ପୄଥିବୀ ବାହାରେ ଜୀବନ
ପୄଥିବୀ ବାହାରେ ଜୀବନ
ନିକୁଞ୍ଜ ବିହାରୀ ସାହୁ
ଆକାଶରେ
ଚିକିମିକି କରୁଥିବା ଅସୁମାରୀ ତାରକା ପ୍ରତିଟି ରାତିରେ ଆମର ଦୄଷ୍ଟି ଆକର୍ଷଣ କରିଥାନ୍ତି I
ଏହି ତାରା ଆଲୁଅର ରୋଷଣିରେ ଭିଜୁଭିଜୁ ବେଳେବେଳେ ଆମ ମନରେ ପ୍ରଶ୍ନ ଉଠେ : ଏହି ତାରାଗୁଡିକ ମଧ୍ୟରୁ କେଉଁଠି ପୄଥିବୀ ଭଳି ଜୀବନସତ୍ତା ଅଛି କି ? ଅର୍ଥାତ, ଏ ବିଶାଳ
ବିଶ୍ୱରେ
ଆମର କେହି ବାହ୍ୟଜାଗତିକ ସାଥୀ ଅଛନ୍ତି କି ?
ତାରାମାନେ ବସ୍ତବପକ୍ଷରେ ଅତିଶୟ ଉତ୍ତପ୍ତ ହୋଇ ଥିବାରୁ ସେଠାରେ ଜୀବନର ଉପସ୍ଥିତି ଅସମ୍ଭବ I
ତାରାମାନଙ୍କୁ ପ୍ରଦକ୍ଷିଣ କରୁଥିବା ଗ୍ରହଗୁଡିକ କିନ୍ତୁ ବହୁଗୁଣରେ ଭିନ୍ନ I
ସେମାନଙ୍କ ମଧ୍ୟରୁ କେତେକ ଜୀବନର ସଙ୍କେତ ଓ ପ୍ରତିଶ୍ରୁତି ବହନ କରିଥାନ୍ତି I
କୌଣସି ଗ୍ରହରେ ଜୀବନର ଉପସ୍ଥିତି ନିମନ୍ତେ ମୂଖ୍ୟ ଆବଶ୍ୟକତା ହେଉଛି ମୄଦୁ ତାପମାତ୍ରା, ଜଳ ଓ ଅମ୍ଳଜାନର
ଉପସ୍ଥିତି ଏବଂ ମାରାତ୍ମକ ଅତିବାଇଗଣି ରଶ୍ମିର ପ୍ରତିହତକାରୀ ଆସ୍ତରଣ ଓଜୋନ୍ ମଣ୍ଡଳ I
ଆମ ଗ୍ରହ ପୄଥିବୀରେ ଏ ସମସ୍ତ ଉପାଦାନ ଉପଲବ୍ଧ ଥିବାରୁ
ସେଠାରେ ଜୀବନର ସଞ୍ଚାର ସମ୍ଭବ ହୋଇଛି I
ଏ ବିଶାଳ ବିଶ୍ୱରେ କୋଟି କୋଟି ତାରା ରହିଛନ୍ତି ଓ ସେମାନଙ୍କ ନିଜସ୍ୱ ଗ୍ରହଜଗତ ମଧ୍ୟ ଥାଇପାରେ
I
ସେଭଳି କୌଣସି ଏକ ଗ୍ରହରେ ଜୀବନୋପଯୋଗୀ ପରିବେଶ ସୃଷ୍ଟି ହୋଇ ଥିବାର ପରିସ୍ଥିତି ସମ୍ଭାବନା କିଛି
ଆଶାତୀତ ନୁହେଁ I
ମାତ୍ର
ଆମେ ଏପର୍ଯ୍ୟନ୍ତ ଦୂରବୀକ୍ଷଣ ଯନ୍ତ୍ରରେ ବିଶ୍ୱର କୌଣସିଠାରେ ଜୀବନ୍ତ ପ୍ରାଣୀମାନଙ୍କୁ ବିଚରଣ କରୁଥିବାର
ଦେଖିନାହୁଁ I
ମହାଶୂନ୍ୟକୁ ଯାଇଥିବା ମହାକାଶଚାରୀମାନେ ମଧ୍ୟ କୌଣସି
ଜୀବନ୍ତ ପ୍ରାଣି କିମ୍ବା ବାହ୍ୟଜାଗତିକ ଯାନର ସଂସ୍ପର୍ଶରେ ଆସି ଥିବାର ବିବରଣୀ ମିଳିନାହିଁ I
ଅତୀତରେ ଅନେକ ବିଚିତ୍ର ଉଡନ୍ତା ଥାଳିଆ ଭଳି ରହସ୍ୟମୟ
ବସ୍ତୁସବୁ ଆମ ଆକାଶରେ ଘୂରି ବୁଲୁଥିବାର ଲୋକମୁଖରୁ ଶୁଣା ଯାଇଛି I କେହି କେହି ଏହି ଉଡନ୍ତା ଥାଳିଆଗୁଡିକୁ କୌଣସି ବୁଦ୍ଧିମାନ
ବାହ୍ୟଜାଗତିକ ବାସିନ୍ଦାଙ୍କ ଦ୍ୱାରା ପ୍ରେରିତ ଯାନ ବୋଲି ବର୍ଣ୍ଣନା କରିଛନ୍ତି I
ମାତ୍ର ବାସ୍ତବପକ୍ଷରେ, କେତେକ ଉଡନ୍ତା ଥାଳିଆ କପୋଳକଳ୍ପିତ ହୋଇଥିଲାବେଳେ ଆଉ କେତେକଙ୍କ ରହସ୍ୟ
ଏପର୍ଯ୍ୟନ୍ତ ଉଦଘାଟିତ ହୋଇପାରି ନାହିଁ I
ଆମେ
ବାହ୍ୟଜାଗତିଉକ ଜୀବନସତ୍ତାର ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଥିବାର ଏକମାତ୍ର ଦୄଷ୍ଟାନ୍ତ ହେଉଛି ଏକ ଉଲକାଖଣ୍ଡ ଯାହା 1996 ମସିହାରେ ବରଫାବୄତ୍ତ
ଆଣ୍ଟାର୍କ୍ଟିକା ମହାଦେଶରୁ ଆବିଷ୍କୄତ ହୋଇଛି I
ଏହାର ନାମ ରଖା ଯାଇଛି ALH 84001 I ଏହି ଉଲକାଖଣ୍ଡଟି ମଙ୍ଗଳ ଗ୍ରହରୁ ଆସିଛି ବୋଲି ବିଶ୍ୱାସ
କରା ଯାଉଛି I ବୈଜ୍ଞାନିକମାନେ
ଏହାର ପଥରସନ୍ଧିରୁ କିଛି ଜୈବିକ ଅଣୁର ସନ୍ଧାନ
ପାଇଛନ୍ତି ଯାହା କୌଣସି ପୁରାତନ ଅଣୁଜୀବର ଅବଶେଷ ବୋଲି
ମନେ କରା ଯାଉଛି I ଏହା ସତ୍ୟ ହୋଇଥିଲେ ମଙ୍ଗଳ ଗ୍ରହରେ କିଛି ଅନ୍ନୁନତ ଜୀବନସତ୍ତାର
ବିକାଶ ଘଟିଛି ବୋଲି ବିଶ୍ୱାସ କରିବାକୁ ହେବ I
ଲାଲ ରଙ୍ଗର ଏହି ଗ୍ରହଟି ଅନେକାଂଶରେ ଆମ
ପୃଥିବୀ ଭଳି I
ପୃଥିବୀ ଭଳି ଏହାର ବାୟୁମଣ୍ଡଳ ରହିଛି ଏବଂ ଏଠାରେ ଦିନରାତି ଓ ରୁତୁଚକ୍ରର ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳେ I ଏହାର ଦୁଇ
ମେରୁର ବରଫାବୄତ ଶୄଙ୍ଗରେ ପ୍ରଚୁର ଜଳ ବରଫ ଆକାରରେ ଜମାଟ ବାନ୍ଧି ରହି ଥିବାର ସୂଚନା ମିଳେ I
ଜୀବନସତ୍ତାର ସ୍ପଷ୍ଟ ପ୍ରତିଶ୍ରୁତି ବହନ କରୁଥିବା
ଏ ଗ୍ରହଟିକୁ ପ୍ରକୄତ ଅନୁସନ୍ଧାନ ନିମନ୍ତେ
ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥା ନାସା ତରଫରୁ ବିଗତ 1976 ମସିହାରେ ଭାଇକିଙ୍ଗ ନାମକ ଦୁଇଟି
ମହାକାଶଯାନ
ପ୍ରେରଣ
କରା ଯାଇଥିଲା I
ମାତ୍ର ଭାଇକିଙ୍ଗର ଅନୁସନ୍ଧାନରୁ ଗ୍ରହଟିରେ ଜୀବନସତ୍ତା ଉପସ୍ଥିତିର କୌଣସି ସଙ୍କେତ ମିଳି ନଥିଲା
I
କେବଳ ମଙ୍ଗଳ ନୁହେଁ; ଆମ
ସୌରଜଗତର ଅନ୍ୟ ଗ୍ରହମାନଙ୍କରେ ମଧ୍ୟ ଜୀବନସତ୍ତା ଉପସ୍ଥିତିର ସମ୍ଭାବନା ଅତିଶୟ କ୍ଷୀଣ I
ବୁଧ, ଶୁକ୍ର ଭଳି ଗ୍ରହଗୁଡିକ ସୂର୍ଯ୍ୟର ଅତି ନିକଟରେ ଥିବାରୁ ସେଗୁଡିକର ତାପମାତ୍ରା ଅଧିକ ଏବଂ
ସେଭଳି ପ୍ରଚଣ୍ଡ ତାପମାତ୍ରାରେ ଜୀବନ ବଞ୍ଚିବା ସମ୍ଭବପର ନୁହେଁ I
ଅନ୍ୟପକ୍ଷରେ, ବୃହସ୍ପତି, ଶନି, ୟୁରାନସ, ନେପଚ୍ୟୁନ୍
ଭଳି ବହିଃଗ୍ରହଗୁଡିକ ବିଶାଳକାୟ ଗ୍ୟାସୀୟ ଦାନବ ଅଟନ୍ତି
I
ବୄହସ୍ପତି ଗ୍ରହ ମୂଖ୍ୟତଃ ହାଇଡ୍ରୋଜେନ୍ ଗ୍ୟାସ୍
ରେ ଗଢା ଯାହା
ଜୀବନୋଯୋଗୀ ନୁହେଁ I ନିଜ ଅକ୍ଷ ଚାରିପଟେ ଦ୍ରୁତ ଘୂର୍ଣ୍ଣନ ହେତୁ ଏହାର ବାୟୁମଣ୍ଡଳ
ମଧ୍ୟରେ ସର୍ବଦା ଦୂରନ୍ତ ଓ ଅଶାନ୍ତ ଝଡମାନ ସୄଷ୍ଟି
ହୋଇଥାଏ I
ସୁତରାଂ ଏଭଳି ପରିସ୍ଥିତିରେ ଏଠାରେ ଜୀବନ ବଞ୍ଚିବା ସମ୍ଭବ ନୁହେଁ I ସେହିପରି
ଶନି, ୟୁରାନସ, ନେପଚ୍ୟୁନ୍ ଭଳି ଅନ୍ୟ ଗ୍ରହଗୁଡିକ ସୂର୍ଯ୍ୟଠାରୁ ଅତି ଦୂରରେ ଅବସ୍ଥିତ ଥିବାରୁ
ସେଠାକାର ତାପମାତ୍ରା ଅତି କମ୍ ଏବଂ ଶୂନ୍ୟ ଡିଗ୍ରୀରୁ ଅନେକ ତଳେ I
ସେଗୁଡିକର ଶ୍ୱାସରୁଦ୍ଧକାରୀ ବିଷାକ୍ତ ବାୟୁମଣ୍ଡଳ ମଧ୍ୟରେ ମଧ୍ୟ ଜୀବନ ବଞ୍ଚିବା ସମ୍ଭବପର ନୁହେଁ
I
ଏବେ ଆମ ପୄଥିବୀର ଏକମାତ୍ର ଉପଗ୍ରହ ତଥା ମହାକାଶରେ ଆମର ପଡୋଶୀ ଚନ୍ଦ୍ର ଉପରେ ଦୄଷ୍ଟିପାତ କରିବା
I
ଚନ୍ଦ୍ରର ବାୟୁମଣ୍ଡଳ ନାହିଁ I
ଏହାର ମଧ୍ୟ ଓଜୋନ୍ ମଣ୍ଡଳ ନଥିବାରୁ ଏହା ପୄଷ୍ଠରେ ମହାକାଶରୁ ଆସୁଥିବା ମାରାତ୍ମକ
ଅତିବାଇଗଣି ରଶ୍ମି ସିଧାସଳଖ ପଡିଥାଏ I
ଚନ୍ଦ୍ରରେ ମଧ୍ୟ ଜୀବନ ବଞ୍ଚିବା ପାଇଁ ଏକ ମୂଖ୍ୟ ଉପଦାନ ଜଳ ଉପଲବ୍ଧ ନୁହେଁ I
ନିଜ ଅକ୍ଷ ଚାରିପଟେ ମନ୍ଥର ଘୂର୍ଣ୍ଣନ ହେତୁ ଚନ୍ଦ୍ରର ଦିନ ଓ ରାତିର ତାପମାତ୍ରା ମଧ୍ୟରେ ପ୍ରଚଣ୍ଡ
ତାରତମ୍ୟ ଦେଖିବାକୁ ମିଳେ I
ସୁତରାଂ ଏଭଳି ପ୍ରତିକୂଳ ପରିସ୍ଥିତିରେ ଚନ୍ଦ୍ରରେ
ଜୀବନ ବଞ୍ଚିବା ସମ୍ଭବପର ନୁହେଁ I
ସୁତରାଂ
ବାହ୍ୟଜାଗତିକ ଜୀବନସତ୍ତା ଅନୁସନ୍ଧାନ ନିମନ୍ତେ ଆମକୁ ସୁଦୂର ତାରା ରାଇଜର ଅନ୍ୟ ଗ୍ରହ ଜଗତକୁ ଦୃଷ୍ଟିପାତ
କରିବାକୁ ପଡିବ I ତେବେ ପ୍ରଶ୍ନ ହେଉଛି : ଆମେ କ’ଣ ଏପର୍ଯ୍ୟନ୍ତ ଅନ୍ୟ କୌଣସି
ତାରାରେ ଗ୍ରହଜଗତ ଥିବାର ନିର୍ଦ୍ଦିଷ୍ଟ ପ୍ରମାଣ ପାଇ
ସାରିଲେଣି I
ନାସା ଦ୍ୱାରା ଅନ୍ତରୀକ୍ଷକୁ ପ୍ରେରଣ କରା ଯାଇଥିବା କେପଲାର୍ ଦୂରବୀକ୍ଷଣ ଯନ୍ତ୍ର ଇତି ମଧ୍ୟରେ ଏଭଳି
କିଛି ତାରକାଙ୍କ ସନ୍ଧାନ ପାଇଛି ଯାହାଙ୍କ ଚାରିପଟେ
ପ୍ରକାଣ୍ଡ ଗ୍ୟାସୀୟ ବାଦଲ ଘେରି ରହିଥିବାର ଦେଖା ଯାଉଛି I
ଏହି ଗ୍ୟାସୀୟ ବାଦଲ ସମୟକ୍ରମେ ଥଣ୍ଡା ହୋଇ ତାରାଗୁଡିକରେ ଗ୍ରହଜଗତ ସୄଷ୍ଟି କରିବ ବୋଲି ବିଶ୍ୱାସ
କରାଯାଏ I
ଆଉ ଏଭଳି କିଛି ଗ୍ରହରେ ଘଟଣାକ୍ରମେ ଅନୁକୂଳ ପରିବେଶ ସୄଷ୍ଟି ହୋଇ ଜୀବନସତ୍ତା ବିକଶିତ ହେବ ବୋଲି ବୈଜ୍ଞାନିକମାନେ ଆଶାବାଦୀ
ଅଛନ୍ତି I
ଅନ୍ତରୀକ୍ଷରୁ
ଆମ ପୄଥିବୀରେ ବେତାର ତରଙ୍ଗ ନିରବଛିନ୍ନ ବର୍ଷଣ
ହେଉଅଛି I ମାତ୍ର ସେଗୁଡିକ କୌଣସି ଦୂର ତାରକାର
ବୁଦ୍ଧିମାନ ଜୀବନସତ୍ତା ପ୍ରେରିତ ଇଛାକୄତ
ସଙ୍କେତ ପରିବର୍ତ୍ତେ ପ୍ରାକୃତିକ ତରଙ୍ଗ ବୋଲି ଜଣା ଯାଇଛି I
ଆମେ କୌଣସି ତାରାର ଗ୍ରହଜଗତରେ ଜୀବନସତ୍ତାର ସନ୍ଧାନ ପାଇଲେ ସେମାନଙ୍କ ସହିତ ସଙ୍ଗେସଙ୍ଗେ
ଯୋଗଯୋଗ କରି ପାରିବା ନାହିଁ ; କାରଣ ଆମର ସଙ୍କେତ
ସେଠାରେ ପହଞ୍ଚିବା ପାଇଁ କିଛି ସମୟ ଲାଗିବ I
ଉଦାହରଣ ସ୍ୱରୂପ 100 ଆଲୋକବର୍ଷ ଦୂରତାରେ ଥିବା ଏକ ତାରାରେ ଆମର ବେତାର ସଙ୍କେତ ପହଞ୍ଚିବା
ପାଇଁ 100 ବର୍ଷ ସମୟ ଲାଗିବ ଏବଂ ସେମାନଙ୍କର ଉତ୍ତର ଆମ ନିକଟରେ ପହଞ୍ଚିବା ପାଇଁ ଆଉ 100 ବର୍ଷ
ସମୟ ବିତିଯିବ I ଆହୁରି ମଧ୍ୟ, ଫଳପ୍ରଦ ବାର୍ତ୍ତା ବିନିମୟ
ନିମନ୍ତେ ଉଭୟ ପ୍ରେରକ ଓ ଗ୍ରାହକଙ୍କ ନିକଟରେ ପରସ୍ପର ଅନୁକୂଳ ଯୋଗଯୋଗ ବ୍ୟବସ୍ଥା ଉପଲବ୍ଧ ହେବା
ଆବଶ୍ୟକତା ରହିଛି I
ସୁତରାଂ ବାହ୍ୟଜାଗତିକ ଜୀବନସତ୍ତା ଅନ୍ୱେଷଣରେ ଆମର ଅନୁସନ୍ଦିତ୍ସା ଜାରି ରହିଛି I ସମ୍ଭବତଃ ଆମେ ହିଁ ଏ ବିଶାଳ ବିଶ୍ୱରେ ଜଣାଥିବା ଏକମାତ୍ର
ଜୀବନ୍ତ ପ୍ରାଣୀ I ଆମେ ଏପର୍ଯ୍ୟନ୍ତ ଏ ବିଶାଳ ବିଶ୍ୱରେ ଆମ ବାହ୍ୟଜଗତିକ ସାଥୀଟିଏ ଖୋଜି ପାଇ ନାହେଁ !
ଏଜୁକେଶନ୍
ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର,
ଭୁବନେଶ୍ୱର
ଫୋନ୍ : 801870885
Dharitri 23.02.26
https://drive.google.com/file/d/1aSaWjURIAxVIySvSmwA3-o5XIKp_OBEU/view?
Comments
Post a Comment