ପେଡାଲ ଚାଳିତ ନିରାପଦ ହାତଧୂଆ ସାନିଟାଇଜର ଯନ୍ତ୍ର
ଏବେ କୋରୋନା ଭାଇରସର ସଂକ୍ରମଣରୁ ରକ୍ଷା ପାଇବା ପାଇଁ ହାତଧୂଆ ସାନିଟାଇଜରମାନ ବହୁଳ ବ୍ୟବହୄତ ହେଉଛି I ବ୍ୟକ୍ତିଗତ ସ୍ତରରେ ଏହାକୁ ବ୍ୟବହାର କରିବା ସେତେଟା ବିପଦପୂର୍ଣ୍ଣ ନୁହେଁ I ମାତ୍ର ବ୍ୟାଙ୍କ , ଅଫିସ କିମ୍ବା ସର୍ବସାଧାରଣ ସ୍ଥାନଗୁଡିକର ଗୋଟିଏ ସାନିଟାଇଜରକୁ ଅନେକ ଲୋକ ବାରମ୍ବାର ବ୍ୟବହାର କରିବା ଦ୍ବାରା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଥାଏ I ଏହି ପରିପ୍ରେକ୍ଷୀରେ ଏପରି କିଛି ସରଳ ସାନିଟାଇଜର ବିକଶିତ କରାଯାଇଛି ଯାହାକୁ ବିନା ହାତ ସଂସ୍ପର୍ଶରେ ଚାଳନା କରିହେବ I ଏହା ଦ୍ବାରା ସଂକ୍ରମଣର ସମ୍ଭାବନା ବହୁ ପରିମାଣରେ ହ୍ରାସ ପାଇଥାଏ I
ଏହି
ବ୍ୟବସ୍ଥାରେ ଯନ୍ତ୍ରର
ତଳଭାଗରେ ଏକ ପେଡାଲ
ସ୍ଥାନିତ ଥାଏ
I ବ୍ୟବହାରକାରୀ
ପେଡାଲକୁ ଗୋଡରେ
ତଳକୁ ଦବାଇଲେ,
ପେଡାଲ ସହିତ
ସଂଯୁକ୍ତ ଏକ ଲମ୍ବା ( ଦୈର୍ଘ୍ୟ:
2 ରୁ 3 ଫୁଟ)
ଭୂଲମ୍ବ ଦଣ୍ଡ
ଉର୍ଦ୍ଧ୍ବକୁ ଗତିଶୀଳ
ହୁଏ I
ଏହା ଉପରିଭାଗରେ
ଏକ କ୍ଷୁଦ୍ର
ଭାରଦଣ୍ଡ ସହିତ
ସଂଯୁକ୍ତ ଥାଏ I ଭୂଲମ୍ବ
ଦଣ୍ଡର ଅଗ୍ରଭାଗ
ଭାରଦଣ୍ଡର ଗୋଟିଏ ପ୍ରାନ୍ତ
ଉପରେ ('ବଳ'
ପ୍ରାନ୍ତ ଉପରେ)
ଏକ ଉର୍ଦ୍ଧ୍ବମୂଖୀ
ବଳ ପ୍ରୟୋଗ
କରେ I
ଏହାଦ୍ବାରା ଆଲମ୍ବ
ଉପରେ ଆଧାରିତ
ଭାରଦଣ୍ଡର ଅନ୍ୟ
ପ୍ରାନ୍ତଟି (ଭାର
ପ୍ରାନ୍ତଟି) ନିମ୍ନ
ଦିଗରେ ଗତିଶୀଳ ହୁଏ
I ଏହି
ପ୍ରାନ୍ତ ତଳେ
ସାନିଟାଇଜର ବୋତଲକୁ
ରଖାଯାଇଥାଏ I
ଭାରଦଣ୍ଡର ଭାର
ପ୍ରାନ୍ତଟି ନିମ୍ନ
ଦିଗରେ
ଗତିଶୀଳ ହୋଇ
ବୋତଲର ଠିପିରେ
ଲାଗିଥିବା ସାନିଟାଇଜର
ତରଳର ନିର୍ଗମ
ନଳୀକୁ ତଳକୁ
ଚାପି ଦିଏ
I ଫଳରେ ସାନିଟାଇଜରର
ଯନ୍ତ୍ରର ନିଜସ୍ବ ବ୍ୟବସ୍ଥା
ଅନୁଯାୟୀ କିଛି
ସାନିଟାଇଜର ତରଳ
ପଦାକୁ ବାହାରି
ଆସେ I
ଏହାକୁ ବ୍ୟକ୍ତି
ଜଣକ ବ୍ୟବହାର
କରି ହାତ
ସଫା କରନ୍ତି I ସେହିପରି,
କାର୍ଯ୍ୟ ସରିଗଲେ,
ବ୍ୟବହାରକାରୀ ପେଡାଲ୍
ଉପରୁ ଚାପ
ପ୍ରୟୋଗ ପ୍ରତ୍ୟାହାର
କରି ନିଅନ୍ତି
I ଫଳରେ,
ପେଡାଲ ସହିତ
ସଂଯୁକ୍ତ ଭୂଲମ୍ବ
ଦଣ୍ଡଟି ତଳକୁ
ଗତିଶୀଳ ହୁଏ
I ଏହା
ସଂଯୁକ୍ତ ଭାରଦଣ୍ଡକୁ
କାର୍ଯ୍ୟକାରୀ କରି
ସାନିଟାଇଜର ବୋତଲର
ନିର୍ଗମ ପ୍ରାନ୍ତ
ଉପରୁ ଚାପ
ପ୍ରତ୍ୟାହାର କରେ
I ଏହାଦ୍ବାରା
ବୋତଲ ମଧ୍ୟରୁ
ସାନିଟାଇଜର ତରଳ
ବହାରିବା ସମ୍ପୂର୍ଣ୍ଣ
ବନ୍ଦ ହୋଇଯାଏ
I
ଏହି ବ୍ୟବସ୍ଥାଟି ସରଳ ଯାନ୍ତ୍ରିକ ପଦ୍ଧତି ଉପରେ ପର୍ଯ୍ୟବେସିତ ହୋଇଥିବାରୁ ଏହାକୁ ସହଜରେ ପ୍ରସ୍ତୁତି କରାଯାଇପାରେ I ଏହାର ଚାଳନା ନିମନ୍ତେ ବିଦ୍ୟୁତ କିମ୍ବା ପେଟ୍ରୋଲ ଭଳି କୌଣସି ଇନ୍ଧନର ଆବଶ୍ୟକତା ପଡେ ନାହିଁ I ଏଭଳି ବ୍ୟବସ୍ଥାକୁ ସ୍ବଳ୍ପ ଖର୍ଚ୍ଚରେ ନିର୍ମାଣ କରାଯାଇ ପାରିବ ଏବଂ ଏହାର ରକ୍ଷଣାବେକ୍ଷଣ ମଧ୍ୟ ସହଜ. I ଏହା ମଧ୍ୟ ପରିବେଶପ୍ରିୟ୍ ଓ ପ୍ରଦୂଷଣ ବିହୀନ I ସୁତରାଂ ଏଭଳି ସାନିଟାଇଜର ବ୍ୟବସ୍ଥାର ପ୍ରୟୋଗ ଦ୍ବାରା ସର୍ବସାଧାରଣ ସ୍ଥଳୀରେ କୋରୋନା ସଂକ୍ରମଣର ସମ୍ଭାବନା ଆଶଙ୍କାକୁ ବହୁଳ ପ୍ରତିହତ କରାଯାଇ ପାରିବ I
ନିକୁଂଜ ବିହାରୀ ସାହୁ
ଏଜୁକେଶନ୍ ଅଫିସର
ଆଂଚଳିକ ବିଜ୍ଞାନ କେନ୍ଦ୍ର
Wonderful Sanitizer .
ReplyDelete