ଉତ୍ତରାଖଣ୍ଡ ବନ୍ୟା ବିତ୍ପାତ
ଉତ୍ତରାଖଣ୍ଡ ବନ୍ୟା ବିତ୍ପାତ
ନିକୁଂଜ ବିହାରୀ ସାହୁ
ଗତ ଫେବୄଆରୀ 7 ତାରିଖ ମଧ୍ୟାହ୍ନ ପାଖାପାଖି ସମୟରେ ଉତ୍ତରାଖଣ୍ଡର ଚାମୋଲି
ଜିଲ୍ଲାରେ ହିମାଳୟରୁ ପ୍ରବାହିତ କିଛି ନଦୀ ଯଥା ରୁଷିଗଙ୍ଗା, ଧଉଳଗଙ୍ଗା ଓ ଅଳକାନନ୍ଦା ର
ଜଳସ୍ତର ଅଚାନକ ବଢିବାକୁ ଲାଗିଲା ଏବଂ ଘଟଣାକ୍ରମେ ନଦୀଜଳ କୂଳ ଲଂଘି ଭୀଷଣ ବେଗରେ ବରଫ, ପାଣି
ଓ କାଦୁଅର ଭୟଙ୍କର ବନ୍ୟା ରୂପରେ ଗାଁ ଗଣ୍ଡା ମଧ୍ୟକୁ ମାଡି ଆସିଲା I ଏହି ବନ୍ୟାରେ
70 ରୁ ଉର୍ଦ୍ଧ୍ୱ ଲୋକ ମୄତ୍ୟୁ ବରଣ କରିଥିଲେ I ଅଧିକାଂଶ ଘରଦ୍ୱାର , ପୋଲ ଓ ରାସ୍ତାଘାଟ ନଷ୍ଟ ହୋଇ ଯାଇଥିଲାବେଳେ ଯେଉଁ କେତେକ ଅଳ୍ପ ବର୍ତ୍ତି
ଯାଇଥିଲେ, ସେସବୁ 20 ଫୁଟ ଗଭୀର କାଦୁଅରେ ପୋତି
ହୋଇ ପଡିଥିଲେ I ଏହି ଭୟଙ୍କର
ବନ୍ୟାରେ 170 ଜଣ ବ୍ୟକ୍ତି ନିଖୋଜ ହୋଇଥିଲେ I ଏହି ବନ୍ୟାରେ ନିର୍ମାଣାଧୀନ ରୁଷିଗଙ୍ଗା ଜଳବିଦ୍ୟୁତ ଶକ୍ତିକେନ୍ଦ୍ର ସମ୍ପୂର୍ଣ୍ନ
ଧ୍ୱଂସ ପାଇଯାଇଥିଲାବେଳେ ଅନତିଦୂରସ୍ଥ ତପୋବନ ଶକ୍ତିକେନ୍ଦ୍ର ମଧ୍ୟ ଗୁରୁତର କ୍ଷତିଗ୍ରସ୍ତ
ହୋଇଥିଲା I
ପ୍ରକୄତିର ଏ ଅଚାନକ ଦୁର୍ବିପାକର କାରଣ ଏବେ ବି ରହସ୍ୟାବୄତ୍ତ ଥିଲାବେଳେ ବୈଜ୍ଞାନିକମାନେ ଏଥିପାଇଁ ମୂଖ୍ୟତ 3ଟି କାରଣ ଯଥା ଭୂସ୍ଖଳନ (Landslide) , ବରଫ ସ୍ଖଳନ (Avalanche) କିମ୍ବା ହିମ ହ୍ରଦ ପ୍ଳାବନ ବନ୍ୟା (Glacial Lake Outburst Flood- GLOF) ଭଳି କିଛି ପ୍ରାକୄତିକ ଘଟଣାକୁ ଦାୟୀ କରୁଛନ୍ତି I ଉପରୋକ୍ତ କୌଣସି କାରଣରୁ ହିମବାହରୁ ବିଗଳିତ ବରଫ ସ୍ରୋତର ମୂଖ୍ୟପ୍ରବାହର ଗତିପଥର ଅବରୋଧ ଯୋଗୁଁ ସୄଷ୍ଟ ଏକ ଅସ୍ଥାୟୀ ହ୍ରଦ ଅକସ୍ମାତ ଭାଙ୍ଗି ଯିବା ଦ୍ୱାରା ଏପରି ଅଚାନକ ବନ୍ୟା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି I ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (Geological Survey of India) ଏହି ଅଂଚଳରେ ଅବସ୍ଥିତ ଏପରି 486 ଟି ଅସ୍ଥାୟୀ ହିମ ହ୍ରଦ ମଧ୍ୟରୁ 18ଟି କୁ ବିପଦସକୁଳ ବୋଲି ଚିହ୍ନଟ କରିଛି I
ସମ୍ଭାବ୍ୟ କାରଣ
ୱାଡିଆ ହିମାଳୟ ଭୂତାତ୍ତିକ ପ୍ରତିଷ୍ଠାନ (Wadia Institute of Himalayan Geology- WIHG) ର ବୈଜ୍ଞାନିକମାନଙ୍କ ମତରେ ଗତ ଫ଼େବ୍ରୁଆରୀ 7 ତାରିଖ ଭୋରୁଁ ଗଢୱାଲ ହିମାଳୟର ନନ୍ଦାଦେବୀ ହିମବାହର ରଣ୍ଠି ( Raunthi) ନିକଟରୁ ଏକ ବିଶାଳ ବରଫଖଣ୍ଡ ଖସିବା ଫଳରେ ଏହି ଘଟଣାର ସୂତ୍ରପାତ ହୋଇଥିଲା I ସୂଚନାଜୋଗ୍ୟ ଯେ, ଏଠାକାର ହିମବାହ ସବୁରୁ ହିଁ ଗଙ୍ଗା ନଦୀର ଉପନଦୀ ସମୂହ ଯଥା ରୁଷିଗଙ୍ଗା, ଧଉଳଗଙ୍ଗା ଓ ଅଳକାନନ୍ଦା ନଦୀର ଜଳ ଯୋଗାଣ ହୋଇଥାଏ I ଏହି ପ୍ରତିଷ୍ଠାନର ଦୁଇ ଦଳ ବୈଜ୍ଞାନିକ ହେଲିକପ୍ଟର ଯୋଗେ ଆକାଶମାର୍ଗରୁ ଘଟଣାସ୍ଥଳ ପରିଦର୍ଶନ କରି ଏହି ସିଦ୍ଧାନ୍ତରେ ପହଂଚିଛନ୍ତି I
ସେମାନଙ୍କ ମତ ଅନୁସାରେ, ସମ୍ଭବତ: ଭୂସ୍ଖଳନ ଯୋଗୁଁ ସମୁଦ୍ରପତ୍ତନଠାରୁ 5600 ମିଟର ଉଚ୍ଚରେ ଅବସ୍ଥିତ ଗୋଟିଏ ଝୁଲନ୍ତା ହିମବାହ ( Hanging Glacier) ରୁ ଏକ ବିଶାଳ ବରଫଖଣ୍ଡ ବିଛିନ୍ନ ହୋଇ ପର୍ବତର ତୀଖ ଢାଲୁ ଦେଇ ତଳ ଉପତ୍ୟକାକୁ ଦ୍ରୁତ ବେଗରେ ଖସିବାକୁ ଆରମ୍ଭ କରିଥିଲା I ଏହା ଗତିପଥରେ ଅନେକ ବରଫଖଣ୍ଡ ଓ ମାଟିଗୋଡି ସଂଗ୍ରହ କରି କଳେବରରେ ବୄଦ୍ଧି ପାଇ ପ୍ରାୟ 3 କି.ମି. ଓସାରରେ ପହଂଚିଥିଲା ଯାହା ଉପଗ୍ରହ ଚିତ୍ରରୁ ଏକ ଧୂଳିର ପିଣ୍ଡ ରୂପେ ସୂଚନା ମିଳୁଛି I ଏହା 2000 ମିଟର ତଳକୁ ଖସିଆସି ରୁଷିଗଙ୍ଗା ନଦୀର ଏକ ଉତ୍ସ ରଣ୍ଠିନଳା ( Raunthinala) ହିମବାହରେ ପଡି ଏହାର ପ୍ରବାହକୁ ସାମୟିକ ଅବରୋଧ କରିବାରୁ ଏକ କୄତିମ ହ୍ରଦ ସୄଷ୍ଟି ହୋଇଥିଲା I ଘଟଣାକ୍ରମେ ଏହି ହ୍ରଦର ପାର୍ଶ୍ୱସ୍ଥ ବନ୍ଧରେ ଫାଟ ସୄଷ୍ଟି ହୋଇ ଭୁଷୁଡି ପଡିବାରୁ ସଂଚିତ ଜଳରାଶି ହଠାତ ନିର୍ଗତ ହୋଇ ରୁଷିଗଙ୍ଗା, ଧଉଳଗଙ୍ଗା ଓ ଅଳକାନନ୍ଦା ନଦୀରେ ପ୍ରବାହିତ ହେବାରୁ ଅଚାନକ ବନ୍ୟା ବିତ୍ପାତ ଘଟିଥିଲା I ଆହୁରି ମଧ୍ୟ, ନିମ୍ନଗାମୀ ବିଶାଳ ବରଫଖଣ୍ଡର ଦ୍ରୁତ ଗତି ଯୋଗୁଁ ପାହାଡପୄଷ୍ଠ ସହିତ ଘର୍ଷଣ ଦ୍ୱାରା ଉତ୍ପନ୍ନ ପ୍ରଚଣ୍ଡ ତାପରେ ବରଫ ତରଳିବା ପ୍ରକ୍ରିୟା ତ୍ୱରାନିତ ହୋଇ ବିପୁଳ ଜଳରାଶି ନିର୍ଗତ ହୋଇଥିଲା ଯାହା ନଦୀ କୁ ପ୍ରବାହିତ ହୋଇ ନଦୀର ଜଳସ୍ତର ଅଚାନକ ବୄଦ୍ଧି କରିବାରେ ସହାୟକ ହୋଇଥିଲା I
ଭୂସ୍ଖଳନ (Landslide) କ’ଣ?
କୌଣସି କାରଣରୁ ପାହାଡର ତୀଖ ପାର୍ଶ୍ୱ ଦେଇ ପଥର, ମାଟି କିମ୍ବା ଆବର୍ଜନାର ବିଶାଳକୟ ପିଣ୍ଡ ତଳକୁ ଖସି ଗତି କରିବାକୁ ଆରମ୍ଭ କଲେ ଏହାକୁ ଭୂସ୍ଖଳନ କହନ୍ତି I ବୄଷ୍ଟିପାତ, ଭୂମିକମ୍ପ, ଆଗ୍ନେୟଗିରିରୁ ଅଗ୍ନି ଉଦ୍ଗୀରଣ ଭଳି କିଛି ପ୍ରାକୄତିକ କାରଣରୁ ପାହାଡର ଢାଲୁରେ ଅବସ୍ଥିତ ଚଟ୍ଟାଣ ଦୁର୍ବଳ ହୋଇଗଲେ ଭୂସ୍ଖଳନ ପ୍ରକ୍ରିୟା ତ୍ୱରାନିତ ହୋଇଥାଏ I
ବରଫ ସ୍ଖଳନ (Avalanche) କ’ଣ?
କୌଣସି ତୀଖ ପାହାଡର ପାର୍ଶ୍ୱରୁ ବରଫର ଏକ ବିଶାଳ ଖଣ୍ଡ ଖସି ତଳକୁ ଦ୍ରୁତ ଗତି କରିବା ଆରମ୍ଭ କଲେ ଏହାକୁ ବରଫ ସ୍ଖଳନ (Avalanche) କହନ୍ତି I କିଛି ପ୍ରାକୄତିକ ଘଟଣା ଯଥା ଭୂକମ୍ପ, ବୄଷ୍ଟିପାତ, ବାୟୁପ୍ରବାହ କିମ୍ବା ଉଚ୍ଚ ତାପମାତ୍ରା ଯୋଗୁଁ ମୂଳ ବରଫ ଚଟାଣ ଦୁର୍ବଳ ହୋଇ ଏଥିରେ ଫାଟ ସୄଷ୍ଟି ହୋଇ ଭୁଷୁଡି ପଡିଲେ ଭଳି ବରଫ ସ୍ଖଳନ ଘଟିଥାଏ I
ହିମ ହ୍ରଦ ପ୍ଳାବନ
ବନ୍ୟା (Glacial Lake Outburst Flood-
GLOF) କ’ଣ?
କୌଣସି
ହିମବାହ ଦ୍ୱାରା ସୄଷ୍ଟି ହୋଇଥିବା ଏକ ପ୍ରାକୄତିକ ହ୍ରଦ ଭାଙ୍ଗିଯାଇ ତଳ ମୁଣ୍ଡକୁ ଅକସ୍ମାତ
ବିପୁଳ ଜଳ ନିର୍ଗତ ହେଲେ ତାହାକୁ ହିମ ହ୍ରଦ ପ୍ଳାବନ ବନ୍ୟା କହନ୍ତି
I କ୍ରମାଗତ ତୁଷରପାତ ଯୋଗୁଁ ପର୍ବତର ଶିଖର ଓ ପାର୍ଶ୍ୱଭାଗରେ ଥିବା
ହିମବାହରେ ବରଫ ଜମିବାକୁ ଲାଗେ I ଏଥିରେ ଥିବା ବରଫରାଶି ଘଟଣାକ୍ରମେ ତରଳିଲେ ନିର୍ଗତ ଜଳରାଶି ତଳ ମୁଣ୍ଡରେ ଥିବା ନଦୀ ଓ ଜଲାଶୟରେ ପ୍ରବାହିତ
ହେବାରୁ ଜଳସ୍ତର ବଢିବାରେ ଲାଗେ I ଏହା ପ୍ରକୄତିର ଏକ ଧରାବନ୍ଧା ନିୟମ ଏବଂ ପ୍ରୁଥିବୀର ପ୍ରାକୄତିକ ଜଳଚକ୍ର ପ୍ରକ୍ରିୟାର ଏକ ଚିରାଚରିତ ଅଂଶ
I ହିମବାହରେ
ଗଛିତ ବରଫ ତରଳିବା ଦ୍ୱାରା ଏହା ତ ମଧୁର ଜଳରେ ପରିଣତ ହୁଏ; ମାତ୍ର ଏହା ରାସ୍ତାରେ ଅନେକ
ଆବର୍ଜନା ଯଥା ଶିଳା, ପଥର, ମାଟି, ଗୋଡି , ବାଲି ଭଳି ଅବକ୍ଷେପ ଛାଡିଦେଇ ଯାଏ
I ଏହି ଅବକ୍ଷେପସବୁ କ୍ରମାଗତ ଜମା ହୋଇ ଏକ ପ୍ରାକୄତିକ ପ୍ରତିବନ୍ଧକ (
Moraine) ସୄଷ୍ଟି କରେ I ଏହି ପ୍ରତିବନ୍ଧକ
ମଧ୍ୟରେ ବିପୁଳ ମଧୁର ଜଳ ଜଳାଶୟ ( Glacial Lake)
ଆକାରରେ ଗଛିତ ହୋଇ ରହିଥାଏ
I କୌଣସି କାରଣରୁ ହିମବାହଦ୍ୱାରା ସୄଷ୍ଟ ଏହି ଜଳାଶୟର ପାର୍ଶ୍ୱବନ୍ଧରେ ଛିଦ୍ର ସୄଷ୍ଟି ହୋଇ ଏହା ଭାଙ୍ଗିଗଲେ କିମ୍ବା ଜଳାଶୟ ମଧ୍ୟରେ ଜଳସ୍ତର ସୀମା
ଟପିଗଲେ ( Overflow) , ଗଛିତ ଜଳରାଶି ଅଚାନକ ତଳକୁ ନିର୍ଗତ ହୋଇ ବନ୍ୟା ପରିସ୍ଥିତି ସୄଷ୍ଟି
କରେ I
ବରଫ ସ୍ଖଳନ , ଭୂମିକମ୍ପ କିମ୍ବା ଜଳଭଣ୍ଡାରର ଗଛିତ ଜଳରାଶିର
ଅତ୍ୟଧିକ ଚାପ ଭଳି ପ୍ରାକୄତିକ ଘଟଣା ଯୋଗୁଁ ମଧ୍ୟ ଏହି ବନ୍ଧ ଭାଙ୍ଗି ଯାଇପାରେ
I ମନୁଷ୍ୟକୄତ କାରଣ ଯଥା ଜଙ୍ଗଲକଟା, ପ୍ରଦୂଷଣ ଇତ୍ୟାଦି କାରଣରୁ ସୄଷ୍ଟି ହେଉଥିବା ଜଳବାୟୁ ପରିବର୍ତ୍ତନ ଯୋଗୁଁ ମଧ୍ୟ ଏହି ବନ୍ଧ ଭାଙ୍ଗିବା ପ୍ରକ୍ରିୟା ତ୍ୱରାନିତ ହୋଇଥାଏ
I ମନୁଷ୍ୟକୄତ
ପ୍ରଦୂଷଣ ହେତୁ ବାୟୁମଣ୍ଡଳକୁ ନିର୍ଗତ ହେଉଥିବା ଧୂମକଣିକା ଜଳାଶୟର ତଳେ ବସିଯିବା ଦ୍ୱାରା
ଏହା ଅଧିକରୁ ଅଧିକ ତାପ ଶୋଷଣ କରି ବରଫ ତରଳିବା ପ୍ରକ୍ରିୟାକୁ ତ୍ୱରାନିତ କରେ
I
ଗାଡିମଟର ତଥା କଳକରଖାନସବୁରୁ ନିର୍ଗତ ସବୁଜଘର ବାଷ୍ପ କାରଣରୁ ପୄଥିବୀର ତାପମତ୍ରା କ୍ରମଶ ବୄଦ୍ଧି ପାଉଛି I ଏହି ବିଶ୍ୱତାପନ ( Global Warming) ପ୍ରଭାବ ପ୍ରତି ସବୁଠାରୁ ବେଶୀ ସମ୍ବେଦନଶୀଳ ହେଉଛନ୍ତି ପୄଥିବୀର ହିମବାହସବୁ I କ୍ରମବର୍ଦ୍ଧିଷ୍ଣୁ ତାପମାତ୍ରାରେ ବରଫ ତରଳିବା ପ୍ରକ୍ରିୟା ତ୍ୱରାନିତ ହୋଇ ଭୂସ୍ଖଳନ ଏବଂ ବରଫସ୍ଖଳନ ପ୍ରକ୍ରିୟା ଦ୍ରୁତତର ହେବାରୁ ହିମବାହସବୁରୁ ଉଦଗମ ନଦୀରେ ଅଚାନକ ବନ୍ୟା ପରିସ୍ଥିତି ସୄଷ୍ଟି ହେଉଛି I ଦୁର୍ଭାଗ୍ୟର କଥା ଯେ, ହିମାଳୟର ହିମବାହସବୁକୁ ଏପର୍ଯ୍ୟନ୍ତ ବୈଜ୍ଞାନିକ ଦୄଷ୍ଟିକୋଣରୁ ଭଲ ରୂପେ ଅଧ୍ୟୟନ କରାଯାଇ କରାନାହିଁ ଏବଂ ଆହୁରି ମଧ୍ୟ ଏ ଅଂଚଳରେ ବନ୍ଧବାଡ ଭଳି ମନୁଷ୍ୟକୄତ ବିଭିନ୍ନ ନିର୍ମାଣ ଦ୍ୱାରା ନଦୀର ସ୍ୱତ: ପ୍ରବାହଧାରା ବାଧାପ୍ରାପ୍ତ ହୋଇ ବନ୍ୟା ପରିସ୍ଥିତି ଉତ୍କଟତର ହେଉଛି I ବିଗତ ଉତ୍ତରାଖଣ୍ଡର ବନ୍ୟା ବିତ୍ପାତ ମନୁଷ୍ୟର ଏହି ଏକଚାଟିଆ କାର୍ଯ୍ୟକଳାପ ବିରୁଦ୍ଧରେ ପ୍ରକୄତିର ଏକ ପ୍ରତିକ୍ରିୟା ମାତ୍ର I ସୁତରାଂ ଆଗାମୀ ଦିନରେ, ପ୍ରକୄତିର ଏହି ତାଣ୍ଡବକୁ ଏଡାଇବାକୁ ହେଲେ, ହିମାଳୟର ହିମବାହସବୁକୁ ବୈଜ୍ଞାନିକ ଦୄଷ୍ଟିକୋଣରୁ ଭଲକରି ଅଧ୍ୟୟନ ପୂର୍ବକ ଆମକୁ ପ୍ରକୄତିପ୍ରିୟ କାର୍ଯ୍ୟକଳାପ ଆପଣେଇ ନେବା ସହିତ ବିପଦସଙ୍କୁଳ ହିମହ୍ରଦ ସମ୍ପର୍କରେ ଆଗୁଆ ସୂଚନା ଜାରି କରାଯିବା ଆବଶ୍ୟକ I ଏହାଦ୍ୱାରା ବ୍ୟାପକ ଧନଜୀବନର କ୍ଷୟକ୍ଷତିକୁ ରୋକାଯାଇ ପାରିବ I
ଏଜୁକେଶନ୍ ଅଫିସର୍
ଆଂଚଳିକ ବିଜ୍ଞାନ
କେନ୍ଦ୍ର
ଭୋପାଲ
Comments
Post a Comment