Posts

Showing posts from April, 2024

ବିଲୁପ୍ତିର ପଥେ କାଳବୈଶାଖୀ

Image
  ବିଲୁପ୍ତିର ପଥେ କାଳବୈଶାଖୀ ନିକୁଞ୍ଜ ବିହାରୀ ସାହୁ            ଖରାଦିନର ଏକ ଉତ୍ତପ୍ତ ଅପରାହ୍ନ I ଧୁ ଧୁ ମୁଣ୍ଡଫଟା ଖରା, ପ୍ରବଳ ଗରମ, ଗୁଳୁଗୁଳି ଓ ଝାଞ୍ଜି ପବନରେ ଅତିଷ୍ଠ ସାଧାରଣ ଜନଜୀବନ I ପିଲାମାନେ ଯାଇଥା ' ନ୍ତି  ଆମ୍ବ ତୋଟାକୁ ଆମ୍ବ ଖାଇବାକୁ I   ହଠାତ ପବନ ସୁ ସୁ ବହିବାକୁ ଆରମ୍ଭ କରେ I ଚାରିଆଡ ଧୂଳି ଉଡାଇ  ମାଡି ଆସେ ଧୂମାଳ ଓ  ପ୍ରଚଣ୍ଡ କଳାହାଣ୍ଡିଆ ମେଘ I ଚାହୁଁ ଚାହୁଁ ପାଗ ସମ୍ପୂର୍ଣ୍ଣ ବଦଳି ଯାଏ I ପ୍ରଚଣ୍ଡ ଘଡଘଡି  ଓ  ବିଜୁଳି ସହିତ ପ୍ରବଳ ବର୍ଷା ବର୍ଷିବାକୁ ଲାଗେ I କୁଆପଥର ବି ପଡିଥାଏ I ପିଲାମାନେ ଭୟରେ ଆମ୍ବ ତୋଟାରୁ ଘରକୁ ଦୌଡିବାକୁ ଲାଗନ୍ତି I ଗଛ ଡାଳସବୁ ମଡମଡ ହୋଇ ଭାଙ୍ଗି ପଡେ I କିଛି ସମୟ ପରେ ବର୍ଷା ସମ୍ପୂର୍ଣ୍ଣ ଛାଡିଯାଏ , ପବନ ବି ଥମିଯାଏ ଓ ପାଗ ପୁଣି ସାଧାରଣ ଅବସ୍ଥାକୁ ଫେରିଆସେ I ଏହା ହିଁ ଆମ ଗାଁ ଗହଳିରେ ଅଦିନିଆ ଝଡ ଯାହା ସାଧାରଣତଃ 'କାଳବୈଶାଖୀ' ନାମରେ ପରିଚିତ I ପବନ ଛାଡିଯିବା ପରେ ଲୋକମାନେ ଆମ୍ବତୋଟାକୁ ଯାଇ ଝଡି ପଡିଥିବା ଆମ୍ବ ତୋଳିବାର ଦୄଶ୍ୟର ସ୍ମୄତି ଏବେ ବି ଆମ ଗାଁ ଗହଳିରେ ଉଜ୍ଜୀବିତ I   କାଳବ୍ବୈଶାଖୀର କାୟା         କାଳବୈଶାଖୀ ଏକ ସ୍ଥାନୀୟ ବାୟୁପ୍ରବାହ ଏବଂ ଏକ ଝଡ ଯାହା ସାଧାରଣତଃ ଝରାଦିନେ କିଛି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଯଥା ଛତିଶଗଡ, ବିହାର, ଝାଡଖଣ୍ଡ, ଓଡିଶା, ତ୍ରିପୁରା , ଆସାମ ଓ ପଶ୍ଚିମବଙ୍ଗ ଆଦି