Posts

Showing posts from October, 2023

ଭାରତର ମାନବଯୁକ୍ତ ମହାକାଶ କାର୍ଯ୍ୟକ୍ରମ

Image
  ଭାରତର ମାନବଯୁକ୍ତ ମହାକାଶ କାର୍ଯ୍ୟକ୍ରମ ନିକୁଞ୍ଜ ବିହାରୀ ସାହୁ  ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ଇସ୍ରୋ ଗତ ଅକ୍ଟୋବର 21 ତାରିଖ ଦିନ ନିଜର ମହତ୍ତ୍ୱକାଂକ୍ଷୀ ମାନବଯୁକ୍ତ କାର୍ଯ୍ୟକ୍ରମ 'ଗଗନଯାନ'ର ଅଂଶ ସ୍ୱରୂପ ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷଣ ସମ୍ପାଦନ କରିଛି I ଏହି ପରୀକ୍ଷଣରେ ଇସ୍ରୋର ବୈଜ୍ଞାନିକମାନେ ଗଗନଯାନ କାର୍ଯ୍ୟକ୍ରମର ଏକ ମୁଖ୍ୟ ସୁରକ୍ଷା ପ୍ରଣାଳୀ 'ଯାତ୍ରୀ ପଳାୟନ ବ୍ୟବସ୍ଥା (Crew Escape System) ର ସଫଳ ପରୀକ୍ଷଣ କରିଛନ୍ତି    I ଏହି ବ୍ୟବସ୍ଥା ଅନୁଯାୟୀ  ବାହକଯାନ ରକେଟର ପ୍ରାଥମିକ ଉତ୍ତକ୍ଷେପଣ ଓ ଉଡାଣ ପର୍ଯ୍ୟାୟରେ କିଛି ତ୍ରୁଟି ପରିଲକ୍ଷିତ ହେଲେ ଯାତ୍ରୀବାହି କ୍ୟାପସୁଲକୁ ତୁରନ୍ତ ରକେଟରୁ ଅଲଗା କରି ପୃଥିବୀକୁ ନିରାପଦ ଫେରାଇ ଆଣିହେବ I ଏହା  ମହାକାଶଚାରୀମାନଙ୍କୁ କୌଣସି ଜରୁରୀ କାଳୀନ ପରିସ୍ଥିତିରେ ସହାୟତା ପ୍ରଦାନ କରୁଥିବା ଅଭିଯାନର ଏକ ମୁଖ୍ୟ ସୁରକ୍ଷା ବ୍ୟବସ୍ଥା ଯାହା ପ୍ରକୃତ ପ୍ରକ୍ଷେପଣ ସମୟରେ ସୁଚାରୁ କାର୍ଯ୍ୟକ୍ରମ କରିବା ନିହାତି ଆବଶ୍ୟକ, କାରଣ ଯାନ ସ୍ଥିତ ମହାକାଶଚାରୀଙ୍କ ସୁରକ୍ଷା କ୍ଷେତ୍ରରେ କୌଣସି ସାଲିସ କରାଯାଇ ପାରିବ ନାହିଁ I ଇସ୍ରୋର ଏହି ପରୀକ୍ଷଣ ଅନୁଯାୟୀ, ଶ୍ରୀହରିକୋଟା ସ୍ଥିତ ସତୀଶ ଧାବନ ଅନ୍ତରୀକ୍ଷ କେନ୍ଦ୍ରରୁ ମାନବ ବିହୀନ ଏକ ଯାତ୍ରୀ କ୍ୟାପସୁଲ ବହନ କରୁଥିବା ଗୋଟଏ ତରଳ ଇଞ୍ଜିନ ଚାଳିତ ଏକ-ପର୍ଯ୍ୟାୟ ବିଶିଷ୍ଟ ରକେଟ 'TV D1&

ବିଜ୍ଞାନ କୁଇଜ୍ : ବିଶ୍ୱ ବିଖ୍ୟାତ ବୈଜ୍ଞାନିକ

                                                         ବିଜ୍ଞାନ କୁଇଜ୍ : ବିଶ୍ୱ ବିଖ୍ୟାତ ବୈଜ୍ଞାନିକ ନିକୁଞ୍ଜ ବିହାରୀ ସାହୁ   ( ସମସ୍ତ ପ୍ରଶ୍ନର ଉତ୍ତର ଦିଅନ୍ତୁ I ନିଜର ଉତ୍ତରକୁ ପ୍ରତି ପ୍ରଶ୍ନ ତଳେ ଥିବା ସମ୍ଭାବ୍ୟ ଉତ୍ତର ମଧ୍ୟରୁ ବାଛନ୍ତୁ I ନିଜ ଉତ୍ତରର ସତ୍ୟତା ନିମନ୍ତେ ତଳେ ଥିବା ଉତ୍ତର ସ୍ତମ୍ଭକୁ ଦେଖନ୍ତୁ I     1. ସ୍ୱିଡେନ ଦେଶରେ  ଜନ୍ମ ଗ୍ରହଣ କରିଥିବା ଏହି ବୈଜ୍ଞାନିକ ବୄତ୍ତିରେ ଜଣେ ଡାକ୍ତର ଥିଲେ I ମାତ୍ର ଉଦ୍ଭିଦ ଜଗତ ଉପରେ ତାଙ୍କର ଗଭୀର ଆଗ୍ରହ ଥିଲା I ସେ ଜଣେ ଧନୀ ପଦାଧିକାରୀଙ୍କ ପାରିବାରିକ ଡାକ୍ତର ରୂପେ ଚାକିରୀ କରୁଥିବା ସମୟରେ ମାଲିକଙ୍କ ବଗିଚାରେ ଥିବା ଉଦ୍ଭିଦମାନଙ୍କର ବିବିଧତାକୁ ଗଭୀର ଭାବେ ଅନୁଧ୍ୟାନ କରିଥିଲେ I   ସେ ନିଜର ସିସ୍ଟେମା ନେଚୁରେ ( System a Naturae) ଗ୍ରନ୍ଥ ପାଇଁ ବିଶ୍ୱ ବିଖ୍ୟାତ ଯେଉଁଥିରେ ସେ ଜଣାଥିବା ଉଦ୍ଭିଦମାନଙ୍କର ଶ୍ରେଣୀବିଭାଗ ଓ ନାମକରଣ କରିଥିଲେ ଯାହା ଫଳରେ ଉଦ୍ଭିଦମାନଙ୍କୁ ଚିହ୍ନଟ କରିବା ସହଜସାଧ୍ୟ ହୋଇଥିଲା I କ) ଆଣ୍ଟୋନୀ ଭନ୍ ଲିୱେନ୍ ହକ୍ ଖ) କାରୋଲସ୍ ଲିନିୟସ୍ ଗ) ଜନ୍ ଡାଲଟନ ଘ) ଚାର୍ଲସ୍ ଡାରୱିନ୍ 2. ସେ 1766 ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡର ଏକ ଦରିଦ୍ର ପରିବାରରେ ଜନ୍ମ ଗ୍ରହଣ କରିଥିଲେ I ମାତ୍ର 12 ବର୍ଷ ବୟସରେ ସେ ଜଣେ ଶିକ୍ଷକ ରୂପେ ବୄତ୍ତି ଆରମ୍ଭ କରିଥିଲେ I ସେ 27 ବର୍ଷ ବୟସରେ ମାଞ୍ଚେଷ୍

ANIMALS FROM THE LOST WORLD

Image
ANIMALS FROM THE LOST WORLD Nikunja Bihari Sahu      The story dates back to nearly 200 to 145  million years from now when our Earth was just a baby and great land masses were colliding to form countries and continents. Volcanoes were spewing out gases and meteors blazed the sky.   Lightning flashed incessantly and thunders reverberated the ambience. Under these uncanny and hostile conditions of nature, lived a vast number of strange animals on our planet. These majestic animals ruled our Earth for a very long period of 165 million years. Nobody has seen them in flesh and blood nor met them ever as all of them had gone extinct in the course of evolution. These are our ancestors, the majestic reptiles called  Dinosaurs. Only their fossil remains discovered from various places of the world provide tell-tale eviden