ବୄହସ୍ପତିର ଚନ୍ଦ୍ର
ଏବେ
ରାତ୍ରି ଆକାଶରେ ଏକ ଉଜ୍ଜ୍ୱଳ ତାରା ଦୄଶ୍ୟ ହେଉଛି I ଏହି ତାରାକୁ ସନ୍ଧ୍ୟା
ହେଉ ହେଉ ମଧ୍ୟ-ଆକାଶରେ ଦେଖିବାକୁ ମିଳୁଛି ଏବଂ ଏହା ପ୍ରାୟ ଛଅ ଘଣ୍ଟାକାଳ ଆକାଶରେ
ରହି ମଧ୍ୟରାତ୍ରି ବେଳକୁ ଅସ୍ତ ଯାଉଛି I ଏହା
କିନ୍ତୁ ଏକ ତାରା ନୁହେଁ; ଆମ ସୌରଜଗତର ବୄହତ୍ତମ ଗ୍ରହ ବୄହସ୍ପତି I
ଦୂରବୀକ୍ଷଣ ଯନ୍ତ୍ରରେ ଚାହିଁଲେ ଏହା ଚାରୋଟି ବଡ ବଡ ଚନ୍ଦ୍ରଙ୍କୁ ମଧ୍ୟ ସ୍ପଷ୍ଟ ଦେଖି ହେଉଛି I ଏହି
ଚନ୍ଦ୍ରମାନଙ୍କୁ 1610 ଖ୍ରୀଷ୍ଟାବ୍ଦରେ ଇଟାଲୀୟ ଜ୍ୟୋତିର୍ବିଜ୍ଞାନୀ ଗାଲିଲିଓ ଆବିଷ୍କାର
କରିଥିଲେ I ଏହି ଚନ୍ଦ୍ରସବୁ ହେଲେ: ଆୟୋ, ୟୁରୋପା, କ୍ୟାଲିଷ୍ଟୋ ଓ ଗ୍ୟାନିମିଡ୍ I ଏହି
ଚନ୍ଦ୍ରମାନଙ୍କୁ ମୂଳ ଗ୍ରହର ବିଶୁବରେଖା ଉପରେ ଧାଡି ହୋଇ ରହିଥିବାର ଦେଖି ହେଉଛି. I କିଛି
ସମୟ ଛାଡି ଲକ୍ଷ୍ୟ କଲେ, ଏହି ଚନ୍ଦ୍ରମାନେ ବୄହସ୍ପତି ଗ୍ରହ ଚାରିପଟେ ଘୂରୁଥିବାର ମଧ୍ୟ ଦେଖିହେବ ଯାହା ସେମାନଙ୍କ ପରିବର୍ତ୍ତନଶୀଳ ଅବସ୍ଥାନରୁ ଜଣା
ପଡିବ I ଚନ୍ଦ୍ରଗୁଡିକ ମଧ୍ୟରୁ କେତେବେଳେ ମୂଳଗ୍ରହର ଉଭୟ ପଟେ ଦୁଇଟି ଓ ଅନ୍ୟ
ପଟେ ତିନୋଟି ରହି ଥିବାର ଦେଖି ହେବ ତ ଆଉ କେତେବେଳେ
ସମୁଦାୟ ଚରୋଟି ଚନ୍ଦ୍ର ପରିବର୍ତ୍ତେ ତିନୋଟି, ଦୁଇଟି କିମ୍ବା କେବଳ ଗୋଟିଏକୁ ଦେଖିବା ସମ୍ଭବ ହୋଇଥାଏ I ଚନ୍ଦ୍ରସବୁ
ଗ୍ରହ ଚାରିପଟେ ଘୂରିଘୂରି ଗ୍ରହ ପଛପଟକୁ ଚାଲିଗଲେ ସେମାନଙ୍କୁ ଆଉ ଦେଖିବା ସମ୍ଭବ ହୁଏ ନାହିଁ I ଭୟେଜର-1 ଓ
ଭୟେଜର-2 ମହାକଶ ଯାନଦ୍ୱୟ ଏହି ଗ୍ରହଟିର ପାଖ ଦେଇ ଗତିକରି ଏହାର ଚନ୍ଦ୍ରମାନଙ୍କ ସମ୍ପର୍କରେ ଅନେକ
ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି I
ଜୀବନର ସଙ୍କେତ:
ୟୁରୋପା
ୟୁରୋପା ଆକାରରେ ଆମ ପୄଥିବୀର ଚନ୍ଦ୍ରଠାରୁ ସାମାନ୍ୟ ଛୋଟ I ଏହାର
କଠିନ ବରଫାବୄତ୍ତ ଚଟାଣ ତଳେ ତରଳ ଜଳରାଶିର ସମୁଦ୍ର ବିଦ୍ୟମାନ ଜେଉଁଠି ଆଗାମୀ ଦିନରେ କିଛି ଜୀବନସତ୍ତା
ବିକଶିତ ହେବାର ସମ୍ଭାବନା ରହିଛି I
ଭୟେଜର-2 ମହାକାଶଯାନର ଫଟୋସବୁରୁ ୟୁରୋପାର ପୄଷ୍ଠରେ କିଛି ଉଲକାପାତ
ଜନିତ ଗହ୍ୱରର ସନ୍ଧାନ ମିଳିଛି I
ଏହା ପୄଷ୍ଠରେ ମଧ୍ୟ ହଜାର ହଜାର କିଲୋମିଟର ବ୍ୟାପୀ ସୁଦୀର୍ଘ
ସମାନ୍ତରାଳ ପ୍ରାଚୀରମଳା ବିସ୍ତୄତ ଯାହା ଏହାର ବରଫାବୄତ୍ତ ପୄଷ୍ଠ ଉପରେ କଳା ରେଖା ସଦୄଶ ପ୍ରତୀୟମାନ
ହେଉଛି I
ବିଶାଳ ଗ୍ୟାନିମିଡ୍
ବୄହସ୍ପତିର ଅନ୍ୟତମ ଚନ୍ଦ୍ର ଗ୍ୟାନିମିଡ୍ ଆମ ସୌରଜଗତର ମଧ୍ୟ
ବୄହତ୍ତମ ଚନ୍ଦ୍ର I ଏହା ଆକାରରେ ବୁଧ ଗ୍ରହଠାରୁ ମଧ୍ୟ ବଡ ଏବଂ ଆମ ପୄଥିବୀର ଚନ୍ଦ୍ରଠାରୁ
ଦେଢ ଗୁଣ ବଡ I ଭୟେଜର-2 ର ଫଟୋସମୂହରୁ ଏହା ପୄଷ୍ଠରେ ଥିବା ଅନେକ ରୂପରେଖ ଆମ ପୄଥିବୀ
ସହିତ ସାମଞସ୍ୟ ଥିବାର ଜଣା ପଡୁଛି I ଏହା ପୄଷ୍ଠରେ ଅନେକ ସମାନ୍ତରାଳ ଫାଟ ଦେଖାଯାଏ ଯାହା ଆମ ପୄଥିବୀର
ପ୍ରଶାନ୍ତ ମହାସାଗର କିମ୍ବା ଆଟଲଣ୍ଟିକ ମହାସାଗର ତଳ ସଦୄଶ ଦୄଶ୍ୟମାନ ହେଉଛି I ଏହା
ପୄଷ୍ଠରେ ମଧ୍ୟ ଉଲକାପାତ ଜନିତ କିଛି ଗହ୍ୱର ପରିଲକ୍ଷିତ ହେଉଛି I
ଉତ୍ତପ୍ତ ଚନ୍ଦ୍ର ଆୟୋ
ବୄହସ୍ପତିର
ସବୁଠାରୁ ବୈଚିତ୍ର୍ୟମୟ ଚନ୍ଦ୍ର ହେଲା ଆୟୋ I ଏହାର ଅଭ୍ୟନ୍ତର ଅତ୍ୟନ୍ତ
ଉତ୍ତପ୍ତ ଓ ପୄଷ୍ଠଦେଶ ଅତି ରୁକ୍ଷ ଓ ଅନେକ ଆଗ୍ନେୟଗିରିରେ ପରିପୂର୍ଣ୍ଣ I ଆମ
ପୄଥିବୀର ଆଗ୍ନେୟଗିରିର ମୁଖ (ଗହ୍ୱର) ସବୁ ଶିଖରୀରେ ଅବସ୍ଥିତ ଥିଲାବେଳେ ଆୟୋ ଆଗ୍ନେୟଗିରିର ମୁଖ
ସିଧାସଳଖ ଏହାର ପୄଷ୍ଠ ଉପରେ ବିଦ୍ୟମାନ I
ମାତ୍ର ଏଥିରୁ ଲାଭା ପରିବର୍ତ୍ତେ ତରଳ ଗନ୍ଧକର ସ୍ରୋତ ଅନବରତ ନିର୍ଗତ
ହୁଏ I ଆୟୋର ଏହି ଅସ୍ୱାଭାବିକ ତାପମାତ୍ରା ପାଇଁ ମୂଖ୍ୟତଃ ଦୁଇଟି କାରଣକୁ ଦାୟୀ
କରାଯାଏ : ପ୍ରଥମତଃ, ଏହା ଗୋଟିଏ ପଟେ ବୄହସ୍ପତି ଓ ଅନ୍ୟ ପଟେ ଏହାର ଅନ୍ୟ ଚନ୍ଦ୍ରଗଣଙ୍କ
ବିପରୀତମୂଖୀ ପ୍ରଚଣ୍ଡ ମହାକର୍ଷଣ ବଳର ସମ୍ମୁଖୀନ୍ନ ହେବାଦ୍ୱାରା କ୍ରମାଗତ ସଙ୍କୋଚନ ଓ ପ୍ରସାରଣ ଜନିତ ଘର୍ଷଣ ବଳରେ
ବିପୁଳ ତାପ ସୄଷ୍ଟି ହେଉଛି I
ଦ୍ୱିତୀୟତଃ, ଆୟୋ ବୄହସ୍ପତିର ପ୍ରଚଣ୍ଡ ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ
ଗତି କରିବା ଯୋଗୁଁ ଉଚ୍ଚ ବିଦ୍ୟୁତ୍ ସ୍ରୋତ ଉତ୍ପନ୍ନ ହୋଇ ତାପଶକ୍ତିରେ ରୂପାନ୍ତରିତ ହେଉଛି I
ପ୍ରାଚୀନ ଗହ୍ୱରର
ସ୍ମୄତି: କ୍ୟାଲିଷ୍ଟୋ
ବୄହସ୍ପତିର ଅନ୍ୟତମ ଚନ୍ଦ୍ର କ୍ୟାଲିଷ୍ଟୋ ଗ୍ୟାନିମିଡ୍ ଠାରୁ ସାମାନ୍ୟ
ଛୋଟ I ଏହାର ବରଫାବୄତ୍ତ ଚଟାଣ ତଳେ ଅନେକ ପୂରାତନ ଓ ବିଶାଳାକାୟ ଗହ୍ୱର ସାଇତା
ହୋଇ ରହିଛି ଯାହା ସମ୍ଭବତଃ ସୌରଜଗତର ଆଦ୍ୟକାଳରେ
ଉଲକାପାତ ଜନିତ ଆଘାତ ଯୋଗୁଁ ସୄଷ୍ଟି ହୋଇଥିଲା I ଏହି
ଗହ୍ୱରସବୁ ଆକାରରେ ଗୋଲାକାର ଜଣାପଡୁଛନ୍ତି I ମାତ୍ର ଏଠାରେ ଆମର ଚନ୍ଦ୍ର ପରି
ଗହ୍ୱର ଚାରିପଟେ ପରିବେଷ୍ଟିତ ପ୍ରାଚୀର କିମ୍ବା ସୂଉଚ୍ଚ ଶିଖରୀ ଦେଖିବାକୁ ମିଳେ ନାହିଁ I
ନିକୁଂଜ ବିହାରୀ ସାହୁ
ଏଜୁକେଶନ୍ ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର,
ଭୋପାଲ
ଫୋନ୍ : 8018708858
Comments
Post a Comment