Posts

Showing posts from August, 2022

ବବଲୁର ଓଦା କପଡା ଶୁଖିଲା କିପରି?

Image
          ବବଲୁ ସେଦିନ ବିଦ୍ୟାଳୟରୁ ଫେରିଲାବେଳେ ବର୍ଷାରେ ବହୁତ ଓଦା ହୋଇ ଯାଇଥିଲା I ତା'ର ସାର୍ଟ ପ୍ୟାଣ୍ଟ ସବୁ ଓଦା ହୋଇ ଯାଇଥାଏ I ମା' ତା'ର ଏ ଅବସ୍ଥା ଦେଖି ତା'କୁ ସଙ୍ଗେସଙ୍ଗେ ଶୁଖିଲା ପୋଷାକ ପିନ୍ଧିବାକୁ ଦେଲେ I ବବଲୁ କହିଲା, ' ମା, ମୋ ସାର୍ଟ ପ୍ୟାଣ୍ଟ ଆଗ  ଜଲଦି ଶୁଖାଇ ଦିଅ, କାରଣ ମୋର ଗୋଟିଏ ହଳ ସ୍କୁଲ୍ ପୋଷାକ I କାଲି ପରୀକ୍ଷା ଅଛି I ସାର୍ଟ ପ୍ୟାଣ୍ଟ ନ ଶୁଖିଲେ କାଲି ପରୀକ୍ଷା ଦେବି କିପରି?'       ମା' କହିଲେ, 'ତୁ ଜମା ବ୍ୟସ୍ତ ହୁଅ ନା I ବାହାରେ ତ ପ୍ରବଳ ବର୍ଷା ହେଉଛି I ମୁଁ ଏବେ ସାର୍ଟ ପ୍ୟାଣ୍ଟସବୁ ଘରେ ହ୍ୟାଙ୍ଗରରେ ଟାଙ୍ଗି  ଶୁଖାଇ ଦେଉଛି I କାଲି ସକାଳକୁ ଶୁଖିଯାଇଥିବ I ' ଏତିକି କହି ମା' ସାର୍ଟ ପ୍ୟାଣ୍ଟସବୁ ହ୍ୟାଙ୍ଗରରେ ଟାଙ୍ଗି ଘରେ ଶୁଖାଇ ଦେଲେ I      ବବଲୁ ସେଉଠୁ ଖାଇ କିଛି ସମୟ ପରେ ପଢିବାକୁ ଗଲା I   ପଢା ସରିଲା ପରେ ରାତ୍ରି ଭୋଜନ ଖାଇ ସେ ଶୋଇବାକୁ ଗଲା I ଶୋଇବାକୁ ଯାଉ ଯାଉ ତା' ହାତ ଅକସ୍ମାତ  ଶୁଖା ଯାଇଥିବା ସାର୍ଟ ପ୍ୟାଣ୍ଟସବୁରେ ବାଜିଗଲା I ଏ କ'ଣ? ସାର୍ଟ ପ୍ୟାଣ୍ଟସବୁ ତ ଏବେ ବି ଓଦା ଅଛି I ସେ ସଙ୍ଗେ ସଙ୍ଗେ ବଡ ପାଟିରେ ମା'ଙ୍କୁ ଡାକ ପକେଇଲା , " ମା', ସାର୍ଟ ପ୍ୟାଣ୍ଟସବୁ ତ ଏବେ ବି ଓଦା ଅଛି I ଟିକେ ବି ଶୁଖି ନାହିଁ I ମୁଁ କାଲି କ