Posts

Showing posts from July, 2023
Image
                                                                           ମହାକାଶ ପଥେ ନିକୁଞ୍ଜ ବିହାରୀ ସାହୁ              ଆଜିଠୁ ପ୍ରାୟ 36 କୋଟି ବର୍ଷ ତଳେ ଏହା ଥିଲା ଏକ ସାଧାରଣ ଘଟଣା : ଜନଜୀବନ ଶୂନ୍ୟ ବିରାଟ ପୄଥିବୀଟା ଥିଲା ନୀରବ ଓ ନିଷ୍ପନ୍ଦ I  ଆଗ୍ନେୟଗିରିଗୁଡିକର ପ୍ରଚଣ୍ଡ ବିସ୍ଫୋରଣରେ ଦିଗବଳୟ ଦିଶୁଥିଲା ଧୂସର ଓ ବିବର୍ଣ୍ଣ I ପେଞ୍ଜିଆ (Pangea) ବୋଲି କୁହା ଯାଉଥିବା ପୄଥିବୀର ଅବିଭକ୍ତ ଭୂଖଣ୍ଡର ଅଗଭୀର ନଦୀଗୁଡିକରେ ପହଁରି ଯାଉଥିଲା 'ୟୁସ୍ଥାନେପ୍ଟେରନ୍ (Eusthenopteron) ନାମକ  ଏକ ପ୍ରାଚୀନ ମତ୍ସ୍ୟ I  ନିଜର ଚିରାଚରିତ ତରଳ ଜଳରାଶିର ଦୁନିଆ ମଧ୍ୟରେ ପ୍ରାଗ୍ ଐତିହାସିକ ଯୁଗର ନିଃସଙ୍ଗ  ମୁହୂର୍ତ୍ତଗୁଡିକ ଅତିବାହିତ କରୁଥିବା ଏହି ମତ୍ସ୍ୟଟି ନିକଟରେ  ନା ଥିଲା ଆଗାମୀ ଦିନର ଚିନ୍ତା ନା ଖାଦ୍ୟ ପାଇଁ ବହିର୍ଜଗତର ପ୍ରତିଦ୍ୱନ୍ଦିତା I ଘଟଣାକ୍ରମେ ଜଳବାୟୁର ପରିବର୍ତ୍ତନ ହେତୁ ପେଞ୍ଜିଆର ନଦୀଗୁଡିକ ଶୁଖିବାକୁ ଆରମ୍ଭ କରେ I ୟୁସ୍ଥାନେପ୍ଟେରନ୍ ର ବଂଶଧରମାନେ କିନ୍ତୁ  ନଦୀର ମଇଳା ଜଳ ପରିବର୍ତ୍ତେ  ବାୟୁରୁ ସିଧାସଳଖ ଅମ୍ଳଜାନ ଗ୍ରହଣ କରିବା ପାଇଁ  ଆଦିମ ଫୁସ୍ଫୁସ୍ ଓ ନଦୀଶଯ୍ୟାରେ ବିଚରଣ କରିବା ନିମନ୍ତେ ନିଜ ଶରୀରରେ  ମାଂଶପେଶୀଯୁକ୍ତ ଆଦିମ ପକ୍ଷ ବିକଶିତ କରନ୍ତି I     ପରିବର୍ତ୍ତିତ  ପରିସ୍ଥିତିରେ  ଶୂଷ୍କମାନ ନଦୀଶଯ୍ୟାରେ ଖାଦ୍ୟର ଅଭାବ  ଓ ଅନ୍ୟ ଜୀବମାନଙ୍କର

WAKE-UP CALL FOR A GRIM CLIMATE

Image
                                                             WAKE-UP CALL FOR A GRIM CLIMATE Nikunja Bihari Sahu        An extreme and prolonged heatwave condition is currently sweeping across the whole world starting from Japan in the east to the USA and Canada in the west encompassing  Southern Europe, and North Africa breaking all previous temperature records. The heat wave has brought widespread temperatures above 100 degrees Fahrenheit (38 0 C ) in the Mediterranean region over the beginning three weeks of July promising to be the hottest Summer on record. Temperatures soared 104 degrees Fahrenheit (40 0 C ) in parts of Spain, France, Italy, Greece and Bosnia as well with Italy’s islands of Sicily and Sardinia inching to reach the 48 0 C mark, and red alert warnings have been issued for 16 other cities nationwide including Rome, Florence and Bologna. The hottest temperature ever recorded in Europe was 48.8 0 C near the ancient city of Syracuse on the coast of Sicily in A

କିଏ ବଡ

Image
                                                                                      କିଏ ବଡ ନିକୁଞ୍ଜ ବିହାରୀ ସାହୁ               ଥରେ କିଏ ବଡ ବୋଲି କଳି ଲାଗିଲା ତିନି ପାରମ୍ପାରିକ ଶକ୍ତିଉତ୍ସ  କୋଇଲା, ପେଟ୍ରୋଲିୟମ୍ ଓ ପ୍ରାକୄତିକ ବାଷ୍ପଙ୍କ ମଧ୍ୟରେ I କଳି ନତୁଟିବାରୁ  ତିନିହେଁ ଏକ ତ୍ରିକାଳଦର୍ଶୀ ପେଚା ପାଖକୁ ଗଲେ I  ପେଚା ସବୁ ଶୁଣି କହିଲା , ' ମୁଁ ତମ କାହାରିକି ଜାଣିନି I  ତମେ ଆଗ ନିଜ ନିଜ ବିଷୟରେ କୁହ I ସବୁ ଶୁଣିଲା ପରେ ମୁଁ ମୋର ମତାମତ ଦେବି I'     ସେଇଠୁଁ ପ୍ରଥମେ କୋଇଲା ଆରମ୍ଭ କଲା , ' ମୁଁ କୋଇଲା I ମାଟି ତଳେ ମୋର ଘର I ପ୍ରାୟ 25 କୋଟି ବର୍ଷ ପୂର୍ବେ ପୄଥିବୀର ବହୁ ଜାଗାରେ ସନ୍ତସନ୍ତିଆ ଜଙ୍ଗଲ ଥିଲା I ଜଙ୍ଗଲର ଗଛସବୁ କ୍ରମେ ସ୍ତରସ୍ତର ହୋଇ  ମାଟିରେ ପୋତି ହୋଇ ପଡିଲେ I ପୄଥିବୀ ଅଭ୍ୟନ୍ତରର ପ୍ରଚଣ୍ଡ ତାପ ଓ ଚାପରେ ସନ୍ତୁଳି ହୋଇ  ଏହି ସ୍ତରସବୁରେ ମୁଁ ଘଟଣାକ୍ରମେ ଜନ୍ମ ନେଲି I ମୋର ମୂଖ୍ୟ ଉପାଦାନ ହେଲା କାର୍ବନ୍ I କାର୍ବନ୍ ର ପରିମାଣ ଅନୁସାରେ ମୁଁ ସମୁଦାୟ ଚାରି ପ୍ରକାରର ଯଥା , ପିଟ୍ , ଲିଗନାଇଟ୍, ବିଟୁମିନସ୍ ଓ ଆନ୍ଥ୍ରାସାଇଟ୍ I  ମୋତେ ଲୋକେ ରୋଷେଇ କାର୍ଯ୍ୟରେ ଜାଳେଣି ରୂପେ ବ୍ୟବହାର କରନ୍ତି  I ପୂର୍ବେ ରେଳଗାଡିର ବାଷ୍ପୀୟ ଇଞ୍ଜିନରେ  ମୋତେ ବ୍ୟବହାର କରା ଯାଉଥିଲା I  ମୋତେ ତାପଜ ବିଦ୍ୟୁତ୍ କେନ୍ଦ୍ରମାନଙ୍କରେ ଦହନ କରି  ପାଣିକୁ ବ

ବିଲୁପ୍ତିର ପଥେ ଶାଗୁଣା

Image
                                                                  ବିଲୁପ୍ତିର ପଥେ ଶାଗୁଣା ନିକୁଂଜ ବିହାରୀ ସାହୁ                ମାତ୍ର ଚାଳିଶି ପଚାଶ ବର୍ଷ ତଳେ ଶାଗୁଣା ଆମ ଗାଁ ଗହଳିରେ ବହୁ ସଂଖ୍ୟାରେ ଦେଖା ଯାଉଥିଲେ I ଗାଈ ଗୋରୁ ଅଦି ଗୄହ ପାଳିତ ଜୀବ ମରିଗଲେ , ଶାଗୁଣାମାନେ କିପରି ସୁରାକ ପାଇ  ଦଳଦଳ ଚକ୍କର କାଟନ୍ତି ଆକାଶରେ, ଆଉ ମୄତ ଜୀବକୁ ଘେରି କେଇ ଘଣ୍ଟା ସମୟ ମଧ୍ୟରେ ଖାଇ ଶେଷ କରି ଦିଅନ୍ତି I ଆମ ସଂସ୍କୃତିରେ ଶାଗୁଣାମାନଙ୍କୁ ସାଧାରଣତଃ ଅଶୁଭର ସଙ୍କେତ ମନେ କରା ଯାଉଥିଲେ ସୁଦ୍ଧା ପରିବେଶୀୟ ଦୄଷ୍ଟିକୋଣରୁ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ I  ସେମାନେ ମଲାଜୀବଙ୍କ ସଢା ମାଂସ ଖାଇ ପରିବେଶକୁ ସଫା ରଖିଥା'ନ୍ତି I ଶାଗୁଣା ନଥିଲେ ପୄଥିବୀରେ କୁଢକୁଢ ଶବ ଜମା ହୋଇ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିସ୍ଥିତି ସୄଷ୍ଟି କରୁଥା'ନ୍ତା I       ଘୋର ପରିତାପର ବିଷୟ ଯେ, ଏବେ ଆମ ଦେଶରେ ପରିବେଶର ବନ୍ଧୁ ଏହି ଶାଗୁଣାମନଙ୍କ ବଂଶ ଦ୍ରୁତ ଲୋପ ପାଇବାରେ ବସିଛି ଏବଂ ସେମାନଙ୍କର ସ୍ଥିତି ଏବେ ବିଲୁପ୍ତପ୍ରାୟ ଅବସ୍ଥାରେ ପହଞ୍ଚିଲାଣି I  ଏବେ ଗାଁ ଗଣ୍ଡାରେ ଶାଗୁଣାମାନଙ୍କୁ ଦେଖିବା ବିରଳ I ଗାଁରେ ଗାଈଗୋରୁ ମରିଗଲେ ମଲାଜୀବକୁ ଖାଇବା ପାଇଁ ଶାଗୁଣା ଆଉ ଗାଁକୁ ଆସୁନାହିଁ I ଏକ ହିସାବରୁ ଜଣାଯାଏ ଯେ, ବିଗତ 1980 ଦଶକରେ ଆମେ ଦେଶରେ ପ୍ରାୟ 8 କୋଟି ଶାଗୁଣା ଥିଲାବେଳେ ଏବେ ସେମାନଙ୍କ ସଂଖ୍ୟା

INDIA’S MOON AMBITIONS

Image
         INDIA’S MOON AMBITIONS Nikunja Bihari Sahu       In a significant move,  India is poised to embark on a new mission to the Moon with the launch of its Chandrayaan-3  sometime in July 2023 from the Satish Dhawan Space Centre in Sriharikota. The prime goal of the mission will be to land some of its crucial instruments safely on the Moon in a landmark demonstration of the technology. The last mission of the series under the name Chandrayaan-2 was sent on July 22,  2019. This mission basically consisted of two modules: one Rover module and the other Lander module.  It was inserted into the Moon’s orbit on August 22, 2019, with  the Orbiter module successfully revolving around the Moon. However,   the prime task assigned to the mission was to softland its Vikram lander and to release the  Pragyan rover from it onto the Moon’s surface for physical exploration.  However, in an unfortunate turn of events,  the Vikram lander crash-

ଗୁଳୁଗୁଳି

Image
                                                                                       ଗୁଳୁଗୁଳି ନିକୁଂଜ ବିହାରୀ ସାହୁ        ଖରା ସରି ନାହିଁ, ବର୍ଷା ବି ଥିରିଥିରି ଝରି ନାହିଁ I ମେଘୁଆ ଭାରାକ୍ରାନ୍ତ ଆକାଶ : କେଉଁଠି ହେଲେ ଟିକେ ପବନ ନାହିଁ I ଗଛ ପତର ବି ନିଶ୍ଚଳ ହୋଇ ରହି ଗଲେଣି I ଖରାର ତାତି ଅବଶ୍ୟ ସେତେଟା ନାହିଁ, ଅଥଚ ଦେହ ଝାଳରେ ଜୁଡୁବୁଡୁ  ହୋଇ ଯାଉଛି I ଯେତେ ପଂଖା ବିଞ୍ଚଣା କଲେ ସୁଦ୍ଧା ଝାଳ ମରୁନି କି ଗରମ ସରୁନି I ଘରେ,ପଦାରେ, ତୋଟା ,ଗଡିଆ କିମ୍ବା ନଦୀକୂଳ - ସବୁଠି ସେହି ଏକା ଅସମ୍ଭାଳ ଅବସ୍ଥା I ଏଭଳି ଅବସ୍ଥାରେ ବା କାମଦାମରେ କାହରି ମନ ଲାଗନ୍ତା କିପରି ? ଏହା ହିଁ ଆମ ଗାଁ ଗହଳିରେ ଗୁଳୁଗୁଳି I ବରଷକର   ଏତିକିବେଳେ ହିଁ ଥରେ ସାରା ଜଗତ ଗୁଳୁଗୁଳିର ଗଂଜଣାରେ ଅସ୍ତବ୍ୟସ୍ତ ହୋଇ ତ୍ରାହିତ୍ରାହି ଡାକେ I     ଏଭଳି ଗୁଳୁଗୁଳି ଆମ ରାଜ୍ୟରେ ସାଧାରଣତଃ ଜୁନ୍ , ଜୁଲାଇ ମାସରେ ଅନୁଭୂତ ହୁଏ I ଏହି ସମୟରେ ମହାପ୍ରଭୁ ଜଗନ୍ନାଥ ଅଣସର ଘରେ ବିଜେ କରୁଥିବାରୁ ଏହି ଗୁଳୁଗୁଳିକୁ ମଧ୍ୟ ଅଣସର ଗୁଳୁଗୁଳି କହନ୍ତି I ଆମେ ଏଠାରେ ଏଭଳି  ବିଚିତ୍ର ପରିସ୍ଥିତିର କାରଣ ଆଲୋଚନା କରିବା:      ବାୟୁରେ ଅସଂଖ୍ୟ ଜଳୀୟବାଷ୍ପ କଣିକା ଅଦୄଶ୍ୟ ରୂପରେ ରହିଥା'ନ୍ତି I ଏକ ଥଣ୍ଡା ଜଳପୂର୍ଣ୍ଣ ଗିଲାସର ବାହାରପଟେ ଯେଉଁ ଜଳ ବୁନ୍ଦାବୁନ୍ଦା ହୋଇ ଜମିଯାଏ , ତାହା ବାୟୁରେ ଏହି ଅଦୄଶ୍ୟ ଜଳୀୟବାଷ୍ପ

ଲାଞ୍ଜ ଥିବା ତାରା

Image
                                                                                   ଲାଞ୍ଜ ଥିବା ତାରା ନିକୁଞ୍ଜ ବିହାରୀ ସାହୁ               ସନ୍ଧ୍ୟାବେଳ I ମୁନା ସେଦିନ ପଦାରେ ବସି ଅକାଶରେ ତାରା ଦେଖୁଥିଲା I ଆକାଶରେ ହଠାତ ଏକ ବିଚିତ୍ର ଦୄଶ୍ୟ ଦେଖି ସେ ଚମକି ପଡିଲା I ସେ ଦେଖିଲା ଆକାଶରେ ଏକ ଅଦ୍ଭୁତ ତାରା ଦେଖା ଯାଉଛି I ସାଧାରଣ ତାରାସବୁ ଆକାରରେ   ଗୋଲ ଦେଖା ଯାଉଥିଲାବେଳେ  ସେ ତାରାଟି କିନ୍ତୁ ଲମ୍ବାଳିଆ ଦେଖା ଯାଉଥିଲା I ଏପରି ବିଚିତ୍ର ତାରା ସେ ଆଗରୁ କେବେ ଦେଖି ନଥିଲା I ସେ ଡରିଯାଇ ମା'ଙ୍କୁ ଡାକ ପକେଇଲା  I  ମା'  ତା' ଡାକ ଶୁଣି ଦଉଡି ଆସିଲେ I ସେ ଘଟଣା କ'ଣ ବୋଲି ପଚାରିବାରୁ ମୁନା କହିଲା ଯେ ସେ ଆକାଶରେ ଏକ  ଅଦ୍ଭୁତ ତାରା ଦେଖି ଡରିଗଲା I ଏହା କହି ସେ ମା'ଙ୍କୁ  ଆକାଶରେ ସେ ବିଚିତ୍ର ତାରାଟିକୁ ଦେଖାଇ ଦେଲା I ତାରାଟିକୁ ଦେଖି ମା' କହିଲେ , 'ଏହା ଏକ ଲଞ୍ଜାତାରା I ଆମେ ଏହାକୁ  ଦେଖିବା ଉଚିତ ନୁହେଁ I ଏହା ଦେଖିଲେ ଅଶୁଭ ହୋଇଥାଏ ବୋଲି ଲୋକେ କହିଥାନ୍ତି I ' ଏହା ଦେଖିଲେ କ'ଣ ଅଶୁଭ ହୁଏ ବୋଲି ମୁନା ପଚାରିଲା I ମା' କହିଲେ, 'ଲଞ୍ଜାତାରା ଆକାଶରେ ପଡିଲେ ସମାଜରେ ଘୋର ଅମଙ୍ଗଳ ଘଟିଥାଏ I ଯେପରି ମରୁଡି, ବନ୍ୟା, ବାତ୍ୟା ଭଳି ପ୍ରାକୄତିକ ଦୁର୍ବିପାକମାନ  ପଡିଥାଏ I ଆହୁରି ମଧ୍ୟ, ଏହା ଆକାଶରେ ଦେଖାଦେଲେ, ବଡ ବଡ