙ୍କ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ପାଇଁ ତା'ଙ୍କୁ ଏବେ ଅନେକ ସମ୍ମାନ ଓ ସ୍ୱୀକୄତି ମିଳିଲାଣି I  ଆମେରିକା ସରକାର ତା'ଙ୍କ ନାମରେ ଏକ କ୍ଷୁଦ୍ରଗ୍ରହକୁ ନାମିତ କରିଛନ୍ତି. ଭାରତ ସରକାର ମଧ୍ୟ ତା'ଙ୍କ ସ୍ମୄତିରେ ନିଜର ଏକ ପାଣିପାଗ ଉପଗ୍ରହକୁ ନାମିତ କରିବା ସହିତ ତାଙ୍କୁ ପ୍ରବାସୀ ଭାରତୀୟ ସମ୍ମାନ ପ୍ରଦାନ କରିଛନ୍ତି I ଧୂଳିମାଟିରୁ ମହାକାଶ କନ୍ୟା       ଏତେ ବଡ ପ୍ରତିଭାର ଅଧିକାରିଣୀ କଳ୍ପନାଙ୍କ କୌଣସି ପ୍ରତିଷ୍ଠିତ ପୃଷ୍ଠଭୂମି ନଥିଲା I  ସେ ହରିଆଣା ରାଜ୍ୟର  ଏକ ଅନାମଧେୟ ସହର କର୍ଣ୍ଣାଲରେ ଏକ କୃଷିଭିତ୍ତିକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ I ସେ ସେଠାକାର ଏକ ସାଧାରଣ ହିନ୍ଦୀ ମାଧ୍ୟମ ବିଦ୍ୟାଳୟରେ ମାଧମିକ ଶିକ୍ଷାଲାଭ କରିଥିଲେ. ପରେ, ପଂଜାବ ଇଂଜିନିୟରି

ଇତିହାସ ରଚିବ ଚନ୍ଦ୍ରଯାନ-3

Image
                                                               ଇତିହାସ ରଚିବ ଚନ୍ଦ୍ରଯାନ-3 ନିକୁଞ୍ଜ ବିହାରୀ ସାହୁ              ଚନ୍ଦ୍ର ଆମର ପଡୋଶୀ ମହାକାଶୀୟ ପିଣ୍ଡ I ଚନ୍ଦ୍ରର ମାଦକତାଭରା ରୂପେଲି  କିରଣ  କେଉଁ ଆବହମାନ କାଳରୁ କବି, ଦାର୍ଶନିକ ଓ ଭାବୁକମନଙ୍କୁ ଆକୃଷ୍ଟ କରି ଆସିଛି I ଜହ୍ନର ଏହି ମାଦକତାଭରା କିରଣରେ ଭିଜୁ ଭିଜୁ  ଅନେକ ପ୍ରଶ୍ନ ଆମ ମନକୁ ଆନ୍ଦୋଳିତ କରେ : ଜହ୍ନ କିପରି ଏକ ରାଇଜ; ସେଠାରେ  ପୄଥିବୀ ଭଳି ମାଟି, ପାଣି , ପବନ ଅଛି କି , ସେଠାରେ ମଣିଷ କିମ୍ବା ମଣିଷ ଭଳି ଜୀବନ୍ତ ପ୍ରାଣୀ ଅଛି କି ଇତ୍ୟାଦି ଇତ୍ୟାଦି ? ଚନ୍ଦ୍ର ଅଭିଯାନର ଇତିହାସ          ଜହ୍ନ ରାଇଜର ଏହି ରହସ୍ୟ ରୋମାଞ୍ଚ ଘେରା ପ୍ରସଙ୍ଗ ଉଦଘାଟନ କରିବା ପାଇଁ ମନୁଷ୍ୟ କେଉଁ ଆବହମାନ କାଲରୁ ଉଦ୍ୟମ କରି ଆସିଛି I ଚନ୍ଦ୍ର ଅଭିଯାନ କ୍ଷେତ୍ରରେ ଉଭୟ ଋଷିଆ ଓ ଯୁକ୍ତରାଷ୍ଟ୍ର ଆମେରିକା ଅଗ୍ରଣୀ ଭୂମିକା ଗ୍ରହଣ କରନ୍ତି I ରୁଷିଆର ଏକ ଯାନ ଲୁନା - 2, 1959 ମସିହା ସେପ୍ଟେମ୍ବର 14 ତାରିଖରେ ପ୍ରଥମେ ଚନ୍ଦ୍ରପୃଷ୍ଠକୁ ସ୍ପର୍ଶ କରେ I ଏହି ସିରିଜର ପରବର୍ତ୍ତୀ ଯାନ ଲୁନା - 3 ସେହି 1959 ମସିହା ଅକ୍ଟୋବର 7 ତାରିଖରେ ଚନ୍ଦ୍ର ଚାରିପଟେ ଏକ ଉପଗ୍ରହ ସଦୄଶ ଘୁରିଘୁରି ପ୍ରଥମଥର ପାଇଁ ଚନ୍ଦ୍ରର ଦୂରପାର୍ଶ୍ୱର ଫଟୋଚିତ୍ର ଉତ୍ତୋଳନ କରେ I ଋଷିଆର ଅନ୍ୟ   ଦୁଇ ଯାନ ଲୁନା - 9 ଓ ଲୁନା - 17, 1966 ମସିହାରେ ଚ

ଶାନ୍ତ ଗ୍ରହର ଅଶାନ୍ତ କଥା

Image
                                                                 ଶାନ୍ତ ଗ୍ରହର ଅଶାନ୍ତ କଥା                                                                                                          ନିକୁଞ୍ଜ ବିହାରୀ ସାହୁ           ଆମେ ଏକ ବିଶାଳ ନଟୂ ଉପରେ ବାସ କରୁଛୁ କହିଲେ ଅତ୍ୟୁକ୍ତି ହେବ ନାହିଁ I ଏହି ନଟୁ ଆଉ କେହି ନୁହେଁ, ଆମର ଗ୍ରହ ପୄଥିବୀ I ପୄଥିବୀ ଆମକୁ କେତେ ସୁନ୍ଦର ନଲାଗେ ସତେ: ଶାନ୍ତ, ଶିଥିଳ ଓ  କମନୀୟ I ପୃଥିବୀପୃଷ୍ଠରେ ରଙ୍ଗମଞ୍ଚର ପଟ୍ଟ ପରିବର୍ତ୍ତନ ପରି ଗୋଟିକ ପରେ ଗୋଟିଏ ରୁତୁ  ଅବତରଣ କରନ୍ତି ଏବଂ ରୁତୁଚକ୍ରର କ୍ରମାଗତ ଘୂର୍ଣ୍ଣନ ସଙ୍ଗେସଙ୍ଗେ  ପୁଣି ସେଗୁଡିକର ପୁନରାବୄତ୍ତି ଘଟେ I ପୃଥିବୀପୃଷ୍ଠରେ ଘଟୁଥିବା ଏହି ଚିରାଚରିତ ପରିବର୍ତ୍ତନ ସହିତ ଆମେ ଦୈନନ୍ଦିନ ଜୀବନରେ ଅଭ୍ୟସ୍ତ  ଓ ରୁତୁଗୁଡିକର ଏହି ବିଚିତ୍ର ଦୃଶ୍ୟପଟ୍ଟ  ପୃଥିବୀରେ ବେଶ୍‍ ରମଣୀୟ ଓ ଉପଭୋଗ୍ୟ  ହୋଇଥାଏ I କିନ୍ତୁ ଜାଣିଛନ୍ତି କି, ପୃଥିବୀ ପୃଷ୍ଠରେ ଘଟୁଥିବା ଏହି ଧୀର ମନ୍ଥର ପ୍ରକ୍ରିୟା ପାଇଁ ପୄଥିବୀକୁ କକ୍ଷପଥରେ କେତେ ବେଗରେ ଧାଇଁବାକୁ ପଡେ ? ଆଶ୍ଚର୍ଯ୍ୟ ଲାଗେ ଯେ, ଏଥି ପାଇଁ ପୄଥିବୀକୁ ନିଜ କକ୍ଷପଥରେ ସେକେଣ୍ଡ ପିଛା ପ୍ରାୟ 30 କି.ମି. (29.675)  ବେଗରେ ଗତି କରିବାକୁ ପଡେ I      ସେକେଣ୍ଡ ପ୍ରତି 30 କି.ମି. ବେଗ ବୋଧହୁଏ ବିଶେଷ କିଛି ବୁଝାଇ ନଥାଏ I  ଆମେ ବେଗକୁ ସ