ନଭେଲ କୋରୋନା ଭାଇରସର ସଂକ୍ରମଣ : ପ୍ରକ୍ରିୟା ଓ ପ୍ରସାର
ନଭେଲ କୋରୋନା ଭାଇରସର ସଂକ୍ରମଣ ଜନିତ ମୄତ୍ୟୁ ହାର ବିଶ୍ବ ସାରା ଅତି କମ୍ ଥିଲେ ମଧ୍ୟ ଏହାର ସଂକ୍ରମଣର ପ୍ରସାର ହାର ଅନ୍ୟ ଭାଇରସ ତୁଳନାରେ ଯଥେଷ୍ଟ ଅଧିକ I ଏପରିକି ଜଣେ ଜଣେ ସୁପରସ୍ପ୍ରେଡର ବ୍ୟକ୍ତି ଏକକାଳୀନ 1000 ରୁ ଉର୍ଦ୍ଧ୍ବ ସାଧାରଣ ଲୋକଙ୍କୁ ସଂକ୍ରମଣ ଅନାୟାସରେ ପ୍ରସାର କରିପାରନ୍ତି I କୋରୋନା ଭାଇରସର ଏଭଳି ଉଚ୍ଚ ସଂକ୍ରମଣ ପ୍ରସାର ସାମର୍ଥ୍ୟର ରହସ୍ୟ ଉପଲବ୍ଧି କରିବାକୁ ହେଲେ ଏହାର ଗଠନ, ଜିନୋମ୍ ପ୍ରକାର , ଗ୍ରାହକ କୋଷରେ ପ୍ରବେଶ ଉପାୟ, ଗ୍ରାହକ କୋଷରେ ଜିନୋମ୍ ପରିପ୍ରକାଶ ଏବଂ ନୂଆ ଅପତ୍ୟ ଭାଇରସ ସୃଷ୍ଟି ଇତ୍ୟାଦି ପ୍ରସଙ୍ଗ ପ୍ରଥମେ ବୁଝିବା ଆବଶ୍ୟକ I ଏ ସମ୍ପର୍କରେ ଏକ ସଂକ୍ଷିପ୍ତ ଆଲୋଚନା ନିମ୍ନରେ ଦିଆଗଲା:
ଗଠନ
କୋରୋନା
ଭାଇରସ୍ ସାଧାରଣତ
ଅପେକ୍ଷାକୄତ ବୄହତ ଏକ
ଗୋଲାକାର କଣିକା
ଯାହାର ପୄଷ୍ଠରେ
ଅନେକ କଣ୍ଟା
ସଦୄଶ ଅଙ୍ଗ
ଥାଏ I ଏହି
ଭାଇରସର ହାରାହାରି
ବ୍ୟାସ 125 ନାନୋମିଟର
I ଏହା
ଚାରିପଟେ ଥିବା
ଆବରଣ (Envelope)
ର ବ୍ୟାସ
85 ନାନୋମିଟର ହୋଇଥିଲାବେଳେ
କଣ୍ଟାଗୁଡିକର ଲମ୍ବ
20 ନାନୋମିଟର I ଭାଇରସର ଆବରଣ
ଲିପିଡ୍
(Lipid ) ର ଦୁଇଟି
ସ୍ତରରେ ଗଢା
I ଲିପିଡ୍ର ଏହି
ସ୍ତରରେ ଝିଲ୍ଲୀ
(Membrane -M), ଆବରଣ
(Envelope - E) ଏବଂ
କଣ୍ଟା (Spike - S) ପ୍ରାୟ
1:20:300 ଅନୁପାତରେ ଖଂଜା ଥାଏ
I ଏକ ସାଧାରଣ
କୋରୋନା ଭାଇରସର
ପୄଷ୍ଠରେ ପ୍ରାୟ
74ଟି କଣ୍ଟକିତ
ଅଙ୍ଗ ଥାଏ
I ଏହି କଣ୍ଟକିତ
ଅଙ୍ଗ
ଗ୍ରାହକ ଜୀବକୋଷ ସହିତ ଭାଇରସକୁ ସଂଯୋଗ କରିବାରେ
ସାହାଯ୍ୟ କରେ
I
କୋରୋନା
ଭାଇରସର କଣ୍ଟାର
S
ପ୍ରୋଟିନ୍ ମୂଖ୍ୟତ
ଦୁଇଟି ଉପାଦାନ
ଯଥା
S1 ଏବଂ
S2 ରେ
ଗଢା I
ଏହାର S1
ଅଂଶ ହିଁ
କଣ୍ଟାର
ଅଗ୍ର ଯାହା
ଗ୍ରାହକ ବନ୍ଧନ
ସ୍ଥଳୀ (Receptor
Binding Domain RBD) ରୂପେ କାର୍ଯ୍ୟ
କରେ I ଅନ୍ୟପକ୍ଷରେ,
S2 ଅଂଶଟି କାଣ୍ଡ
ଭଳି କଣ୍ଟକିତ
ଅଙ୍ଗକୁ ଭାଇରସର
ଆବରଣ (Envelope)
ସହିତ
ଲାଖି ରହିବାରେ
ସାହାଯ୍ୟ କରେ
ଏବଂ ଗ୍ରାହକ
କୋଷରେ ପ୍ରୋଟିନକୁ
ପାଚନ
କରୁଥିବା କିଛି
ଏନଜାଇମ୍ (Protease)
ସକ୍ରିୟ ହେବା
ଦ୍ବାରା ଗ୍ରାହକ
କୋଷରେ ଭାଇରସର
ସଂଯୋଗକୁ ସୁଗମିତ
କରେ I
ସେହିପରି, E ଏବଂ
M ପ୍ରୋଟିନଦ୍ବୟ ଭାଇରସର ଆବରଣ
ଗଠନରେ ସହାୟକ
ହୁଅନ୍ତି ଏବଂ
ଭାଇରସର ସ୍ବଭାବ
ସୁଲଭ ଆକୄତି
ପ୍ରଦାନରେ ମୂଖ୍ୟ
ଭୂମିକା ଗ୍ରହଣ
କରନ୍ତି I
ଭାଇରସର
ଆବରଣ ଭିତରେ
ଥିବା ନିଉକ୍ଲିୟକାସ୍ପିଡ
(Nucleocapsid) ରେ ଭାଇରସର
ଜିନୀୟ ପଦାର୍ଥ
କିଛି ପ୍ରୋଟିନ୍
ଆକାରରେ ସଂଚିତ
ହୋଇ ରହିଥାଏ
I ଏହି
ପ୍ରୋଟିନ୍ ପ୍ରକୄତରେ
ଏକକ ଶୄଂଖଳ
ବିଶିଷ୍ଟ ଯୁକ୍ତାତ୍ମକ
ଦିଗରେ ବିସ୍ତୄତ
ଆର.ଏନ୍.ଏ. ଜିନୋମ୍ ରୂପରେ
ଥାଏ I ଦୁଇ
ପରସ୍ତ ବିଶିଷ୍ଟ
ଲିପିଡର ଆବରଣ,
, କୋଷଝିଳ୍ଳୀର ପ୍ରୋଟିନ୍
ଏବଂ
ନିଉକ୍ଲିୟକାସ୍ପିଡ ଭାଇରସକୁ
ଗ୍ରାହକ କୋଷର
ବାହାରେ ସୁରକ୍ଷା
ପ୍ରଦାନ କରିଥାଏ
I
ଜିନୋମ ପ୍ରକାର
କୋରୋନା ଭାଇରସରେ ଯୁକ୍ତାତ୍ମକ ଦିଗରେ ଗୁଡାଯାଇଥିବା ଏକକ ଶୄଂଖଳା ବିଶିଷ୍ଟ ଆର୍.ଏନ୍.ଏ. (RNA) ର ଜିନୋମ୍ ଥାଏ I ଏହି ଜିନୋମରେ 26.4 ରୁ 31.7 କିଲୋବେସ ପରିମାଣର ସୂଚନା ସଂଚିତ ଥାଏ I ଆର୍.ଏନ୍.ଏ. (RNA) ଭାଇରସଙ୍କ ମଧ୍ୟରୁ କୋରୋନା ଭାଇରସର ଜିନୋମ୍ ଦୈର୍ଘ୍ୟ ଅପେକ୍ଷାକୄତ ଲମ୍ବା I
ଗ୍ରାହକ କୋଷରେ ପ୍ରବେଶ
ଭାଇରସର
କଣ୍ଟକିତ ପ୍ରୋଟିନ୍
ଏହାର ସଂଗ୍ରାହୀ ଗ୍ରାହକ କୋଷର
ଗ୍ରାହକ ଅଙ୍ଗ
ସହିତ ସଂଯୁକ୍ତ
ହେଲେ ଯାଇ
ଶରୀରରେ ସଂକ୍ରମଣ
ସୂତ୍ରପାତ ହୁଏ I
ଏହି ସଂଯୋଗ
ଦ୍ବାରା ଗ୍ରାହକ
କୋଷରେ ପ୍ରୋଟିନ୍ରେ
ଗଢା ଏକ
ଏନଜାଇମ୍ (Protease) ବିଘଟିତ
(Cleavage) ହୋଇ
ଭାଇରସର କଣ୍ଟକିତ
ସଂଯୋଗୀ ଅଙ୍ଗରେ
ଥିବା S
ପ୍ରୋଟିନ୍କୁ ସକ୍ରିୟ
କରେ I
ଗ୍ରାହକ କୋଷରେ
ଉପଲବ୍ଧ ଏହି
ଏନଜାଇମ୍, ଏହାର
ବିଘଟନ ପ୍ରକ୍ରିୟା
ଏବଂ S
ପ୍ରୋଟିନ୍ର ସକ୍ରିୟତା ଉପରେ
ନିର୍ଭର କରି
ଗ୍ରାହକ କୋଷର
ଝିଲ୍ଲୀ ସହିତ
ଭାଇରସ ଆବରଣର
ସିଧାସଳଖ ସଂଯୋଗ
ଦ୍ବାରା ଭାଇରସ୍
ଗ୍ରାହକ କୋଷ
ମଧ୍ୟରେ ସହଜରେ
ପ୍ରବେଶ (Endocytosis
)କରିଯାଏ I
ଗ୍ରାହକ
କୋଷରେ ପ୍ରବେଶ
ପରେ ଭାଇରସର
ଜିନୋମ୍ କୋଷର
ସାଇଟୋପ୍ଲାଜମକୁ ସ୍ଥାନନ୍ତରିତ
ହୁଏ I
ଏହା ପରବର୍ତ୍ତୀ
ଏକ ଜଟିଳ
ପ୍ରକ୍ରିୟା ଯଥା
ଜିନ୍ ପ୍ରତିଲିପିକରଣ
( Gene Transcription) ଓ
ଜିନ୍
ନକଲିକରଣ (
Gene Translation) ଦ୍ବାରା ଜିନ୍
ପରିପ୍ରକାଶ ( Gene Expression) ଜରିଆରେ
ଗ୍ରାହକ
କୋଷରେ ଭାଇରସର ଗାଠନିକ
ପ୍ରୋଟିନ୍ କଣିକାମାନ
ଯଥା S,
E ଓ M
ସଂଶ୍ଳେଷିତ ହୁଏ ଯାହା
ଘଟଣାକ୍ରମେ ସଂଯୋଜିତ
ହୋଇ ପୂର୍ଣାଙ୍ଗ
ଅପତ୍ୟ ଭାଇରସମାନ
ସୄଷ୍ଟି
ହୁଅନ୍ତି I ଏହି ଭାଇରସ
ସବୁ ପରବର୍ତ୍ତୀ
ସମୟରେ ଗ୍ରାହକ ଶରୀରର
ଅନ୍ୟ
କୋଷକୁ ସଂକ୍ରମିତ
କରନ୍ତି I
ସଂକ୍ରମଣ
ସଂକ୍ରମିତ
ବାହକମାନେ ଭାଇରସକୁ
ପଦାକୁ ନିଷ୍କ୍ରାନ୍ତ
କରି ରୋଗର
ବିସ୍ତାର ଦିଗରେ
ସହାୟକ ହୁଅନ୍ତି
I
କୋରୋନା ଭାଇରସର
କଣ୍ଟକିତ ଅଙ୍ଗର
ଗ୍ରାହକ କୋଷର
ପରିପୂରକ ଅଙ୍ଗ
ସହିତ ପାରସ୍ପାରିକ
ପ୍ରତିକ୍ରିୟା ଉପରେ
ନିର୍ଭର କରି
ଏହା ସଂକ୍ରମିତ
କରୁଥିବା କୋଷର
ପ୍ରକାର, ସଂକ୍ରମଣର
ମାତ୍ରା ଏବଂ
ସଂକ୍ରମିତ କରୁଥିବା
ପ୍ରଜାତି ନିର୍ଦ୍ଧାରିତ
ହୁଏ I
କୋରୋନା ଭାଇରସ
ମୂଖ୍ୟତ କୋଷ
ବାହାରପଟରେ ଥିବା ଏପିଥେଲିଆଲ
କୋଷ (Epithelial cells)କୁ
ଟାର୍ଗେଟ କରିଥାଏ
I କୋରୋନା
ଭାଇରସର ପ୍ରଜାତି
ଉପରେ ନିର୍ଭର
କରି ସଂକ୍ରମଣ
ଗୋଟିଏ ବାହକରୁ
ଅନ୍ୟ ଜଣେ
ବାହକଙ୍କୁ ସାଧାରଣତ
ଏରୋସଲ କଣିକା
କିମ୍ବା ମଳ-
ମୂହଁ ମାର୍ଗ
ଜରିଆରେ
ବ୍ୟାପିଥାଏ I
ମଣିଷକୁ
ସଂକ୍ରମଣ କରୁଥିବା
କୋରୋନା ଭାଇରସ
ସାଧାରଣତ ଶ୍ବାସନଳୀର
ଏପିଥେଲିଆଲ କୋଷକୁ
ସଂକ୍ରମିତ କରୁଥିଲାବେଳେ
ଜୀବଜନ୍ତୁଙ୍କୂ ସଂକ୍ରମିତ
କରୁଥିବା ଭାଇରସ
ପ୍ରଜାତି ପରିପାକ
ବ୍ୟବସ୍ଥାର ଖାଦ୍ୟନଳୀର
ଏପିଥେଲିଆଲ
କୋଷକୁ ସଂକ୍ରମିତ
କରିଥାଏ I
ଉଦାହରଣ ସ୍ବରୂପ,
SARS କୋରୋନା ଭାଇରସ
ସାଧରଣତ ଏରୋସଲ
ମାର୍ଗ ଦେଇ
ପ୍ରବେଶ କରୁଥିଲାବେଳେ
ମଣିଷକୁ ସଂକ୍ରମିତ
କରୁଥିବା ପ୍ରଜାତି
ପୁସ୍ଫୁସର ଏପିଥେଲିଆଲ
କୋଷରେ ଥିବା
(Angiotensin Converting Enzyme-2 : ACE2)
ଗ୍ରାହକ ଉପାଦାନ
ସହିତ ବନ୍ଧନ
ଦ୍ବାରା ପ୍ରବେଶ
କରିଥାଏ I
ସେହିପରି, ଘୁଷୁରିକୁ
ସଂକ୍ରମଣ କରୁଥିବା
(Transmissible
Gastroenteritis Coronavirus: TGEV) ମଳ
ଓ ମୂହଁ
ମାର୍ଗ ଦେଇ
ଏହାର ପରିପାକ
ବ୍ୟବସ୍ଥାର ଏପିଥେଲିଆଲ
କୋଷର (Alanine
Aminopeptidase : APN) ଗ୍ରାହକ ଉପାଦାନ
ସହିତ ବନ୍ଧନ
ଦ୍ବାରା ସଂକ୍ରମଣ ପ୍ରସାର
କରିଥାଏ I
ନିକୁଂଜ ବିହାରୀ ସାହୁ
ଏଜୁକେଶନ୍ ଅଫିସର୍
ଆଂଚଳିକ ବିଜ୍ଞାନ
କେନ୍ଦ୍ର
ଭୋପାଳ
Comments
Post a Comment