ଗଣିତ କୁଇଜ୍

                                                                        ଗଣିତ କୁଇଜ୍

ନିକୁଞ୍ଜ ବିହାରୀ ସାହୁ


(ସମସ୍ତ ପ୍ରଶ୍ନର ଉତ୍ତର ଦିଅନ୍ତୁ I ନିଜ ଉତ୍ତରର ସତ୍ୟତା ଜାଣିବା ପାଇଁ ହେଲେ ନିମ୍ନୋକ୍ତ ଉତ୍ତର ସାରଣୀ ଦେଖନ୍ତୁ I) 


  1. 252 ଓ 262 ମଧ୍ୟରେ ସମୁଦାୟ କେତୋଟି ଗଣନ ସଂଖ୍ୟା ଥାଏ?

        କ)  48 ଟି               ଖ)  49ଟି            ଗ)  50ଟି                    ଘ) 51ଟି


  2.  କୌଣସି ତ୍ରିଭୁଜର ତିନି କୋଣର ସମଷ୍ଟି 1800 I ଏହା ମୂଳତଃ କେଉଁ କ୍ଷେତ୍ରରେ   ପ୍ରଜୁଯ୍ୟ?

       କ)  ସବୁ କ୍ଷେତ୍ରରେ           

       ଖ)  କେବଳ ଏକ ସମବାହୁ ତ୍ରିଭୁଜ କ୍ଷେତ୍ରରେ             

       ଗ)  କେବଳ ଏକ ସମଦ୍ୱିବାହୁ ତ୍ରିଭୁଜ କ୍ଷେତ୍ରରେ          

       ଘ) ତ୍ରିଭୁଜଟି  କେବଳ ଏକ ସମତଳ ଉପରେ ଅବସ୍ଥିତ ଥିଲେ


3) କୌଣସି ବୄତ୍ତ କ୍ଷେତ୍ରରେ ପାଇ (π) ର ସଂଜ୍ଞା କ’ଣ?

 କ)  ‘π’ ର ଏକ ଆନୁମାନିକ ମୂଲ୍ୟ ହେଉଛି 22/7 I

 ଖ)  କୌଣସି ବୄତ୍ତର ବ୍ୟାସ ଓ ପରିଧିର ଅନୁପାତ  ସର୍ବଦା ଏକ ସ୍ଥିରାଙ୍କ ଯାହାକୁ ‘π’ ସଙ୍କେତ ଦ୍ୱାରା ସୂଚିତ    କରାଯାଏ I       

 ଗ) କୌଣସି ବୄତ୍ତର ପରିଧି ଓ ବ୍ୟାସର ଅନୁପାତ  ସର୍ବଦା ଏକ ସ୍ଥିରାଙ୍କ ଯାହାକୁ ‘π’ ସଙ୍କେତ ଦ୍ୱାରା ସୂଚିତ    କରାଯାଏ I       

ଘ) ବୄତ୍ତର ପରିଧି ଓ ବ୍ୟାସାର୍ଦ୍ଧର ଅନୁପାତ ସର୍ବଦା ଏକ ସ୍ଥିରାଙ୍କ ଯାହାକୁ ‘π’  ସଙ୍କେତ ଦ୍ୱାରା ସୂଚିତ    କରାଯାଏ I       

         

4. m ଓ n ଦୁଇଟି ଗଣନ ସଂଖ୍ୟା ହେଲେ ( m > n) , ଏକ ପିଥାଗୋରୀୟ ତ୍ରୟୀ (Pythagorean Triple) ର ପରିପ୍ରକାଶ କିପରି ହେବ?

      କ)  m2- n2 , 2mn , m3+ n3

      ଖ)  m3- n3 , 2mn , m2+ n2

       ଗ)  m2- n2 , 3mn , m2+ n2

       ଘ) m2- n2 , 2mn , m2+ n2


5. axn ଗୋଟିଏ ପଲିନୋମିଆଲର ପଦ ହେଲେ (ଯେଉଁଠି a  ≠ 0), ଚଳରାଶି 'x' ର ଘାତାଙ୍କ ‘n’ କିପରି ମୂଲ୍ୟ ଗ୍ରହଣ କରି ପାରିବ?

      କ)  ସର୍ବଦା  ଏକ ଅଣରୁଣାତ୍ମକ ପରିମେୟ ସଂଖ୍ୟା ହେବ I         

      ଖ)  ସର୍ବଦା  ଏକ ରୁଣାତ୍ମକ ପୂର୍ଣ୍ଣସଂଖ୍ୟା ହେବ I         

      ଗ)  ସର୍ବଦା  ଏକ ଅଣରୁଣାତ୍ମକ ପୂର୍ଣ୍ଣସଂଖ୍ୟା ହେବ I         

      ଘ) ନିର୍ଦ୍ଦିଷ୍ଟ ଭାବେ କହି ହେବ ନାହିଁ I


6.  ଏକ ଅଭେଦ ଓ ସମୀକରଣ ମଧ୍ୟରେ ପାର୍ଥକ୍ୟ କ’ଣ?

     କ)  ଏକ ସମୀକରଣ ଅଜ୍ଞାତ ରାଶିର ସମସ୍ତ ମୂଲ୍ୟ ଗ୍ରହଣ କରି ପାରୁଥିଲାବେଳେ ଏକ  ଅଭେଦ କେବଳ କେତେକ ନିର୍ଦ୍ଦିଷ୍ଟ ମୂଲ୍ୟ ଗ୍ରହଣ କରିଥାଏ I             

      ଖ)  ଏକ ଅଭେଦ ଅଜ୍ଞାତ ରାଶିର ସମସ୍ତ ମୂଲ୍ୟ ଗ୍ରହଣ କରି ପାରୁଥିଲାବେଳେ ଏକ ସମୀକରଣ  କେବଳ କେତେକ ନିର୍ଦ୍ଦିଷ୍ଟ ମୂଲ୍ୟ ଗ୍ରହଣ କରିଥାଏ I             

       ଗ)  ଉଭୟଙ୍କ ମଧ୍ୟରେ ବିଶେଷ ପାର୍ଥକ୍ୟ ନାହିଁ I

       ଘ) ନିର୍ଦ୍ଦିଷ୍ଟ ଭାବେ କହି ହେବ ନାହିଁ I


7.  ତିନୋଟି କ୍ରମିକ ସଂଖ୍ୟାର ସମଷ୍ଟି 108 I ସଂଖ୍ୟା ତିନୋଟି କ’ଣ?  ଏହାର ଉତ୍ତର ନିମନ୍ତେ  ଆମକୁ ସାଧାରଣତଃ କେଉଁ ପ୍ରକାରର ବୀଜଗାଣିତିକ ସମୀକରଣ ସମାଧାନ କରିବାକୁ ପଡିଥାଏ?

     କ)  35, 36, 37 ; ଏକ–ଅଜ୍ଞାତ ରାଶି ବିଶିଷ୍ଟ ଏକଘାତୀ ସମୀକରଣ (Linear Equation in one variable)           

      ଖ)  35, 36, 37 ; ଏକ–ଅଜ୍ଞାତ ରାଶି ବିଶିଷ୍ଟ ଦ୍ୱିଘାତୀ ସମୀକରଣ (Quadratic Equation in one variable)                    

       ଗ)  35, 36, 37 ; ଦୁଇ–ଅଜ୍ଞାତ ରାଶି ବିଶିଷ୍ଟ ଦ୍ୱିଘାତୀ ସମୀକରଣ (Quadratic Equation in two  variables)                    

       ଘ) 35, 36, 37 ; ଦୁଇ–ଅଜ୍ଞାତ ରାଶି ବିଶିଷ୍ଟ ତ୍ରିଘାତୀ ସମୀକରଣ 


8. 10002- 9992 ର ମୂଲ୍ୟ ସହଜରେ ଗଣନା କରିବା ପାଇଁ ହେଲେ କେଉଁ ସୂତ୍ର ପ୍ରୟୋଗ କରିବା ଉଚିତ?

      କ)  a2 –b2 = (a+b)(a-b)

      ଖ) (a+b)2 = a2 +2ab+b2  

       ଗ)  (a-b)2 = a2 -2ab+b2                  

       ଘ) a3 –b3 = (a-b)( a2 -ab+b2)


 9. (x-a) (x-b) (x-c)(x-d)……………..(x-z) ର ମୂଲ୍ୟ କେତେ?

କ)  11               ଖ)  1            ଗ)  0              ଘ) କୌଣସି ନିର୍ଦ୍ଦିଷ୍ଟ ଉତ୍ତର ନାହିଁ I


10. ଗୋଟିଏ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା (ab) କୁ  ଓଲଟାଇ ଲେଖନ୍ତୁ (ba) I  ସଂଖ୍ୟାଦ୍ୱୟର ସମଷ୍ଟିକୁ ‘a+b’ ଦ୍ୱାରା ଭାଗକଲେ  ଫଳ  କେତେ ହେବ?

କ)  ସର୍ବଦା 10             ଖ) ସର୍ବଦା 11          ଗ) ସର୍ବଦା 12         ଘ) କୌଣସି ନିର୍ଦ୍ଦିଷ୍ଟ ଉତ୍ତର ନାହିଁ


ଉତ୍ତର

1. ଗ, 2.ଘ, 3.ଗ, 4.ଘ, 5.ଗ, 6.ଖ, 7. କ, 8.କ,  9.ଗ, 10. ଖ


                                                                                              ଏଜୁକେଶନ୍ ଅଫିସର୍

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର

ଭୋପାଳ

ଫୋନ୍: 8917637974


Comments

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ବିଲୁପ୍ତିର ପଥେ କାଳବୈଶାଖୀ

ଶିଶୁମାନଙ୍କ ପାଇଁ ନୀରବ ଘାତକ : ମୋବାଇଲ୍ ଆପ୍ସ MOBILE APP