Posts

Showing posts from May, 2022

ପ୍ରକୄତି ସହ ଚିରସ୍ଥାୟୀ ସହାବସ୍ଥାନର ସନ୍ଧାନେ

Image
  ପ୍ରକୄତି ସହ ଚିରସ୍ଥାୟୀ ସହାବସ୍ଥାନର ସନ୍ଧାନେ                                                                                   ନିକୁଂଜ ବିହାରୀ ସାହୁ         ଆମର ପରିବେଶ ଏକ ଜଟିଳ ଗତିଶୀଳ  ବ୍ୟବସ୍ଥା I ଏହା ଉଭୟ ସଜୀଵ ଓ ନିର୍ଜୀବ  ଉପାଦାନକୁ ନେଇ ଗଢା I ସଜୀବ ବସ୍ତୁମାନଙ୍କ ମଧ୍ୟରେ ପ୍ରାଣୀ ଓ ଉଦ୍ଭିଦ ଅନ୍ତର୍ଭୁକ୍ତ ଥିଲାବେଳେ ନିର୍ଜୀଵ ବସ୍ତୁମାନଙ୍କ ମଧ୍ୟରେ ବାୟୁ, ଜଳ ଓ ମୄତ୍ତିକା ଇତ୍ୟାଦିକୁ ବିଚାର କରାଯାଏ I ଏକ ପରିବେଶରେ ଥିବା  ବିଭିନ୍ନ ଉପାଦାନମାନଙ୍କ  ମଧ୍ୟରେ ଶକ୍ତି ଓ ପଦାର୍ଥର  ବିନିମୟ ଘଟିଥାଏ I ଆମେ କିଛି ପଦାର୍ଥ ପରିବେଶରୁ ଗ୍ରହଣ କରୁଥିଲାବେଳେ ଆଉ କିଛି ପଦାର୍ଥ ପରିବେଶକୁ ପ୍ରଦାନ କରିଥାଉ I ଉଦାହରଣ ସ୍ୱରୂପ, ଆମେ ପରିବେଶରୁ ମୁଖ୍ୟତଃ ଖାଦ୍ୟ, ଜଳ, ବାୟୁ, ଉତ୍ତାପ ଆଦି ନେଉଥିଲାବେଳେ ପରିବେଶକୁ ଅଙ୍ଗାରକାମ୍ଳ ଗ୍ୟାସ ଭଳି କିଛି ପଦାର୍ଥ ନିର୍ଗତ କରିଥାଉ I ଆମେ ପରିବେଶରୁ ନେଉଥିବା ଓ ପରିବେଶକୁ ଦେଉଥିବା ପଦାର୍ଥ ମଧ୍ୟରେ ଏକ ସନ୍ତୁଳନ ସ୍ଥିତି ସୄଷ୍ଟି ହୋଇ ଆମ ଜୀବମଣ୍ଡଳରେ  ଜୀବନ ବଞ୍ଚିବା ପାଇଁ ଏକ ସୁହନୀୟ ପରିସ୍ଥିତି ସୃଷ୍ଟି ହୁଏ I  ଏଥି ମଧ୍ୟରୁ ଏକ ପରିସ୍ଥିତି ହେଉଛି ପୄଥିବୀର ହାରାହାରି ତାପମାତ୍ରା ଯାହା 15 ଡିଗ୍ରୀ ସେଲସିୟସ ମଧ୍ୟରେ ସୀମିତ ରହିଥାଏ I ଏହି ମୃଦୁ  ତାପମାତ୍ରାରେ ହିଁ ପୃଥିବୀରେ ବିଶାଳ ବିବିଧତା ବିଶିଷ୍ଟ ଏକ ଜୀବଜଗତ ଗଢି ଉଠିଛି I    

NEED FOR TECHNOLOGICAL INNOVATIONS IN POST-POKHRAN ERA

Image
          The series of nuclear tests detonated by India on 11th May 1998 under the name Operation Shakti in the Pokhran range of the Indian army in the deserts of Rajasthan was a stupendous feat to have been accomplished. The tests achieved their main objective of giving India the capability to build both  fission and  thermo-nuclear weapons  with yields up to 200  kilotons  capacity sufficient to deter the enemy . This has several implications: Firstly, India became a nuclear power to enter the world nuclear club as the sixth nation after the USA, Russia, China, Britain and France and established itself as a formidable world power to be reckoned with.  Secondly, while the nuclear programmes of some countries are clandestine and acquired by unscrupulous methods,   the Indian tests came as an offshoot of a well established scientific research base in the country with a legacy of many brilliant nuclear physicists founded by  Bhaba. Thirdly, and most importantly, India demonstrate

ଭାରତର ମହାନ ପରମାଣୁ ପରୀକ୍ଷଣ

Image
                                                                                                  ବିଗତ 1998 ମସିହା ମଈ ମାସ 11 ତାରିଖ ଥିଲା ଭାରତୀୟ ବୈଜ୍ଞାନିକମାନଙ୍କ ପାଇଁ ଏକ ଗୌରବୋଜ୍ଜ୍ୱଳ ଦିବସ I ଏହି ଦିନ ଭାରତ ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ ଚକିତ କରି ରାଜସ୍ଥାନର ପୋଖରାନ ମରୁଭୂମିରେ   ପରପର କରି ସମୁଦାୟ ତିନୋଟି ପରମାଣୁ ବୋମା ପରୀକ୍ଷା କରିଥିଲା I ପ୍ରଥମ ପରୀକ୍ଷାଟି ଏକ ବିଖଣ୍ଡନଶୀଳ (Fission) ବୋମା ଥିଲାବେଳେ ଅନ୍ୟ ଦୁଇଟି ପରୀକ୍ଷା ସଂଯୋଜନଶୀଳ (Fusion) ଉପକରଣ   ଥିଲା I ଏହି ପ୍ରଯୂକ୍ତିଗତ ଉପଲବ୍ଧି ସହିତ ଭାରତ ବିଶ୍ୱର ଷଷ୍ଠ ରାଷ୍ଟ୍ର ରୂପେ ପରମାଣୁ ରାଷ୍ଟ୍ରସମୂହ (Nuclear Club) ରେ ସାମିଲ ହୋଇଥିଲା I ଇତି ମଧ୍ୟରେ ଦୀର୍ଘ 24 ବର୍ଷ ବିତିଯାଇଥିଲେ ସୁଦ୍ଧା   ସେଦିନର ସେ କଥା ମନେ ପଡିଲେ ହୄଦୟ ଉଲ୍ଲସିତ ହେବା ସଙ୍ଗେସଙ୍ଗେ ରୋମ ଟାଙ୍କୁରି ଉଠେ I ଏଠାରେ ସେଦିନର ସେହି ଐତିହାସିକ ଘଟଣାର କିଛି ସ୍ମୃତି   ପରିବେଷଣ କରାଗଲା :            ଭାରତର ଏହି ପରମାଣୁ ପରୀକ୍ଷଣ DRDO ସଂସ୍ଥାର ତତ୍କାଳୀନ ମୂଖ୍ୟ ତଥା ରାଷ୍ଟ୍ରପତିଙ୍କ ବୈଜ୍ଞାନିକ ପରାମର୍ଶଦାତା ଡକ୍ଟର ଏ . ପି . ଜେ .  ଅବଦୁଲ କଲାମ ଏବଂ ପରମାଣୁ ଶକ୍ତି ଆୟୋଗର ଅଧ୍ୟକ୍ଷ   ଡକ୍ଟର ଆର୍ . ଚିଦାମ୍ବରମଙ୍କ ନେତୄତ୍ୱରେ ସମ୍ପାଦନ କରାଯାଇଥିଲା I ଆମେରିକାର ଗୁଇନ୍ଦା ସଂସ୍ଥା (CIA) ନିଜର ଗୁପ୍ତଚର ଉ