ବିବାଦ ଘେରରେ କୋରୋନା ଭାଇରସର ଜନ୍ମ ରହସ୍ୟ
ସାରା ବିଶ୍ବରେ ଆତଙ୍କ ସୄଷ୍ଟି କରିଥିବା କୋରୋନା ଭାଇରସର ଜନ୍ମ ଜାତକ ଯେପରି ରହସ୍ଯମୟ, ସେତିକି ବିସ୍ମୟକର ଓ ପ୍ରଶ୍ନବାଚୀ I ଏହା ପଛରେ ମୂଖ୍ୟତ ଦୁଇଟି ତତ୍ତ୍ବର ଉପସ୍ଥାପନା ଚର୍ଚ୍ଚାର ବଳୟ ମଧ୍ୟକୁ ଆସିଛି I ପ୍ରଥମ ତତ୍ତ୍ବ ଅନୁସାରେ, ଚାଇନା କୁଆଡେ ବିଶ୍ବ ଅର୍ଥନୀତିକୁ ଦୁର୍ବଳ କରିବା ପାଇଁ ତଥା ବିଶ୍ବରେ ନିଜକୁ ଏକ ମହାଶକ୍ତି ରୂପେ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ଏହି ଭାଇରସକୁ ଏକ ଜୈବିକ ଅସ୍ତ୍ର ରୂପେ ନିଜ ପ୍ରୟୋଗଶାଳାରେ ବିକଶିତ କରିଛି I ଦ୍ବିତୀୟ ତତ୍ତ୍ବ ଅନୁସାରେ, ଏହି ଭାଇରସ ପ୍ରକୄତିସୄଷ୍ଟ ନହୋଇ ଚାଇନାର ଉହାନ୍ ସହରସ୍ଥିତ କୌଣସି ଏକ ପ୍ରୟୋଗଶାଳାରୁ ଆକସ୍ମିକ ରୁପେ ପଦାକୁ ନିଷ୍କ୍ରାନ୍ତ କିମ୍ବା ଲିକ୍ ହୋଇଥାଇ ପାରେ I ମାତ୍ର ଚାଇନା ଏହି ମତବାଦ ଦୁଇକୁ ଦୄଢଭାବେ ଖଣ୍ଡନ କରୁଛି I
ଜୈବିକ ଅସ୍ତ୍ର
ଏକ
ଜୈବିକ ଅସ୍ତ୍ରରେ ମୂଖ୍ୟତ: ରୋଗ ସୄଷ୍ଟିକାରୀ କିଛି ଅଣୁଜୀବ
ବ୍ୟବହାର କରାଯାଏ ଯାହାକୁ ସାଧାରଣତ ଶତୄ ଦେଶର
ଜନସାଧାରଣ, ଗୄହପାଳିତ ଜୀବଜନ୍ତୁ କିମ୍ବା
ଫସଲ ଉପରେ ପ୍ରୟୋଗ
କରାଯାଏ I
ଏହା ପ୍ରକୄତରେ ଏକ ଭୟଙ୍କର
ଅସ୍ତ୍ର ଯେହେତୁ ଏହା ବ୍ୟାପ୍ତିର କୌଣସି ଭୌଗଳିକ ପରିସୀମା ନଥାଏ ଏବଂ
ଏପରିକି ଏହା ଆକ୍ରମଣକାରୀ ରାଷ୍ଟ୍ରର
ସୀମା ଭିତରକୁ ମଧ୍ୟ ସଂପ୍ରସାରିତ ହୋଇପାରେ
I
ବିଶ୍ବର କିଛି ରାଷ୍ଟ୍ର
ଯଥା ଯୁକ୍ତରାଷ୍ଟ୍ର ଆମେରିକା, ରୁଷିଆ, ଫ୍ରାନ୍ସ , ଜର୍ମାନୀ, ଜାପାନ୍,
କାନାଡା, ଇସ୍ରାଇଲ୍, ଇରାନ, ଓ
ଉତ୍ତର କୋରିଆ ଗୋପନୀୟ
ଭାବେ ସମ୍ଭବତ କିଛି ମାରାତ୍ମକ
ରୋଗ ଯଥା ଆନ୍ଥ୍ରାକ୍ସ , ବସନ୍ତ
ଇତ୍ୟାଦି ସୄଷ୍ଟିକାରୀ ବିଭିନ୍ନ
ଜୈବିକ ଅସ୍ତ୍ରର ଗବେଷଣା ଓ ବିକାଶ
ଦିଗରେ ଉଦ୍ୟମ
ଅବ୍ୟାହତ ରଖିଛନ୍ତି I
ପ୍ରକୄତିସୄଷ୍ଟ ସପକ୍ଷରେ ମତବାଦ
ଚାଇନାକୁ ସମର୍ଥନ କରୁଥିବା କିଛି ଗବେଷକ
କୋରୋନା
ଭାଇରସର
ଜିନୋମ୍ ଅନୁକ୍ରମ (Genome
Sequence) କୁ
ଅନୁଧ୍ୟାନ କରି ସିଦ୍ଧାନ୍ତରେ ପହଂଚିଛନ୍ତି ଯେ,
ସମ୍ଭବତ କୋରୋନା ଭାଇରସ ମନୁଷ୍ୟକୄତ ନହୋଇ ପ୍ରାକୄତିକ I ଏଥିପାଇଁ
ମୂଖତ ଦୁଇଟି କାରଣକୁ ଉଲ୍ଲେଖ କରାଯାଉଛି I ପ୍ରଥମତ,
ଭାଇରସର ଗ୍ରାହକ ବଂଧନ ସ୍ଥଳୀ କିମ୍ବା ରିସେପ୍ଟର୍ ବାଇଣ୍ଡିଙ୍ଗ ଡୋମେନ୍ ( Receptor Binding Domain- RBD) ରୂପେ ଜଣାଥିବା ଏହାର ସ୍ପାଇକ୍
ପ୍ରୋଟିନ୍ (Spike Protein ) ସମୟକ୍ରମେ ବିବର୍ତ୍ତିତ ହୋଇ ଏଭଳି
ରୂପରେଖରେ ପହଂଚିଛି ଯେ ଏହା
ମନୁଷ୍ୟ ଜୀବକୋଷର ବାହ୍ୟପୄଷ୍ଠରେ ମିଳୁଥିବା ACE 2 ନାମକ
ଏକ ଏନଜାଇମ୍ ସହିତ ଅକ୍ଳେଶରେ ସଂଯୋଗ ହୋଇ ଯାଇପାରୁଛି I
ଭାଇରସର ଏହି ସ୍ପାଇକ୍
ପ୍ରୋଟିନ୍ ଏତେ ସହଜରେ
ମନୁଷ୍ୟ ଜୀବକୋଷ ସହିତ ସଂଯୋଗ
ହୋଇପାରୁଛି ଯେ ଏହା
କେବଳ ସୁଦୀର୍ଘ ପ୍ରାକୄତିକ ବିବର୍ତ୍ତନ ପ୍ରକ୍ରିୟା ଦ୍ବାରା ହିଁ ସମ୍ଭବପର
I ଦ୍ବିତୀୟତ, କୋରୋନା ଭାଇରସର ଜିନୀୟ ସଂରଚନା ମନୁଷ୍ୟ ଶରୀରରେ ରୋଗ ସୄଷ୍ଟିକାରୀ ଅନ୍ୟ
ଭାଇରସର ଗଠନଠାରୁ ସମ୍ପୂର୍ଣ୍ଣ ଅଲଗା; ବରଂ
ଏହି ଭାଇରସର ବାଦୁଡି ଓ ବଜ୍ରକାପ୍ତାଠାରେ ମିଳୁଥିବା
ଭାଇରସର ଗଠନ ସହିତ ଘନିଷ୍ଠ
ସାମଂଜସ୍ୟତା ରହିଛି I
ତେଣୁ କୋଭିଡ୍ ଭାଇରସର ଏହି ଦୁଇଟି
ବିଶେଷତ୍ତ୍ବ ଯଥା
RBD ଅଙ୍ଗର ବିବର୍ତ୍ତନ ଏବଂ ଅଦ୍ବିତୀୟ
ଜିନୀୟ ସଂରଚନା ମନୁଷ୍ୟକୄତ ନହୋଇ
ବରଂ ପ୍ରକୄତିସୄଷ୍ଟ ବୋଲି ସୂଚନା
ଦିଏ I
ଯଦି
ଏହା ପ୍ରକୄତିସୄଷ୍ଟ , ତେବେ ଏହାର
ପ୍ରାଥମିକ ଉତ୍ସ କ'ଣ ବୋଲି
ମନରେ ପ୍ରଶ୍ନ ଉଠେ I ଏହା
ସମ୍ଭବତ ବାଦୁଡି ଭଳି ଏକ
ଜୀବ ଉତ୍ସରୁ ଆସିଛି I
ଏହି ପ୍ରକ୍ରିୟାରେ ମଧ୍ୟ ବଜ୍ରକାପ୍ତା ଭଳି
ଏକ ମଧ୍ୟବର୍ତ୍ତୀ ଜୀବ ସଂଶ୍ଳିଷ୍ଟ
ଥାଇପାରେ ବୋଲି ବିଶ୍ବାସ
କରାଯାଏ I ଏକ
ତୄତୀୟ ମତବାଦ ଅନୁସାରେ, ମନୁଷ୍ୟଠାରେ ରୋଗ ସୄଷ୍ଟି
କରୁନଥିବା ଗୋଟିଏ ଭାଇରସ୍
ପ୍ରଥମେ କୌଣସି ଏକ ଜୀବଠାରୁ
ମନୁଷ୍ୟକୁ ସଂଚାରିତ ହୋଇଥିଲା ଯାହା ମନୁଷ୍ୟ
ଶରୀରରେ ଜିନୀୟ ସ୍ତରରେ ଆକସ୍ମିକ ପରିବର୍ତ୍ତନ ବା ମ୍ୟୁଟେସନ୍ (Mutation) ଘଟି
ଏବେକାର ମାରାତ୍ମକ ଭାଇରସର ରୂପ ନେଇଛି
I
ମନୁଷ୍ୟକୄତ ଉତ୍ସ ସପକ୍ଷରେ ମତବାଦ
ଯୁକ୍ତରାଷ୍ଟ୍ର ଆମେରିକା ଦୄଢ ଭାବରେ
ବିଶ୍ବାସ କରେ ଯେ,
ଏହି ଭାଇରସ୍ ଚାଇନାର ଉହାନ୍ ସହର ସ୍ଥିତ
କୌଣସି ଜୈବିକ ପ୍ରୟୋଗଶାଳାରୁ ଦୁର୍ଘଟଣା ବଶତ ପଦାକୁ
ନିଷ୍କ୍ରାନ୍ତ ହୋଇଛି I
ଏବେ ଉହାନ୍ ସହରରେ ମୂଖ୍ୟତ ଦୁଇଟି ଜୈବିକ ପ୍ରୟୋଗଶାଳା କାର୍ଯ୍ୟକାରୀ ରହିଛି : ସେଥିରୁ ଗୋଟିଏ ହେଲା ଉହାନ
ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି
(Wuhan
Institute of Virology - WIV), ଯାହା ବିଗତ
2002 ମସିହାରେ ଫ୍ରାନ୍ସ ସହାୟତାରେ ବିଶ୍ବରେ ସାର୍ସ୍ (SARS) ବ୍ୟାଧିର
ସଂକ୍ରମଣ ପ୍ରସାର ପରେ ପରେ ପ୍ରତିଷ୍ଠିତ ହୋଇଥିଲା
I ଏହା ଚାଇନା
ଏକାଡେମୀ ଅଫ୍ ସାଇନ୍ସେସ୍
ଦ୍ବାରା ପ୍ରତିଷ୍ଠିତ ସମୁଦାୟ 20ଟି
ପ୍ରୟଗଶାଳା ମଧ୍ୟରୁ ଅନ୍ୟତମ
ହୋଇଥିଲେ ହେଁ ଭାଇରସ୍
ବିଜ୍ଞାନ ଅଧ୍ୟୟନ କ୍ଷେତ୍ରରେ ଦେଶର ଏକମାତ୍ର
ପ୍ରତିଷ୍ଠାନ I
ଏହି ପ୍ରତିଷ୍ଠାନରେ ମନୁଷ୍ୟ ଶରୀରରେ ରୋଗ ସୄଷ୍ଟି
କରୁଥିବା ଅନେକ ମାରାତ୍ମକ ଭାଇରସର ନମୁନା ମୂଖ୍ୟତ: ଗବେଷଣା ପାଇଁ ସଗୄହୀତ କରି ରଖାଯାଇଛି
I ସେହିପରି, ଅନତିଦୂରରେ ସେହି
ଉହାନ୍ ସହରରେ ଜୈବିକ ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏକ ଦ୍ବିତୀୟ
ପ୍ରତିଷ୍ଠାନ ଯଥା ଉହାନ୍
ବ୍ୟାଧି ନିୟନ୍ତ୍ରଣ କେନ୍ଦ୍ର ( Wuhan Centre for Disease Control - WCDC) ଅବସ୍ଥିତ
I ଏହା କୋରୋନା ପ୍ରଥମେ ବ୍ୟାପିଥିବା ମାଂସ ବଜାରଠାରୁ
ମାତ୍ର 3
କି.ମି. ଦୁରରେ
ଅବସ୍ଥିତ I
ଏହି ପ୍ରତିଷ୍ଠାନ ମଧ୍ୟ ବାଦୁଡିମାନଙ୍କ ଉପରେ
କୋରୋନା ଭାଇରସର ସଂକ୍ରମଣ ଉପରେ ଗବେଷଣା
କରି ଆସୁଥିବା ସନ୍ଦେହ କରାଯାଏ I
ବିଗତ 2018
ମସିହାଠାରୁ ଯୁକ୍ତରାଷ୍ଟ୍ର ଆମେରିକା ଏହି ଦୁଇ
ଅନୁଷ୍ଠାନରେ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଉପଲବ୍ଧ ନଥିବା ଦର୍ଶାଇ ଅଭିଯୋଗ କରିଆସୁଛି I
ଆମେରିକା ମତରେ, ଏଭଳି
ମହତ୍ତ୍ବପୂର୍ଣ୍ଣ ଅନୁଷ୍ଠାନକୁ ସଠିକ ରୂପେ
ପରିଚାଳନା କରିବା ପାଇଁ ପ୍ରଶିକ୍ଷିତ କର୍ମଚାରୀ
କିମ୍ବା ଭିତ୍ତିଭୂମିର ଘୋର ଅଭାବ
ରହିଛି I
ବିଶେଷଜ୍ଞମାନଙ୍କ ମତରେ, ସୁରକ୍ଷାର
ସମସ୍ତ ନିୟମକୁ ଜଳାଞଳି ଦେଇ ଏହି ଦୁଇ
ପ୍ରତିଷ୍ଠାନରେ ମାରାତ୍ମକ ଭାଇରସମାନଙ୍କୁ ଦିଶାନିର୍ଦ୍ଧାରିତ ଜୈବିକ
ସୁରକ୍ଷା ସ୍ତର (Bio Safety Level- BSL) - 4
ପରିବର୍ତ୍ତେ ଏକ ନିମ୍ନ
ମାନର ଜୈବିକ ସୁରକ୍ଷା ସ୍ତର -2
ଅନୁସାରେ ଅଧ୍ୟୟନ କରାଯାଉଥିଲା ଯାହା ବାସ୍ତବକ୍ଷେତ୍ରରେ ଅତି
ବିପଦପୂର୍ଣ୍ଣ I
କରୋନା ସଂକ୍ରମଣର ଶିକାର ହୋଇଥିବା ପ୍ରଥମ ରୋଗୀ ସମ୍ଭବତ
ଏହି ଦୁଇଟି ପ୍ରୟୋଗଶାଳା ମଧ୍ୟରୁ ଗୋଟିକରେ ଜଣେ କର୍ମଚାରୀ ରୂପେ କାର୍ଯ୍ୟ କରୁଥିଲେ I
ସେ ହୁଏତ ମହିଳା
କିମ୍ବା ପୁରୁଷ କର୍ମଚାରୀ ହୋଇପାରନ୍ତି I
ସେ ସମ୍ଭବତ: କାର୍ଯ୍ୟ ସମୟରେ ଦୁର୍ଘଟଣା ବଶତ:
ଉପରୋକ୍ତ ଅନୁଷ୍ଠାନରେ ସଂରକ୍ଷିତ ଥିବା ଭାଇରସର
କୌଣସି ନମୁନା ସହିତ ସସ୍ପର୍ଶରେ
ଆସି କରୋନା ଇତିହାସର ପ୍ରଥମ ସଂକ୍ରମଣର ଶିକାର ହୋଇଥିଲେ I
ପରବର୍ତ୍ତୀ ସମୟରେ ସେ ନିକଟସ୍ଥ
ମାଂସ ବଜାରକୁ ମାଂସ କିଣିବା
ପାଇଁ ଯାଇଥିବା ସମୟରେ ପଦାକୁ
ସଂକ୍ରମଣର ଦ୍ବାର ଖୋଲି ଦେଇ
ଦୁନିଆକୁ ଏକ ବଡ
ବିପଦ ମୁଁହକୁ ଠେଲି ଦେଇଥିଲେ I
ମାତ୍ର
ଚାଇନା ଏହି ଭାଇରସର ପ୍ରୟୋଗଶାଳାରୁ ଦୁର୍ଘଟଣା ବଶତ: ଲିକ୍ କିମ୍ବା ମନୁଷ୍ୟକୄତ ଉତ୍ସ ମତବାଦକୁ
ଦୄଢ ରୂପେ ଖଣ୍ଡନ କରୁଛି
I କୋରୋନା ଭାଇରସ ଯେ ମନୁଷ୍ୟକୄତ ନହୋଇ
ବରଂ ପ୍ରାକୄତିକ, ଚାଇନାର ଏହି ମତବାଦକୁ ମଧ୍ୟ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସମର୍ଥନ କରି ଆସିଛି I ତେବେ ଯୁକ୍ତରାଷ୍ଟ୍ର ଆମେରିକା ଏଭଳି ସ୍ପଷ୍ଟିକରଣକୁ ଗ୍ରହଣ ନକରି ଏହା ଚାଇନା ପ୍ରୟୋଗଶାଳାରେ ସୄଷ୍ଟ ବୋଲି ଆରମ୍ଭରୁ ଦୋହରେଇ ଆସିଛି I ସେଥିପାଇଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏହି ଭାଇରସକୁ ‘ଉହାନ୍ ଭାଇରସ୍’ ବୋଲି ଆଖ୍ୟା ଦେଇଥିଲେ I ଏବେକାର ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ଭାଇରସର ସୄଷ୍ଟି
ପଛରେ କିଛି ମନୁଷ୍ୟକୄତ କାର୍ଯ୍ୟକଳାପ ରହି ଥିବାର ସନ୍ଦେହ କରି ଏ ସଂକ୍ରାନ୍ତରେ ଅନୁସନ୍ଧାନ
କରି ଆଗାମୀ ତିନି ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବା ନିମନ୍ତେ ବିଭାଗୀୟ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ
ଦେଇଛନ୍ତି
I ଆମେରିକା ମତରେ ଆଗାମୀ ଦିନରେ ଏଭଳି
ଘାତକ ବୈଶ୍ବିକ ମହାମାରୀର ଆବିର୍ଭାବକୁ ରୋକିବା ପାଇଁ ହେଲେ ଏବେକାର କୋରୋନା ଭାଇରସର
ଇତ୍ତିବୄତ୍ତ ଓ ଜନ୍ମରହସ୍ୟ ଜାଣିବା ନିହାତି ଆବଶ୍ୟକ I
ଦୀର୍ଘ ଦିନର ନୀରବତା ପରେ ଏବେ
ନିକଟରେ କିଛି ନୂତନ ତଥ୍ୟ ଲୋକଲୋଚନକୁ ଆସିଛି ଯାହା ଚାଇନା ଦ୍ବାରା ଭାଇରସର ମନୁଷ୍ୟକୄତ
ଉତ୍ପତ୍ତି ମତବାଦର ସମର୍ଥନ କରୁଛି I ପ୍ରଥମତ: , ଚାଇନା ଗତ 2019 ମସିହା ଡିସେମ୍ବର ମାସରେ କୋରୋନା ଭାଇରସର ଉତ୍ପତ୍ତି ସମ୍ପର୍କରେ
ବିଶ୍ବକୁ ଅବଗତ କରାଇବାର ପ୍ରାୟ ମାସେ ପୂର୍ବରୁ ଉହାନ୍ ପ୍ରୟୋଗଶାଳାର କିଛି ଗବେଷକ କୋଭିଡ୍ ଭଳି
ଲକ୍ଷଣରେ ଆକ୍ରାନ୍ତ ହୋଇ ଚିକିତ୍ସା ନିମନ୍ତେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି ହୋଇଥିବାର
ପ୍ରମାଣ ମିଳିଛି
I ଏବେ ଚାଇନା କିନ୍ତୁ ଏ ସଂକ୍ରାନ୍ତୀୟ
ପ୍ରମାଣ ଏବଂ ଦସ୍ତାବିଜକୁ ନଷ୍ଟ କରି ଦେଲାଣି I ଦ୍ବିତୀୟତ: , ଏବେ ଦୁଇ ଜଣ ଯୁରୋପୀୟ ଗବେଷକ ଯଥା ବ୍ରିଟେନର ପ୍ରଫେସର୍ ଅଙ୍ଗସ୍ ଡଲଗ୍ଲିସ୍ (Angus
Dalgleish) ଏବଂ ନରଓଏର ଡକ୍ଟର ବର୍ଜର ସୋରେନସେନ୍ ( Birger Sorensen) ଏ ସଂକ୍ରାନ୍ତରେ ଅଧିକ ଗବେଷଣା କରି
ଜାଣିବାକୁ ପାଇଛନ୍ତି ଯେ, କୋରୋନା ଭାଇରସ ପ୍ରାକୄତିକ ବାଦୁଡି ଉତ୍ସରୁ ଉତ୍ପତ୍ତି ନହୋଇ ବରଂ ଚାଇନାର ପ୍ରୟୋଗଶାଳାରୁ ସୄଷ୍ଟ ଯାହାକୁ
ଚାଇନା ରିଭର୍ସ ଇଂଜିନିୟରିଙ୍ଗ (Reverse Engineering) କୌଶଳ ଦ୍ବାରା ଏବେକାର ରୂପରେଖରେ ପରିଣତ କରି ପ୍ରକୄତ ତଥ୍ୟ
ଲୁଚାଇ ଦେଇଛି
I ତୄତୀୟତ: , ଗତ ବର୍ଷ ଫେବ୍ରୁଆରୀ
ମାସରେ ସାଉଥ୍ ଚାଇନା ୟୁନିଭର୍ସିଟି ଅଫ ଟେକ୍ନୋଲଜିରେ କାର୍ଯ୍ୟରତ ବୋଟାଓ ଜିଆଓ ( Botao
Xiao) ନାମକ ଜଣେ ଚୀନା ଗବେଷକ ଏକ ସନ୍ଦର୍ଭ ପ୍ରକାଶ କରି ଭାଇରସ
ପ୍ରୟୋଗଶାଳାରୁ ସୄଷ୍ଟ ବୋଲି ମତପୋଷଣ ପୂର୍ବକ ପ୍ରତିଷ୍ଠାନର ସୁରକ୍ଷା ଉପରେ ଘୋର ଆଶଙ୍କା
ପ୍ରକାଶ କରିଥିଲେ I ମାତ୍ର ପରବର୍ତ୍ତୀ ସମୟରେ ସେ ସମ୍ଭବତ: ଚାଇନା ସରକାରଙ୍କ ଚାପର
ବଶବର୍ତ୍ତୀ ହୋଇ ଏହି ସନ୍ଦର୍ଭ ପ୍ରତ୍ୟାହୄତ କରିନେଇଥିଲେ I
ତେବେ କରୋନା ଭାଇରସରର ଜନ୍ମ
ଜାତକ ସମ୍ପର୍କରେ ଏଭଳି ଅନେକ
ବାଦବିବାଦ ଲାଗି ରହିଥିବାବେଳେ ଆଗାମୀ
ଦିନରେ ଏ ସଂକ୍ରାନ୍ତରେ ପରବର୍ତ୍ତୀ
ଗବେଷଣା ଅଧିକ ଆଲୋକପାତ
କରିବ ବୋଲି ବିଶ୍ବାସ
କରାଯାଏ I
ଅଧିକ ପଠନ:
1. କୋରୋନା ସମ୍ପର୍କୀୟ ଏକ କୁଇଜ (ଭାଗ-1) ରେ ଭାଗ ନେବା ପାଇଁ ନିମ୍ନୋକ୍ତ ଲିଙ୍କ୍ କୁ
କ୍ଲିକ୍ କରନ୍ତୁ :
https://forms.gle/oMeMXyPEzeWVKtDu7
2. କୋରୋନା ସମ୍ପର୍କୀୟ ଏକ କୁଇଜ (ଭାଗ-2) ରେ ଭାଗ ନେବା ପାଇଁ ନିମ୍ନୋକ୍ତ ଲିଙ୍କ୍ କୁ କ୍ଲିକ୍ କରନ୍ତୁ :
https://forms.gle/ZisQ2oenfbxx1BUn7
3. କୋରୋନା ସମ୍ପର୍କୀୟ ଏକ କୁଇଜ (ଭାଗ-3) ରେ ଭାଗ ନେବା ପାଇଁ ନିମ୍ନୋକ୍ତ ଲିଙ୍କ୍ କୁ କ୍ଲିକ୍ କରନ୍ତୁ :
https://forms.gle/oU1GWLNh5QtqGKUFA
4. କୋରୋନା ସମ୍ପର୍କୀୟ ଏକ କୁଇଜ (ଭାଗ-4) ରେ ଭାଗ ନେବା ପାଇଁ ନିମ୍ନୋକ୍ତ ଲିଙ୍କ୍ କୁ କ୍ଲିକ୍ କରନ୍ତୁ :
https://forms.gle/WJiM74Att6LYBBPG6
ନିକୁଂଜ ବିହାରୀ ସାହୁ
ଏଜୁକେଶନ୍ ଅଫିସର
ଆଂଚଳିକ ବିଜ୍ଞାନ କେନ୍ଦ୍ର
ଭୋପାଲ
Very educative ond informative scientifically analytical article in regional odia language.Let this be translated in other regional languages and in English also to out reach global publicity for spreading the knowledge about Covid-19/Corona.
ReplyDelete