ସବୁଜର ସ୍ୱାକ୍ଷର,ଜୀବନର ସମ୍ଭାର
ସବୁଜର ସ୍ୱାକ୍ଷର, ଜୀବନର ସମ୍ଭାର ନିକୁଞ୍ଜ ବିହାରୀ ସାହୁ ରଙ୍ଗକୁ ଜୀବନର ମହକ ବୋଲି କୁହାଯାଏ I ରଙ୍ଗ ବିନା ପୄଥିବୀ ନିଷ୍ପ୍ରାଣ, ନୀରସ ଓ ମାଦକତାଶୂନ୍ୟ I ଆଦିମ ମଣିଷ ପାଇଁ ପ୍ରକୃତି ଥିଲା ରଙ୍ଗର ଗନ୍ତାଘର I ଇନ୍ଦ୍ରଧନୁର ବର୍ଣ୍ନବିଭା, ମୟୂରର ଛବିଳ ଚନ୍ଦ୍ରିକା, ପ୍ରଜାପତିର ବର୍ଣ୍ଣିଳ ପକ୍ଷ, ଫ...