Posts

Showing posts from November, 2023

ଧୂମକେତୁ ଓ ଲଞ୍ଜାତାରା

Image
  ଧୂମକେତୁ ଓ  ଲଞ୍ଜାତାରା ନିକୁଞ୍ଜ ବିହାରୀ ସାହୁ          ସୂର୍ଯ୍ୟଠାରୁ ପୄଥିବୀ ଦୂରତାର ପ୍ରାୟ ଦେଢ ଲକ୍ଷ ଗୁଣ ବ୍ୟବଧାନରେ ପ୍ଲୁଟୋ ଗ୍ରହର କକ୍ଷପଥ ବାହାରେ ମହାକାଶରେ ବିଦ୍ୟମାନ ଏକ ବିରାଟ ଶୂନ୍ୟସ୍ଥାନ I  ଏହା ଆମଠାରୁ ନିକଟତମ ନକ୍ଷତ୍ରର ପ୍ରାୟ ଏକ-ତୄତୀୟାଂଶର ଦୂରତା I  ଚତୁପାର୍ଶ୍ୱର ପୂଂଜୀଭୂତ ବହଳ ଅନ୍ଧକାର ଓ ତାପମାତ୍ରାଡ ଶୂନ୍ୟ ଡିଗ୍ରୀ ସେଲସିୟସ୍ରୁ ବହୁତ ତଳେ I ଆକାଶର ଅନେକ ତାରକାଙ୍କ ମଧ୍ୟରୁ ସ୍ପଷ୍ଟ ବାରି ହୋଇ ପଡେ ଦୂରସ୍ଥ ଏକ ପୀତ ବର୍ଣ୍ଣର ତେଜୀୟାନ ନକ୍ଷତ୍ର -ସୂର୍ଯ୍ୟ I ଏଠାରୁ ସୂର୍ଯ୍ୟ କଦାପି ଆକାଶର ଉଜ୍ଜ୍ୱଳତମ ନକ୍ଷତ୍ର ରୂପେ ପ୍ରତିଭାତ ହୁଏ ନାହିଁ ; ବରଂ ଲୁବ୍ଧକ ଓ ଅଗସ୍ତ୍ୟ ତାରକା ଅଧିକ ଉଜ୍ଜ୍ୱଳ ଜଣା ପଡନ୍ତି I   ସୂର୍ଯ୍ୟର ମାଧ୍ୟାକର୍ଷଣ ବଳ ଏଠାରେ ଅତିଶୟ ଶିଥିଳ I  ମହାକାଶର ଏପରି ଏକ ବିଚିତ୍ର ଅଞ୍ଚଳରେ  ସୂର୍ଯ୍ୟର କ୍ଷୀଣ ମାଧ୍ୟାକର୍ଷଣ ବନ୍ଧନରେ ଲାଖି ରହି  ସୂର୍ଯ୍ୟ ଚାରିପଟେ ଘୂର୍ଣ୍ଣାୟମାନ ଲକ୍ଷ ଲକ୍ଷ କ୍ଷୁଦ୍ର ବରଫଖଣ୍ଡ I  ପାଖାପାଖି ଏକ ଯାତ୍ରୀବାହୀ ବିମାନର ବେଗରେ ଧାବମାନ ଏହି ଖଣ୍ଡଗୁଡିକୁ ସୂର୍ଯ୍ୟର ପରିକ୍ରମା କରିବା ନିମନ୍ତେ ଲକ୍ଷ ଲକ୍ଷ ବର୍ଷ ସମୟ ଲାଗିଥାଏ I ଏଗୁଡିକ ସୌରଜଗତର ସୄଷ୍ଟିର ଆରମ୍ଭରୁ ହିଁ ତିଷ୍ଠି ରହିଛନ୍ତି I ସମୟର ପ୍ରବାହ ପରିବର୍ତ୍ତନ କରି ପାରିନି ଏଗୁଡିକରେ ଥିବା ପଦାର୍ଥର ଆଦିମ ଓ ମୌଳିକ ରୂପକୁ I    ସୌରଜଗତର ଏହି ଉପାନ୍ତ ଅଞ୍ଚଳ ଅପେକ୍ଷାକୃତ

ଅଦୃଶ୍ୟ ମଣିଷ

Image
  ଅଦୃଶ୍ୟ ମଣିଷ ନିକୁଞ୍ଜ ବିହାରୀ ସାହୁ            'ଅଦୄଶ୍ୟ ମଣିଷ' ପ୍ରସିଦ୍ଧ କଳ୍ପ ବିଜ୍ଞାନୀ କଥାଶିଳ୍ପୀ ଏଚ. ଜି. ୱେଲସଙ୍କ ଦ୍ୱାରା ରଚିତ ଏକ ଅମର ଉପନ୍ୟାସ I ଏଥିରେ ଏକ ମଣିଷକୁ ବୈଜ୍ଞାନିକ ଉପାୟରେ ଅଦୃଶ୍ୟ କରାଗଲେ ସମାଜରେ ବଞ୍ଚି ରହିବା ପାଇଁ କି ସୁବିଧା ଅସୁବିଧା ହେବ ସେ ସମ୍ପର୍କରେ ସୂଚନା ଦିଆଯାଇଛି I ଉପନ୍ୟାସଟିର ରଚନାକାଳ : 1897 I      ଗ୍ରିଫିନ୍ ନାମକ ଜଣେ ତରୁଣ ଉତ୍ସାହୀ ବୈଜ୍ଞାନିକ ଗୋଟିଏ ମଣିଷକୁ କିପରି ବୈଜ୍ଞାନିକ ଉପାୟରେ ଅଦୃଶ୍ୟ କରିହେବ ସେ ସମ୍ପର୍କରେ ଗବେଷଣା ଆରମ୍ଭ କରେ I ସେ ଏପରି ଏକ ରାସାୟନିକ ପଦାର୍ଥ ଆବିଷ୍କାର କଲେ ଯାହାକୁ ଔଷଧ ରୂପେ  ସେବନ କଲେ ଶରୀରର ପ୍ରତିସରଣାଙ୍କ କମି ବାୟୁର ପ୍ରତିସରଣାଙ୍କ ସଙ୍ଗେ ସମାନ ହୋଇ ଶରୀର ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇଯାଏ I  ସେ ପ୍ରଥମେ ନିଜର ଏହି ଆବିଷ୍କାରକୁ ସଫଳତାର ସହ ଏକ ବିରାଡି ଉପରେ ପ୍ରୟୋଗ କଲେ I  ତା'ପରେ, ସେ ଏହି😘 ଆବିଷ୍କାରକୁ ନିଜ ଉପରେ ପ୍ରୟୋଗ ଲରି ନିଜକୁ ସମ୍ପୂର୍ଣ୍ଣ ଅଦୃଶ୍ୟ କରିଦିଏ I ନିଜକୁ ଅଦୄଶ୍ୟ କରି ପାରିଥିବାରୁ ପ୍ରଥମେ ସେ  ଭାରି ଖୁସି ଅନୁଭବ କରେ I           ପରେ, ସେ ହୄଦୟଙ୍ଗମ କରେ ଯେ, ଏକ ଅଦୃଶ୍ୟ ମଣିଷ ପାଇଁ ସମାଜରେ ଚଳିବା ଏକ କଷ୍ଟକର ବ୍ୟାପାର ; କାରଣ ଜଣେ ସାଧାରଣ ମଣିଷ ଭଳି ତା'କୁ  ମଧ୍ୟ ଖାଇବା ପିଇବାକୁ ପଡିବ ତଥା ଜୀବନର ଅନ୍ୟାନ୍ୟ ମୌଳିକ କାର୍ଯ୍ୟ ସମ୍ପାଦନ କରିବାକୁ ପଡିବ I 

MINING THE ASTEROID: A DREAM NOT FAR BEING REALIZED

Image
  MINING THE ASTEROID: A DREAM NOT FAR BEING REALIZED     Nikunja Bihari Sahu           In a landmark development on Sept 24, 2023, a sample weighing nearly 250g collected by a spacecraft of NASA named OSIREX REx from a small asteroid Bennu of our Asteroid Belt was successfully delivered to our  Earth for research and study by the scientists. In a novel exercise, the spacecraft did not land on the Earth, but rather released a  capsule from nearly 1,00,000 km altitude which entered the Earth's atmosphere and parachuted with reduced velocity to safely land with the sample in the Utah desert. The spacecraft, without landing on the Earth, headed for another asteroid in our Asteroid belt for further mission.  Although the sample collected was minuscule in quantity and was only meant for scientific study, the mission aroused the hope of mining precious metals like Gold and Platinum from the asteroids and ferrying them safely to the Earth for the benefit of entire humanity.