Posts

Showing posts from June, 2023

ଚନ୍ଦ୍ରକୁ ଛୁଇଁବାର ଆଶା

Image
                                                                          ଚନ୍ଦ୍ରକୁ ଛୁଇଁବାର ଆଶା ନିକୁଞ୍ଜ ବିହାରୀ ସାହୁ            ଆଗାମୀ ଜୁଲାଇ ମାସରେ ଭାରତୀୟ ଅନ୍ରରୀକ୍ଷ ଅନୁସନ୍ଧାନ ସଂସ୍ଥା ଇସ୍ରୋ ଚନ୍ଦ୍ରକୁ ନିଜର  ଏକ ନୂତନ ଅଭିଯାନ ଚନ୍ଦ୍ରଯାନ-3  ପ୍ରେରଣ କରିବାକୁ ଯାଉଛି I ଏହି ଅଭିଯାନ ଜରିଆରେ ଭାରତ ଚନ୍ଦ୍ରପୄଷ୍ଠକୁ ଛୁଇଁବାର ଆଶା ରଖିଛି I ଏହି ଅଭିଯାନ ସଫଳ ହେଲେ ଭାରତ ଏହି ମହତ୍ତ୍ୱପୂର୍ଣ୍ଣ  ଉପଲବ୍ଧିରେ  ଯୁକ୍ତରାଷ୍ଟ୍ର ଆମେରିକା, ରୁଷ୍ ଓ ଚୀନ୍ ପରେ ବିଶ୍ୱର ଚତୁର୍ଥ  ରାଷ୍ଟ୍ର  ରୂପେ ପରିଗଣିତ ହେବ I ଏହା ପୂର୍ବରୁ ଭାରତ ଚନ୍ଦ୍ର ଅଭିମୁଖେ ଏକ ଅଭିଯାନ 'ଚନ୍ଦ୍ରଯାନ -2'  ଗତ 2019 ମସିହା ଜୁଲାଇ 22 ତାରିଖ ଦିନ ପ୍ରେରଣ କରିଥିଲା I ଏହା ପ୍ରାୟ 2 ମାସ ପରେ, 2019 ସେପ୍ଟେମ୍ବର 7 ତାରିଖରେ,  ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ପହଞ୍ଚି ଚନ୍ଦ୍ର ପୄଷ୍ଠରେ ଏକ ଅବତରକ ଯାନ 'ବିକ୍ରମ'କୁ ଅବତରଣ କରାଇବାକୁ ଚେଷ୍ଟା କରିଥିଲା I ମାତ୍ର ଦୁର୍ଭାଗ୍ୟକ୍ରମେ   ଅବତରଣ ସମୟରେ ଯାନଟି  ଦୁର୍ଘଟଣାଗ୍ରସ୍ତ ହୋଇ ଭୂପୄଷ୍ଠରୁ ଯୋଗାଯୋଗ ବିଛିନ୍ନ ହୋଇ ଯାଇଥିଲା I ଏହି ବିଫଳତାରେ ଇସ୍ରୋ ନିରୁତ୍ସାହିତ ନହୋଇ ଦୀର୍ଘ 4 ବର୍ଷର ନୀରବତା ପରେ ଚନ୍ଦ୍ର ଅଭିମୁଖେ ଏବେ ଅନ୍ୟ ଏକ ଅଭିଯାନ ପ୍ରେରଣ କରିବାକୁ ଯାଉଛି I  ଇସ୍ରୋର ମୂଖ୍ୟ ଏସ୍. ସୋମନାଥ କହିଛନ୍ତି ଯେ, ପୂର୍ବ ବିଫଳତାରୁ ଆମେ

ଧୋକା ଦେଉଥିବା ପ୍ରତିବିମ୍ବ

Image
                                                              ଧୋକା ଦେଉଥିବା ପ୍ରତିବିମ୍ବ                                                                                   ନିକୁଂଜ ବିହାରୀ ସାହୁ           ମୁନା ସେଦିନ ବାପାଙ୍କ ସାଙ୍ଗରେ ବିଜ୍ଞାନ କେନ୍ଦ୍ର ବୁଲି ଯାଇଥିଲା I ଗୋଟିଏ ପ୍ରଦର୍ଶନରେ ଲେଖା ଯାଇଥିଲା  'ଧୋକା ଦେଉଥିବା ପ୍ରତିବିମ୍ବ' I ପ୍ରଦର୍ଶନ ସମ୍ମୁଖରେ ଏକ କଳା କାଚ ଲାଗିଥାଏ I ସେ ଦେଖିଲା ,  କଳା କାଚଟିରେ ନିଜର ପ୍ରତିବିମ୍ବ ଦେଖା ଯାଉଛି I ସେ କୌତୁହଳ ବଶତଃ ପ୍ରଦର୍ଶନର ପାଖକୁ ଗଲା I  ଏକ ଅଦ୍ଭୁତ ଘଟଣା ଘଟିଲା I ସେ ଦେଖିଲା, ତା'ର ପ୍ରତିବିମ୍ବ ଅଦୄଶ୍ୟ ହୋଇଯାଇ ସେ ସ୍ଥାନରେ ଏକ ବିକଟାଳ କଙ୍କାଳ ଦେଖା ଯାଉଛି I  ସେ ଡରି ଯାଇ ବାପାଙ୍କୁ କୁଣ୍ଢେଇ ପକାଇଲା I ବାପା ହସିହସି କହିଲେ, 'ନାହିଁରେ ବୋକା; ଏଥିରେ ଡରିବାର କୌଣସି କାରଣ ନାହିଁ I ଏହା ପ୍ରକୄତରେ ଆଲୋକରଶ୍ମି ଦ୍ୱାରା  ପ୍ରତିବିମ୍ବ ଗଠନର ଏକ ଦୄଷ୍ଟି ବିଭ୍ରମତା I'      ବାପା କହି ଚାଲିଲେ, 'ତୁ ପ୍ରଦର୍ଶନ ସାମନାରେ ଯେଉଁ କଳା କାଚ ଦେଖୁଛୁ, ତାହା ପ୍ରକୄତରେ ସମ୍ପୁର୍ଣ୍ଣ ଅସ୍ୱଛ କାଚ ନୁହେଁ I ଏହା ଉପରେ ଏକ କଳା ଫିଲିମ୍ ଲଗା ଯାଇଥାଏ ଯାହା ଏକ ଆଂଶିକ ଦର୍ପଣ ସଦୄଶ ଆଚରଣ କରେ I ଏହାର ସମ୍ମୁଖରେ ଆଲୋକର ଉତ୍ସ ଜଳୁଥିଲେ, ଏହା ଏକ ସମ୍ପୂର୍ଣ୍ଣ  ଦର୍ପଣ ସଦୄଶ କାର୍ଯ୍ୟ କର