ବିନାଶକାରୀ ଭୂମିକମ୍ପ
ଗତ 22 ତାରିଖ ବୁଧବାର ସକାଳେ ପଡୋଶୀ ରାଷ୍ଟ୍ର ଆଫଗାନିସ୍ଥାନରେ ଭୀଷଣ ଭୂମିକମ୍ପ ଅନୁଭୂତ ହୋଇଛି I ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା 6.1 I ଏହି ବିନାଶକାରୀ ଭୂମିକମ୍ପରେ 1000 ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିବା ସାଙ୍ଗକୁ 1500 ରୁ ଅଧିକ ଲୋକ ଆହତ ହୋଇଛନ୍ତି ଏବଂ ଧନସମ୍ପତ୍ତିର ବିପୁଳ କ୍ଷୟକ୍ଷତି ଘଟିଛି I ଏହା ଭୂକମ୍ପ କେନ୍ଦ୍ରଠାରୁ ପ୍ରାୟ 500 କି.ମି. ବ୍ୟାପ୍ତି ପରିସୀମା ଅଞ୍ଚଳମଧ୍ୟରେ ଅନୁଭୂତ ହୋଇଥିଲା, ଫଳରେ ଏହାର ପ୍ରଭାବ ପଡୋଶୀ ପାକିସ୍ଥାନ ଓ ଭାରତରେ ମଧ୍ୟ ଦେଖିବାକୁ ମିଳିଥିଲା I
ରିକ୍ଟର ସ୍କେଲ୍
କ'ଣ?
ଭୂମିକମ୍ପର ତୀବ୍ରତାକୁ ରିକ୍ଟର୍ ସ୍କେଲ୍ ଏକକରେ ମପାଯାଏ I ଏହି ସ୍କେଲରେ
4 ଅଙ୍କରୁ ଉର୍ଦ୍ଧ୍ୱ ଭୂମିକମ୍ପ ସାଧାରଣତଃ ଧନଜୀବନ ପ୍ରତି ବିନଶକାରୀ ହୋଇଥାଏ I ଭୂମିକମ୍ପର
ତୀବ୍ରତା 4 ରୁ 4.9 ଅଙ୍କ ମଧ୍ୟରେ ରହିଲେ
ଘରର ଝରକାର କାଚ ଭାଙ୍ଗିଯାଇପାରେ ଏବଂ କାନ୍ଥରେ ଟଙ୍ଗା ଯାଇଥିବା ଫଟୋଫ୍ରେମ୍ ତଳେ ଖସି
ପଡିପାରେ I ଭୂମିକମ୍ପର ତୀବ୍ରତା 5 ରୁ 5.9 ଅଙ୍କ ମଧ୍ୟରେ ରହିଲେ
ଘରର ଟେବୁଲ ଚଉକି ଭଳି ଭାରି ଆସବାବପତ୍ର
ହଲି ଯାଇପାରେ I ଭୂମିକମ୍ପର ତୀବ୍ରତା
6 ରୁ 6.9 ଅଙ୍କ ମଧ୍ୟରେ ରହିଲେ କୌଣସି ବହୁତଳୀୟ ଅଟ୍ଟାଳିକାର ନିଅଁ ହଲି ଯାଇପାରେ ଏବଂ
ଉପର ମହଲା ଘର ବିଶେଷ କ୍ଷତିଗ୍ରସ୍ତ ହୋଇପାରେ I ଭୂମିକମ୍ପର
ତୀବ୍ରତା 7 ରୁ 7.9 ଅଙ୍କ ମଧ୍ୟରେ ରହିଲେ ବହୁତଳୀୟ ଅଟ୍ଟାଳିକା ସମ୍ପୂର୍ଣ୍ଣ ଭୁଷୁଡି ପଡିପାରେ ଏବଂ ଭୂତଳ ପାଣି ପାଇପ୍
ଫାଟି ଯାଇପାରେ I ଭୂମିକମ୍ପର ତୀବ୍ରତା 8 ରୁ 8.9 ଅଙ୍କ
ମଧ୍ୟରେ ରହିଲେ ବଡ ବଡ ପୋଲ ମଧ୍ୟ ଭାଙ୍ଗିଯାଇପାରେ I ଭୂମିକମ୍ପର
ତୀବ୍ରତା 9.0 ଅଙ୍କରୁ ଅଧିକ ହେଲେ ସମସ୍ତ
ନିର୍ମାଣ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଏ I ଏଭଳି ପରିସ୍ଥିତିରେ କୌଣସି ଖୋଲା ସ୍ଥାନରେ ଛିଡା ହେଲେ ଭୂମିରେ ସମୁଦ୍ର ଭଳି ଲହଡିମାନ
ତରଙ୍ଗାୟିତ ହେଉ ଥିବାର ଦେଖାଯାଏ ଏବଂ ସମୁଦ୍ରରେ ସୁନାମି ଭଳି ଉଚ୍ଚା ଉଚ୍ଚା ଲହଡିମାନ ସୄଷ୍ଟି ହୋଇ
ସ୍ଥଳଭାଗରେ ପ୍ରଳୟ ରଚନା କରେ I
ବିଶ୍ୱର
ପ୍ରଳୟଙ୍କରୀ ଭୂମିକମ୍ପ
ପୄଥିବୀରେ ପ୍ରତି ବର୍ଷ ପ୍ରାୟ 5 ଲକ୍ଷ ଭୂମିକମ୍ପ ଅନୁଭୂତ
ହୋଇଥାଏ I ଏଥି ମଧ୍ୟରୁ ଆମେ କେବଳ 1 ଲକ୍ଷ ଭୂମିକମ୍ପକୁ ଅନୁଭବ
କରିପାରୁ I ପ୍ରାୟ 100ଟି ଭୂମିକମ୍ପ ବିନାଶକାରୀ ହୋଇଥାଏ I ବିଶ୍ୱର
ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ 1960 ମସିହାରେ
ଚିଲିରେ ଅନୁଭୂତ ହୋଇଥିଲା I ରିକ୍ଟର ସ୍କେଲ୍ ରେ ଏହାର ତୀବ୍ରତା ଥିଲ 9.5 I ଏଥିରେ
ପ୍ରାୟ 6000 ଲୋକଙ୍କ ପ୍ରାଣହାନୀ ଘଟିଥିଲା I ଆମ ଦେଶରେ ସବୁଠାରୁ ପ୍ରଳୟଙ୍କରୀ ଭୂମିକମ୍ପ 1934 ମସିହାରେ ବିହାର ରାଜ୍ୟରେ ଅନୁଭୂତ
ହୋଇଥିଲା ଯେଉଁଥିରେ ପ୍ରାୟ 30, 000 ଲୋକ ମୄତ୍ୟୁମୁଖରେ ପଡିଥିଲେ I ରିକ୍ଟର ସ୍କେଲ୍ ରେ ଏହର ତୀବ୍ରତା ଥିଲ 8.1 I ଗତ 1811
ମସିହାରେ ଉତ୍ତର ଆମେରିକାରେ ଏଭଳି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା ଯେ ଏହାର ପ୍ରଭାବରେ
ମିସିସିପି ନଦୀ ଓଲଟା ବହିବାକୁ ଲାଗିଥିଲା I ଭୂମିକମ୍ପ ପ୍ରଭାବରେ ସବୁଠାରୁ ବିପଜ୍ଜନକ
ହିମସ୍ଖଳନ 1970 ମସିହାରେ ପେରୁରେ ଦେଖା
ଯାଇଥିଲା ଯାହା
ଘଣ୍ଟା ପ୍ରତି 400 କି.ମି. ଭଳି ଦୂରନ୍ତ ବେଗରେ
ଗତି କରିଥିଲା I ଭୂମିକମ୍ପ ପ୍ରଭାବରେ ସବୁଠାରୁ ଭୟଙ୍କର ହିମସ୍ଖଳନ 1920 ମସିହାରେ ଚୀନ୍ ର କାଂସୁ ପ୍ରଦେଶରେ
ଘଟିଥିଲା ଯେଉଁଥିରେ ପ୍ରାୟ 2 ଲକ୍ଷ ଲୋକଙ୍କ ମୄତ୍ୟୁ ଘଟିଥିଲା I ଗତ 2004 ମସିହା ଡିସେମ୍ବର 26 ତାରିଖରେ ଇଣ୍ଡୋନେସିଆ
ନିକଟସ୍ଥ ସମୁଦ୍ରରେ ଘଟିଥିବା ଭୂମିକମ୍ପରେ ପ୍ରଳୟଙ୍କରୀ ସୁନାମୀର ଲହଡିମାନ ସୄଷ୍ଟି ହୋଇଥିଲା
ଯେଉଁଥିରେ ପ୍ରାୟ 2.30 ଲକ୍ଷ ଲୋକଙ୍କ ମୄତ୍ୟୁ ଘଟିଥିଲା I ଏହି
ଭୂମିକମ୍ପର ଝଟକା ସର୍ବାଧିକ 10 ମିନିଟ୍ ଧରି ଅନୁଭୂତ ହୋଇଥିଲା I
ଭୂମିକମ୍ପର
କାରଣ:
ଆମର ପୄଥିବୀପୄଷ୍ଠ ଅନେକ ସୁଦୄଢ ପ୍ଲେଟ୍ ଉପରେ ପର୍ଯ୍ୟବେସିତ ଯାହାକୁ ଟେକଟୋନିକ
ପ୍ଲେଟ୍ କୁହଯାଏ I ଏହି ପ୍ଲେଟ୍ ଗୁଡିକ ସଦାସର୍ବଦା ଗତିଶୀଳ I ଅବଶ୍ୟ ଏହି
ପ୍ଲେଟ୍ ଗୁଡିକର ଗତି ଅତି ସ୍ୱଳ୍ପ ଏବଂ
ବର୍ଷକୁ ମାତ୍ର 4 ସେ.ମି. I ଏହି ଚଳନ ଯୋଗୁଁ ବେଳେବେଳେ ପ୍ଲେଟ୍
ଗୁଡିକ ମଧ୍ୟରେ ସଂଘର୍ଷ ଘଟେ ଏବଂ ଗୋଟିଏ ପ୍ଲେଟ୍ ଅନ୍ୟ ପ୍ଲେଟ୍ ଉପରେ ପ୍ରଚଣ୍ଡ ପାର୍ଶ୍ୱଚାପ
ପ୍ରୟୋଗ କରେ I ଏହି ଚାପ ଅତ୍ୟଧିକ ହେବାରୁ ଗୋଟିଏ ପ୍ଲେଟ୍ ଅନ୍ୟ ପ୍ଲେଟ୍
ଉପରେ ଚଢିଯାଏ. ଏହି ଅଞ୍ଚଳରେ ହିଁ ପୄଥିବୀପୄଷ୍ଠ ଦୋହଲି ଉଠି ଭୂମିକମ୍ପ ସୄଷ୍ଟି ହୁଏ I ସୁତରାଂ
ପ୍ଲେଟ୍ ଗୁଡିକର ପ୍ରାନ୍ତ ଭାଗ ଅତ୍ୟନ୍ତ ଭୂମିକମ୍ପ ପ୍ରବଣ ହୋଇଥାଏ I
ହିମାଳୟ ଅଞ୍ଚଳରେ କାହିଁକି ପ୍ରଳୟଙ୍କରୀ ଭୂମିକମ୍ପମାନ ସୄଷ୍ଟି ହୁଏ ?
ପ୍ରାୟ 4 କୋଟି ବର୍ଷ ପୂର୍ବେ ଭାରତୀୟ ଉପମହାଦେଶ ପ୍ଲେଟ୍ ୟୁରେସିଆ ପ୍ଲେଟ୍ ସହିତ ଧକ୍କା ଖାଇଥିଲା I ଏହାଦ୍ୱାରା ପ୍ଲେଟ୍ ର ପ୍ରାନ୍ତ ଭାଗରେ ପ୍ରଚଣ୍ଡ ଚାପ ସୄଷ୍ଟି ହୋଇ ହିମାଳୟ ଭଳି
ଭଙ୍ଗିଳ ପର୍ବତମାଳା ସୄଷ୍ଟି ହୋଇଥିଲା I ଏବେବି ଏହି ସଂଘର୍ଷ ଅବ୍ୟାହତ ରହିଛି ଏବଂ ଏହାର ପ୍ରଭାବରେ ହିମାଳୟ ପର୍ବତର ଉଚ୍ଚତା
ପ୍ରତି ବର୍ଷ 1 ସେ.ମି. ବୄଦ୍ଧି ପାଉଛି I ଆହୁରି ମଧ୍ୟ, ପ୍ଲେଟ୍ ପ୍ଲେଟ୍ ମଧ୍ୟରେ ବାରମ୍ବାର ସଂଘର୍ଷ କାରଣରୁ ପ୍ଲେଟ୍ ର ଚାପ
ସହନ କରିବାର ସାମର୍ଥ୍ୟ ଦୁର୍ବଳ ହୋଇଯାଏ I ଏହା ଦ୍ୱାରା
ପ୍ଲେଟ୍ ର କିଛି ଅଂଶ ମଧ୍ୟ କ୍ଷତିଗ୍ରସ୍ତ ହୋଇ ତଳେ ଗଛିତ ବିପୁଳ ଶକ୍ତି ଭୂମିକମ୍ପ ରୂପରେ ପଦାକୁ ନିର୍ଗତ ହୋଇଥାଏ I ଏହି କାରଣରୁ ସମଗ୍ର ହିମଳୟ କ୍ଷେତ୍ରରେ ଅଧିକ ଭୂମିକମ୍ପ ଆସିଥାଏ
ଏବଂ ଆଫଗାନିସ୍ଥାନ, ପାକିସ୍ଥାନ ତଥା ଉତ୍ତର ଭାରତର କିଛି ଅଂଶ ଅତ୍ୟନ୍ତ ଭୂମିକମ୍ପ ପ୍ରବଣ
ହୋଇଥାଏ I
ବନ୍ୟା ବାତ୍ୟା ଭଳି ଭଳି ଭୂମିକମ୍ପର ପୂର୍ବାନୁମନ ନିମନ୍ତେ ଏବେ ସୁଦ୍ଧା କୌଣସି ସଠିକ ଓ ନିର୍ଭରଯୋଗ୍ୟ ପଦ୍ଧତି ବିକଶିତ ହୋଇପାରି ନାହିଁ I ପ୍ରକୄତିର କେତେକ ଜୀବଜନ୍ତୁ ନିଜର ବିଚିତ୍ର ଆଚରଣ ଜରିଆରେ ଭୂମିକମ୍ପର ପୂର୍ବସୂଚନା ଦେଇଥାନ୍ତି I ହାତୀମାନେ ନିଜର ବିଶାଳ କାନ ଦ୍ୱାରା ପୄଥିବୀ ଅଭ୍ୟନ୍ତରସ୍ଥ ପ୍ଲେଟ୍ ଗୁଡିକର ପରସ୍ପର ମଧ୍ୟରେ ଘଷି ହେବାର ସ୍ୱଳ୍ପ ତରଙ୍ଗଦୈର୍ଘ୍ୟ ବିଶିଷ୍ଟ ଧ୍ୱନି ଶୁଣିପାରନ୍ତି ବୋଲି ବିଶ୍ୱାସ କରାଯାଏ I ଭୂମିକମ୍ପ ସହନଶୀଳ ଗୄହ ନିର୍ମାଣ, ତ୍ୱରାନିତ ଉଦ୍ଧାରକାର୍ଯ୍ୟ ଏବଂ ସତର୍କ ରହିବା ହିଁ ଭୂମିକମ୍ପ ମୁକାବିଲର ଏକମାତ୍ର ସଫଳ ଉପାୟ I
ନିକୁଂଜ ବିହାରୀ ସାହୁ
ଏଜୁକେଶନ୍ ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର
ଭୋପାଲ
ଫୋନ୍ : 8018708858
ଦୈନିକ ଧରିତ୍ରୀରେ ପ୍ରକାଶିତ ଏହି ଲେଖାକୁ ପଢିବା ପାଇଁ ନିମ୍ନ ଲିଙ୍କ କୁ କ୍ଲିକ କରନ୍ତୁ :
http://dharitriepaper.in/m/337285/62c2238c417fd
Comments
Post a Comment