ରକେଟ ଚଢି, ଜହ୍ନ ରାଇଜକୁ ଯିବାରେ ଉଡି
ରକେଟ ଚଢି, ଜହ୍ନ ରାଇଜକୁ ଯିବାରେ ଉଡି ନିକୁଞ୍ଜ ବିହାରୀ ସାହୁ ଅଗଷ୍ଟ 23 ତାରିଖ, ସନ୍ଧ୍ୟା 5ଟା 43 ମିନିଟ ସମୟ: ବେଙ୍ଗାଲୁରୁ ସ୍ଥିତ ଭାରତୀୟ ଅନ୍ତରୀକ୍ଷ ସଙ୍ଗଠନ ଇସ୍ରୋର କଣ୍ଟ୍ରୋଲ ରୁମ୍ ରେ ଏକ ଉତ୍କଣ୍ଠା ଓ ଆବେଗପୂର୍ଣ୍ଣ ମୁହୂର୍ତ୍ତ I ଭାର୍ତତର ଅନ୍ତରୀକ୍ଷଯାନ ଚନ୍ଦ୍ରଯାନ -3 ଅନ୍ତରୀକ୍ଷରେ ଦୀର୍ଘ 41 ଦିନ କାଳ ଯାତ୍ରା କଲା ପରେ ଚନ୍ଦ୍ରର ଦକ୍ଷିଣ ମେରୁଠାରେ ଅବତରଣ କରିବାକୁ ଯାଉଛି I ଅଭିଯାନର ସବୁଠାରୁ କଠିନ ଓ ଜଟିଳ 'ପାୱାର ଡିସେଣ୍ଟ' ଅବତରଣ ପର୍ଯ୍ୟାୟ ଆରମ୍ଭ ହୋଇ ସାରିଥାଏ I କୋଡିଏ ମିନିଟ କାଳର ଏହି ସ୍ୱୟଂଚାଳିତ ଧୀର-ଅବତରଣ ପ୍ରକ୍ରିୟା ବୈଜ୍ଞାନିକମାନଙ୍କ ପାଇଁ ଏକ ଅଗ୍ନିପରୀକ୍ଷାର ବେଳ ତଥା ଘଡିସନ୍ଧି ମୁହୂର୍ତ୍ତ ଯାହା ସାଧାରଣତଃ '20 ମିନିଟ ର ଆତଙ୍କ କାଳ' ନାମରେ ପରିଚିତ I ...