Posts

Showing posts from September, 2024

ଓଜୋନ୍ ସୁରକ୍ଷା, ଜୀବନ ରକ୍ଷା

Image
                                                              ଓଜୋନ୍ ସୁରକ୍ଷା, ଜୀବନ ରକ୍ଷା  ନିକୁଞ୍ଜ ବିହାରୀ ସାହୁ                   ଆମ ପୃଥିବୀ ଗ୍ରହରେ ଜୀବନ ସଂଚାର ହେବା ପଛରେ ଗୋଟିଏ ପ୍ରମୁଖ କାରଣ ହେଲା ଏହାର ଉର୍ଦ୍ଧ୍ଵ ବାୟୁମଣ୍ଡଳରେ ଥିବା ଓଜୋନ୍ ମଣ୍ଡଳ I ଏହା ମହାକାଶରୁ ଆସୁଥିବା ମାରାତ୍ମକ ଅତିବାଇଗଣି ରଶ୍ମିକୁ ଶୋଷିନେଇ ଏକ ଛତା ସଦୃଶ ଆମ ଜୀବମଣ୍ଡଳକୁ ସୁରକ୍ଷା ପ୍ରଦାନ କରିଥାଏ I ଆମ ସୌରମଣ୍ଡଳର ଅନ୍ୟ କୌଣସି ଜୀବନୋପଯୋଗୀ ପିଣ୍ଡ ଯଥା ମଙ୍ଗଳ ଗ୍ରହ କିମ୍ବା ଚନ୍ଦ୍ରରେ ଓଜୋନ୍ ମଣ୍ଡଳ ନଥିବାରୁ ସେଠାରେ ଜୀବନ ବଂଚିବା ଅସମ୍ଭବ I               ଅନ୍ତରିକ୍ଷରୁ ସମୁଦାୟ ତିନି ପ୍ରକାରର ଅତିବାଇଗଣି ରଶ୍ମି ପୃଥିବୀରେ ଆପତିତ ହୋଇଥାଏ I ସେଥି ମଧ୍ୟରୁ ସବୁଠାରୁ ମାରାତ୍ମକ ଏବଂ କ୍ଷତିକାରକ ରଶ୍ମି ହେଉଛି ଅତିବାଇଗଣି ରଶ୍ମି ‘ଖ’ I ଏହାର ତରଙ୍ଗଦୈର୍ଘ୍ୟ ପରିସର ହେଉଛି 280 ରୁ 315 ନାନୋମିଟର I ଏହା ପ୍ରାଣୀ ଶରୀରର ଜୀବନ୍ତ କୋଷର ଡିଏନଏ (ଯାହା ଜୀବର ସମସ୍ତ ଗୁଣାବଳୀର ବାହକ) କୁ ନଷ୍ଟ କରିଦେବା ସହିତ ଚର୍ମରେ ‘ମେଲାନୋମା’ କର୍କଟ ରୋଗ ଏବଂ ଚକ୍ଷୁରେ ମୋତିଆବିନ୍ଦୁ ରୋଗ ସୃଷ୍ଟି କରିଥାଏ I ଏହା  ଶରୀରର ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ କରିଦିଏ I ଏହା ମଧ୍ୟ ଉଦ୍ଭିଦରେ ଅଭିବୃଦ୍ଧି ହାର ତଥା ଫୁଲ ଓ ଫଳ ଧରିବାର ଧାରାକ

ସୁନିତା ଉଇଲିୟମ୍ସ୍ ପୃଥିବୀ ଫେରିବେ କେବେ?

Image
                                                     ସୁନିତା ଉଇଲିୟମ୍ସ୍ ପୃଥିବୀ ଫେରିବେ କେବେ?   ନିକୁଞ୍ଜ ବିହାରୀ ସାହୁ              ଆମେରିକୀୟ କମ୍ପାନୀ ବୋଇଙ୍ଗ୍ ର   ‘ ଷ୍ଟାରଲାଇନର୍ ’ ଅନ୍ତରୀକ୍ଷ ଯାନରେ  ଇଣ୍ଟରନେସେନାଲ ସ୍ପେସ୍ ଷ୍ଟେସନ୍ ଯାତ୍ରା କରିଥିବା ଭାରତୀୟ ବଂଶୋଦ୍ଭବ ଆମେରିକୀୟ   ମହିଳା ମହାକାଶଚାରୀ  ସୁନିତା ଉଇଲିୟମସ୍ ତଥା ଅନ୍ୟ ଜଣେ ସହ - ମହାକାଶଯାତ୍ରୀ ବୁଚ୍ ୱିଲମୋରଙ୍କ  ପୄଥିବୀ ପ୍ରତ୍ୟାବର୍ତ୍ତନ ନେଇ ଘୋର ଅନିଶ୍ଚିତତା ପ୍ରକାଶ ପାଇଛି I   ସେମାନେ   ଗତ ଜୁବ୍ 5 ତାରିଖ   ରାତି 8 ଟା 22 ମିନିଟ ସମୟରେ ଆଟଲାସ୍ V ରକେଟ ଜରିଆରେ   ମହାକାଶକୁ ଯାତ୍ରାକରି ପୄଥିବୀକୁ ପ୍ରଦକ୍ଷିଣ କରୁଥିବା ସ୍ପେସ୍ ଷ୍ଟେସନ୍ ସହିତ ମିଳିତ ହୋଇଥିଲେ   I ତାଙ୍କର ଯାନ   ପର ଦିନ ଅର୍ଥାତ 6 ତାରିଖରେ   ସ୍ପେସ୍ ଷ୍ଟେସନ୍ ଠାରେ ରାତି 9 ଟା 45 ମିନିଟ ସମୟରେ ପହଞ୍ଚିବାର ଥିଲା I ମାତ୍ର ହିଲିୟମ୍ ଲିକ୍ ଘଟି ଯାନର ସମୁଦାୟ 28 ଥ୍ରଷ୍ଟର୍ ରୁ   5 ଟି ରେ ତ୍ରୁଟି ପରିଲକ୍ଷିତ ହେବାରୁ ସେମାନେ କଷ୍ଟେମଷ୍ଟେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବାରେ ସକ୍ଷମ ହୋଇଥିଲେ ସୁଦ୍ଧା ପ୍ରାୟ  ଦେଢ ଘଣ୍ଟା କାଳ ବିଳମ୍ବ ଘଟିଥିଲା ( ସେମାନେ ପ୍ରକୄତରେ ରାତି 11 ଟା   3 ମିନିଟ ସମୟରେ ପହଞ୍ଚିଥିଲେ ) I  ଥ୍ରଷ୍ଟର୍ ସଠିକ ରୂପେ କାର୍ଯ୍ୟକ୍ଷମ ନହେବାରୁ ସେଗୁଡିକର ତାପମାତ୍ରା ଅହେତୁକ ଭାବେ  ବୃଦ୍ଧି ପାଇବାରେ

ନିଜେ ତିଆରି କର : ବାୟୁ ତାପମାନ ଯନ୍ତ୍ର

Image
                               ନିଜେ ତିଆରି କର : ବାୟୁ ତାପମାନ ଯନ୍ତ୍ର ନିକୁଞ୍ଜ   ବିହାରୀ   ସାହୁ               ତାପମାତ୍ରା ମାପିବା ନିମନ୍ତେ ତାପମାନ ଯନ୍ତ୍ର ବ୍ୟବହାର କରାଯାଏ I  ତାପମାନ ଯନ୍ତ୍ରରେ ଏକ ତାପ ସମ୍ବେଦୀ   ପଦାର୍ଥ (Themometric substance) ଥାଏ   ଯାହାର ତାପ ପ୍ରୟୋଗ ଦ୍ୱାରା କିଛି ଭୌତିକ ଧର୍ମର ପରିବର୍ତ୍ତନ   ଘଟେ I  ଏହି ଭୌତିକ ପରିବର୍ତ୍ତନକୁ ମାପି   ତାପମାତ୍ରାର ସୂଚନା ମି ଳିପାରେ I ତାପ ସମ୍ବେ ଦୀ  ପଦାର୍ଥ ର ପ୍ରକାର   ଅନୁସାରେ ତାପମାନ ଯନ୍ତ୍ରକୁ ବିଭିନ୍ନ ଶ୍ରେଣୀ ରେ ବିଭକ୍ତ କରାଯାଏ ,   ଯଥା ତରଳ , ଗ୍ୟାସୀୟ , ଧାତୁଯୁଗ୍ମ (Bimetal) , ତାପଯୁଗଳ (Thermocouple), ବୌଦ୍ୟୁତିକ ପ୍ରତିରୋଧକୀୟ (Electrical Resistance) ଇତ୍ୟାଦି ଇତ୍ୟାଦି I କୌଣସି ତରଳ ତାପମାନ   ଯନ୍ତ୍ରରେ ତାପ ପ୍ରୟୋଗ   ଦ୍ୱାରା ତରଳର ଆୟତନରେ ପରିବର୍ତ୍ତନ ଘଟୁଥିଲାବେଳେ   ଗ୍ୟାସୀୟ ତାପମାନ ଯନ୍ତ୍ରରେ    କିନ୍ତୁ ଏକ ଗ୍ୟାସର ଆୟତନ କିମ୍ବା ଚାପ ବଦଳି ଥାଏ I  ତାପ ପ୍ରୟୋଗ ଫଳରେ   ଧାତୁଯୁଗ୍ମର ବିଚିତ୍ର ଧର୍ମ ହେତୁ ଏହା ବଙ୍କେଇ ଯା ଇ ତାପମାତ୍ରାର ସୂଚନା ଦିଏ ଏବଂ ଏକ ତାପଯୁଗଳ ତାପମାନ ଯନ୍ତ୍ରରେ ତାପ ପ୍ରୟୋଗ ଦ୍ୱାରା   ତାପଯୁଗଳରେ ବିଦ୍ୟୁତ ବିଭବ ସୄଷ୍ଟି ହୁଏ I  ସେହିପରି ,  ବୈଦ୍ୟୁତିକ ପ୍ରତିରୋଧକ ତାପମାନ ଯନ୍ତ୍ରରେ ତାପ ପ୍ରୟୋଗ ଫଳରେ ପଦାର୍ଥର   ବୈଦ୍ୟୁତିକ ପ