ଉତ୍ତପ୍ତ ଗ୍ରୀଷ୍ମ ରୁତୁ ଏବଂ ଏଲ୍ ନିନୋ EL NINO
ଉତ୍ତପ୍ତ ଗ୍ରୀଷ୍ମ ରୁତୁ ଏବଂ ଏଲ୍ ନିନୋ ନିକୁଞ୍ଜ ବିହାରୀ ସାହୁ ଗତ କିଛି ବର୍ଷ ଧରି ପୃଥିବୀର ଜଳବାୟୁରେ ଅସ୍ୱାଭାବିକ ପରିବର୍ତ୍ତନ ଦେଖାଯାଉଛି। ଏହାର ପ୍ରଭାବ ଭାରତ ଏବଂ ଓଡ଼ିଶାରେ ମଧ୍ୟ ସ୍ପଷ୍ଟ ଭାବେ ପରିଲକ୍ଷିତ ହେଉଛି। ଏହି ଗ୍ରୀଷ୍ମ ରୁତୁରେ ବିଶ୍ୱ ସାରା ଅସହ୍ୟ ଗରମ ଅନୁଭୂତ ହେଉଛି I ଏହା ପଛରେ ଏଲ ନିନୋର ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଛି ବୋଲି ପାଣିପାଗ ବିଜ୍ଞାନୀମାନେ ମତପ୍ରକାଶ କରୁଛନ୍ତି I ଦ୍ରୁତ ଗତିରେ ବିକଶିତ ହେଉଥିବା ଏବେକାର ଅଭୂତପୂର୍ବ ଏଲ୍ ନିନୋ ଘଟଣା ବାୟୁମଣ୍ଡଳୀୟ ତାପମାତ୍ରା ବୃଦ୍ଧିକୁ ତ୍ୱରାନିତ କରୁଛି। ଏହି ଜଳବାୟୁ ଚକ୍ର ସାଧାରଣତଃ ଉଷ୍ମ ସମୁଦ୍ର ଜଳକୁ ସଞ୍ଚାଳନ କରୁଥିବା ବାଣିଜ୍ୟ ପବନକୁ ଦୁର୍ବଳ କରି ବାୟୁମଣ୍ଡଳକୁ ବିପୁଳ ପରିମାଣର କ୍ରାନ...