ଗ୍ରହାଣୁ ସହିତ ପୄଥିବୀର ସଂଘର୍ଷ Collision with an asteroid
ଗ୍ରହାଣୁ ସହିତ ପୄଥିବୀର
ସଂଘର୍ଷ
ନିକୁଞ୍ଜ ବିହାରୀ ସାହୁ
ଆମ ସୌରଜଗତର ମଙ୍ଗଳ ଓ ବୄହସ୍ପତି ଗ୍ରହର କକ୍ଷ ମଧ୍ୟରେ
ଏକ ଗ୍ରହାଣୁ ପୁଞ୍ଜ ବଳୟ ଅଛିI ଏହି ବଳୟରେ ହଜାର ହଜାର କ୍ଷୁଦ୍ର ମହାକାଶୀୟ ପିଣ୍ଡ ସୂର୍ଯ୍ୟ ଚାରିପଟେ
ଘୂରି ବୁଲୁଛନ୍ତି I ଏହି ଗ୍ରହାଣୁମାନେ ପୄଥିବୀର ଜୀବନ ପାଇଁ ବିପଦ ବହନ କରିଥାନ୍ତି I ଏଗୁଡିକ ମଧ୍ୟରୁ
ଗୋଟିଏ ଗୋଟିଏ ପିଣ୍ଡ ପୃଥିବୀର ମାଧ୍ୟାକର୍ଷଣ ବଳ ଦ୍ୱାରା ଆକର୍ଷିତ ହୋଇ ପୄଥିବୀ ଆଡକୁ ଛୁଟି ଆସି
ଭୟଙ୍କର ସଂଘର୍ଷ କରିଥାନ୍ତି I ଗ୍ରହାଣୁ ଗୁଡିକ ଆକାରରେ
କ୍ଷୁଦ୍ର ହେଲେ ସୁଦ୍ଧା ସେଗୁଡିକ ପ୍ରଚଣ୍ଡ ବେଗରେ ଗତି କରୁଥିବାରୁ ପୄଥିବୀ ସହିତ ସେଗୁଡିକର ସଂଘର୍ଷ ଅତି ମାରାତ୍ମକ ହୋଇପାରେ I ଜଣାପଡେ ଯେ, ପ୍ରାୟ 650 କୋଟି
ବର୍ଷ ପୂର୍ବେ ଆମ ଗ୍ରହ ସହିତ ଏହିପରି ଏକ ଗ୍ରହାଣୁର ସଘର୍ଷ ଫଳରେ ଡାଇନୋସରମାନଙ୍କର ସମୂହ ବିଲୁପ୍ତି ଘଟିଥିଲାI
ଏହିପରି
ଏକ ଗ୍ରହାଣୁର ଆଗାମୀ 2029 ମସିହାରେ ଆମ ପୄଥିବୀ ସହିତ ସଂଘର୍ଷ ହେବର ସମ୍ଭାବନା ରହିଛି I ଏହାର
ନାମ ଆପୋଫିସ୍ I ଏହା ଏବେ ପୄଥିବୀଠାରୁ …କି.ମି. ଦୂରତାରେ ଅଛି Iଏହା ଆଗାମୀ 2029 ମସିହା ଅପ୍ରେଲ
13 ତାରିଖ ଦିନ ପୄଥିବୀର ଅତି ପାଖଦେଇ ଅତିକ୍ରମ କରିବ I ଏହି ସମୟରେ ଏହାର ପୄଥିବୀଠାରୁ ଦୂରତା ହେବ
31,600 କି.ମି. ଯାହା ଏକ ଭୂସ୍ଥିର ଉପଗ୍ରହର ଦୂରତାଠାରୁ ମଧ୍ୟ କମ୍I ଏହା ଇତିହାସରେ ପୄଥିବୀ ସହିତ
ଏଭଳି ଆକାରର କୌଣସି ଗ୍ରହାଣୁର ସବୁଠାରୁ ନିକଟତମ ଅବସ୍ଥାନ ହେବ I ସେହି ସମୟରେ, ଅତି ନିକଟ ଦୂରତା
ହେତୁ ଏହାକୁ ଏକ 3.3 ଉଜ୍ଜ୍ୱଳତାର ଜ୍ୟୋତିଷ୍କ ରୂପେ ଆକାଶରେ ଦେଖି ହେବ I ଏହି ବିରଳ ଦୄଶ୍ୟ ୟୁରୋପ, ଅଫ୍ରିକା ଏବଂ ପଶ୍ଚିମ
ଏସିଆରୁ ସ୍ପଷ୍ଟ ଦେଖି ହେବ I ସେତେବେଳେ ଏହା 7I5 କିIମିI ସେକେଣ୍ଡ ପ୍ରତି ଭଳି ଦୂରନ୍ତ ବେଗରେ ଗତି କରୁଥିବI ଏହି ଅବସ୍ଥାରେ ପୄଥିବୀ ସହିତ
ଏହାର ସଂଘର୍ଷ ଅତି ବିପଦପୂର୍ଣ୍ଣ ହେବ I ଏହା ପୄଥିବୀରୁ କ୍ରମଶଃ ଦୂରେଇ ଯାଇ ଖାଲି ଆଖିକୁ ଆଉ ଦୄଶ୍ୟ
ହେବ ନାହିଁ I ଏହା ପୁଣି ଆଗାମୀ 2036 ମସିହାରେ ନିଜ କକ୍ଷ ପଠାରେ ଘୁରି ଘୁରି ପୄଥିବୀର ପାଖ ଦେଇ
ଅତିକ୍ରମ କରିବ I
ଏହି ଗ୍ରହାଣୁକୁ ପ୍ରଥମେ 2004 ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର କିଟ ପିକ ରାଷ୍ଟ୍ରୀୟ
ପର୍ଯ୍ୟବେକ୍ଷଣଗାରର ଦଳେ ବୈଜ୍ଞାନିକ ରଏ ଏI ଟକର୍ , ଡେଭିଡ ଜେI ଥୋଲେନ୍ ଏବଂ ଫାବ୍ରିଜିଓ ବର୍ନାର୍ଡୀ ଆବିଷ୍କାର କରିଥିଲେ I ଏହାର ଦୈର୍ଘ୍ୟ 450 ମିଟର ଏବଂ ଓସାର
170 ମିଟର, ଓଜନ : 6I1×1010 କିଗ୍ରା , ଘନତ୍ୱ : 3I2 ଗ୍ରାମ/ ଘ ସେ.ମି. ଏବଂ ଏହା ସମ୍ପୂର୍ଣ୍ଣ
ପଥରରେ ଗଢା I
ସୁତରାଂ ଏହା ଏକ କ୍ଷୁଦ୍ରାକାୟ ପିଣ୍ଡ ହୋଇ ଥଲେ ସୁଦ୍ଧା
ଏହା ନିଜର ଦୁରନ୍ତ ଗତି ହେତୁ ଆମ ପୃଥିବୀ ପ୍ରତି ବିପଦ ବହନ କରିପାରେI ପୁନଶ୍ଚ, ଏହା ସମୁଦାୟ ପଥରରେ
ଗଢା ହୋଇ ଥିବାରୁ ପୃଥିବୀ ସହିତ ଏହାର ଆଘାତ ଜନିତ ପରିଣାମ ଅତି ଭୟଙ୍କର ହେବ ବୋଲି ବୈଜ୍ଞାନିକମାନେ
ଆଶଙ୍କା ପ୍ରକାଶ କରିଛନ୍ତି I
ଏବେ ଜଣା ପଡିଛି ଯେ, ଗ୍ରହାଣୁଟି ନିଜର ନିକଟ ଅବସ୍ଥାନ ସମୟରେ ପୃଥିବୀ ସହିତ ବିନା ସଂଘର୍ଷରେ ଏକ ନିରାପଦ ଦୂରତାରେ ଅତିକ୍ରମ କରି ଚାଲିଯିବ I ମାତ୍ର
କୌଣସି କାରଣରୁ ଗ୍ରହାଣୁର ଗତିପଥରେ ସାମାନ୍ୟ ବିଚ୍ୟୁତି ଘଟିଲେ, ତାହା ପୃଥିବୀ ଦୂରତାରେ ବହୁଗୁଣିତ
ହୋଇ ପୃଥିବୀ ସହିତ ସଂଘର୍ଷ ହେବାର ସମ୍ଭାବନାକୁ ଏଡାଇ ଦିଆ ଯାଇ ନପାରେ I ତେଣୁ ବୈଜ୍ଞାନିକମାନେ
ଏହି ଗ୍ରହାଣୁର ଗତିପଥକୁ ନିରନ୍ତର ପର୍ଯ୍ୟବେକ୍ଷଣ କରୁଛନ୍ତିI ଏହାର ପୃଥିବୀ ସହତ ସଂଘର୍ଷର ସାମାନ୍ୟ
ସୂଚନା ମିଳିଲେ, ଏହାକୁ ବହୁ ପୂର୍ବରୁ ଶକ୍ତିଶାଳୀ ରକେଟ ଦ୍ୱାରା ଆଘାତ କରି ଏହାର ଗତିପଥକୁ ବିକ୍ଷେପିତ
କରି ପାରିଲେ ଆମେ ଆମ ପୃଥିବୀର ଜୀବନକୁ ସୁରକ୍ଷିତ ରଖି ପାରିବା I
ସଂଘର୍ଷରୁ ବିପୁଳ ଧୂଳି ନିର୍ଗତ ହେବI ସମୟକ୍ରମେ ଏହା ଆକାଶକୁ
ବ୍ୟାପି ଯାଇ ଏକ ବହଳ ଧୂଳିର ବାଦଲ ଆକାରରେ ପୃଥିବୀକୁ
ବେଢ଼ି ରହିବ I ଏହି ଧୂଳିର ବାଦଲ ସୂର୍ଯ୍ୟାଲୋକକୁ ଅବରୋଧ କରିବାରୁ ପୃଥିବୀରେ ସୂର୍ଯ୍ୟାଲୋକ ଭଲ
ପଡି ପାରିବ ନାହିଁI ସୂର୍ଯ୍ୟାଲୋଳର ଅନୁପସ୍ଥିତିରେ ଉଦ୍ଭିଦମାନେ ଆଲୋକ ସଶ୍ଳେଷଣ ପ୍ରକ୍ରିୟା ମାଧ୍ୟମରେ
ଖାଦ୍ୟ ପ୍ରସ୍ତୁତ କରି ପାରିବେ ନାହିଁI ତେଣୁ ସେମାନଙ୍କର ଅଚିରେ ମୃତ୍ୟୁ ଘଟିବ ଏବଂ ତାହା ସହିତ ସେମାନଙ୍କ ଉପରେ ନିର୍ଭରଶୀଳ ସମସ୍ତ ପ୍ରାଣୀଙ୍କର
ମଧ୍ୟ ମୃତ୍ୟୁ ଘଟିବ I ସୂର୍ଯ୍ୟାଲୋକର ଅନୁପସ୍ଥିତିରେ ପୃଥିବୀର ତାପମାତ୍ରା କ୍ରମଶଃ ହ୍ରାସ ପାଇବ
ଏବଂ ଏହା ଅତିଶୟ ଥଣ୍ଡା ପାଲଟି ଯିବ I ଏହି ଶୀତଳ ତାପମାତ୍ରାରେ ପୃଥିବୀରେ ଆଉ ଜୀବନ ବଂଚିବା ସମ୍ଭବପର
ହେବ ନାହିଁ I ଏହିପରି ଭାବରେ ସମସ୍ତ ଜୀବଙ୍କ ସମୂହ ବିଲୁପ୍ତି ଘଟିବ I
ଗ୍ରହାଣୁମାନେ ମନଇଚ୍ଛା ଦିଗରେ ଗତି
କରୁଥିବାରୁ ପୃଥିବୀ ସହିତ ସେଗୁଡିକର ସଂଘର୍ଷର ଆଶଙ୍କା ଅଛି I ତେଣୁ ଗ୍ରହନୁମାନଙ୍କର ଗତିପଥ ଉପରେ
କଡା ନଜର ରଖିବାର ଆବଶ୍ୟକତା ରହିଛିI ତେଣୁ ପୃଥିବୀ ଗ୍ରହରେ ମାନବ ସଭ୍ୟତାର ବଞ୍ଚି ରହିବିସ ପାଇଁ
ଗ୍ରହାଣୁ ଗୁଡିକର ଅଧ୍ୟୟନ ଏବଂ ପର୍ଯ୍ୟବେକ୍ଷଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ I
ଏଜୁକେଶନ୍ ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର
ଭୁବନେଶ୍ଵର
ଫୋନ୍ : 8917637974
The Nitidin dated 17.07.25:
https://drive.google.com/file/d/1ydPZE_MklVN0E7scgMglzrOIKVXhzNxy/view?usp=sharing
Comments
Post a Comment