Posts

Showing posts from September, 2023

ଗ୍ରହାଣୁ ଧୂଳିରେ ଜୀବନର ଜାତକ

Image
      ଗ୍ରହା ଣୁ ଧୂଳିରେ ଜୀବନର ଜାତକ ନିକୁଂଜ ବିହାରୀ ସାହୁ           ସେପ୍ଟେମ୍ବର 24 ତାରିଖ, ସମୟ ସକାଳ 8ଟା 42 ମିନିଟ: ଆମେରିକାର ଉଟା   ମରୁଭୂମିସ୍ଥ  ସେନାର ଟେଷ୍ଟ୍ ଏବଂ ଟ୍ରେନିଙ୍ଗ୍ ରେଂଜ୍ ରେ ଏକ ଉତ୍କଣ୍ଠାପୂର୍ଣ୍ଣ ମୁହୂର୍ତ୍ତ I ସେତେବେଳକୁ ସୁଦୂର ' ବେନୁ ' ଗ୍ରହାଣୁରୁ ଆସିଥିବା ଏକ 45 କି.ଗ୍ରା. ଓଜନର   କ୍ୟାପସୁଲ୍ ପୄଥିବୀର ବାୟୁମଣ୍ଡଳ ମଧ୍ୟରେ ପ୍ରବେଶ କରି ଅବତରଣ ନିମନ୍ତେ ଘଣ୍ଟା ପ୍ରତି 44,500 କି . ମି . ବେଗରେ ଦୂରନ୍ତ ଗତିରେ ଛୁଟି ଯାଉଥାଏ I   ତୁରନ୍ତ ଏହାର ବେଗ ହ୍ରାସ କରିବା ନିମନ୍ତେ ଏଥି ସହିତ ସଂଲଗ୍ନ ଦୁଇଟି ପାରାସ୍ୟୁଟ୍କୁ ଖୋଲି ଦିଆଗଲା I କାର୍ଯ୍ୟରତ ବୈଜ୍ଞାନିକମାନେ ଆଗ୍ରହର ସହିତ ପ୍ରତୀକ୍ଷା କରିଥା'ନ୍ତି କ୍ୟାପସୁଲଟି ଭୂମି ସ୍ପର୍ଶ କରିବା ମାତ୍ରେ ଏଥିରେ ସ୍ଥାନିତ ଏକ ନମୁନାକୁ  ନିରାପଦ ଭାବରେ ଉଦ୍ଧାର କରିବା ପାଇଁ I ରାଡାର୍ ଓ ଅବଲୋହିତ ତରଙ୍ଗ ବ୍ୟବସ୍ଥା ଜରିଆରେ ଦୄଷ୍ଟିସୀମା ବାହାରେ ଥିବା ଏହି କ୍ୟାପସୁଲ୍କୁ କ୍ରମାଗତ ଟ୍ରାକିଙ୍ଗ୍ କରା ଯାଉଥାଏ I ହଠାତ ଦୂର ଦିଗବଳୟରେ ଏକ କମଳା ରଙ୍ଗର ଛାୟା ଦୄଶ୍ୟ ହେଲା ଯାହା ପ୍ରକୄତରେ ଥିଲା ସେହି ବହୁପ୍ରତୀକ୍ଷିତ କ୍ୟାପସୁଲ୍ I ପରିଶେଷରେ, କ୍ୟାପସୁଲଟି ଘଣ୍ଟା ପ୍ରତି ମାତ୍ର 18 କି.ମି. ବେଗରେ ମରୁଭୂମିର ଏକ କାଦୁଆ ସ୍ଥାନରେ  ଅବତରଣ କଲା I ଏଥି ସହିତ ଘୋଷଣା ଦାୟିତ୍ୱରେ ଥିବା ଜଣେ ଘୋଷକ

RIDING ON THE SUCCESS OF CHANDRAYAAN AND ADITYA

Image
                         RIDING ON THE SUCCESS OF CHANDRAYAAN AND ADITYA Nikunja Bihari Sahu           The successful soft-landing of ISRO's Chandrayaan-3 spacecraft on the Moon and the subsequent launch of Aditya L1 probe on a mission to the Sun can be viewed as not simply India's demonstration of crucial technologies for the exploration of outer space, but also the realization of the country's far-reaching goal of unravelling the mysteries of the universe that would eventually usher in progress and prosperity for the whole of humanity in line with our great ancient philosophy. In recent years, space has no longer remained a secluded domain aloof from the human activities, but has emerged as a frontier to further man's ambitions of making its limits as his home and harnessing many space-based applications and technologies for improving the quality of life on the earth. One of the direct applications of space is the vast number of communication satellites statione

ଭାରତର ସୌର ଅଭିଯାନ

Image
                                                            ଭାରତର ସୌର ଅଭିଯାନ ନିକୁଞ୍ଜ ବିହାରୀ ସାହୁ       ଗତ ସେପ୍ଟେମ୍ବର 2 ତାରିଖ , ସମୟ ଅପରାହ୍ନ   12 ଟା 53 ସମୟ I ଇସ୍ରୋର  ବେଙ୍ଗାଲୁରୁ ସ୍ଥିତ କଣ୍ଟ୍ରୋଲ୍ ରୁମ୍ ରେ ଏକ ଉତ୍କଣ୍ଠା ଓ ଉଦବେଗ ପୂର୍ଣ୍ଣ ମୁହୂର୍ତ୍ତ I ଭାରତର ପ୍ରଥମ ସୌର ଅଭିଯାନ ଆଦିତ୍ୟ ଏଲ୍-1 ଉପଗ୍ରହକୁ ବହନ କରୁଥିବା  ରକେଟ୍ ପି.ଏସ୍.ଏଲ୍.ଭି. ସି -57  ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ଉତକ୍ଷେପଣ କେନ୍ଦ୍ରରୁ ନିର୍ଦ୍ଧାରିତ ଯୋଜନାମତେ  ଅନ୍ତରୀକ୍ଷକୁ ଯ I ତ୍ରା କରିଛି I ଉତକ୍ଷେପଣର 1 ଘଣ୍ଟା 3 ମିନିଟ ସମୟ ଅତିବାହିତ ହୋଇ ସାରିଥାଏ I ଏତିକିବେଳେ ବାହକ ରକେଟ‌ଯାନରୁ  ଆଦିତ୍ୟ ଉପଗ୍ରହ  ବିଛିନ୍ନ  ହୋଇ କକ୍ଷପଥରେ ଅବସ୍ଥାପିତ ହେବା  କଥା I ଏହା ଅଭିଯାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଏବଂ ଏଥି ନିମନ୍ତେ ଉଚ୍ଚକୋଟୀର ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ  ଆବଶ୍ୟକ I  ବିଶ୍ୱ ସାରା ଅବସ୍ଥିତ ବିଭିନ୍ନ ଟ୍ରାକିଙ୍ଗ୍ କେନ୍ଦ୍ରରେ ଆଦିତ୍ୟକୁ ନିରନ୍ତର ଠାବ କରା ଯାଉଥାଏ I ବେଳେବେଳେ ଆଦିତ୍ୟ ଟ୍ରାକିଙ୍ଗ୍ ପରିସରରୁ ବାହାରକୁ ଚାଲିଯାଇ ରାଡାର୍ ପରଦାରୁ କ୍ଷେଣିକ  ପାଇଁ ଅନ୍ତର୍ହିତ ହୋଇ ଯାଉଥାଏ I ମାତ୍ର ସେତେବେଳେ ସମସ୍ତଙ୍କ ନଜର କେନ୍ଦ୍ରିତ ଥିଲା ସୁଦୂର ପ୍ରଶାନ୍ତ ମହାସାଗର ମଧ୍ୟସ୍ଥ ଫେଞ୍ଚ୍ ଗାୟାନା ଦ୍ୱୀପପୁଂଜ ସ୍ଥିତ 'କୁରୁ' ଟ୍ର