Posts

Showing posts from December, 2022

ବୄହସ୍ପତିର ଚନ୍ଦ୍ର

Image
                                                                                      ଏବେ ରାତ୍ରି ଆକାଶରେ ଏକ ଉଜ୍ଜ୍ୱଳ ତାରା ଦୄଶ୍ୟ ହେଉଛି I   ଏହି ତାରାକୁ ସନ୍ଧ୍ୟା ହେଉ ହେଉ ମଧ୍ୟ - ଆକାଶରେ ଦେଖିବାକୁ ମିଳୁଛି ଏବଂ ଏହା ପ୍ରାୟ ଛଅ ଘଣ୍ଟାକାଳ ଆକାଶରେ ରହି  ମଧ୍ୟରାତ୍ରି ବେଳକୁ  ଅସ୍ତ ଯାଉଛି I ଏହା କିନ୍ତୁ ଏକ ତାରା ନୁହେଁ; ଆମ ସୌରଜଗତର ବୄହତ୍ତମ ଗ୍ରହ ବୄହସ୍ପତି I ଦୂରବୀକ୍ଷଣ ଯନ୍ତ୍ରରେ ଚାହିଁଲେ ଏହା ଚାରୋଟି ବଡ ବଡ ଚନ୍ଦ୍ରଙ୍କୁ ମଧ୍ୟ ସ୍ପଷ୍ଟ ଦେଖି ହେଉଛି I ଏହି ଚନ୍ଦ୍ରମାନଙ୍କୁ 1610 ଖ୍ରୀଷ୍ଟାବ୍ଦରେ ଇଟାଲୀୟ ଜ୍ୟୋତିର୍ବିଜ୍ଞାନୀ ଗାଲିଲିଓ ଆବିଷ୍କାର କରିଥିଲେ I ଏହି ଚନ୍ଦ୍ରସବୁ ହେଲେ: ଆୟୋ, ୟୁରୋପା, କ୍ୟାଲିଷ୍ଟୋ ଓ ଗ୍ୟାନିମିଡ୍ I ଏହି ଚନ୍ଦ୍ରମାନଙ୍କୁ ମୂଳ ଗ୍ରହର ବିଶୁବରେଖା ଉପରେ ଧାଡି ହୋଇ ରହିଥିବାର ଦେଖି ହେଉଛି. I କିଛି ସମୟ ଛାଡି ଲକ୍ଷ୍ୟ କଲେ, ଏହି ଚନ୍ଦ୍ରମାନେ ବୄହସ୍ପତି ଗ୍ରହ ଚାରିପଟେ ଘୂରୁଥିବାର ମଧ୍ୟ  ଦେଖିହେବ ଯାହା ସେମାନଙ୍କ ପରିବର୍ତ୍ତନଶୀଳ ଅବସ୍ଥାନରୁ ଜଣା ପଡିବ I ଚନ୍ଦ୍ରଗୁଡିକ ମଧ୍ୟରୁ କେତେବେଳେ ମୂଳଗ୍ରହର ଉଭୟ ପଟେ ଦୁଇଟି ଓ ଅନ୍ୟ ପଟେ ତିନୋଟି ରହି ଥିବାର ଦେଖି ହେବ ତ ଆଉ  କେତେବେଳେ ସମୁଦାୟ ଚରୋଟି ଚନ୍ଦ୍ର ପରିବର୍ତ୍ତେ ତିନୋଟି, ଦୁଇଟି କିମ୍ବା କେବଳ ଗୋଟିଏକୁ ଦେଖିବା ସମ୍ଭବ ହୋଇଥାଏ I ଚନ୍ଦ୍ରସବୁ ଗ୍ରହ ଚାରିପଟେ ଘୂରିଘୂରି ଗ୍ରହ

ଭାରତର ପ୍ରଥମ ଘରୋଇ ରକେଟ୍

Image
                                                                                          ଗତ ନଭେମ୍ବର 18 ତାରିଖ ଦିନ  ଭାରତର ଅନ୍ତରୀକ୍ଷ ଅଭିଯାନ କ୍ଷେତ୍ରରେ ଏକ ନୂତନ ଯୁଗର ଅୟମାରମ୍ଭ ହୁଏ I ଏହି ଦିନ ବେସରକାରୀ ଉଦ୍ୟମରେ ନିର୍ମିତ ଏକ ରକେଟ୍‍ ପ୍ରଥମ ଥର ପାଇଁ ମହାକାଶକୁ ଉତକ୍ଷେପିତ ହୋଇଛି I ଏହି ରକେଟର ନାମ ବିକ୍ରମ-ଏସ୍ (Vikram-S) ଯାହାକୁ ଇସ୍ରୋର ଶ୍ରୀହରିକୋଟା ସ୍ଥିତ ଉତକ୍ଷେପଣ କେନ୍ଦ୍ରରୁ ସଫଳତାର ସହିତ ପ୍ରେରଣ କରାଯାଇଛି I  ପୂର୍ବରୁ ଆମ ଦେଶରେ ଅନ୍ତରୀକ୍ଷ କାର୍ଯ୍ୟକ୍ରମ କେବଳ ସରକାରୀ ଉଦ୍ୟମରେ ପରିଚାଳିତ   ଭାରତୀୟ ଅନ୍ତରୀକ୍ଷ ସଙ୍ଗଠନ (ଇସ୍ରୋ, ISRO)ର ଏକଚାଟିଆ ଅଧିକାର ଥିଲା ଯାହା ବିଗତ 1969 ମସିହାରେ ଭାରତୀୟ ଅନ୍ତରୀକ୍ଷ କାର୍ଯ୍ୟକ୍ରମର ଜନକ ଡକ୍ଟର ବିକ୍ରମ ସରାଭାଇଙ୍କ ମାର୍ଗଦର୍ଶନରେ ପ୍ରତିଷ୍ଠା ହୋଇଥିଲା I                ଇସ୍ରୋର ନିଜର ଦୀର୍ଘ 33 ସମୟକାଳ ମଧ୍ୟରେ ଆମର ପଡୋଶୀ ଚନ୍ଦ୍ର ଓ ମଙ୍ଗଳ ଗ୍ରହ ସମେତ ସମଗ୍ର ଅନ୍ତରୀକ୍ଷକୁ ନିଜସ୍ୱ ଯାନ ଜରିଆରେ ଅନେକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ପ୍ରେରଣ କରିବା ସାଙ୍ଗକୁ ଅନ୍ୟ ରାଷ୍ଟ୍ରମାନଙ୍କର ଉପଗ୍ରହସବୁକୁ ମଧ୍ୟ ମହାକାଶରେ ଅବସ୍ଥାପିତ କରି ନିଜର ଦକ୍ଷତା ଓ ଉତ୍କର୍ଷର ପରିଚୟ ଦେଇଛି I ଏହା ଭାରତକୁ ଅନ୍ତରୀକ୍ଷ ବିଜ୍ଞାନ କ୍ଷେତ୍ରରେ ସ୍ୱାବଲମ୍ବୀ କରାଇବା ସାଙ୍ଗକୁ ବିଭିନ୍ନ ମହତ୍ତ୍ୱପୂର୍ଣ୍ଣ କ୍ଷେତ୍ର ଯଥା କୄଷି,ଜଙ୍ଗଲ

ROTATIONAL DYNAMICS

Image
     Lesson Objective:         To verify the   Law of Conservation of Angular Momentum in a rotational dynamics system with the help of a simple kit: to study the relationship between the Angular Velocity and Moment of Inertia for a rotating body Basic Concept:                                                                                               In the case of a rotational motion, in the absence of an external Torque, the total Angular Momentum of the system remains constant. This is called the principle of Conservation of Angular Momentum. Angular Momentum of a rotating body can be expressed as a product of its Moment of Inertia and Angular Velocity. That is,        L = Iω Where, L  is the Angular Momentum I is the Moment of Inertia of the body ω = Angular Velocity  The principle of  Conservation of Angular Velocity requires that ,                 Initial Angular Momentum= Final Angular Momentum                     i.e. L= L’                    i.e.   

PRIVATE PARTNERSHIP IN SPACE SECTOR

Image
      With the launch of the country’s first privately developed rocket named Vikram-S by ISRO on 18th November 2022   from its facilities at Sriharikota, India has entered into a new era of space programme which is now actively thrown open for private partnership. Earlier, the exploration of the space sector was purely the domain of ISRO, India’s state-owned body which was established under the able leadership of Dr Vikram Sarabhai in 1969.      In its illustrative career of 53 years, ISRO has not only sent missions for exploring the outer space including the Moon and Mars in its own vehicles but also successfully launched satellites of other nations on a commercial basis. The organization has made India self-reliant in fields of space technology and its application to the cause of national development in areas like agriculture, forest cover mapping, disaster management, weather forecasting, communication etc. It has also demonstrated how crucial space missions could be accomplished w

ରହସ୍ୟମୟ ଖ୍ରୀଷ୍ଟମାସ ତାରକା

Image
                                                                                       ରହସ୍ୟମୟ ଖ୍ରୀଷ୍ଟମାସ ତାରକା ନିକୁଞ୍ଜ   ବିହାରୀ   ସାହୁ         ବାଇବେଲର ବର୍ଣ୍ଣନା ଅନୁଯାୟୀ ପ୍ରଭୁ ଯୀଶୁଙ୍କ ଜନ୍ମ ସମୟରେ ଆକାଶରେ ଏକ  ଅଦ୍ଭୁତ ତାରକା ଦୄଶ୍ୟ ହୋଇଥିଲା  I  ଏହି ତାରାକୁ ଲକ୍ଷ୍ୟ କରି  'ମେଜି' ବୋଲି କୁହା ଯାଉଥିବା ତିନି ଜଣ ବିଜ୍ଞ ବ୍ୟକ୍ତି ଯୀଶୁଙ୍କ ସନ୍ଧାନ ନିମନ୍ତେ ସମ୍ଭବତଃ ବାବିଲୋନିଆ କିମ୍ବା ପର୍ସିଆଠାରୁ  ଯାତ୍ରାରମ୍ଭ କରିଥିଲେ  I  ସେମାନେ ଏହି ତାରକା ଦ୍ୱାରା ପଥପ୍ରଦର୍ଶିତ ହୋଇ ପଶ୍ଚିମ ଦିଗକୁ ଯାତ୍ରା କରିଥିଲେ ଏବଂ ଶେଷରେ ଯିଶୁଙ୍କ ଜନ୍ମସ୍ଥାନ ବେଥେଲହାମଠାରେ ପହଞ୍ଚି ଶିଶୁ ଯୀଶୁଙ୍କୁ ଦର୍ଶନ ପୂର୍ବକ ସାଙ୍ଗରେ ଆଣିଥିବା ଉପହାର ପ୍ରଦାନ କରିଥିଲେ  I  ତେବେ ଏହି ବହୁଚର୍ଚ୍ଚିତ ତାରକାର ଇତ୍ତିବୄତ୍ତ ଏବେ ସୁଦ୍ଧା ରହସ୍ୟାବୄତ୍ତ ଏବଂ ଏହାର ପ୍ରକୄତ ପରିଚୟ ସମ୍ପର୍କରେ ଅନେକ ମତପାର୍ଥକ୍ୟ ରହି ଆସିଛି  I  ଏହି ରହସ୍ୟମୟ ତାରକାକୁ ସଧାରଣତଃ  ' ଖ୍ରୀଷ୍ଟମାସ ତାରକା '  କିମ୍ବା  ' ବେଥେଲହାମ ତାରକା '  ବୋଲି କୁହାଯାଏ  I       ବୈଜ୍ଞାନିକମାନଙ୍କ ମତରେ ,  ଏହା ହୁଏତ ଏକ ଶକ୍ତିଶାଳୀ ତାରକା ବିସ୍ଫୋରଣ (ନୋଭା କିମ୍ବା ସୁପରନୋଭା) , ଉଲକାବର୍ଷା କିମ୍ବା ଧୂମକେତୁ ହୋଇପାରେ  I   ତେବେ ଏ କ୍ଷେତ୍ରରେ ଏକ ଅସୁବିଧା ହେଉଛି ,  ଯୀଶୁଙ