Posts

ରମଣ ଓ ଭାରତରେ ବିଜ୍ଞାନ ଗବେଷଣାର ପ୍ରସାର

Image
  ରମଣ ଓ ଭାରତରେ ବିଜ୍ଞାନ ଗବେଷଣାର ପ୍ରସାର   ଶ୍ରୀ ନିକୁଞ୍ଜ ବିହାରୀ ସାହୁ              ଆମ ଦେଶର ସୁନାମଧନ୍ୟ ବୈଜ୍ଞାନିକ ଚନ୍ଦ୍ରଶେଖର ଭେଙ୍କଟ ରମଣ 1930 ମସିହାରେ ପ୍ରଥମ   ଭାରତୀୟ ତଥା ପ୍ରଥମ ଏସୀୟ ବୈଜ୍ଞାନିକ ରୂପେ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ବିଶ୍ୱର ସର୍ବୋଚ୍ଚ ସମ୍ମାନ ନୋବେଲ ପୁରସସ୍କାର ପ୍ରାପ୍ତ ହୋଇଥିଲେ I ରମଣ 1928 ମସିହା ଫେବ୍ରୁଆରୀ 28 ତାରିଖ ଦିନ ନିଜର ଯୁଗାନ୍ତକାରୀ ' ରମଣ ପ୍ରଭାବ ' ସିଦ୍ଧାନ୍ତ ଆବିଷ୍କାର କରିଥିଲେ I ଏହି ଘଟଣାକୁ   ଚିରସ୍ମରଣୀୟ କରିବା ପାଇଁ   ଆମ ଦେଶରେ ଫେବ୍ରୁଆରୀ 28 ତାରିଖକୁ ' ଜାତୀୟ ବିଜ୍ଞାନ ଦିବସ ' ରୂପେ ପାଳନ କରାଯାଏ I ରମଣଙ୍କ ଜୀବନୀ ଓ ଗବେଷଣାରୁ ଅନେକ କଥା ଶିଖିବାକୁ ମିଳେ ଯାହା ଆଜିର ଛାତ୍ର ତଥା ଯୁବପୀଢିକୁ ପ୍ରେରଣା ଯୋଗାଇବ I ପ୍ରଥମତଃ , ରମଣ ନିଜର ପ୍ରଥମ ଉଚ୍ଚକୋଟୀର ଗବେଷଣା ନିବନ୍ଧ   ମାତ୍ର 18 ବର୍ଷ ବୟସରେ ଜଣେ ସ୍ନାତକ ଛାତ୍ର ଥିବା ସମୟରେ ପ୍ରସିଦ୍ଧ ବ୍ରିଟିଶ୍ ପତ୍ରିକା ' ଦି ଫିଲୋସୋଫିକାଲ ମାଗାଜିନ୍ ' ରେ ପ୍ରକାଶ କରିଥିଲେ I ସୁତରାଂ କିଛି ମହତ୍ତ୍ୱପୂର୍ଣ୍ଣ   ଆବିଷ୍କାର ପାଇଁ ନିଜର ସ୍ୱପ୍ନ ଓ କଳ୍ପନା   ଯେ ଜଣକ ମନରେ ବାଲ୍ୟକାଳରୁ ବସା ବାନ୍ଧିବା ଉଚିତ , ତାହା ଏଥିରୁ ଶିକ୍ଷା ମିଳେ I  ଦ୍ୱିତୀୟତଃ , ରମଣ ନିଜର ଗବେଷଣା...

ଓଜୋନ୍ ସୁରକ୍ଷା, ଜୀବନ ରକ୍ଷା OZONE

Image
                                                              ଓଜୋନ୍ ସୁରକ୍ଷା, ଜୀବନ ରକ୍ଷା  ନିକୁଞ୍ଜ ବିହାରୀ ସାହୁ                   ଆମ ପୃଥିବୀ ଗ୍ରହରେ ଜୀବନ ସଂଚାର ହେବା ପଛରେ ଗୋଟିଏ ପ୍ରମୁଖ କାରଣ ହେଲା ଏହାର ଉର୍ଦ୍ଧ୍ଵ ବାୟୁମଣ୍ଡଳରେ ଥିବା ଓଜୋନ୍ ମଣ୍ଡଳ I ଏହା ମହାକାଶରୁ ଆସୁଥିବା ମାରାତ୍ମକ ଅତିବାଇଗଣି ରଶ୍ମିକୁ ଶୋଷିନେଇ ଏକ ଛତା ସଦୃଶ ଆମ ଜୀବମଣ୍ଡଳକୁ ସୁରକ୍ଷା ପ୍ରଦାନ କରିଥାଏ I ଆମ ସୌରମଣ୍ଡଳର ଅନ୍ୟ କୌଣସି ଜୀବନୋପଯୋଗୀ ପିଣ୍ଡ ଯଥା ମଙ୍ଗଳ ଗ୍ରହ କିମ୍ବା ଚନ୍ଦ୍ରରେ ଓଜୋନ୍ ମଣ୍ଡଳ ନଥିବାରୁ ସେଠାରେ ଜୀବନ ବଂଚିବା ଅସମ୍ଭବ I               ଅନ୍ତରିକ...

ସୁନିତା ଉଇଲିୟମ୍ସ୍ ପୃଥିବୀ ଫେରିବେ କେବେ?

Image
                                                     ସୁନିତା ଉଇଲିୟମ୍ସ୍ ପୃଥିବୀ ଫେରିବେ କେବେ?   ନିକୁଞ୍ଜ ବିହାରୀ ସାହୁ              ଆମେରିକୀୟ କମ୍ପାନୀ ବୋଇଙ୍ଗ୍ ର   ‘ ଷ୍ଟାରଲାଇନର୍ ’ ଅନ୍ତରୀକ୍ଷ ଯାନରେ  ଇଣ୍ଟରନେସେନାଲ ସ୍ପେସ୍ ଷ୍ଟେସନ୍ ଯାତ୍ରା କରିଥିବା ଭାରତୀୟ ବଂଶୋଦ୍ଭବ ଆମେରିକୀୟ   ମହିଳା ମହାକାଶଚାରୀ  ସୁନିତା ଉଇଲିୟମସ୍ ତଥା ଅନ୍ୟ ଜଣେ ସହ - ମହାକାଶଯାତ୍ରୀ ବୁଚ୍ ୱିଲମୋରଙ୍କ  ପୄଥିବୀ ପ୍ରତ୍ୟାବର୍ତ୍ତନ ନେଇ ଘୋର ଅନିଶ୍ଚିତତା ପ୍ରକାଶ ପାଇଛି I   ସେମାନେ   ଗତ ଜୁବ୍ 5 ତାରିଖ   ରାତି 8 ଟା 22 ମିନିଟ ସମୟରେ ଆଟଲାସ୍ V ରକେଟ ଜରିଆରେ   ମହାକାଶକୁ ଯାତ୍ରାକରି ପୄଥିବୀକୁ ପ୍ରଦକ୍ଷିଣ କରୁଥିବା ସ୍ପେସ୍ ଷ୍ଟେସନ୍ ସହିତ ମିଳିତ ହୋଇଥିଲେ   I ତାଙ୍କର ଯାନ   ପର ଦିନ ଅର୍ଥାତ 6 ତାରିଖରେ   ସ୍ପେସ୍ ଷ୍ଟେସନ୍ ଠାରେ ରାତି 9 ଟା 45 ମିନିଟ ସ...