Posts

Showing posts from August, 2021

ସ୍ୱର୍ଣ୍ଣିମ ପ୍ରକ୍ଷେପଣ ପଛରେ ବିଜ୍ଞାନ

Image
                                                                                       ଗତ ଟୋକିଓ ଅଲମ୍ପିକରେ ଭାରତର ନୀରଜ ଚୋପ୍ରା 87.58 ମିଟର ଦୂରତାକୁ ଜାଭେଲିନ୍ ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିବା ପରଠାରୁ ଆମ ଦେଶରେ ଜାଭେଲିନ୍ ପ୍ରକ୍ଷେପଣ ଖେଳ ସମ୍ପର୍କରେ ଗଭୀର ଆଗ୍ରହ ଓ କୌତୁହଳ ସୄଷ୍ଟି ହୋଇଛି I ଜାଭେଲିନ୍ ଆମ ଦେଶର ଏକ ପାରମ୍ପାରିକ ଖେଳ I ଜାଭେଲିନ୍ କୁ ଆମ ଦେଶରେ ସାଧାରଣତଃ ବର୍ଛା କିମ୍ବା ଭାଲ୍ଲା ବୋଲି କୁହାଯାଏ I ପୂର୍ବେ ରାଜା ମହାରାଜାମାନେ ଅବସର ସମୟରେ ଏହି ବର୍ଛା ଫିଙ୍ଗା ଖେଳରେ ଭାଗ ନେଉଥିଲେ ଏବଂ ଯୁଦ୍ଧ ସମୟରେ ରାଜାଙ୍କର ଏକ ସ୍ୱତନ୍ତ୍ର ବର୍ଛାଫିଙ୍ଗା ବାହିନୀ ଥିଲା ଯାହା ଯୁଦ୍ଧର ପରିଣତି ନିର୍ଦ୍ଧାରଣ କରିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଥିଲା I ଜାଭେଲିନ୍ ଫିଙ୍ଗାରେ ଏବେ ବିଶ୍ୱ ରେକର୍ଡ ହେଉଛି 98.48 ମିଟର ଯାହା ଚେକୋସ୍ଲୋଭାକିଆର ଖେଳାଳୀ ଜାନ୍ ଜେଲେନି ( Jan Železný ) 1996 ମସିହା ଆଟଲାଣ୍ଟା ଅଲମ୍ପିକ୍ସ ପ୍ରତିଯୋଗିତାରେ ପ୍ରତିଷ୍ଠା କରିଥିଲେ I ଇତିହାସ      ଜାଭେଲିନ୍ ଖେଳ ପ୍ରଥମେ ଗ୍ରୀସ୍ ର ପ୍ରାଚୀନ ଅଲମ୍ପିକ ଖେଳରେ ଖ୍ରୀଷ୍ଟପୂର୍ବ 708ରେ ପାଞ୍ଚୋଟି ଖେଳ ( Pentathlon) ମଧ୍ୟରୁ ଅନ୍ୟତମ ବିଭାଗ ରୂପେ ଅନ୍ତର୍ଭୁକ୍ତ ହୋଇଥିଲା I ଉନ୍ନବିଂଶ ଶତାବ୍ଦୀର ମଧ୍ୟଭାଗ ପରଠାରୁ ଏହା ୟୁରୋପର ବିଭିନ୍ନ ଦେଶ ଯଥା ଜର୍ମାନୀ, ସ୍ୱିଡେନ୍ ଓ ଫିନଲାଣ