ବିଜ୍ଞାନ କୁଇଜ୍ : ବିଶ୍ୱ ବିଖ୍ୟାତ ବୈଜ୍ଞାନିକ SCIENCE QUIZ: WORLD FAMOUS SCIENTISTS
ବିଜ୍ଞାନ କୁଇଜ୍ : ବିଶ୍ୱ ବିଖ୍ୟାତ ବୈଜ୍ଞାନିକ
ନିକୁଞ୍ଜ ବିହାରୀ ସାହୁ
(ସମସ୍ତ ପ୍ରଶ୍ନର ଉତ୍ତର ଦିଅନ୍ତୁ I ନିଜର ଉତ୍ତରକୁ ପ୍ରତି ପ୍ରଶ୍ନ ତଳେ ଥିବା ସମ୍ଭାବ୍ୟ ଉତ୍ତର ମଧ୍ୟରୁ ବାଛନ୍ତୁ I ନିଜ ଉତ୍ତରର ସତ୍ୟତା ନିମନ୍ତେ ତଳେ ଥିବା ଉତ୍ତର ସ୍ତମ୍ଭକୁ ଦେଖନ୍ତୁ I
1. ସ୍ୱିଡେନ ଦେଶରେ ଜନ୍ମ ଗ୍ରହଣ କରିଥିବା ଏହି ବୈଜ୍ଞାନିକ ବୄତ୍ତିରେ ଜଣେ ଡାକ୍ତର
ଥିଲେ I ମାତ୍ର ଉଦ୍ଭିଦ ଜଗତ ଉପରେ ତାଙ୍କର ଗଭୀର ଆଗ୍ରହ
ଥିଲା I ସେ ଜଣେ ଧନୀ ପଦାଧିକାରୀଙ୍କ ପାରିବାରିକ ଡାକ୍ତର
ରୂପେ ଚାକିରୀ କରୁଥିବା ସମୟରେ ମାଲିକଙ୍କ ବଗିଚାରେ ଥିବା ଉଦ୍ଭିଦମାନଙ୍କର ବିବିଧତାକୁ ଗଭୀର
ଭାବେ ଅନୁଧ୍ୟାନ କରିଥିଲେI ସେ ନିଜର ସିସ୍ଟେମା ନେଚୁରେ ( Systema Naturae) ଗ୍ରନ୍ଥ ପାଇଁ ବିଶ୍ୱ ବିଖ୍ୟାତ ଯେଉଁଥିରେ ସେ ଜଣାଥିବା ଉଦ୍ଭିଦମାନଙ୍କର ଶ୍ରେଣୀବିଭାଗ
ଓ ନାମକରଣ କରିଥିଲେ ଯାହା ଫଳରେ ଉଦ୍ଭିଦମାନଙ୍କୁ ଚିହ୍ନଟ କରିବା ସହଜସାଧ୍ୟ ହୋଇଥିଲା I
କ) ଆଣ୍ଟୋନୀ ଭନ୍ ଲିୱେନ୍ ହକ୍
ଖ) କାରୋଲସ୍ ଲିନିୟସ୍
ଗ) ଜନ୍ ଡାଲଟନ
ଘ) ଚାର୍ଲସ୍ ଡାରୱିନ୍
2. ସେ 1766 ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡର
ଏକ ଦରିଦ୍ର ପରିବାରରେ ଜନ୍ମ ଗ୍ରହଣ କରିଥିଲେ I ମାତ୍ର 12 ବର୍ଷ
ବୟସରେ ସେ ଜଣେ ଶିକ୍ଷକ ରୂପେ ବୄତ୍ତି ଆରମ୍ଭ କରିଥିଲେ I ସେ 27 ବର୍ଷ
ବୟସରେ ମାଞ୍ଚେଷ୍ଟରଠାରେ ଏକ କଲେଜରେ ରସାୟନ ବିଜ୍ଞାନରେ ଅଧ୍ୟାପନା କରୁଥିଲେ ଯେଉଁଠି ସେ
ଅଧିକାଂଶ ସମୟରେ ଶିକ୍ଷାଦାନ ଓ ଗବେଷଣାରେ ନିୟୋଜିତ ରହୁଥିଲେ I ସେ
1803 ଖ୍ରୀଷ୍ଟାବ୍ଦରେ ନିଜର ଯୁଗାନ୍ତକାରୀ ' ପରମାଣୁ ତତ୍ତ୍ୱ' ପ୍ରଦାନ କରିଥିଲେ ଯାହା
ପଦାର୍ଥର ଅଧ୍ୟୟନ ପାଇଁ ଏକମୌଳିକ ତଥା ମହତ୍ତ୍ୱପୂର୍ଣ୍ଣ ସିଦ୍ଧାନ୍ତ ରୂପେ ସାବ୍ୟସ୍ତ ହୋଇଥିଲା I
କ) ସାର୍ ଆଇଜାକ ନିଉଟନ୍
ଖ) ଜେମସ୍ ପ୍ରେସ୍କଟ୍ ଜୁଲ୍
ଗ) ଜନ୍ ଡାଲଟନ
ଘ) ଜେ.ଜେ. ଟମସନ୍
3. ଏହି ପ୍ରସିଦ୍ଧ ବ୍ରିଟିଶ ପଦାର୍ଥ ବିଜ୍ଞାନୀଙ୍କ ଜନ୍ମ
1856 ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡର ମାଞ୍ଚେଷ୍ଟରଠାରେ ହୋଇଥିଲା I ବିଫ଼୍ୟୁତ୍ ଚାର୍ଜର କ୍ଷୁଦ୍ରତମ
ଏକକ ଇଲେକ୍ଟ୍ରନର ସନ୍ଧାନ କରିଥିବାରୁ ତା'ଙ୍କୁ 1906 ମସିହାରେ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ମିଳିଥିଲା I ସେ ଦୀର୍ଘ 35 ବର୍ଷ ଧରି କେମ୍ବ୍ରିଜର ଗବେଷଣାଗାରରେ ନିର୍ଦ୍ଦେଶକ ଥିଲେ ଏବଂ ତାଙ୍କ ଅଧୀନରେ ଗବେଷଣା କରି ସମୁଦାୟ 7 ଜଣ ସହଯୋଗୀ
ପରବର୍ତ୍ତୀ ସମୟରେ ନୋବେଲ୍ ପୁରସ୍କାର ଲାଭ କରିଥିଲେ I
କ) ସାର୍ ଆଇଜାକ ନିଉଟନ୍
ଖ) ଜେମସ୍ ପ୍ରେସ୍କଟ୍ ଜୁଲ୍
ଗ) ଜନ୍ ଡାଲଟନ
ଘ) ଜେ.ଜେ. ଟମସନ୍
4. ସେ ଜଣେ ପ୍ରତିଭାଶାଳୀ ବ୍ରିଟିଶ ପଦାର୍ଥ ବିଜ୍ଞାନୀ I ସେ ନିଜର ବିଦ୍ୟୁତ୍
ତଥା ତାପ-ବିଜ୍ଞାନ ଗବେଷଣା ପାଇଁ ବିଶ୍ୱ ବିଖ୍ୟାତI ସେ ବିଦ୍ୟୁତ୍
ପ୍ରବାହ ଦ୍ୱାରା ଉତ୍ପନ୍ନ ତାପୀୟ ପ୍ରଭାବ
ସମ୍ପର୍କରେ ନିୟମ ପ୍ରଣୟନ କରିଥିଲେ I ସେ 'ଶକ୍ତିର ସଂରକ୍ଷଣ'
ନିୟମକୁ ଏକ ଉଚ୍ଚକୋଟୀର ପରୀକ୍ଷା ମାଧ୍ୟମରେ ପ୍ରମାଣ କରିଥିଲେ I ସେ
ମଧ୍ୟ ତାପର ଯାନ୍ତ୍ରିକ ତୁଲ୍ୟାଙ୍କ ( Mechanical Equivalent of Heat) ର ମୁଲ୍ୟ ନିରୂପଣ କରିଥିଲେ I ଏବେ 'ଶକ୍ତି' ତଥା 'ତାପ'ର ଏକ ଏକକକୁ ତାଙ୍କର ନାମ ଅନୁସାରେ ନାମିତ ରେ ନାମିତ କରା
ଯାଇଛି I
କ) ସାର୍ ଆଇଜାକ ନିଉଟନ୍
ଖ) ଜେମସ୍ ପ୍ରେସ୍କଟ୍ ଜୁଲ୍
ଗ) ଜନ୍ ଡାଲଟନ
ଘ) ଜେ.ଜେ. ଟମସନ୍
5. ସେ
1789 ଖ୍ରୀଷ୍ଟାବ୍ଦରେ ଜର୍ମାନୀରେ ଜନ୍ମ ଗ୍ରହଣ କରିଥିବା ଜଣେ ପଦାର୍ଥ ବିଜ୍ଞାନୀI ସେ
ବୄତ୍ତିରେ ଜଣେ ସ୍କୁଲ୍ ଶିକ୍ଷକ ଥିଲେI ମାତ୍ର ବିଦ୍ୟୁତ୍ ସମ୍ପର୍କରେ
ତାଙ୍କର ଗଭୀର ଆଗ୍ରହ ଥିଲା I ସେ ଭୋଲଟା ଆବିଷ୍କାର କରିଥିବା
ବ୍ୟାଟେରୀକୁ ନେଇ ନିଜ ହାତ ତିଆରି କିଛି ଉପକରଣ
ଜରିଆରେ ଗୋଟିଏ ପରିପଥରେ ପ୍ରଯୁକ୍ତ
ବିଭବାନ୍ତର ସହିତ ପ୍ରବାହିତ ବିଦ୍ୟୁତ ସ୍ରୋତର ସମ୍ପର୍କକୁ ଏକ ସରଳ ନିୟମ ଆକାରରେ ପ୍ରଦାନ କରିଥିଲେ I ଏହା ପରବର୍ତ୍ତୀ ସମୟରେ ଚଳ-ବିଦ୍ୟୁତ ବିଜ୍ଞାନର ଏକ ମୌଳିକ ଓ ମହତ୍ତ୍ୱପୂର୍ଣ୍ଣ
ନିୟମ ରୂପେ ସାବ୍ୟସ୍ତ ହୋଇ ବିଦ୍ୟୁତ ପରିପଥର ବିଶ୍ଳେଷଣର ମୂଳ ଆଧାର ରୂପେ ପରିଗଣିତ ହେଲା I
କ) ସାର୍ ଆଇଜାକ ନିଉଟନ୍
ଖ) ଜେମସ୍ ପ୍ରେସ୍କଟ୍ ଜୁଲ୍
ଗ) ହେନେରିଜ ହର୍ଜ
ଘ) ଜର୍ଜ ସାଇମନ୍ ଓମ୍
6. ସେ ନେଦରଲାଣ୍ଡ ଦେଶରେ ଜନ୍ମ ଗ୍ରହଣ କରିଥିବା ଏକାଧାରରେ ଜଣେ
ପ୍ରସିଦ୍ଧ ଗଣିତଜ୍ଞ, ଜ୍ୟୋତିର୍ବିଜ୍ଞାନୀ ଓ ପଦାର୍ଥ ବିଜ୍ଞାନୀ I ସେ ପ୍ରଥମେ ନିଜ
ଦୂରବୀକ୍ଷଣ ଯନ୍ତ୍ରରେ ଶନି ଗ୍ରହକୁ ଲକ୍ଷ୍ୟକରି
ଏହା ଚାରିପଟେ ଏକ ବଳୟ ଘେରି ରହି ଥିବାର ସ୍ପଷ୍ଟ କହିଥିଲେ I ସେ ଶନି ଗ୍ରହର ବୄହତ୍ତମ ଉପଗ୍ରହ ଟାଇଟାନ୍ କୁ ମଧ୍ୟ
ଆବିଷ୍କାର କରିଥିଲେ I ସେ ମଧ୍ୟ ସର୍ବପ୍ରଥମେଏକ 'ପେଣ୍ଡୁଲମ୍ ଘଣ୍ଟା' ନିର୍ମାଣ କରିଥିଲେI ମାତ୍ର ବିଜ୍ଞାନ ଜଗତକୁ ତାଙ୍କର ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ଅବଦାନ ହେଲା ଆଲୋକର
ତରଙ୍ଗ ତତ୍ତ୍ୱ ପ୍ରଦାନ I
କ) ଖ୍ରୀଷ୍ଟିୟାନ ହାଇଜେନସ୍
ଖ) ସାର୍
ହମ୍ପ୍ରେ ଡେଭି
ଗ) ଥୋମାସ୍ ୟଙ୍ଗ୍
ଘ) ଜେମସ୍ କ୍ଲାର୍କ ମାକ୍ସୱେଲ
7. ଏହି ପ୍ରସିଦ୍ଧ ବ୍ରିଟିଶ ରସାୟନ ବିଜ୍ଞାନୀ ଲଣ୍ଡନର ରୟାଲ
ଇନଷ୍ଟିଚୁସନର ଜଣେ ଅଧ୍ୟାପକ ଥିଲେ I ବିଜ୍ଞାନ ଉପରେ ତା'ଙ୍କର ଚିତ୍ତାକର୍ଷକ ଭାଷଣ ଶୁଣିବା ପାଇଁ ଶ୍ରୋତାଙ୍କ
ପ୍ରବଳ ଭିଡ ଜମୁଥିଲା I ସେ ବିଦ୍ୟୁତ ବିଶ୍ଳେଷଣ ପଦ୍ଧତି ଜରିଆରେ ଏବେ ଜଣା ଥିବା
ଅଧିକାଂଶ କ୍ଷାରୀୟ ଧର୍ମ ବିଶିଷ୍ଟ ଧାତୁ ଯଥା ସୋଡିୟମ୍, ପଟାସିୟମ୍, ବେରିୟମ୍, ଷ୍ଟ୍ରଂସିୟମ୍ ,
କ୍ୟାଲସିୟମ୍, ମାଗ୍ନେସିୟମ୍ ଆଦି ଆବିଷ୍କାର କରିଥିଲେ I ତା'ଙ୍କୁ
ବ୍ରିଟେନର ଜଣେ ଅଗ୍ରଗଣ୍ୟ ବୈଜ୍ଞାନିକ ରୂପେ ସ୍ୱୀକୄତି ସ୍ୱରୂପ 1812 ଖ୍ରୀଷ୍ଟାବ୍ଦରେ 'ନାଇଟ୍'
ଉପାଧିରେ ଭୂଷିତ କରାଯା ଥିଲା I ସେ ମଧ୍ୟ ଖଣି ଶ୍ରମିକଙ୍କ ନିମନ୍ତେ ଏକ 'ନିରାପଦ ବତୀ'
ଉଦ୍ଭାବନ କରିଥିଲେ I
କ) ମାଇକେଲ ଫାରାଡେ
ଖ) ସାର୍ ହମ୍ପ୍ରେ ଡେଭି
ଗ) ଜନ୍ ଡାଲଟନ
ଘ) ସାର୍ ଉଇଲିୟମ୍ ରାମସେ
8. ସେ ଜର୍ମାନୀର ଜଣେ ପ୍ରଖ୍ୟାତ ପରମାଣୁ ବିଜ୍ଞାନୀ I ମାତ୍ର
ଯୁକ୍ତରାଷ୍ଟ୍ର ଆମେରିକା ତାଙ୍କର ମୂଖ୍ୟ କର୍ମକ୍ଷେତ୍ର ଥିଲା I ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ପରମାଣୁ ବୋମା
ପ୍ରସ୍ତୁତି କ୍ଷେତ୍ରରେ ତାଙ୍କର ମୂଖ୍ୟ ଦାୟିତ୍ୱ ଥିଲା I ତାଙ୍କର
ଗବେଷଣା ମୂଖ୍ୟତଃ ପରମାଣୁର ନିଉକ୍ଲିୟସ୍ ଉପରେ କେନ୍ଦ୍ରିତ ଥିଲା I ତାଙ୍କର
ବିଜ୍ଞାନ ଜଗତକୁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଅବଦାନ ଥିଲା ତାରକାମାନଙ୍କ ଶକ୍ତିର ଉତ୍ସ ସମ୍ପର୍କରେ
ଗବେଷଣା I ସେ ତାରକାମାନଙ୍କର ଶକ୍ତି ଉତ୍ସ ପାରମ୍ପାରିକ ପରିବର୍ତ୍ତେ
ନାଭିକୀୟ ( Nuclear ) ବୋଲି ପ୍ରସ୍ତାବନା କରିଥିଲେ I ସେଥିପାଇଁ ପରବର୍ତ୍ତୀ ସମୟରେ ତାଙ୍କୁ ନୋବେଲ ପୁରସ୍କାର ମିଳିଥିଲା I
କ) ହାନସ୍ ବେଥେ
ଖ) ସାର୍ ହମ୍ପ୍ରେ ଡେଭି
ଗ) ଆଲବର୍ଟ ଆଇନିଷ୍ଟାଇନ୍
ଘ) ଜର୍ଜ ସାଇମନ୍ ଓମ୍
9. ସେ 1831 ଖ୍ରୀଷ୍ଟାବ୍ଦରେ ସ୍ୱିଡେନ୍ ରେ ଜନ୍ମ ଗ୍ରହଣ
କରିଥିବା ଜଣେ ପ୍ରସିଦ୍ଧ ରସାୟନ ବିଜ୍ଞାନୀ I ତା'ଙ୍କ ପିତାଙ୍କର ଗୋଟିଏ ରସାୟନ ଶିଳ୍ପ କାରଖାନା
ଥିଲା ଯେଉଁଠି ସେ ବିଭିନ୍ନ ବିସ୍ଫୋରକ ପଦାର୍ଥର
ପ୍ରସ୍ତୁତି ଓ ଧର୍ମ ଉପରେ ପରୀକ୍ଷା ନିରୀକ୍ଷା କରୁଥିଲେ I 1864 ଖ୍ରୀଷ୍ଟାବ୍ଦରେ ଏହି କାରଖାନାରେ ଏକ ଦୁର୍ଘଟଣା
ଘଟିଥିଲା ଯେଉଁଥିରେ ତା'ଙ୍କ ସାନଭାଇଙ୍କ ମୄତ୍ୟୁ ଘଟିଥିଲା I ସେ ନାଇଟ୍ରୋ ଗ୍ଲିସେରିନ୍ ର ଏକ ନୂତନ ରୂପ ବିସ୍ଜିଷ୍ଟ
ପଦାର୍ଥ ପ୍ରସ୍ତୁତି କରିଥିଲେ ଯାହା ଯଥେଷ୍ଟ ନିରାପଦ ଓ ବ୍ୟବହାରିକ ଦୃଷ୍ଟିରୁ ସୁବିଧାଜନକ
ହୋଇଥିଲା I ଏହା ପରବର୍ତ୍ତୀ ସମୟରେ ଏକ ଅତି ପ୍ରସିଦ୍ଧ ବିସ୍ଫୋରକ
ପଦାର୍ଥ ରୂପରେ ପରିଗଣିତ ହୋଇ ମନୁଷ୍ୟ ସେବାରେ
ନିୟୋଜିତ ହୋଇଥିଲାI ଏହି ସୁନାମଧନ୍ୟ ବୈଜ୍ଞାନିକଙ୍କ ନାମରେ ବିଭିନ୍ନ
ଆବିଷ୍କାର ଉଦ୍ଭାବନ ପାଇଁ ସମୁଦାୟ 355 ଟି ପାଟେଣ୍ଟ ରହିଛି I
କ) ସାର୍ ହମ୍ପ୍ରେ ଡେଭି
ଖ) ସାର୍ ଆଲଫ୍ରେଡ ନୋବେଲ
ଗ) ଆଲେକଜାଣ୍ଡର ଭୋଲଟା
ଘ) ଥୋମାସ୍ ଆଲଭା ଏଡିସନ୍
10. ସେ 1791 ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡରେ ଜନ୍ମ ଗ୍ରହଣକରିଥିବା ଜଣେ ପ୍ରସିଦ୍ଧ ବୈଜ୍ଞାନିକ I ସେ ଏକ ଦରିଦ୍ର ପରିବାରରେ ଜନ୍ମ ଗ୍ରହଣ କରିଥିଲେ I ସେ ପ୍ରଥମେ ଏକ ବହି ବନ୍ଧାଳିରୁ ନିଜର ବୄତ୍ତି ଆରମ୍ଭ କରିଥିଲେ I ପରବର୍ତ୍ତୀ ସମୟରେ ସେ ସୁନାମଧନ୍ୟ ବୈଜ୍ଞାନିକ ସାର୍ ହମ୍ପ୍ରେ ଡେଭିଙ୍କ ଅଧୀନରେ ଗବେଷଣା କରିବାର ସୁଯୋଗ ଲାଭ କରିଥିଲେ I ସେ ବିଦ୍ୟୁତ୍ ରସାୟନ ବିଷୟ ଉପରେ ଗବେଷଣା କରି ବିଦ୍ୟୁତ୍ ବିଶ୍ଳେଷଣ ପ୍ରକ୍ରିୟାର ନିୟମମାନ ପ୍ରଣୟନ କରିଥିଲେ I ମାତ୍ର ବିଜ୍ଞାନ ଜଗତକୁ ତାଙ୍କର ସର୍ବଶ୍ରେଷ୍ଠ ଅବଦାନ ଥିଲା ' ବିଦ୍ୟୁତ୍ ଚୁମ୍ବକୀୟ ପ୍ରେରଣ' ପ୍ରଭାବ ଆବିଷ୍କାର ଯାହାକୁ ଭିତ୍ତି କରି ଏବେ ବିଦ୍ୟୁତ୍ ଜେନେରେଟରମାନ ନିର୍ମାଣ କରାଯାଇ ବିଦ୍ୟୁତ୍ ଶକ୍ତିର ଅସରନ୍ତି ଉତ୍ସ ଉନ୍ମୋଚିତ ହୋଇ ପାରିଛି I ବିଦ୍ୟୁତ୍ କ୍ଷେତ୍ରରେ ଏହି ମହତ୍ତ୍ୱପୂର୍ଣ୍ଣ ଅବଦାନ ପାଇଁ ତା'ଙ୍କୁ 'ବିଦ୍ୟୁତ୍ ଶକ୍ତିର ଜନକ' ବୋଲି କୁହାଯାଏ I
କ) ମାଇକେଲ୍ ଫାରାଡେ
ଖ) ସାର୍ ଆଲଫ୍ରେଡ ନୋବେଲ
ଗ) ଆଲେକଜାଣ୍ଡର ଭୋଲଟା
ଘ) ଥୋମାସ୍ ଆଲଭା ଏଡିସନ୍
ଊତ୍ତର
1)ଖ, 2)ଗ, 3)ଘ,
4)ଖ, 5)ଘ, 6)କ,
7)ଖ, 8)କ, 9)ଖ,
10)କ
ବିଶେଷ ଦ୍ରଷ୍ଟବ୍ୟ:
ଏହି କୁଇଜ୍କୁ ଏକ ଗୁଗଲ୍ ଫର୍ମ ଆଧାରିତ ପୄଷ୍ଠଭୂମିରେ ଖେଳି ନିଜର ମୂଲ୍ୟାୟନ ଜାଣିବାକୁ ହେଲେ କମ୍ପୁଟର
କିମ୍ବା ସ୍ମାର୍ଟ ଫୋନର ଗୁଗଲ୍ ସାଇଟ୍ ରେ ନିମ୍ନ ଲିଙ୍କ୍ କୁ ଲେଖି ତା' ଉପରେ କ୍ଲିକ୍ କରନ୍ତୁ:
https://tinyurl.com/bigyana-quiz
ଏଜୁକେଶନ୍ ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଫୋନ୍ : 8917637974
Bigyana Diganta April 2026
Link: https://drive.google.com/file/d/1qqqiHlXW9hlvsKhwm7aU258qnjmoNcLA/view?usp=sharing
Comments
Post a Comment