
ମହାକାଶ ପଥେ ନିକୁଞ୍ଜ ବିହାରୀ ସାହୁ ଆଜିଠୁ ପ୍ରାୟ 36 କୋଟି ବର୍ଷ ତଳେ ଏହା ଥିଲା ଏକ ସାଧାରଣ ଘଟଣା : ଜନଜୀବନ ଶୂନ୍ୟ ବିରାଟ ପୄଥିବୀଟା ଥିଲା ନୀରବ ଓ ନିଷ୍ପନ୍ଦ I ଆଗ୍ନେୟଗିରିଗୁଡିକର ପ୍ରଚଣ୍ଡ ବିସ୍ଫୋରଣରେ ଦିଗବଳୟ ଦିଶୁଥିଲା ଧୂସର ଓ ବିବର୍ଣ୍ଣ I ପେଞ୍ଜିଆ (Pangea) ବୋଲି କୁହା ଯାଉଥିବା ପୄଥିବୀର ଅବିଭକ୍ତ ଭୂଖଣ୍ଡର ଅଗଭୀର ନଦୀଗୁଡିକରେ ପହଁରି ଯାଉଥିଲା 'ୟୁସ୍ଥାନେପ୍ଟେରନ୍ (Eusthenopteron) ନାମକ ଏକ ପ୍ରାଚୀନ ମତ୍ସ୍ୟ I ନିଜର ଚିରାଚରିତ ତରଳ ଜଳରାଶିର ଦୁନିଆ ମଧ୍ୟରେ ପ୍ରାଗ୍ ଐତିହାସିକ ଯୁଗର ନିଃସଙ୍ଗ ମୁହୂର୍ତ୍ତଗୁଡିକ ଅତିବାହିତ କରୁଥିବା ଏହି ମତ୍ସ୍ୟଟି ନିକଟରେ ନା ଥିଲା ଆଗାମୀ ଦିନର ଚିନ୍ତା ନା ଖାଦ୍ୟ ପାଇଁ ବହିର୍ଜଗତର ପ୍ରତିଦ୍ୱନ୍ଦିତା I ଘଟଣାକ୍ରମେ ଜଳବାୟୁର ପରିବର୍ତ୍ତନ ହେତୁ ପେଞ୍ଜିଆର ନଦୀଗୁଡିକ ଶୁଖିବାକୁ ଆରମ୍ଭ କରେ I ୟୁସ୍ଥାନେପ୍ଟେରନ୍ ର ବଂଶଧରମାନେ କିନ୍ତୁ...