Posts

Showing posts from May, 2023
Image
                                                      BEAT PLASTIC POLLUTION   Nikunja Bihari Sahu        Plastic has been an important part of our daily life ever since it was synthesized and patented by the Belgian chemist Leo Bakeland in 1907. We daily wake up to brush our teeth with plastic, bathe with tubs of plastic, drink water with bottles of plastic and sleep with pillow covers of plastic. Plastic is easy to mold to different shapes of our choice, cheap and durable and that is why its popularity in society has been constantly on the rise. Plastic is primarily manufactured from fossil fuel raw materials like crude petroleum oil and is chemically a synthetic long-chain polymer. It is needless to say that the pace and progress of our present civilization is hardly imagined without plastic.         However, plastic has a very long life span in our biosphere and, therefore, is not easily biodegradable. Disposal of plastic items in an eco-friendly manner without causing ha

ପ୍ଲାଷ୍ଟିକ ବଳୟରେ ବିଶ୍ୱ

Image
                                                                             ପ୍ଲାଷ୍ଟିକ ବଳୟରେ ବିଶ୍ୱ ନିକୁଞ୍ଜ ବିହାରୀ ସାହୁ      ପ୍ଲାଷ୍ଟିକ ଏବେ ଆମ ଦୈନନ୍ଦିନ ଜୀବନର ଏକ ଅଭିନ୍ନ ଅଙ୍ଗ ପାଲଟି ଯାଇଛି I ଆମର ଚଳିତ ସଭ୍ୟତାର ଅଭଭୂତପୂର୍ବ ପ୍ରଗତି ଓ ବିକାଶ ପଛରେ ଯେ ପ୍ଲାଷ୍ଟିକର ପ୍ରମୁଖ ଭୂମିକା ରହିଛି ଏଥିରେ  ଦ୍ବିମତ ନାହିଁ I ଆମେ ପ୍ରତି ଦିନ ସକାଳୁ ଉଠିଲେ ଦାନ୍ତଘଷା ବ୍ରସ ଠାରୁ ଆରମ୍ଭ କରି, ଗାଧୋଇବା ପାଇଁ ବାଲଟି, ମଗ ତଥା ବଜାର ସଉଦା ନିମନ୍ତେ ବ୍ୟାଗ,ପାଣି ତଥା ଔଷଧ ବୋତଲ  ପର୍ଯ୍ୟନ୍ତ ବିଭିନ୍ନ  ପ୍ଲାଷ୍ଟିକ ତିଆରି ସାମଗ୍ରୀ ବ୍ୟବହାର କରିଥାଉ I      ପ୍ଲାଷ୍ଟିକ ମୂଖ୍ୟତଃ କୋଇଲା, ପେଟ୍ରୋଲିୟମ ଇତ୍ୟାଦି କିଛି ଜୀବାଶ୍ମ ଇନ୍ଧନ କଞ୍ଚାମାଲରୁ ପ୍ରସ୍ତୁତ ଏକ କୃତ୍ରିମ ସଂଶ୍ଳେଷିତ ପଦାର୍ଥ I ଏହାର ଅଭୂତପୂର୍ବ ଧର୍ମ ହେତୁ ଏହାକୁ ତରଳ ଅବସ୍ଥାରେ  ଛାଞ୍ଚରେ ଢ଼ଳେଇ ସହଜରେ ଯେକୌଣସି ରୂପରେଖ ଓ ଆକାର ପ୍ରଦାନ କରା ଯାଇପାରେ I ପ୍ଲାଷ୍ଟିକ ତିଆରି ସାମଗ୍ରୀ ଗୁଣରେ  ହାଲୁକା, ଶସ୍ତା ଓ ମଜବୁତ ହୋଇଥିବାରୁ ସମାଜରେ ଏହାର ଆଦର ଓ ଚାହିଦା ବୃଦ୍ଧି ପାଇଛି I      ପ୍ଲାଷ୍ଟିକ ପ୍ରକୃତରେ ଏକ ନିର୍ଦ୍ଦିଷ୍ଟ ଅଣୁର ବହୁମାତ୍ରାରେ ପୁନରାବୃତ୍ତିଶୀଳ ଦୀର୍ଘ ଶୃଙ୍ଖଳ ବିଶିଷ୍ଟ  ଏକ   ରାସାୟନିକ  ପଲିମର ( Polymer) I ବିଶ୍ବର ପ୍ରଥମ ସମ୍ପୂର୍ଣ୍ଣ ସଂଶ୍ଳେଷିତ  ପ୍ଲାଷ୍ଟିକ 1907 ମସିହାରେ ବେଲଜିୟମ ଦେଶର

ପୄଥିବୀର ମୄତ୍ୟୁ

Image
                                                                        ପୄଥିବୀର ମୄତ୍ୟୁ   ନିକୁଂଜ ବିହାରୀ ସାହୁ      ଯାହାର ଜନ୍ମ ଅଛି, ତା'ର ମଧ୍ୟ ଦିନେ ମୄତ୍ୟୁ ଅଛି I   ଆମର ଗ୍ରହ ପୄଥିବୀ ଅତୀତରେ 450 କୋଟି ବର୍ଷ ପୂର୍ବେ ସୌର ନେବୁଲାରୁ ଜନ୍ମ ହୋଇଥିଲା I ବିଶ୍ୱାସ କରାଯାଏ ଯେ, ଆହୁରି 450 କୋଟି ବର୍ଷ ପରେ ଏହାର ମୄତ୍ୟୁ ହେବ I ଆଉ ପୃଥିବୀର ଏହି ମୄତ୍ୟୁର କାରଣ ହେବ ତା'ର ଜନ୍ମଦାତା ତଥା ଆମ ସୌରଜଗତର ମୂଖିଆ ନିଜେ ସୂର୍ଯ୍ୟ I ସୂର୍ଯ୍ୟ ପ୍ରକୄତରେ ଏକ ନକ୍ଷତ୍ର ଯାହା ଆଗାମୀ ଦିନରେ ପୄଥିବୀକୁ ଗିଳି ଦେବ ବୋଲି ବୈଜ୍ଞାନିକମାନେ ଆଶଙ୍କା ପ୍ରକାଶ କରୁଛନ୍ତି I ନିଜ ଗ୍ରହକୁ ଗିଳି ଦେଲା ତାରା        ଗତ 2020 ମସିହା ମଈ  ମାସରେ ଯୁକ୍ତରାଷ୍ଟ୍ର ଆମେରିକାର ମାସାଚ୍ୟୁଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜି ( ଏମ. ଆଇ. ଟି.) ର ବୈଜ୍ଞାନିକମାନେ ମହାକାଶରେ ଏକ ଅଦ୍ଭୁତ ଘଟଣା ଲକ୍ଷ୍ୟ କଲେ I ଗରୁଡ଼ ନକ୍ଷତ୍ରମଣ୍ଡଳ (Aquilla) ରେ ଆମଠାରୁ 1200 ଆଲୋକବର୍ଷ ଦୂରତାରେ ଥିବା ଥିବା ଗୋଟିଏ ତାରା (ନାମ: ZTF SLRN-2020) ହଠାତ ଅସମ୍ଭବ ତେଜୋଦୀପ୍ତ ହୋଇ ଉଠି ଆକାରରେ ଫୁଲିବାକୁ ଲାଗିଲା I ମାତ୍ର 10 ଦିନର ବ୍ୟବଧାନରେ ଏହା  ଉଜ୍ବଳତାରେ ପ୍ରାୟ 100 ଗୁଣ ବୃଦ୍ଧି ପାଇ ପ୍ରସାରିତ ହେବାକୁ ଲାଗିଲା I ଏହା ଘଟଣାକ୍ରମେ ନିଜର  ବୃହସ୍ପତି ଭଳି ଆକାରର ଗୋଟିଏ ଗ୍ୟାସୀୟ ଗ୍ରହର କକ୍ଷପଥ ଅତିକ୍ରମ କରି