ଧୋକା ଦେଉଥିବା ପ୍ରତିବିମ୍ବ
ଧୋକା ଦେଉଥିବା ପ୍ରତିବିମ୍ବ
ନିକୁଂଜ ବିହାରୀ ସାହୁ
ମୁନା ସେଦିନ ବାପାଙ୍କ ସାଙ୍ଗରେ ବିଜ୍ଞାନ କେନ୍ଦ୍ର ବୁଲି ଯାଇଥିଲା I ଗୋଟିଏ ପ୍ରଦର୍ଶନରେ ଲେଖା ଯାଇଥିଲା 'ଧୋକା ଦେଉଥିବା ପ୍ରତିବିମ୍ବ' I ପ୍ରଦର୍ଶନ ସମ୍ମୁଖରେ ଏକ କଳା କାଚ ଲାଗିଥାଏ I ସେ ଦେଖିଲା , କଳା କାଚଟିରେ ନିଜର ପ୍ରତିବିମ୍ବ ଦେଖା ଯାଉଛି I ସେ କୌତୁହଳ ବଶତଃ ପ୍ରଦର୍ଶନର ପାଖକୁ ଗଲା I ଏକ ଅଦ୍ଭୁତ ଘଟଣା ଘଟିଲା I ସେ ଦେଖିଲା, ତା'ର ପ୍ରତିବିମ୍ବ ଅଦୄଶ୍ୟ ହୋଇଯାଇ ସେ ସ୍ଥାନରେ ଏକ ବିକଟାଳ କଙ୍କାଳ ଦେଖା ଯାଉଛି I ସେ ଡରି ଯାଇ ବାପାଙ୍କୁ କୁଣ୍ଢେଇ ପକାଇଲା I
ବାପା ହସିହସି କହିଲେ, 'ନାହିଁରେ ବୋକା; ଏଥିରେ ଡରିବାର କୌଣସି କାରଣ ନାହିଁ I ଏହା ପ୍ରକୄତରେ ଆଲୋକରଶ୍ମି ଦ୍ୱାରା ପ୍ରତିବିମ୍ବ ଗଠନର ଏକ ଦୄଷ୍ଟି ବିଭ୍ରମତା I'
ବାପା କହି ଚାଲିଲେ, 'ତୁ ପ୍ରଦର୍ଶନ ସାମନାରେ ଯେଉଁ କଳା କାଚ ଦେଖୁଛୁ, ତାହା ପ୍ରକୄତରେ ସମ୍ପୁର୍ଣ୍ଣ ଅସ୍ୱଛ କାଚ ନୁହେଁ I ଏହା ଉପରେ ଏକ କଳା ଫିଲିମ୍ ଲଗା ଯାଇଥାଏ ଯାହା ଏକ ଆଂଶିକ ଦର୍ପଣ ସଦୄଶ ଆଚରଣ କରେ I ଏହାର ସମ୍ମୁଖରେ ଆଲୋକର ଉତ୍ସ ଜଳୁଥିଲେ, ଏହା ଏକ ସମ୍ପୂର୍ଣ୍ଣ ଦର୍ପଣ ସଦୄଶ କାର୍ଯ୍ୟ କରେ ଏବଂ ଜଣେ ଦର୍ଶକ ଏଥିରେ ନିଜର ପ୍ରତିବିମ୍ବ ହିଁ ଦେଖିଥାଏ I ମାତ୍ର ଆଲୋକର ଉତ୍ସ ଏହାର ପଛପଟେ ରହିଥିଲେ, ଏହା ଏକ ସାଦା କାଚ ସଦୄଶ କାର୍ଯ୍ୟ କରେ ଏବଂ ଜଣେ ଦର୍ଶକ ଏହାର ପଛପଟେ ଥିବା କୌଣସି ବସ୍ତୁ ଦେଖିବାକୁ ସକ୍ଷମ ହୋଇ ଥାଏ I ଏହି ତତ୍ତ୍ୱକୁ ପ୍ରୟୋଗ କରି ଉକ୍ତ ପ୍ରଦର୍ଶନଟି ନିର୍ମାଣ କରା ଯାଇଛି ,' ବାପା ବୁଝାଇ ଦେଲେ I
ମୁନା ପଚାରିଲା , 'ପ୍ରଦର୍ଶନଟି କିପରି ପ୍ରସ୍ତୁତ ହୋଇଛି ମୋତେ ଟିକେ ଭଲକରି ବୁଝାଇ ଦିଅ I '
ବାପା କହିଲେ, 'ବୁଝାଇ କହିଛି ଶୁଣ I ପ୍ରଦର୍ଶନରେ କଳାକାଚ ପଛପଟେ ଏକ କଙ୍କାଳକୁ ଗୁପ୍ତ ଭାବେ ରଖା ଯାଇଥାଏ I ପ୍ରଦର୍ଶନରେ ସ୍ଥାନିତ କଳାକାଚ ଆଗରେ ଓ ପଛରେ ଦୁଇଟି ଆଲୋକବତୀ ଖଂଜାଥାଏ I ପ୍ରଥମେ ଭିତରର ଆଲୋକବତୀଟି ଲିଭିଥିବା ବେଳେ ସମ୍ମୁଖରେ ଥିବା ଆଲୋକବତୀଟି ଜଳୁଥାଏ I ସୁତରାଂ ପ୍ରତିବିମ୍ବ ଗଠନର ନିୟମ ଅନୁସାରେ, କଳାକାଚଟି ଏକ ଦର୍ପଣ ସଦୄଶ କାର୍ଯ୍ୟ କରି ଏଥିରେ କେବଳ ଆମର ପ୍ରତିବିମ୍ବ ପ୍ରଦର୍ଶନ କରିଥାଏ I ଫଳରେ ଦର୍ଶକ ଏହା ପଛପଟରେ ଥିବା କଙ୍କାଳଟିକୁ ଦେଖିବାକୁ ସମର୍ଥ ହୋଇ ନଥାଏ I ମାତ୍ର ଆମେ ପ୍ରଦର୍ଶନ ପାଖକୁ ଆସିବା ମାତ୍ରେ, ଏଥିରେ ଖଂଜାଥିବା ଏକ ସେନ୍ସର୍ ଆମର ଉପସ୍ଥିତି ବାରିପାରି ସାମନାରେ ଥିବା ଆଲୋକବତୀଟିକୁ ଲିଭାଇ ପଛପଟରେ ଥିବା ଆଲୋକବତୀକୁ ଜଳାଇ ଦିଏ I ଏହାଦ୍ୱାରା କଳାକାଚଟି ଏକ ସାଦା କାଚ ସଦୄଶ କାର୍ଯ୍ୟ କରି ଏହା ପଛପଟରେ ଥିବା କଙ୍କାଳଟିକୁ ଦୄଶ୍ୟ କରାଇ ଥାଏ I ଫଳରେ ଧୋକା ଦେଉଥିବା ଏକ ପ୍ରତିବିମ୍ବର ଭ୍ରମଧାରଣା ସୄଷ୍ଟି ହୁଏ I’
ମୁନା ସେଇଠୁ ପଚାରିଲା , 'ବାପା, ଆଂଶିକ ଦର୍ପଣ କଣ ମୋତେ ଟିକେ ବୁଝାଇ ଦିଅ I'
ବାପା ଉତ୍ତର ଦେଇ କହିଲେ, ‘ଆମେ ପ୍ରତିଦିନ ଯେଉଁ ଦର୍ପଣରେ ମୁହଁ ଦେଖୁ ତାହା ହେଉଛି ଏକ ପ୍ରକୄତ ଦର୍ପଣ I ଏଥିରେ ଆପତିତ ଆଲୋକରଶ୍ମି ସମ୍ପୂର୍ଣ୍ଣ ଭାବେ ପ୍ରତିଫଳିତ ହୋଇଥାଏ I ମାତ୍ର କଳାକାଚଟି ଏକ ସମ୍ପୂର୍ଣ୍ଣ ଦର୍ପଣ ନୁହେଁ I ଏହା ସାଧାରଣତଃ ଏକ ଦର୍ପଣ ସଦୃଶ କାର୍ଯ୍ୟ କରୁଥିଲାବେଳେ ବିଶେଷ ପରିସ୍ଥିତିରେ ମଧ୍ୟ ଏକ ସାଦା କାଚ ଭଳି ଆଚରଣ କରିଥାଏ I ଏହି ଆଚରଣ ଆଲୋକଉତ୍ସର ଅବସ୍ଥିତି ଉପରେ ନିର୍ଭର କରିଥାଏ I ଆଲୋକଉତ୍ସଟି ଦର୍ଶକ ଓ କଳାକାଚ ମଝିରେ ରହିଥିଲେ, କଲାକାଚଟି ଏକ ସମ୍ପୂର୍ଣ୍ଣ ଦର୍ପଣ ସଦୄଶ କାର୍ଯ୍ୟ କରି ଦର୍ଶକର ପ୍ରତିବିମ୍ବ ପ୍ରଦର୍ଶନ କରିଥାଏ I ମାତ୍ର ଆଲୋକଉତ୍ସଟି କଳାକାଚ ପଛପଟେ ଜଳୁଥିଲେ , ଏହା ଦର୍ଶକ ପାଇଁ କେବଳ ଏକ ସାଦା କାଚ ସଦୄଶ କାର୍ଯ୍ୟକରି ଏହା ପଛପଟରେ ଥିବା ବସ୍ତୁକୁ ପ୍ରଦର୍ଶିତ କରିଥାଏ I ଏହା ହେଉଛି କୌଣସି ଆଂଶିକ ଦର୍ପଣର ବିଶେଷତ୍ତ୍ୱ,' ବାପା ବୁଝାଇ ଦେଲେ I
ବାପାଙ୍କ ଉତ୍ତରରେ ମୁନା ସନ୍ତୁଷ୍ଟ ହୋଇ 'ଧୋକା ଦେଉଥିବା ଦର୍ପଣ' ପ୍ରଦର୍ଶନ ପଛପଟେ ଥିବା ପ୍ରକୃତ ବୈଜ୍ଞାନିକ କାରଣ ବୁଝି ପାରିଥିଲା I ତେଣୁ ଘରକୁ ଫେରିଲା ବେଳକୁ ତା'ର ମନ ଭାରି ଖୁସି ଥିଲା ସେଦିନ I
ଏଜୁକେଶନ୍ ଅଫିସର୍
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର
ଭୋପାଳ
Comments
Post a Comment