ପିଆନୋ

                                                            ପିଆନୋ


ନିକୁଞ୍ଜ ବିହାରୀ ସାହୁ


    ସଙ୍ଗୀତକୁ ଜୀବନର ମହକ ବୋଲି କୁହାଯାଏ I ଦୈନନ୍ଦିନ ଜୀବନର କର୍ମଭାର ମଧ୍ୟରେ ଯେତେବେଳେ ମନୁଷ୍ୟ ହୁଏ କ୍ଲାନ୍ତ,  ସଙ୍ଗୀତର  ମୂର୍ଛନା ତା'ର ମନପ୍ରାଣରେ ଅପାର ପୁଲକ ସଞ୍ଚାର କରେ I ସଙ୍ଗୀତ କଥା ଆଲୋଚନା କଲାବେଳେ ମନେପଡେ ପାଶ୍ଚାତ୍ୟ   ରଚୟକ ବିଥୋଭେନ୍ ଓ ମୋଜାର୍ଟଙ୍କ କଥା I କୁହାଯାଏ ଯେ,  ବିଥୋଭେନ୍ ବଧୀର ହୋଇଯିବା ପରେ ଜୀବନର ଶ୍ରେଷ୍ଠ କୄତିସବୁ ରଚନା କରିଥିଲେ I  ଅଷ୍ଟ୍ରିଆ ଦେଶର ବାସିନ୍ଦା ତରୁଣ ମୋଜାର୍ଟଙ୍କ ବ୍ୟକ୍ତିଗତ ଜୀବନ ଥିଲା ଅତ୍ୟନ୍ତ ମର୍ମନ୍ତୁଦ I  ସେ ନିଜର ଜୀବିକା ନିର୍ବାହ କରିବା ପାଇଁ  ବାଧ୍ୟ ହୋଇ ଅନ୍ୟମାନଙ୍କ ପାଇଁ  ବରାଦରେ ରଚନାସବୁ କରୁଥିଲେ  I ଥରେ ତାଙ୍କୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ମରଣ ଉପରାନ୍ତ  ସଙ୍ଗୀତ ରଚନା  କରିବା ନିମନ୍ତେ ବରାଦ ମିଳିଲା I ଦୈନ୍ୟ ଓ ବ୍ୟାଧି ଜର୍ଜରିତ ମୋଜାର୍ଟ  ସେତେବେଳକୁ ରୋଗଶଯ୍ୟାରେ I ସେ ନିଜର ଆସନ୍ନ ମୄତ୍ୟୁକୁ ହିଁ ମନରେ ଆଙ୍କି କୁଆଡେ ରଚନା କରିଥିଲେ ସେହି ଅମର  କୄତିଟିକୁ I 

      ବିଥୋଭେନ୍ ଓ ମୋଜାର୍ଟ ଯେଉଁଥିରେ ସଙ୍ଗୀତରେ ତାନ ତୋଳି ଶହ ଶହ ଶ୍ରୋତାଙୁ ମନ୍ତ୍ରମୁଗ୍ଧ କରୁଥିଲେ, ତାହା ହେଉଛି ବାଦ୍ୟଯନ୍ତ୍ର ପିଆନୋ I ବିଭିନ୍ନ ଶ୍ରେଣୀର ସ୍ୱରଝଙ୍କାର ଓ ଚାଳନାଗତ ଦୄଷ୍ଟିକୋଣରୁ  ଅନ୍ୟ ବାଦ୍ୟଯନ୍ତ୍ର ତୁଳନାରେ ଏହାର ସ୍ଥାନ ବହୁ ଉର୍ଦ୍ଧ୍ୱରେ I  କୌଣସି ଯନ୍ତ୍ରସଙ୍ଗୀତ ( Concert) କାର୍ଯ୍ୟକ୍ରମରେ ଗାୟକଙ୍କ ସହ ପିଆନୋର ବ୍ୟବହାର ଏକ ସାଧାରଣ ଘଟଣା I  ଏକକ ତଥା ସମବେତ କାର୍ଯ୍ୟକ୍ରମଗୁଡିକରେ ଏହା ଅନ୍ୟାନ୍ୟ ବାଦ୍ୟଯନ୍ତ୍ର ଯଥା ବେହେଲା,  ସହିତ ମିଶି ବଜା ଯାଇଥାଏ I ଏବେକାର ବଡ ବଡ  ଅପେରା   ତଥା ସିମ୍ଫୋନୀ  ଗୁଡିକରେ ସଙ୍ଗୀତ ରଚୟିତାମାନଙ୍କ ନିମନ୍ତେ ପିଆନେ ଏକ ଅପରିହାର୍ଯ୍ୟ ବାଦ୍ୟସାମଗ୍ରୀ I  

      ବିଶାଳକାୟ ଏହି ସୌଖୀନ ବାଦ୍ୟଯନ୍ତ୍ରଟି  ଏକଦା ମଧ୍ୟଯୁଗ଼ୀୟ ୟୁରୋପର ସମ୍ଭ୍ରାନ୍ତ ପରିବାରର ବୈଠକଗୄହ ମଣ୍ଡନ କରୁଥିଲା ଓ ଶ୍ୱେତାଙ୍ଗିନୀ ଗୃହବଧୂମାନେ ଅବସର ସମୟ କଟାଇବା ନିମନ୍ତେ  ଏହାର ତାରଗୁଡିକରେ ନିଜର ସୁକୋମଳ ଅଙ୍ଗୁଳି ଚାଲନା କରି ସଙ୍ଗୀତର ମୂର୍ଛନା ତୋଳୁଥିଲେ I  ବ୍ରିଟିଶ ଶାସନ ଅମଳରୁ ହିଁ  ଏହା ଆମ ଦେଶରେ ଏକ ବିଳାସ ଗୄହସାମଗ୍ରୀ ରୂପେ ପ୍ରବେଶ କଲା I  ପିଆନୋଟିଏ ଥିଲେ ତାହା ଘରର ଆଭିଜାତ୍ୟ ଓ ଉଚ୍ଚ ପରମ୍ପରାର ପ୍ରତୀକ  ବୋଲି ଗୄହକର୍ତ୍ତା ସାଧାରଣତଃ ଗର୍ବ ଅନୁଭବ କରିଥାନ୍ତି I 

    ପିଆନୋ ମୂଖ୍ୟତଃ ଏକ ତାର ଯନ୍ତ୍ର I ଏବେକାର ବାଦ୍ୟଯନ୍ତ୍ରଗୁଡିକରେ ତାରକୁ ବେହେଲା ପରି ଘଷି  କିମ୍ବା ଗୀତାର ଭଳି  ଟାଣି କମ୍ପିତ କରା ଯାଉଥିଲାବେଳେ  ପିଆନୋରେ କିନ୍ତୁ  ଫେଲ୍ଡ୍ ଆବୄତ୍ତ  ଏକ ହାତୁଡିରେ ଆଘାତ କରି ଧ୍ୱନି ଉତ୍ପନ୍ନ କରାଯାଏ I  ସମଗ୍ର ଯନ୍ତ୍ରଟି ଟେବୁଲ ଆକାରର ଏକ ଆଧାର ଉପରେ ଅବସ୍ଥାପିତ ହୋଇଥାଏ ଏବଂ ଚାଳକକୁ ଏକ ଚଉକି ଉପରେ ବସି ଯନ୍ତ୍ରଟିକୁ ଚାଳନା କରିବାକୁ ପଡେ I

        ଆଘାତ କରିବା ଦ୍ୱାରା ତାର ଦ୍ରୁତ ବେଗରେ କ୍ରମାଗତ ଦୋହଲି ଥାଏ , ଯାହା ଏକ ଶ୍ରାବ୍ୟ ସ୍ୱରର  ରୂପ ନିଏ.  ତାରଟି ପ୍ରତି ସେକେଣ୍ଡରେ ଯେତେ ଥର ଦୋହଲେ, ତାହାକୁ ଉକ୍ତ ପ୍ରଦୋଳନ ( Vibration) ର ଆବୄତ୍ତି ( Frequency) କୁହାଯାଏ I ଏହି ଆବୄତ୍ତି ଉପରେ ନିର୍ଭର କରି ଉତ୍ପନ୍ନ ସ୍ୱର ଭିନ୍ନଭିନ୍ନ ହୋଇଥା ଏ I ପୁଣି ସବୁ ତାରକୁ ଏକା ହାତୁଡିରେ ପିଟିଲେ ସୁଦ୍ଧା ସେସବୁ ସମାନ ମାତ୍ରାରେ କମ୍ପିତ ହୋଇ ନଥାନ୍ତି ; ବରଂ ଏହା ତାରର କେତେକ ନିଜସ୍ୱ ଧର୍ମ ଉପରେ ନିର୍ଭର କରିଥାଏ  ଯାହା ଆମେ ଏଠାରେ ଆଲୋଚନା କରିବା I ଫଳରେ ସବୁ ତାରରୁ ସମାନ ସ୍ୱର ନିର୍ଗତ ହୋଇ ନଥାଏ ଏବଂଯନ୍ତ୍ରଟୁରେ ସ୍ୱରବିବିଧତା ସୄଷ୍ଟିହୁଏ I  

    ପ୍ରଦୋଳିତ କୌଣସି ରଶି କିମ୍ବା ତାରର ଆଚରଣ ଆଧୁନିକ  ବାଦ୍ୟଯନ୍ତ୍ର ଆବିଷ୍କାରର ବହୁ ପୂର୍ବରୁ ଲୋକଙ୍କୁ ଜଣାଥିଲା I ପ୍ରଥମେ ଖୁବ୍ ଲମ୍ବା ଲମ୍ବା ରଶିରେ ଖାଲି ଆଖିରେ ସିଧାସଳଖ ଗଣି ହୋଇ ପାରୁଥିବା  ଭଳି ମନ୍ଥର ଗତିର  ତରଙ୍ଗ ସୄଷ୍ଟି କରି  ଏହାର ଆବୃତ୍ତି ଲକ୍ଷ୍ୟ କରାଗଲା I ପ୍ରଦୋଳନ ଉପରେ ରଶିର ଦୈର୍ଘ୍ୟ , ଓଜନ ଓ ତନ୍ୟତା ( Tension) ର ପ୍ରଭାବକୁ ଅନୁଧ୍ୟାନ ଲରି ସେହି ନିୟମର ପ୍ରୟୋଗରେ  ସ୍ୱର ସୄଷ୍ଟି କରିପାରୁଥିବା ଅପେକ୍ଷାକୄତ ଦୄତ ପ୍ରଦୋଳନର ଆବୄତ୍ତି ମଧ୍ୟ ଗଣନା କରିହେଲା I  ଜଣା ପଡିଲା ଯେ,  ଲମ୍ବା , ଢିଲା ଓମୋଟା ରଶିଗୁଡିକ  ଛୋଟ, ଟାଣ ଓ ପତଳା  ରଶି ତୁଳନାରେ ମନ୍ଥର ଗତିରେ  ପ୍ରଦୋଳିତ ହୋଇଥାନ୍ତି I  

    ପ୍ରକୄତରେ, କୌଣସି ରଶିର ପ୍ରଦୋଳନ ହାରକୁ ପ୍ରଭାବିତ କରୁଥିବା  ତିନୋଟି କାରକ ହେଲେ ; ଏହାର ଦୈର୍ଘ୍ୟ , କାର୍ଯ୍ୟକାରୀ ତନ୍ୟତା ଏବଂ ଓଜନ I  ରଶିକୁ କାଟି ଦୈର୍ଘ୍ୟ ଅଧାକୁ କମାଇ ଦିଆଗଲେ  ଏହାର ଆବୄତ୍ତି କିନ୍ତୁ  ଚାରିଗୁଣ ବଢିଯାଏ I ପୁଣି , ରଶିକୁ ଟାଣି ଚାରି ଗୁଣ ଅଧିକ ବଳରେ ବାନ୍ଧିଲେ  ଆବୄତ୍ତି ମାତ୍ର ଦୁଇ ଗୁଣ ବଢି ଥାଏ I ସେହିପରି, ଚାରିଗୁଣ ଅଧିକ ଓଜନ ବିଶିଷ୍ଟ ରଶି ନେଲେ, ପ୍ରଦୋଳନର ହାର କମି ଅଧା ହୋଇଥାଏ i ଏହି ସବୁ ପର୍ଯ୍ୟବେକ୍ଷଣକୁ ନିମ୍ନୋକ୍ତ ଏକ ସରଳ ଗାଣିତିକ ସମ୍ପର୍କ ଜରିଆରେ ପ୍ରକଶ କରା ଯାଇପାରେ:

f = 2/l T/ρ

ଏଠାରେ, f = ଆବୄତ୍ତି

l= ରଶିର ଦୈର୍ଘ୍ୟ

T=  ରଶିରେ ପ୍ରଯୁକ୍ତ  ବଳ

ρ= ଏକକ ଦୈର୍ଘ୍ୟ ବିଶିଷ୍ଟ ରଶିର ବସ୍ତୁତ୍ୱ

      କୌଣସି ପିଆନୋରେ  ପ୍ରଦୋଳନ ନିୟମର ଏହି ତିନୋଟିଯାକ କାରକକୁ  ଚତୁରତାର ସହିତ ପ୍ରୟୋଗ କରି ତାରଗୁଡିକର ଆବୄତ୍ତି ନିୟନ୍ତ୍ରଣ କରାଯାଏ I ପିଆନୋଟି ଆକାରରେ ଛୋଟ ଥିଲେ  ନିମ୍ନ ଆବୄତ୍ତି ସୄଷ୍ଟି କରିବା    ପାଇଁ  ତାରଗୁଡିକର ଦୈର୍ଘ୍ୟ ନବଢାଇ  ବରଂ ସେଥିରେ କିଛି ତମ୍ବା ତାର  ବାନ୍ଧି ଅଧିକ ଓଜନିଆ କରିଦେଲେ  ପ୍ରଦୋଳନ ହାର କମିଯାଇ ଆବଶ୍ୟକଈୟ ସ୍ୱର ମିଳିଥାଏ I  ସେହିପରି,  ଅପେରାମାନଙ୍କରେ  ବ୍ୟବହହହତ ବଡ ବଡ ପିଆନୋ ଅଧିକ ଉଚ୍ଚ ଅବାଜରେ ବାଜିବା ଦରକାର ହେଉଥିବାରୁ  ତାରର ଦୈର୍ଘ୍ୟ  ବଢାଇବା ପ ଇଁ ପଡେ; ମାତ୍ର ତାରଗୁଡିକର ଓଜନ ସ୍ଥଳବିଶେଷରେ ଇଛା ମୁତାବକ ଭିନ୍ନଭିନ୍ନ କରାଯାଇ ଇପ୍ସିତ ଆବୄତ୍ତି ସୄଷ୍ଟି କରାଯାଏ  

    ପିଆନୋର ଆବିଷ୍କାର ଏକ ମଜାଦାର ଘଟଣା . ପିଆନୋ ପୂର୍ବରୁ ୟୁରୋପରେ ମୂଖ୍ୟତଃ ଦୁଇଟି ସରଳ ବାଦ୍ୟଯନ୍ତ୍ର  ଯଥା କ୍ଲାଭିକର୍ଡ (Clavichord)  ଓ  ହାର୍ପ୍ସିକର୍ଡ ( Harpsichord) ବ୍ୟବହୄତ ହେଉଥିଲା I କ୍ଲାଭିକର୍ଡ ଯନ୍ତ୍ରରେ ଭାରଦଣ୍ଡର ଗୋଟିଏ ପଟେ  ଲାଗିଥିବା ବୋତାମକୁ ଦବାଇଲେ  ଅନ୍ୟ ପ୍ରାନ୍ତଟି ଏକ ହାତୁଡି ଭଳି ଉପରିସ୍ଥତାରସମୂହକୁ ଆଘାତ କରିଥାଏ I ହାର୍ପ୍ସିକର୍ଡ ଯନ୍ତ୍ରରେ କିନ୍ତୁ  ପୂର୍ବ ଭଳି ଆଘାତ କରା ନଯାଇ ବରଂ ହାତୀଦାନ୍ତର  ଏକ ସ୍ୱତନ୍ତ୍ର ପାନିଆରେ ଗୀତାର ଭଳି ତାରଗୁଡିକୁ ଟଣା ଯାଇଥାଏ I ଏକସମୟରେ ଦୁଇ କିମ୍ବା ତିନି ସେଟ୍ ର ତାରକୁ ଟଣା ଯାଉଥିବାରୁ  ଏହି ଯନ୍ତ୍ରରେ କ୍ଲାଭିକର୍ଡ ତୁଳନାରେ  ଅଧିକ ଉଚ୍ଚ ଶବ୍ଦ ସୄଷ୍ଟି କରି ହୁଏ I  ମାତ୍ର ଟାଣିବା ଦ୍ୱାରା ସ୍ୱର ସେତେଟା ବିବିଧତା ଉତ୍ପନ୍ନ ହୋଇପାରେ ନାହିଁ I

   ଅଷ୍ଟାଦଶ ଶତାବ୍ଦୀରେ ଇଟାଲୀର  ସଂଗୀତଜ୍ଞମାନେ  କିପରି ଗୋଟିଏ ବାଦ୍ୟଯନ୍ତ୍ରରେ କ୍ଲାଭିକର୍ଡ ର ସ୍ୱର ବିବିଧତା ତଥା  ହାତୁଡି ବ୍ୟବସ୍ଥା  ଏବଂ ଓ ହାର୍ପ୍ସିକର୍ଡ ର ଉଚ୍ଚ ଆବାଜର  ଏକ ମଧୁର ସମନ୍ୱୟ କରାଯାଇ ପାରିବ ଚିନ୍ତାକଲେ I  ସେହି ପ୍ରଚେଷ୍ଟାରୁ ଜନ୍ମ ନିଏ ପିଆନୋର ରୂପରେଖ. ଇଟାଲୀର ଜଣେ ବାଦ୍ୟଯନ୍ତ୍ର ନିର୍ମାତା ବାର୍ଥଲୋମିଓ ଖ୍ରୀଷ୍ଟୋଫରୀ 1711  ଖ୍ରୀଷ୍ଟାବ୍ଦରେ ସର୍ବପ୍ରଥମେ ପିଆନୋ ନିର୍ମାଣ  କରିଥିଲେ I 

   ଏକ ପିଆନୋରେ କିନ୍ତୁ ପୂର୍ବ ଯନ୍ତ୍ରଦ୍ୱୟ ଭଳି ବୋତାମର ଭାରଦଣ୍ଡ ସହିତ ହାତୁଡିଟି ସିଧାସଳଖ ସଂଲଗ୍ନ ହୋଇ ନଥାଏ I  ବୋତାମ ଦବାଇଲେ,  ମଧ୍ୟବର୍ତ୍ତୀ  ଏକ ଜଟିଳ ଭାରଦଣ୍ଡ ବ୍ୟବସ୍ଥା ଜରିଆରେ  ପ୍ରଯୁକ୍ତ ବଳ ବହୁ ଗୁଣରେ  ବର୍ଦ୍ଧିତ ହେବା ଦ୍ୱାରା ହାତୁଡି ତାରସମୂହ ଉପରକୁ କ୍ଷିପ୍ର ବେଗରେ ଫିଙ୍ଗି ହୋଇ  ପ୍ରଦୋଳନ ସୃଷ୍ଟି କରେ I  ବୋତାମକୁ କ୍ରମାଗତ ଚିପି ରଖିଲେ ମଧ୍ୟ ହାତୁଡିଟି କିନ୍ତୁ ସଙ୍ଗେସଙ୍ଗେ ପୂର୍ବ ସ୍ଥାନକୁ ଫେରି ଆସି ପୁନର୍ବାର ଚାଳନା ପାଇଁ ପ୍ରସ୍ତୁତ ହୋଇ ରହେ I  ତାରର ପରବର୍ତ୍ତୀ ଅନାବଶ୍ୟକୀୟ ପ୍ରଦୋଳନକୁ ନିରୋଧ କରିବା ପାଇଁ ପ୍ରତି ତାରରେ ଫେଲ୍ଡ୍ ଗଦିର ଏକ ମନ୍ଦକ (Damper)  ସଂଯୁକ୍ତ ଥାଏ I ବୋତାମ ଦବାଇଲେ ମନ୍ଦକଟି କ୍ଷଣିକ ପାଇଁ ତାରରୁ ବିଛିନ୍ନ ହେବା ଅବସରେ ହାତୁଡି ତାରକୁ ଆଘାତ କରି ଧ୍ୱନି ସୄଷ୍ଟିକରେ I ମାତ୍ର, ଏହାପରେ ମନ୍ଦକ ସଙ୍ଗେସଙ୍ଗେ ତାରରେ ଆପେ ଲାଗିଯା ଇ ଅବଶିଷ୍ଟ  ଅବାଂଛିତ କମ୍ପନକୁ ନିୟନ୍ତ୍ରଣ କରିଦିଏ OIଫ ଳରେ, ଅନ୍ୟ ବୋତାମର ସ୍ୱର ସହିତ ପୂର୍ବ ସ୍ୱରର ରହି ଯାଇଥିବା ଧ୍ୱନି ମିଶି ବ୍ୟାଘାତ ସୄଷ୍ଟି କରେ ନାହିଁ I 

     ଯନ୍ତ୍ରର ସ୍ୱଭାବ ସୁଲଭ ମଧୁର ଧ୍ୱନି ନିମନ୍ତେ ତାରଗୁଡିକୁ ପ୍ରଚଣ୍ଡ ବଳରେ ଟାଣି ବାନ୍ଧିବାକୁ ପଡେ I ପ୍ରତି ଯନ୍ତ୍ରରେ ସାଧାରଣତଃ 88ଟି ସେଟ୍ ର ତାର ଥାଏ ଓ ପ୍ରତି ତାରକୁ ପ୍ରାୟ  180 ପାଉଣ୍ଡ  ବଳରେ ଟାଣି ସଂଯୁକ୍ତ କରା      ଯାଇଥାଏ I ତେଣୁ ସମୁଦାୟ 88ଟି ସେଟ୍ ତାର ପାଇଁ ଯନ୍ତ୍ରଟିରେ ମୋଟ 50,000 ପାଉଣ୍ଡ ବଳ କାର୍ଯ୍ୟକାରୀ ହୁଏ . ଏଭଳି ପ୍ରଚଣ୍ଡ ଚାପ ସହ୍ୟ କରିବା ପାଇଁ ଢଳେ ଇ ଲୁହା କିମ୍ବା ଷ୍ଟିଲ୍ ନିର୍ମିତ ଶକ୍ତ ଫ୍ରେମ୍ ଉପରେ ତାରଗୁଡିକୁ ବାନ୍ଧିବାର ଆବଶ୍ୟକତା ପଡିଥାଏ I ତାରଗୁଡିକର ସୄଷ୍ଟ ମୄଦୁ କମ୍ପନକୁ ଏହାର ପୄଷ୍ଠଭାଗରେ ଥିବା କାଠର ଏକ  ପଟା ବହୁ ଗୂଣରେ ବର୍ଦ୍ଧିତ ଓ ମାର୍ଜିତ କରି ମାଦକତାଭରା ସଙ୍ଗୀତର ରୂପ ଦେଇଥାଏ I 

   ଯନ୍ତ୍ରଟି ନିୟନ୍ତ୍ରଣର ଅନ୍ୟାନ୍ୟ ବ୍ୟବସ୍ଥା ହେଲା ଏଥିରେ ଥିବା ଦୁଇଟି ପେଡାଲ୍ ଯାହାକୁ ଗୋଡରେ ଚାଳନା କରିବାକୁ ପଡେ I ଡହାଣ ପଟର ପେଡାଲଟି ଦବାଇଲେ ସବୁ ତାରରୁ ମନ୍ଦକ ଗୁଡିକ ଏକାବଳକେ ବିଛିନ୍ନ ହୋଇ ଯାଏ. ଫଳରେ ଆଘାତ କରା ଯାଇନଥିବା  ତାରଗୁଡିକରେ ମଧ୍ୟ ମୄଦୁ ପ୍ରଦୋଳନ ସୄଷ୍ଟି ହୁଏ I  ସ୍ୱର ଗୁଡିକର ପରସ୍ପର ସହିତ ମିଶ୍ରଣ ସତ୍ତ୍ୱେ  ଅତ୍ୟନ୍ତ ଉଚ୍ଚକୋଟୀର ଓ ଅଦ୍ୱିତୀୟ ଗୁଂଜରିତ  ଧ୍ୱନି ନିର୍ଗତ ହୁଏ I  କିନ୍ତୁ ବାମପଟର ପେଡାଲକୁ ଚାଳନା କଲେ ସବୁଗୂଡିଏ ହାତୁଡି ସାମାନ୍ୟ ବାମପଟକୁ ଘୁଂଚିଯିବା ଦ୍ୱାରା  ହାତୁଡି କୌଣସି ସେଟ୍ ର  ସମସ୍ତ ତାରକୁ ଆଘାତ ନକରି ମାତ୍ର ଗୋଟିଏ କିମ୍ବା ଦୁଇଟି ତାରକୁ ଆଘାତ କରିଥାଏ I ଫଳରେ ଏକ କୋମଳ, ମୄଦୁ ଓ ମଧୁର ଧ୍ୱନି ନିର୍ଗତ ହୁଏ I 

ଏଜୁକେଶନ୍ ଅଫିସର

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର

                                                                                                                                  ଭୋପାଳ





Comments

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ରାଷ୍ଟ୍ରୀୟ ଅନ୍ତରୀକ୍ଷ ଦିବସର ଆହ୍ୱାନ

ବିଲୁପ୍ତିର ପଥେ କାଳବୈଶାଖୀ