Posts

Showing posts from March, 2024

ଚନ୍ଦ୍ରରେ ଜଳ

  ଚନ୍ଦ୍ରରେ ଜଳ ନିକୁଞ୍ଜ ବିହାରୀ ସାହୁ          ପ୍ରଖ୍ୟାତ ଇଟାଲୀୟ ଜ୍ୟୋତିର୍ବିଜ୍ଞାନୀ ଗାଲିଲିଓ 1609 ମସିହାରେ ପ୍ରଥମେ ଦୂରବୀକ୍ଷଣ ଯନ୍ତ୍ର ଜରିଆରେ ଚନ୍ଦ୍ରକୁ ନିରୀକ୍ଷଣ ପୂର୍ବକ ଏହା ପଷ୍ଠର  ପର୍ଯ୍ୟବେକ୍ଷଣ  କରିଥିଲେ I ସେ ଚନ୍ଦ୍ରପୄଷ୍ଠରେ ଅନେକ ବିସ୍ତୀର୍ଣ୍ଣ ଅନ୍ଧକାରାଛନ୍ନ ଅଞ୍ଚଳ ଲକ୍ଷ୍ୟ କରିଥିଲେ I  ସେସବୁକୁ ସେ ଚନ୍ଦ୍ରର ସମୁଦ୍ର ବୋଲି ଧରି ନେଇଥିଲେ I  ଏବେ ଜଣା ପଡିଛି ଯେ, ଚନ୍ଦ୍ରରେ କୌଣସି ଜଳପୂର୍ଣ୍ଣ ସମୁଦ୍ର ନାହିଁ; ବରଂ ଏହା ଏକ ଶୁଖିଲା ବାଲୁକାମୟ ମରୁଭୂମି I ଚନ୍ଦ୍ରରେ ଜଳର ଉପସ୍ଥିତି ସମ୍ପର୍କରେ ବହୁ ପୂର୍ବରୁ  ଅନେକ କଳ୍ପନା ଜଳ୍ପନା ରହି ଆସିଥିଲେ ସୁଦ୍ଧା  ଜଳର ଉପସ୍ଥିତିକୁ ପ୍ରମାଣ କରିବା ପାଇଁ କୌଣସି ନିର୍ଭରଯୋଗ୍ୟ ତଥ୍ୟ ଏପର୍ଯ୍ୟନ୍ତ ମିଳିନାହିଁ I ସର୍ବପ୍ରଥମେ  1990 ମସିହାରେ ଚନ୍ଦ୍ରକୁ ପରିକ୍ରମା କରୁଥିବା ଯୁକ୍ତରାଷ୍ଟ୍ର ଆମେରିକାର ଏକ ସାମରିକ ଉପଗ୍ରହ 'କ୍ଲିମେଣ୍ଟାଇନ୍'  ଏକ ମହାକାଶଯାନ ଚନ୍ଦ୍ର ପୄଷ୍ଠରେ ଜଳ ଅଣୁର ଉପସ୍ଥିତିର ସୂଚନା ପ୍ରଦାନ କରିଥିଲା I ପରବର୍ତ୍ତୀ ସମୟରେ, ଭାରତୀୟ ଅନ୍ତରୀକ୍ଷ ସଙ୍ଗଠନ ଇସ୍ରୋର ଏକ ଉପଗ୍ରହ 'ଚନ୍ଦ୍ରଯାନ -1'  ଚନ୍ଦ୍ରରେ ଜଳ ଅଣୁ ଉପସ୍ଥିତିର ପ୍ରମାଣ କରିଥିଲା I         ଇତି ମଧ୍ୟରେ, ମିଳିଥିବା କିଛି ଚାଞ୍ଚଲ୍ୟକର ତଥ୍ୟରୁ  ଚନ୍ଦ୍ରପୃଷ୍ଠରେ ଜଳର ଉପସ୍ଥିତି ମତବାଦକୁ ସମର୍ଥନ ମିଳିଛି I ବିଗତ 1970 ମସିହାରେ, ଯୁକ୍ତର

ଖରା ଦିନେ ଥଣ୍ଡା ରହିବାର ପାରମ୍ପାରିକ ଉପାୟ

Image
  ଖରା ଦିନେ ଥଣ୍ଡା ରହିବାର ପାରମ୍ପାରିକ ଉପାୟ ନିକୁଞ୍ଜ  ବିହାରୀ ସାହୁ       ରୁତୁଚକ୍ରର ପଟ୍ଟ ପରିବର୍ତ୍ତନରେ ଗ୍ରୀଷ୍ମ ରୁତୁ ଆମ ପୁରପଲ୍ଲୀରେ ଏକ ଅନନ୍ୟ ଆଗମନୀ I ଧୂସର ଧରଣୀ, ଥୁଣ୍ଟା ବରଗଛ, ମଧ୍ୟାହ୍ନର ଅହେତୁକ ନୀରବତା, ଝିଙ୍କାରୀ କଣ୍ଠର ସକରୁଣ ବିଳାପ, ଗାଁ ତୋଟାର ସୁଶୀତଳ ଛାଇ, ପାଚିଲା ଆମ୍ବର ବାସ୍ନା, ଗାଁ ପୋଖରୀରେ  ସାହି ପିଲାଙ୍କ  ବୁଡାବୁଡି ଖେଳ, ସନ୍ଧ୍ୟାବେଳକୁ ନଦୀକୂଳର ମନଛୁଆଁ ପବନ, ଓ ବିଳମ୍ବିତ ରାତ୍ରି ପ୍ରହର ଯାଏ ଗାଁ ମୁଣ୍ଡ ଖୋଲା ସ୍ଥାନରେ ଲୋକଙ୍କ ଏକାଠି ମେଳ ଇତ୍ୟାଦି ଘଟଣାର ସ୍ମୃତି ଏବବି ଆମ ଗ୍ରାମ୍ୟ ଜୀବନରେ ଉଜ୍ଜୀବିତ I ମାତ୍ର ଘୋର ପରିତାପର ବିଷୟ ଯେ, ପୁର୍ବର ସେ ମୄଦୁ ମଧୁର ଗ୍ରୀଷ୍ମରୁତୁ ଏବେ ଆଉ ନାହିଁ I ଏବେ ଆରମ୍ଭ ହୋଇଛି  ଏକ ଉତ୍ତପ୍ତ ଓ ଦାରୁଣ ଗ୍ରୀଷ୍ମରୁତୁ I ପ୍ରାୟ 45 ଡିଗ୍ରୀ ପାଖାପାଖିର ତାପମାତ୍ରା, ପ୍ରଚଣ୍ଡ ଗରମ , ଗୁଳୁଗୁଳି , ଅଂଶୁଘାତ ଓ ଝାଞ୍ଜି ପବନରେ  ଅତିଷ୍ଠ ଆଜିର ସାଧାରଣ ଜନଜୀବନ I  ଗରମରୁ ରକ୍ଷା ପାଇବା ପାଇଁ ଯେତେ ଯାହା କଲେ ସୁଦ୍ଧା  ଫଳ ମିଳୁ ନାହିଁ I  ଆମେ ଏଠାରେ ଆମ ଗାଁ ଗହଳିରେ ପ୍ରଚଳିତ ଖରାଦିନେ ଥଣ୍ଡା ରହିବାର  କିଛି ସରଳ ଓ ପାରମ୍ପାରିକ ପଦ୍ଧତି ଉପରେ ଆଲୋଚନା କରିବା : 1. ଖରାଦିନେ ମାଟି କାନ୍ଥ ଓ ନଡା ଛପର ଘରେ ବାସ କରିବା ଆରାମ ଦାୟକ I ମାଟି ଓ ନଡା ତାପର ଭଲ କୁପରିବାହୀ ପଦର୍ଥ ହୋଇ ଥିବାରୁ  ଏହାକୁ ଭେଦ କରି ବାହାରର ତାପ ସହଜରେ ଘର

WATER CRISIS IN WATER PLANET

        WATER CRISIS  IN WATER PLANET   Nikunja Bihari Sahu          Water can create peace or spark conflict. Public health and prosperity, food and energy systems, economic productivity and environmental wellbeing all depend on a well-functioning and equitably managed water cycle. However, it is lamenting to note that although more than 3 billion people worldwide depend on water that crosses national borders, only 24 countries have cooperation agreements for all their shared water. As climate change impacts increase and populations grow, there is an urgent need, within and between countries, to unite around protecting and conserving our most precious resource. Water in Nature          Although Earth is called the Water planet, the stock of fresh water on Earth fit for human consumption is very much limited. This is due to the fact that around 97% of water on Earth is located in seas and oceans which is salty and not fit for human use. The remaining 2.5% is fresh wat

SOLAR ECLIPSE DEMONSTRATION KIT

Image
                                             SOLAR ECLIPSE DEMONSTRATION KIT   Nikunja Bihari Sahu   A Solar Eclipse is a rare celestial spectacle of nature when the Sun vanishes from our sky, completely or partially, for some time from our view. It occurs when the three celestial bodies, the Sun, the Moon and the Earth comes in a straight line. In that case, the Moon blocks the Sun from our view and the shadow of the Moon falls on the Earth. People living in this shadow region on the Earth are able to see the Solar eclipse.  There are mainly three types of Solar Eclipses: Total, Partial and Annular. Although the actual size of the Sun is much larger compared to the size of the Moon, due to the former’s vast distance from the Earth, the apparent size of both the bodies as seen from the Earth looks the same. Hence, in a Total Solar eclipse, the Moon can completely bock the Sun from our view.  While during a Total Solar Eclipse, the Sun completely vanishes from the sky causing a temporar