Posts

Showing posts from December, 2021

ଦୁର୍ଦ୍ଦଷ ବାୟୁଯାନ : ଏମ୍. ଆଇ. ହେଲିକପ୍ଟର

Image
         ନିକଟରେ ଭାରତର ପୂର୍ବତନ ସେନାଧ୍ୟକ୍ଷ ବିପିନ ରାୱତଙ୍କ ସମେତ ସେନାର କିଛି କର୍ମଚାରୀଙ୍କୁ ନେଇ ଯାଉଥିବା ସେନାର ଏକ ହେଲିକପ୍ଟର ତାମିଲନାଡୁ ନୀଳଗିରିର ଦୁର୍ଗମ ଜଙ୍ଗଲ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହେବା ଦ୍ୱାରା ଆରୋହୀ ଅଧିକାଂଶ ଯାତ୍ରୀଙ୍କ ମୃତ୍ୟୁ ଘଟିଛି I ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ଭାରତୀୟ ବାୟୁସେନାର  ଏକ Mi-17V-5 ପରିବହନ ବାୟୁଯାନ ବୋଲି ଜଣା ପଡିଛି I ଏହି ହେଲିକପ୍ଟର ସମ୍ପର୍କରେ କିଛି ସୂଚନା ନିମ୍ନରେ ଦିଆଗଲା :   ବହୁ-ଉପଯୋଗୀ ଦୁର୍ଦ୍ଦଷ ହେଲିକପ୍ଟର      ଏହା ମୂଖ୍ୟତଃ ଏକ ପରିବହନ ହେଲିକପ୍ଟର ହେଲେ ସୁଦ୍ଧା ଶତ୍ରୁ ସେନା ଉପରେ ଆକ୍ରମଣ କରିବା ଏବଂ ପ୍ରତିକୁଳ ପରିସ୍ଥିତିରେ ଆକ୍ରମଣ ତଥା ଗୁଇନ୍ଦାଗିରି ନିମନ୍ତେ  ସେନା ଓ ସାମଗ୍ରୀ ତୁରନ୍ତ ପରିବହନ କରି ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚାଇବା   ପାଇଁ ଏଥିରେ ଯଥେଷ୍ଟ ସୁବିଧା ଅଛି I  ଏହା ବିଶ୍ୱର ଏକ ଅତ୍ୟାଧୁନିକ ତଥା  ବହୁ-ଉପଯୋଗୀ ଦୁର୍ଦ୍ଦଷ ହେଲିକପ୍ଟର I ଏଥିରେ ବିମାନଚାଳନା ନିମନ୍ତେ ଅତ୍ୟାଧୁନିକ ଯନ୍ତ୍ରମାନ ଖଂଜା ଅଛି ଯାହା ସାହାଯ୍ୟରେ ଏହା ଦିନରାତି ସବୁ ସମୟରେ  ପୄଥିବୀର  ଯେକୌଣସି ଭୌଗଳିକ ତଥା ଜଳବାୟୁ ପରିସ୍ଥିତିରେ ଏବଂ ଏପରିକି ଖରାପ ପାଗରେ ମଧ୍ୟ କାର୍ଯ୍ୟ   ସମ୍ପାଦନ କରି ପାରିବ I ଏହି ହେଲିକପ୍ଟରକୁ ମଧ୍ୟ ବନ୍ୟା, ବାତ୍ୟା ଭଳି ଆପଦକାଳୀନ ପରିସ୍ଥିତିରେ ଯୋଗାଣ  ଓ ଉଦ୍ଧାର କାର୍ଯ୍ୟରେ ବିନିଯୋଗ କରାଯାଇ ପା

ନୂଆ ରୂପରେ ଭୂତାଣୁ: ଓମିକ୍ରନ

Image
           ଦକ୍ଷିଣ ଆଫ୍ରିକାରେ ମିଳିଥିବା କରୋନା ଭୂତାଣୁର ଏକ ନୂଆ ପରିବର୍ତ୍ତିତ ରୂପ ନେଇ ବିଶ୍ୱରେ ଏବେ  ଆତଙ୍କ ସୄଷ୍ଟି ହୋଇଛି I  ଏହି ନୂତନ ପରିବର୍ତ୍ତିତ ରୂପ ଅତୀତର ଡେଲଟା ରୂପଠାରୁ ଅଧିକ ଭୟାନକ ଓ ସଂକ୍ରମଣଶୀଳ ବୋଲି ଜଣା ପଡିଛି I  ଏହି ରୂପକୁ  ଗ୍ରୀକ୍ ବର୍ଣ୍ଣମାଳାର ଅକ୍ଷର ନାମ ଅନୁସାରେ ଓମିକ୍ରନ ( Omicron) ନାମକରଣ କରାଯାଇଛି  ଏବଂ ଏହାର ବୈଜ୍ଞାନିକ ନାମ  B .1.1.529 I  ଏହି ନୂତନ  ରୂପ  ଯୋଗୁଁ ଦକ୍ଷିଣ ଆଫ୍ରିକାରେ ସଂକ୍ରମଣ ସଖ୍ୟା  ଦୁଇ ଗୁଣ  ବୄଦ୍ଧି ପାଇଥିବା ବେଳେ ସେ ଦେଶରେ ସମୁଦାୟ 90 %  ସଂକ୍ରମଣ ଏହି ନୂଆ ରୂପ ଦ୍ୱାରା ଘଟୁ ଥିବାର  ଜଣା ପଡିଛି I        ଭୂତାଣୁର ଏହି ରୂପରେଖକୁ ସବୁଠାରୁ ଭୟାନକ  ପ୍ରଜାତି ବୋଲି  ବିବେଚନା କରା ଯାଉଛି I ଏହା ଏ ପର୍ଯ୍ୟନ୍ତ ସବୁଠାରୁ ଅଧିକ ସଂକ୍ରମଣଶୀଳ ବିଶ୍ୱାସ କରାଯାଉଥିବା ଡେଲଟା ରୂପଠାରୁ 7 ଗୁଣ ଶୀଘ୍ର ହାରରେ  ବ୍ୟାପୁ ଥିବାର ଜଣା ପଡିଛି I ଏ ନୂଆ ରୂପର ପ୍ରସାରକୁ ଜଲଦି ନିୟନ୍ତ୍ରିତ ନକଲେ, ତାହା ଆଗାମୀ ଦିନରେ ବିଶ୍ୱରେ ତୄତୀୟ କିମ୍ବା ଚତୁର୍ଥ ଲହରର ସୂତ୍ରପାତ କରିପାରେ ବୋଲି   ବୈଜ୍ଞାନିକମାନେ ଚେତାବନୀ ଦେଲେଣି I     ଇତି ମଧ୍ୟରେ ଅଧିକାଂଶ ଦେଶ ଦକ୍ଷିଣ ଆଫ୍ରିକାରୁ ଆସୁଥିବା ବିମାନ ଉଡାଣ ଉପରେ କଟକଣା ଜାରି କରିଛନ୍ତି I    ତେବେ ପ୍ରଶ୍ନ ଉଠେ : ଏହି ନୂତନ ରୂପ ଏତେ ଭୟାନକ କାହିଁକି ? ଓମିକ୍ରନ୍ ଭୟାନକ  କାହିଁକି?