ଆକାଶର ଗଙ୍ଗା ନଈ
ନିକୁଞ୍ଜ ବିହାରୀ ସାହୁ
ନିର୍ମଳ ମେଘମୁକ୍ତ ରାତି ଆକାଶକୁ ଚାହିଁଲେ ଅନେକ ତାରକା ଆମକୁ ଦେଖାଯାନ୍ତି I ଆହୁରି ମଧ୍ୟ,
ନଈ ଭଳି ଝାପ୍ସା ଆଲୁଅର ଏକ ପଥ ଆକାଶର ଗୋଟିଏ ପ୍ରାନ୍ତରୁ
ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ଲମ୍ବି ଯାଇଥିବାର ଦେଖୁବାକୁ ମିଳେ I ବିଶେଷକରି, କୌଣସି
ଅନ୍ଧାରୁଆ ସ୍ଥାନରୁ ଚନ୍ଦ୍ର ନଥିବା ଆକାଶରେ ଏହି ଦୄଶ୍ୟ ଦର୍ଶନୀୟ ଓ ସ୍ପଷ୍ଟତ୍ତର
ହୋଇଥାଏ I
ଆକାଶରେ ଏହି ଆଲୁଅର ନଈକୁ ଆଗ କାଳରେ ଲୋକେ ଆକାଶର ଗଙ୍ଗା ନଈ ବୋଲି କହୁଥିଲେ
I ଆମ ପୁରାଣରେ, ଏହି ଆକାଶଗଙ୍ଗା ନଈ
ସମ୍ପର୍କରେ ବର୍ଣ୍ଣନା ଅଛି I ଦେବତାମାନେ ସ୍ୱର୍ଗରେ ଥାଇ ଏହି ଆକାଶଗଙ୍ଗା ନଈରେ ସ୍ନାନ କରନ୍ତି
ବୋଲି ବିଶ୍ୱାସ କରା ଯାଉଥିଲାବେଳେ ଭକ୍ତ ଭଗୀରଥ ଏହି ଆକାଶଗଙ୍ଗା ନଈରୁ ଧାରଟିଏ ଆଣି ପୄଥିବୀରେ ଗଙ୍ଗା ନଦୀ ରୂପେ
ପ୍ରବାହିତ କରି ଥିବାର ସୂଚନା ଅଛି I
ମାତ୍ର ଦୂରବୀକ୍ଷଣ ଯନ୍ତ୍ର ଜରିଆରେ ଆଲୁଅର
ଏହି ନଈକୁ ଚାହିଁଲେ, ସେହି
ଆଲୁଅରେ ଅସଂଖ୍ୟ ତାରକା
ଭରି ରହି ଥିବାର ଦେଖିବାକୁ
ମିଳେ I ବିଜ୍ଞାନରେ ଏହି ଆକାଶଗଙ୍ଗା ନଈ ପ୍ରକୄତରେ
ଏକ ନୀହାରିକା I ଏହାର ନାମ ଛାୟାପଥ I ତେବେ
ଏହି ନୀହାରିକା କ’ଣ?
ଆକାଶରେ ତାରାମାନେ ଏଣେତେଣେ ବିଛାଡି
ହୋଇ ନରହି ବିରାଟ ବିରାଟ ଦଳରେ ଏକାଠି ହୋଇ ରହିଥାନ୍ତି I ତାରାମାନଙ୍କର ଏଭଳି ବିଶାଳ ଦଳକୁ ହିଁ
ନୀହାରିକା କୁହାଯାଏ I ଏକ ନୀହାରିକାରେ ସାଧାରଣତଃ
1 ଅୟୁତ କୋଟି ତାରକା ରହିଥାନ୍ତି I ନିହାରିକା ଓ ନୀହାରିକା ମଧରେ ବିଶାଳ ଶୂନ୍ୟସ୍ଥାନ ପରିବ୍ୟାପ୍ତ
ଥାଏ I
ଆମର ଆକାଶଗଙ୍ଗା
ନୀହାରିକା ଆକାରରେ
ଏକ କୁଣ୍ଡଳୀ ଭଳି I ଏହାର କେନ୍ଦ୍ର ଓ କୁଣ୍ଡଳାକାର ବାହୁଗୁଡିକରେ ଅସଂଖ୍ୟ ତାରକା
ଭରି ରହିଛନ୍ତି I ଏହି ନୀହାରିକାର ବ୍ୟାସ 1
ଲକ୍ଷ ଆଲୋକବର୍ଷ; ଅର୍ଥାତ ଆଲୋକ ନିଜସ୍ୱ ବେଗରେ ଗତିକରି (ଆଲୋକର ବେଗ ସେକେଣ୍ଡ ପ୍ରତି ପ୍ରାୟ 3
ଲକ୍ଷ କି.ମି.) ନୀହାରିକାର ଗୋଟିଏ ପ୍ରାନ୍ତରୁ ବାହାରି
ଅନ୍ୟ ପ୍ରାନ୍ତରେ ପହଞ୍ଚିବା ପାଇଁ ପ୍ରାୟ
1 ଲକ୍ଷ ବର୍ଷ ସମୟ ନେଇଥାଏ I ଏଇଥିରୁ ଆମର ଏହି ନୀହାରିକାର ବିଶାଳ
ଆକାର ସମ୍ପର୍କରେ ଅନୁମାନ
କରା ଯାଇପାରେ I
ଆମର ତାରା ସୂର୍ଯ୍ୟ ଏହି ନୀହାରିକାରେ
ଅବସ୍ଥାନ କରେ I ଏହା ଆକାଶଗଙ୍ଗା ନୀହାରିକାର 1 ଅୟୁତ କୋଟି ତାରକାଙ୍କ
ମଧ୍ୟରୁ ଅନ୍ୟତମ I କେବଳ ସୂର୍ଯ୍ୟ
ନୁହେଁ, ଆମେ ରାତି ଆକାଶରେ
ଦେଖୁଥିବା ସମସ୍ତ ତାରା
ମଧ୍ୟ ଏହି ବିଶାଳ ନୀହାରିକାର ଅନ୍ତର୍ଭୁକ୍ତ I ସୂର୍ଯ୍ୟ ନୀହାରିକାର କେନ୍ଦ୍ରଠାରୁ ବହୁ ଦୂରରେ କୁଣ୍ଡଳୀର ଏକ ପ୍ରାନ୍ତଭାଗରେ ଅବସ୍ଥିତ
I ଆମ ନୀହାରିକାକୁ
ଏକ ବଡ ସହର ବୋଲି ମନେ କଲେ ସୂର୍ଯ୍ୟ କଦାପି ଏହାର କେନ୍ଦ୍ରସ୍ଥଳରେ ଅବସ୍ଥିତ ନୁହେଁ ; ବରଂ ଏହା ସହରରଏକ ସହରତଳି ଅଞ୍ଚଳରେ ବିଦ୍ୟମାନ ବୋଲି ଧରାଯିବ I
ତେବେ
ପ୍ରଶ୍ନ
ଉଠେ : ନୀହାରିକାର କେନ୍ଦ୍ରରେ କ’ଣ ସବୁ ଅଛି I
ଏହାର କେନ୍ଦ୍ରରେ ଅନେକ ତରୁଣ
ଓ ତେଜସ୍ୱୀ ତାରକା ବିଦ୍ୟମାନ ଏବଂ ସେଠାରେ ଏବ ମଧ୍ୟ ତାରକାମାନେ ଜନ୍ମ ହେଉଥିବାର ବିଶ୍ୱାସ କରାଯାଏ I ସୂର୍ଯ୍ୟ କଦାପି ଏହି ନୀହାରିକାର ସବୁଠାରୁ ବଡ ତାରକା ନୁହେଁ ; ସୂର୍ଯ୍ୟଠାରୁ ଆକାରରେ ଯଥେଷ୍ଟ ବଡ ଅନେକ ତେଜୋଦୀପ୍ତ ତାରକା
ଏହି ନୀହାରିକାରେ ରହିଛନ୍ତି I ମାତ୍ର ଅଭାବନୀୟ
ଦୂରତା ହେତୁ ପୄଥିବୀୟ ଦୄଷ୍ଟିରେ ସେମାନଙ୍କର ବିଶାଳତା ସମ୍ପର୍କରେ ଆମର ଧାରଣା ସୃଷ୍ଟି ହେଉ ନାହିଁ
I
ତେବେ ଆମେ କ’ଣ ପୄଥିବୀରୁ ଥାଇ ଆମ ଆକାଶଗଙ୍ଗା ନୀହାରିକାର
ସମ୍ପୂର୍ଣ୍ଣ ରୂପ ଦେଖି ପାରିବା ? ଉତ୍ତର : ନାଁ,
କଦାପି ଦେଖି ପାରିବା ନାହିଁ I କାରଣ, ଆମେ ଏହି
ନୀହାରିକା ଭିତରେ ହିଁ ବାସ କରୁଛେ I ଯେପରି, ଗୋଟିଏ ଘର ଭିତରେ ରହି ଘରର ପୂରା ରୂପରେଖ ଦେଖିବା ଅସମ୍ଭବ, ସେହିପରି ନୀହାରିକା ଭିତରେ ରହି ଏହାର ସମ୍ପୂର୍ଣ୍ଣ ରୂପ ସମ୍ପର୍କରେ ଅବଧାରଣା
କରିବା ସମ୍ଭବପର ନୁହେଁ I ଆମେ ଆକାଶରେ ଦେଖୁଥିବା
ଆଲୁଅର ନଈଟି ପ୍ରକୄତରେ
ଏହି ନୀହାରିକାର ଏକ କୁଣ୍ଡଳାକର ବାହୁ ମାତ୍ର I ଏହି ନୀହାରିକାର କେନ୍ଦ୍ର ଆମ
ରାଶିଚକ୍ରର ଧନୁ ରାଶି ଦିଗରେ ବିଦ୍ୟମାନ
I ଅବଶ୍ୟ, ଆମେ ପୄଥିବୀରୁ ଥାଇ ଆମ ନୀହାରିକାର ବାହାରେ ଥିବା ଅନ୍ୟ ନୀହାରିକାଗୁଡିକୁ ସ୍ପଷ୍ଟ ଦେଖି ପାରିବା I ଏହିଭଳି ଏକ ନୀହାରିକା ହେଲା ‘ଆଣ୍ଡ୍ରୋମିଡା’ ଯାହାକୁ ଏକ ଛୋଟ ବାଇନାକୁଲାର ସାହାଯ୍ୟରେ ସ୍ପଷ୍ଟ ଦେଖିହେବ I
କେବଳ ଆକାଶଗଙ୍ଗା କିମ୍ବା ଆଣ୍ଡ୍ରୋମିଡା ନୀହାରିକା ନୁହଁନ୍ତି ; ବିଶ୍ୱରେ ଲକ୍ଷ ଲକ୍ଷ ନୀହାରିକା ବିଦ୍ୟମାନ I ଆଉ ଏହି
ନୀହାରିକାମାନଙ୍କୁ ନେଇ ଗଢା ଆମର ବିଶ୍ୱ I ସୁତରାଂ ଆମର ବିଶ୍ୱ କେତେ ବିଶାଳ ଏବଂ ତା’ ତୁଳନାରେ ଆମର ଅବସ୍ଥାନ ପୄଥିବୀ ଗ୍ରହ କେତେ ଛୋଟ
, ଏହା ଭାବିଲେ ସତରେ ଆଶ୍ଚର୍ଯ୍ୟ ଲାଗେ !
ଆକାଶଗଙ୍ଗା
କୁଇଜ୍
ପଠିତ ବିଷୟ ଉପରେ ଆଧାରିତ କେତୋଟି ପ୍ରଶ୍ନ ନିମ୍ନରେ ପ୍ରଦତ୍ତ ଅଛି I ସମ୍ଭାବ୍ୟ ଉତ୍ତରଗୁଡୁକ ମଧ୍ୟରୁ ସଠିକ ଉତ୍ତରଟିକୁ ଚୟନ କରନ୍ତୁ I
1.
ଜ୍ୟୋତିର୍ବିଜ୍ଞାନରେ ଆକାଶଗଙ୍ଗା ନୀହାରିକାର ନାମ କ’ଣ?
କ) ଜ୍ୟୋତିପଥ ଖ) ଛାୟାପଥ ଗ) ଧୂମକେତୁ ଘ) ନେବୁଲା
2.
ଜଣେ ବିଖ୍ୟାତ ନାବିକ ଦକ୍ଷିଣ ଗୋଲାର୍ଦ୍ଧରେ ଜଳଯାତ୍ରା ସମୟରେ
ଖାଲି ଆଖିକୁ ଦିଶୁଥିବା ଏକ ନୀହାରିକା ଆବିଷ୍କାର କରିଥିଲେ I ଏହି ନାବିକଙ୍କର ନାମ କ’ଣ ?
କ)
କଲମ୍ବସ୍ ଖ) ଭାସ୍କୋଡାଗମା ଗ) ମାଗାଲେନ୍ ଘ) କ୍ୟାପ୍ଟେନ୍
କୁକ୍
3.
ଆଲୋକବର୍ଷ କାହାର ଏକକ?
କ)
ସମୟ ଖ) ଆଲୋକର ଉଜ୍ଜ୍ୱଳତା ଗ) ବର୍ଷ ଗଣନା ଘ) ଦୂରତା
4.
ଏକ ଆଲୋକବର୍ଷ କେତେ କିଲୋମିଟର ?
କ)
9.5 x 109 ଖ) 9.5 x 1010 ଗ) 9.5 x 1011 ଘ) 9.5 x 1012
5.
ଆମ ବିଶ୍ୱରେ ସମୁଦାୟ 1011 ସଂଖ୍ୟକ
ନୀହାରିକା ଅଛନ୍ତି I ପ୍ରତିଟି ନୀହାରିକାରେ ପ୍ରାୟ
1011 ସଖ୍ୟକ ତାରକା ବିଦ୍ୟମାନ I ତେବେ
ବିଶ୍ୱରେ ସମୁଦାୟ ତାରକାଙ୍କ ସଂଖ୍ୟା କେତେ ?
କ)
1022 ଖ) 1024 ଗ) 1023 ଘ) 1025
ଉତ୍ତର
1 (ଖ) 2 (ଗ) 3 (ଘ)
4 (ଘ) 5 (କ)
ଏଜୁକେଶନ୍ ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର,
ଭୋପାଲ
ଫୋନ୍ : 8018708858
Comments
Post a Comment