ରମଣ ଓ ଭାରତରେ ବିଜ୍ଞାନ ଗବେଷଣାର ପ୍ରସାର
ରମଣ ଓ ଭାରତରେ ବିଜ୍ଞାନ ଗବେଷଣାର ପ୍ରସାର
ଶ୍ରୀ
ନିକୁଞ୍ଜ ବିହାରୀ ସାହୁ
ଆମ ଦେଶର ସୁନାମଧନ୍ୟ ବୈଜ୍ଞାନିକ ଚନ୍ଦ୍ରଶେଖର ଭେଙ୍କଟ ରମଣ 1930 ମସିହାରେ ପ୍ରଥମ ଭାରତୀୟ ତଥା
ପ୍ରଥମ ଏସୀୟ ବୈଜ୍ଞାନିକ ରୂପେ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ବିଶ୍ୱର ସର୍ବୋଚ୍ଚ ସମ୍ମାନ ନୋବେଲ
ପୁରସସ୍କାର ପ୍ରାପ୍ତ ହୋଇଥିଲେ I ରମଣ 1928 ମସିହା
ଫେବ୍ରୁଆରୀ 28 ତାରିଖ ଦିନ ନିଜର ଯୁଗାନ୍ତକାରୀ 'ରମଣ ପ୍ରଭାବ' ସିଦ୍ଧାନ୍ତ ଆବିଷ୍କାର କରିଥିଲେ I ଏହି ଘଟଣାକୁ ଚିରସ୍ମରଣୀୟ କରିବା ପାଇଁ
ଆମ ଦେଶରେ ଫେବ୍ରୁଆରୀ 28 ତାରିଖକୁ 'ଜାତୀୟ ବିଜ୍ଞାନ ଦିବସ' ରୂପେ ପାଳନ କରାଯାଏ I ରମଣଙ୍କ ଜୀବନୀ ଓ ଗବେଷଣାରୁ ଅନେକ କଥା ଶିଖିବାକୁ ମିଳେ ଯାହା ଆଜିର ଛାତ୍ର ତଥା
ଯୁବପୀଢିକୁ ପ୍ରେରଣା ଯୋଗାଇବ I ପ୍ରଥମତଃ, ରମଣ
ନିଜର ପ୍ରଥମ ଉଚ୍ଚକୋଟୀର ଗବେଷଣା ନିବନ୍ଧ ମାତ୍ର 18 ବର୍ଷ ବୟସରେ ଜଣେ ସ୍ନାତକ ଛାତ୍ର ଥିବା ସମୟରେ ପ୍ରସିଦ୍ଧ ବ୍ରିଟିଶ୍ ପତ୍ରିକା 'ଦି ଫିଲୋସୋଫିକାଲ ମାଗାଜିନ୍' ରେ ପ୍ରକାଶ କରିଥିଲେ I
ସୁତରାଂ କିଛି ମହତ୍ତ୍ୱପୂର୍ଣ୍ଣ ଆବିଷ୍କାର
ପାଇଁ ନିଜର ସ୍ୱପ୍ନ ଓ କଳ୍ପନା ଯେ ଜଣକ ମନରେ ବାଲ୍ୟକାଳରୁ ବସା
ବାନ୍ଧିବା ଉଚିତ, ତାହା ଏଥିରୁ ଶିକ୍ଷା ମିଳେ I ଦ୍ୱିତୀୟତଃ, ରମଣ ନିଜର ଗବେଷଣା ଦ୍ୱାରା ସମୁଦ୍ରର ନୀଳିମା
ସମ୍ପର୍କରେ ସେ କାଳର ପ୍ରଖ୍ୟାତ ବ୍ରିଟିଶ୍ ବିଜ୍ଞାନୀ ଲର୍ଡ ରାଲେ ପ୍ରଦାନ କରିଥିବା ମତବାଦକୁ
ଗ୍ରହଣ ନକରି ନିଜସ୍ୱ ଏକ ମୌଳିକ ତତ୍ତ୍ୱ
ଉପସ୍ଥାପନା କରିଥିଲେ I ରାଲେ ମତପୋଷଣ କରିଥିଲେ ଯେ, ନୀଳ ଆକାଶର ପ୍ରତିଫଳନ ହେତୁ ସମୁଦ୍ରର ନୀଳ ରଙ୍ଗ ସୄଷ୍ଟି ହୋଇଥାଏ I ସେ ରାଲେଙ୍କ ଏହି ସିଦ୍ଧାନ୍ତର ସତ୍ୟତା ଜାଣିବା ପାଇଁ 1921 ମସିହାରେ ନାରକୁଣ୍ଡା ନମକ ଜଳଜାହାଜରେ ଇଂଲଣ୍ଡର
ସାଉଦାମ୍ପଟନରୁ ବମ୍ବେ ଫେରୁଥିବା ସମୟରେ ଏକ ପରୀକ୍ଷା କରିଥିଲେ
I ତାଙ୍କର ଜାହାଜ ଜଳଯାତ୍ରାର ଭୂମଧ୍ୟ ମହାସାଗରର ସୁନୀଳ ଜଳରାଶି
କାଟିକାଟି ଅତିକ୍ରମ କରୁଥିବା ସମୟରେ ସମୁଦ୍ରର ନୀଳିମା ତାଙ୍କୁ ଆକୄଷ୍ଟ କରିଥିଲା
I ସେ ନିଜ ପାଖରେ ଥିବା ଏକ ନିକୋଲ୍ ପ୍ରିଜିମ୍ ଉପକରଣ ଜରିଆରେ ପରୀକ୍ଷା କରି
ଜାଣି ପାରିଲେ ଯେ, ସମୁଦ୍ରର ନୀଳିମା ନୀଳ ଆକାଶର ପ୍ରତିଫଳନ ପାଇଁ
ନୁହେଁ; ବରଂ ସମୁଦ୍ରର ଜଳକଣାଗୁଡିକ ଦ୍ୱାରା ଆଲୋକରଶ୍ମିର ବିଛୁରଣ (Scattering)
ଘଟି ଏଭଳି ପ୍ରଭାବ ସୄଷ୍ଟି ହେଉଛି ଏବଂ ଏହି
କାରଣ ଯୋଗୁଁ ମଧ୍ୟ ଆକାଶର ନୀଳ ରଙ୍ଗ ସୄଷ୍ଟି ହେଉଛି I ତାଙ୍କର ଏହି ଯୁଗାନ୍ତକାରୀ
ଆବିଷ୍କାର ପାଶ୍ଚାତ୍ୟ ଜଗତର ଏକ ପ୍ରଚଳିତ ସିଦ୍ଧାନ୍ତକୁ ଭୁଲ
ପ୍ରମାଣିତ କରିବା ସାଙ୍ଗକୁ କିଛି ମହତ୍ତ୍ୱପୂର୍ଣ୍ଣ ବୈଜ୍ଞାନିକ
ଉପଲବ୍ଧି ମଧ୍ୟ ପ୍ରାଚ୍ୟ ଜଗତର ବୈଜ୍ଞାନିକମାନଙ୍କ ଦ୍ୱାରା ସମ୍ଭବ ତାହା ପ୍ରମାଣିତ କଲା I ଚତୁର୍ଥତଃ, ସେ
ସମୟରେ ଦୁଇ ଜଣ ରୁଷୀୟ ବୈଜ୍ଞାନିକ ଯଥା ଜି. ଏସ୍. ଲାଣ୍ଡସବର୍ଗ
(1890-1957) ଏବଂ ଏଲ୍. ଆଇ. ମେଣ୍ଡେଲଷ୍ଟାମ୍ (1879-1944) ତରଳର ଅଣୁଦ୍ୱାରା ଆଲୋକର ବିଛୁରଣ ପ୍ରଭାବ ଉପରେ ଗବେଷଣା କରୁଥିଲେ ଏବଂ ସେମାନେ
ଅନୁରୂପ ତତ୍ତ୍ୱ ଆବିଷ୍କାରର ଅତି ନିକଟରେ ପହଞ୍ଚି ଯାଇଥିଲେ I ମାତ୍ର
ରମଣ ଚତୁରତାର ସହିତ ନିଜର ସନ୍ଦର୍ଭ ତୁରନ୍ତ ବ୍ରିଟିଶ ପତ୍ରିକା 'ନେଚର୍'
କୁ ପଠାଇ ପ୍ରକାଶିତ କରିଥିଲେ I ଫଳରେ ,ଏହି ସିଦ୍ଧାନ୍ତର ଆବିଷ୍କର୍ତ୍ତା ରୂପେ ଉପରୋକ୍ତ
ରୁଷୀୟ ବୈଜ୍ଞାନିକଙ୍କ ପରିବର୍ତ୍ତେ ରମଣଙ୍କ ନାମ ଚିର ଦିନ ଲିପିବଦ୍ଧ ହୋଇ ରହିଗଲା I
ସୁତରାଂ, ଠିକ୍ ସମୟରେ ଠିକ୍ କାମ କଲେ ଯେ ଫଳ
ପ୍ରାପ୍ତି ହୋଇଥାଏ , ତାହା ଏଇଥିରୁ ଶିକ୍ଷା ମିଳେ I ଶେଷରେ, ରମଣ ମାତ୍ର ପାଞ୍ଚ ଶହ ଟଙ୍କା ମୂଲ୍ୟର ଏକ ସ୍ପେକ୍ଟ୍ରୋମିଟର
ଯନ୍ତ୍ର ବ୍ୟବହାର କରି ନିଜର ଏହି ମହତ୍ତ୍ୱପୂର୍ଣ୍ଣ ଆବିଷ୍କାର
କରିଥିଲେ I ଏଥିରୁ ଶିକ୍ଷା ମିଳେ ଯେ, ମହତ୍ତ୍ୱପୂର୍ଣ୍ଣ
ଉପଲବ୍ଧି ପାଇଁ ଦାମୀ ସରଞ୍ଜାମ କିମ୍ବା କୌଣସି ଆଭିଜାତ୍ୟ ପୄଷ୍ଠଭୂମି ତଥା ପୄଷ୍ଠପୋଷକତାର ଆବଶ୍ୟକତା ନାହିଁ; ବରଂ ସେଥି ପାଇଁ ଲୋଡା କେବଳ ସ୍ୱପ୍ନ ଓ ସାଧନା I
ଭାରତରେ ବିଜ୍ଞାନ ଗବେଷଣାର ଅଧୋଗତିର କାରଣ ଜାଣିବା
ପାଇଁ ହେଲେ ବେଶୀ ପରିଶ୍ରମ କରିବାକୁ ପଡେ ନାହିଁ I ଗବେଷଣାର ନିମ୍ନ
ଗୁଣବତ୍ତା ମାନ, ଗବେଷଣା ଜନିତ ଉତ୍ପାଦର ନିମ୍ନ ବଜାର ଚାହିଦା
ତଥା ଗବେଷଣାର ଦୀର୍ଘ ଅବଧିକାଳ ହିଁ ଏହାର ମୂଖ୍ୟ କାରଣ I କ୍ଷୋଭର ବିଷୟ ଯେ, ଭିତ୍ତିଭୂମି ବିକାଶ ଓ ସୂଚନା ପ୍ରଯୁକ୍ତି
କ୍ଷେତ୍ର ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ
କାର୍ଯ୍ୟ କରୁଥିବା ଅଧିକାଂଶ କମ୍ପାନୀ
ଉତ୍ପାଦର ଗବେଷଣା ଓ ବିକାଶ ଦିଗରେ ସେମାନଙ୍କ ମୋଟ ବିନିଯୋଗ ପାଣ୍ଠିର ମାତ୍ର 1% ରୁ କମ୍ ଅର୍ଥ ନିବେଶ କରିଥାନ୍ତି I
ଏଜୁକେଶନ ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର
ଭୋପାଲ
Phone:
8917637974
Comments
Post a Comment