ବିଗତ ଦିନର ବିସ୍ମୄତ ଓ ବୀଭତ୍ସ ମହାମାରୀ
ବିଗତ ଦିନର ବିସ୍ମୄତ ଓ ବୀଭତ୍ସ ମହାମାରୀ 
                                                         
                        ନିକୁଂଜ ବିହାରୀ ସାହୁ
         ଇତିହାସର ଆଇନାରେ  ବିଗତ
 ମହାମାରୀଗୁଡିକର ପ୍ରସାର ଧାରାକୁ ଲକ୍ଷ୍ୟ କଲେ
ଜଣାଯାଏ ଯେ ପ୍ରତି 100 ବର୍ଷ ଅନ୍ତରରେ ଗୋଟିଏ ଲେଖାଏଁ ମହାମାରୀ ପୄଥିବୀରେ ପ୍ରାଦୁର୍ଭାବ  ହୋଇଥାଏ I ବିଗତ
1720, 1820 , 1920  ପରେ ଏବେ 2020 ମସିହାର
କୋରୋନା ମହାମାରୀ ସାରା ପୄଥିବୀରେ ଆତଙ୍କ ଖେଳାଇ ଦେଇଛି I
ଏହା ସଂଯୋଗ ହେଉ କିମ୍ବା ଧାରା, ତେବେ ଏହା ସତ୍ୟ  ଯେ, ପ୍ରତି 100 ବର୍ଷ ବ୍ୟବଧାନରେ  ଘାତକ ମହାମାରୀଗୁଡିକ  ପୄଥିବୀ ବକ୍ଷରେ ଉଙ୍କି ମାରି ଆତଙ୍କର ତାଣ୍ଡବ ରଚନା
କରିଥା’ନ୍ତି I
1720 ମସିହାର ଘାତକ ପ୍ଲେଗ୍
    ବିଗତ 1720  ଖୀଷ୍ଟାବ୍ଦରେ ବୁବୋନିକ ପ୍ଲେଗ୍ (Bubonic Plague)  ନାମକ କୁଖ୍ୟାତ ଏକ ଘାତକ ମହାମାରୀ ପୄଥିବୀରେ
ଦେଖା ଦେଇଥିଲା I ଫ୍ରାନ୍ସ ର ମାର୍ସିଲ (Marseille) ସହରରେ
ପ୍ରଥମେ ଦେଖା ଦେଇଥିବା ଏହି ମହାମାରୀ ଘଟଣାକ୍ରମେ ଅନ୍ୟ ଦେଶକୁ ବ୍ୟାପି ଯାଇଥିଲା I
ଏହି ମହାମାରୀ କାରଣରୁ ଏକାକୀ ମାର୍ସିଲ୍ ସହରରେ ଏକ ଲକ୍ଷ ଲୋକ ମୄତ୍ୟୁମୁଖରେ ପଡିଥିଲେ I ଐତିହାସିକଙ୍କ
ମତରେ ଏହି ମହାମାରୀ ଯୋଗୁଁ  ୟୁରୋପ୍, ଆଫ୍ରିକା ଓ
ଏସିଆ ମହାଦେଶରେ ସମୁଦାୟ 7 କୋଟି ଲୋକଙ୍କ ମୄତ୍ୟୁ ଘଟିଥିଲା I ଭାରତରେ
ଏହି ମହାମାରୀର ପ୍ରକୋପ ଉନ୍ନବିଂଶ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ଅବ୍ୟାହତ ରହିଥିଲା ଯେଉଁଥିରେ
ଲକ୍ଷାଧିକ ଲୋକଙ୍କ ପ୍ରାଣହାନି ଘଟିଥିଲା I ଏହି ମହାମାରୀ ମୂଷା, ଚୁଚୁନ୍ଦ୍ରା ଭଳି ଜୀବମାନଙ୍କ ଜରିଆରେ
ପ୍ରସାରିତ ହେଉଥିଲା I ଏହି ରୋଗରେ ପିଡୀତ ବ୍ୟକ୍ତି ରାତିରେ ସୁସ୍ଥ ଥିଲେ   ମଧ୍ୟ ସକାଳକୁ ମୄତ୍ୟୁମୁଖରେ ପଡୁଥିବାର ଲକ୍ଷ୍ୟ
କରାଯାଉଥିଲା I ଏହି ମହାମାରୀର କାରଣ ଥିଲା  ୟେର୍ସିନିଆ ପେସ୍ତିସ୍ (Yersinia pestis)  ନାମକ ଏକ ବ୍ୟାକ୍ଟେରିଆ ଯାହା ପ୍ରଥମେ  ଏକ ପାଣିଜାହାଜ ଦେଇ ମାର୍ସିଲ ବନ୍ଦରରେ ଆକସ୍ମିକ
ପ୍ରବେଶ କରିଥିଲା I  ଏହି ମହାମାରୀ ମଧ୍ୟ  ତାଉନ୍, ବ୍ଲାକ୍ ଡେଥ୍, ପେଷ୍ଟ୍, ମାର୍ସିଲ
ପ୍ଲେଗ୍ (The Great Plague
of Marseille) ଇତ୍ୟାଦି ନାମରେ କୁଖ୍ୟାତ
ଥିଲା I
1820 ଖ୍ରୀଷ୍ଟାବ୍ଦର ପ୍ରାଣଘାତୀ
ହଇଜା (Cholera)
    କେତେକଙ୍କ ମତରେ ଏହି ମହାମାରୀ ପ୍ରଥମେ ଭାରତର
କଲିକତା କିମ୍ବା ବଙ୍ଗଳାଦେଶରେ ଜନ୍ମ ନେଇ ପରେ ଥାଇଲାଣ୍ଡ, ଇଣ୍ଡୋନେସିଆ ଓ ଫିଲିପାଇନ୍ସ  ଦେଶରେ ନିଆଁ ଭଳି ବ୍ୟାପି ଯାଇଥିଲା I
ଏହି ମହାମାରୀରେ ଏକାକୀ  ଜାଭା ଦ୍ବୀପରେ 1 ଲକ୍ଷ
ଲୋକଙ୍କ ପ୍ରାଣହାନି ଘଟିଥିଲା I ଏହା ଭାରତ ସମେତ ବିଭିନ୍ନ ଦେଶ ଯଥା ପୂର୍ବ ୟୁରୋପ୍, ଆଫିକା, ରୁଷ୍
ଆଦି ଦେଶକୁ ପ୍ରସାରିତ  ହୋଇଥିଲା I
ଏହି ମହାମାରୀର ମୂଳ କାରଣ ଥିଲା ଭିବ୍ରିଓ କଲେରେ (Vibrio cholerae)  ନାମକ ଏକ ବ୍ୟାକ୍ଟେରିଆ I ଏହି ରୋଗରେ
ଶିକାର ବ୍ୟକ୍ତିବିଶେଷଙ୍କୁ ବାରମ୍ବାର  ତରଳ ଝାଡା
ଓ ବାନ୍ତି ହେବା ଦ୍ବାରା ଶରୀରରୁ ଜଳୀୟ ଅଂଶର ଘୋର ଅଭାବ ପଡିବାରୁ ଘଟଣାକ୍ରମେ ରୋଗୀ ମାତ୍ର କେଇ
ଘଣ୍ଟାରେ  ମୄତ୍ୟୁମୁଖରେ ପଡୁଥିଲା I ବିଶୁଦ୍ଧ  ପାନୀୟ ଜଳର ସୁବିଧା ସେ ସମୟରେ ଉପଲବ୍ଧ ନଥିବାରୁ  ଏହି ମହାମାରୀ ଉଗ୍ର ରୂପ ଧାରଣ କରିଥିଲା I ଏହି
ମହାମାରୀ ମଧ୍ୟ ଆମ ଗାଁ ଗହଳିରେ  ବାଡି,
ଠାକୁରାଣୀ ଆଦି ନାମରେ କୁଖ୍ୟାତ ଥିଲା I
1920 ଖ୍ରୀଷ୍ଟାବ୍ଦର
ସ୍ପେନିସ୍ ଫ଼୍ଲୁ 
       ଏହା ଶତାବ୍ଦୀର ସବୁଠାରୁ ଭୟାନକ ମହାମାରୀ ଥିଲା ଯାହା ବିଶ୍ବର
ଏକ-ତୄତୀୟାଂଶ ଜନସଂଖ୍ୟାକୁ ମୄତ୍ୟୁମୁଖକୁ ଟାଣି ନେଇଥିଲା I
ଏହା ପ୍ରଥମେ ୟୁରୋପ୍, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଏସିଆ ମହାଦେଶର କିଛି ଦେଶରେ ପ୍ରାଦୁର୍ଭାବ
ହୋଇଥିଲା ଯେଉଁଥିରେ  ସମୁଦାୟ 5 କୋଟି ଲୋକଙ୍କ
ପ୍ରାଣହାନି ଘଟିଥିଲା I ଏହି ମହାମାରୀ ବିଶେଷକରି ସ୍ପେନରେ ଉଗ୍ର ରୂପ ଧାରଣ କରିଥିଲା
ଯେଉଁଥି ପାଇଁ ଏହାକୁ ‘ସ୍ପେନିସ୍ ଫ୍ଲୁ’ ନାମକରଣ କରାଯାଇଥିଲା I
ଏହି ମହାମାରୀର ପ୍ରଭାବ ଆମ ଦେଶ ଭାରତରେ ମଧ୍ୟ ପଡିଥିଲା ଯେଉଁଥିରେ ପ୍ରାୟ 2 କୋଟି ଲୋକ
ମୄତ୍ୟୁମୁଖରେ ପଡିଥିଲେ I ଏହି ଭାଇରସ୍  H1N1 ଫ୍ଲୁ କିସମର
ଥିଲା ଯାହା ରୋଗୀ କାଶିବା କିମ୍ବା ଛିଙ୍କିବା ଦ୍ବାରା ନିର୍ଗତ ଜଳକଣିକା ଜରିଆରେ ସଂକ୍ରମିତ
ହେଉଥିଲା I
                                                                             ଏଜୁକେଶନ୍ ଅଫିସର
                                                                   
        ଆଂଚଳିକ ବିଜ୍ଞାନ କେନ୍ଦ୍ର, 
                                                                           
        ଭୋପାଲ
                                                                        
ଫୋନ୍ : 8917637974

 
Comments
Post a Comment