ଡାଇନୋସରର ପୄଥିବୀ
ଡାଇନୋସରର ପୄଥିବୀ
ନିକୁଞ୍ଜ ବିହାରୀ ସାହୁ
ନିୟୁତ ନିୟୁତ ବର୍ଷ ତଳର କଥା : ଜନମାନବ ଶୂନ୍ୟ ଆଦିମ ପୄଥିବୀଟା ଥିଲା ନୀରବ ଓ ନିଷ୍ପନ୍ଦ I ଆଗ୍ନେୟଗିରିଗୁଡିକ ଅଗ୍ନି ଉଦଗୀରଣ କରି ଦିଗବଳୟକୁ ଧୂମାୟିତ କରୁଥିଲେ I ଉଲକାମାନେ ଆକାଶରେ ଦୂରନ୍ତ ଛୁଟି ଯାଉଥିଲେ ଓ ବିଶାଳ ଭୂଖଣ୍ଡଗୁଡିକର ସଂଘର୍ଷ ଘଟି ଦେଶ ମହାଦେଶମାନ ସୃଷ୍ଟି ହେଉଥିଲା I ସେତେବେଳେ ଆମର ପୃଥିବୀଟା ଶିଶୁ ଅବସ୍ଥାରେ ଥିଲା I
ପ୍ରକୃତିର ଏହି ପ୍ରତିକୂଳ ବତାବରଣ ମଧ୍ୟରେ ତେଣେ କିନ୍ତୁ ସମୁଦ୍ର ମହାସମୁଦ୍ରର ତରଳ ଜଳରାଶିରେ କେତେକ ଜୈବିକ ଅଣୁ ପରସ୍ପର ସହିତ ସଂଯୋଜିତ ହୋଇ ଜୀବନସତ୍ତାର ସଙ୍କେତ ଦେଲେ I ଏହିପରି ଭାବରେ ପ୍ରଥମେ ଜଳଭାଗରେ ଜୀବନର ସୂତ୍ରପାତ ହେଲା I ସମୟର ପ୍ରବାହରେ , ଜୀବନ ସ୍ଥଳଭାଗକୁ ସଂପ୍ରସାରିତ ହେଲା I ଘଟଣାକ୍ରମେ କିଛି ଜଳଚର ଜୀବ ନିଜର ଚିରାଚରିତ ତରଳ ଜଳରଶିର ପରିସୀମା ତ୍ୟାଗକରି ସ୍ଥଳଭାଗର କଠିନ ଓ ଗ୍ୟାସର ଦୁନିଆକୁ ଆଦରି ନେଇ ବଂଶବୃଦ୍ଧି ଓ ବିସ୍ତାର ଆରମ୍ଭ କଲେ I ସେଥି ମଧ୍ୟରୁ କେତେକ ଛାତିରେ ଭରା ଦେଇ ଚଳପ୍ରଚଳ କରୁଥିଲେ I ସେହିମାନେ ହିଁ ଥିଲେ ସରୀସୃପ I ବିବର୍ତ୍ତନନର ପ୍ରବାହରେ ଏହି ଅଜ୍ଞାତ ଅନାମଧେୟ ସରୀସୃପମାନେ ବଦଳି ଏବକାର ବହୁଚର୍ଚ୍ଚିତ ଡାଇନୋସରର ରୂପ ନେଲେ I
ଡାଇନୋସରମାନେ ଆଜିଠାରୁ ପ୍ରାୟ 300 ରୁ 200 ନିୟୁତ ବର୍ଷ ପୂର୍ବେ ଆବିର୍ଭୁତ ହୋଇ ପୄଥିବୀପୃଷ୍ଠରେ ପ୍ରାୟ 150 ନିୟୁତ ବର୍ଷ କାଳ ବସବାସ କରିଥିଲେ I କେତେକ ଡାଇନୋସର ଆକୄତିରେ କୁକୁଡଛୁଆ ସଦୄଶ କ୍ଷୁଦ୍ର ଥିଲାବେଳେ ଅନ୍ୟ କେତେକ ହାତୀ ଭଳି ବିଶଶାଳାକାୟ ଥିଲେ I କେତେକ ଆହାରରେ ନିରୀହ ତୃଣଭୋଜୀ ଥିଲେ ତ ଆଉ କେତେକ ଥିଲେ ଭୟଙ୍କର ମାଂସାହାରୀ I
ଡାଇନୋସରମନଙ୍କର ଆତ୍ମରକ୍ଷା ନିମନ୍ତେ
ନିଜସ୍ୱ ସୁରକ୍ଷା ବ୍ୟବସ୍ଥା ଥିଲା I ଆସନ୍ତୁ, ପ୍ରଥମେ
ତୃଣାହାରୀ ଡାଇନୋସରମାନଙ୍କ ସମ୍ପର୍କରେ ଆଲୋଚନା କରିବା I କେତେକ ଡାଇନୋସରଙ୍କ ଦେହସାରା ସୁତୀକ୍ଷ୍ଣ
କଣ୍ଟା ସଦୃଶ ଅଙ୍ଗମାନ ଥିଲା I ଆଉ କେତେକ ନିଜର ହାଡୁଆ
, କଣ୍ଟକିତ ଲାଞ୍ଜରେ ଶତ୍ରୁକୁ ଆଘାତ କରି
ପାରୁଥିଲେ I କେତେକ ଡାଇନୋସରଙ୍କ
ପିଠି ଏତେ ଟାଣ ଥିଲା ଯେ ତା'କୁ ଅନ୍ୟ କୌଣସି ମାଂସାଶୀ ଡାଇନୋସର କାମୁଡି ପାରୁ ନଥିଲେ I କେତେକଙ୍କ ଖପୁରୀ ଇସ୍ପାତର ପ୍ଲେଟ ସଦୄଶ ଶକ୍ତ
ଥିବାରୁ ସେମାନେ ଏହାକୁ ଆତ୍ମରକ୍ଷା ନିମନ୍ତେ ଢାଲ ସଦୃଶ ବ୍ୟବହାର କରୁଥିଲେ I କେତେକ ଡାଇନୋସର ଆକାରରେ ବିଶାଳାକାୟ
ଥିବାରୁ ଅନ୍ୟ କୌଣସି ଡାଇନୋସର ଏମାନଙ୍କୁ ଆକ୍ରମଣ କରିବାକୁ ଭୟ କରୁଥିଲେ I ଆଉ କେତକ କ୍ଷୁଦ୍ରାକାୟ ଥିଲେ ସୁଦ୍ଧା ଦ୍ରୁତଗତିରେ
ଦୌଡିପାରୁ ଥିବାରୁ ମାଂସାଶୀ ଜୀବମାନଙ୍କ କବଳରୁ ନିଜକୁ ରକ୍ଷା କରି ପାରୁଥିଲେ I
ମାଂସାଶୀ ଡାଇନୋସରମାନେ କିନ୍ତୁ ଦେଖିବାକୁ ଅତ୍ୟନ୍ତ ଭୟଙ୍କର ଥିଲେ I ସେମନଙ୍କର ଥିଲା ସୁତୀକ୍ଷ୍ଣ ଦାନ୍ତ ଓ ଶକ୍ତ ପଂଝା ଯେଉଁଥିରେ ସେମାନେ ଶିକାରକୁ ପ୍ରଚଣ୍ଡ ଆକ୍ରମଣ କରୁଥିଲେ I ଏମାନେ ପାଟିକୁ ଅସମ୍ଭବ ଭାବେ ମେଲାଇ ବଡବଡ ଜୀବଙ୍କୁ ସହଜରେ ଗିଳି ପାରୁଥିଲେ I ସବୁଠାରୁ ବୄହଦାକାୟ ମାଂସାଶୀ ଡାଇନୋସର ଥିଲା 'ଟିରାନୋସରସ୍ ରେକ୍ସ୍' ଯାହା ଆଜିଠାରୁ 85 ରୁ 65 ନିୟୁତ ବର୍ଷ ପୂର୍ବେ ଆବିର୍ଭୂତ ହୋଇଥିଲା I ଏହାର ଉଚ୍ଚତା ଥିଲା 13 ରୁ 18 ଫୁଟ ଏବଂ ଓଜନ ଥିଲା 5 ରୁ 7 ଟନ୍ I ଏହାର ଆଗ ଗୋଡଦୁଇଟି ଶୀର୍ଣ୍ଣକାୟ ଥିଲେ ସୁଦ୍ଧା ଏହା ପଛଗୋଡଦୁଇଟିରେ ଶରୀରର ଭାରସାମ୍ୟ ରକ୍ଷାକରି ଦ୍ରୁତଗତିରେ ଦୌଡି ଶିକାର କରି ପାରୁଥିଲା I ଏହାର ବିଶାଳ ଥୋମଣିରେ ଦୀର୍ଘ ଛୁରୀକା ସଦୄଶ ଦନ୍ତମାନ ଥିଲା ଯେଉଁଥିରେ ଏହା ଶିକାରକୁ ପ୍ରଚଣ୍ଡ ବଳରେ ଜାବୁଡି କବଳିତ କରି ପାରୁଥିଲା I
କେତେକ ଡାଇନୋସର ଦେଖିବାକୁ ବିଚିତ୍ରକାୟ
ଥିଲେ I କେତେକ ପ୍ରଜାତିଙ୍କର ଥିଲା ପୄଥୁଳାକାୟ ଶରୀର ଓ ଶରୀର ତୁଳନାରେ ଯଥେଷ୍ଟ ଲମ୍ବା ଓ ସରୁ ବେକ ଥିଲା I ଏହିପରି ଏକ ଡାଇନୋସର ଥିଲା 'ବ୍ରେକିଓସରସ୍' ଯାହା ଜୁରାସିକ ଯୁଗରେ ଆଜିଠାରୁ ପ୍ରାୟ 155
ରୁ 165 ନିୟୁତ ବର୍ଷ ପୂର୍ବେ ବାସ କରୁଥିଲା I ଏହାର ଓଜନ ଥିଲା 29.2
ରୁ 46.9 ଟନ୍ ଯାହା ଏବେକାର ହାତୀଠାରୁ ମଧ୍ୟ ଅଧିକ I ଏହି ଲମ୍ବାବେକିଆ ଡାଇନୋସର ନିଜର ଲମ୍ବା
ବେକକୁ ଗଛ ଡାଳକୁ ବଢେଇ ଡାଳପତ୍ରସବୁ ସହଜରେ ଖୁଣ୍ଟି ଖାଇ ପାରୁଥିଲା I ଆଉ ଏକ ତୄଣଭୋଜୀ
ଡାଇନୋସର ଥିଲା ଆଙ୍କିଲୋସରସ୍ ଯାହା ଆଜିଠାରୁ ପ୍ରାୟ 70 ରୁ 65 ନିୟୁତ ବର୍ଷ ପୂର୍ବେ ବାସ
କରୁଥିଲା I ଏହାର ଲମ୍ବ ଥିଲା 22
ରୁ 32 ଫୁଟ ଏବଂ ଓଜନ ଥିଲା 4I5 ଟନ୍ I ଏହାର ଶରୀର ସାରା କବଚ ସଦୃଶ ସୁରକ୍ଷା ଆବରଣ ଥିଲା ଯହାକୁ କୌଣସି ମାଂସାଶୀ ଜୀବ କାମୁଡି
ପାରୁ ନଥିଲେ I ଏହାର ଲାଞ୍ଜର
ଅଗ୍ରଭାଗରେ ଗଦା ସଦୄଶ ଏକ ଓଜନିଆ ପିଣ୍ଡ ଥିଲା
ଯାହାକୁ ଏହା ଦ୍ରୁତଗତିରେ ଘୂରାଇ ଶତ୍ରୁକୁ ପ୍ରହଣ୍ଡ ଆଘାତ କରି ପାଉଥିଲା I ଅନେକ ଡାଇନୋସର ଆକାରରେ ବିଶାଳ ଏବଂ ହାତୀଠାରୁ ମଧ୍ୟ
ଓଜନକାୟ ଥିଲେ I ଆଜିକାର ବନ୍ୟପଶୁମାନଙ୍କ ଭଳି ଡାଇନୋସରମାନେ ମଧ୍ୟ
ବଞ୍ଚିବା ନିମନ୍ତେ ପରସ୍ପର ମଧ୍ୟରେ ସଂଘର୍ଷ ଓ ସଂଗ୍ରାମ କରୁଥିଲେ I
ଏକଦା ଏହି ଡାଇନୋସର
ସଭ୍ୟତା ପୃଥିବୀ ବକ୍ଷରେ ପୂର୍ଣ୍ଣ ଦର୍ପରେ ଆଗେଇ ଚାଲିଥିଲାବେଳେ ଆଜିଠୁଁ ପ୍ରାୟ 65 ନିୟୁତ
ବର୍ଷ ପୂର୍ବେ କୌଣସି ଅଜ୍ଞାତ କାରଣରୁ ସେମାନଙ୍କ
ସମୂହ ବିଲୁପ୍ତି ଘଟିଲା I ଡାଇନୋସରଙ୍କ ଏହି
ବିଲୁପ୍ତି ଏବେ ସୁଦ୍ଧା ରହସ୍ୟାବୄତ୍ତ I
କେତେକଙ୍କ ମତରେ, ସେତେବେଳେ କୁଆଡେ ଏକ
ବିଶାଳାକାୟ ଗ୍ରହାଣୁ ମହାକାଶରୁ ଛୁଟିଆସି ଆମ ପୄଥିବୀକୁ ପ୍ରଚଣ୍ଡ ଆଘାତ କରିଥିଲା I ଏହି ସଂଘର୍ଷରେ ବିପୁଳ ଧୂଳି ନିର୍ଗତ ହୋଇ ଆକାଶକୁ କ୍ଷେପି ଯାଇଥିଲା I ଏହି ଧୂଳିର ବାଦଲ ବର୍ଷ ବର୍ଷ ଧରି ଆକାଶରେ
ଲାଖି ରହି ସୂର୍ଯ୍ୟାଲୋକକୁ ଅବରୋଧ କରିଥିଲା I
ଫଳରେ ପୄଥିବୀ ଧୀରେ ଧୀରେ ଅନ୍ଧକାର ଓ ଥଣ୍ଡା ପାଲଟି ଗଲା
ଏବଂ ପ୍ରକୄତିର ଏହି ପ୍ରତିକୂଳ
ପରିବର୍ତ୍ତନକୁ ପ୍ରତିହତ କରିବା ପାଇଁ ଡାଇନୋସରମାନଙ୍କର କୌଣସି ସୁରକ୍ଷା ବ୍ୟବସ୍ଥା ନଥିଲା I ସୁତରାଂ ଏହିପରି
ଭାବରେ ଏହି ବିଚିତ୍ର ଓ ବିରଳ ଜୀବ ଡାଇନୋସରମାନଙ୍କର
ଦାରୁଣ ମୃତ୍ୟୁ ଘଟିଲା ଏବଂ ସେମାନେ ଅମ ପୄଥିବୀରୁ ଚିରଦିନ ପାଇଁ ବିଦାୟ ନେଲେ
I ଆଉ କେତେକଙ୍କ ମତରେ , ସେତେବେଳେ ନୂଆନୂଆ ଉଦ୍ଭବ ହେଉଥିବା କ୍ଷୁଦ୍ର
ସ୍ତନ୍ୟପାୟୀ ଜୀବମାନେ ଡାଇନୋସରମାନଙ୍କ ଅଣ୍ଡା ଖାଇ ଦେବାରୁ ସେମାନଙ୍କ ବିଲୁପ୍ତି ଘଟିଲା I ଆଉ କେତେକ ମତ ଦିଅନ୍ତି ଯେ, ସେତେବେଳେ ପୄଥିବୀସାରା ଘଟିଥିବା ଆଗ୍ନେୟଗିରିଗୁଡିକର ଭୀଷଣ
ଅଗ୍ନି ଉଦଗୀରଣରେ ଡାଇନୋସରମାନଙ୍କର ମୃତ୍ୟୁ ଘଟିଥିଲା I ଆଉ କେତେକ ବୈଜ୍ଞାନିକ ମତ ଦିଅନ୍ତି ଯେ, ଡାଇନୋସରମାନଙ୍କର ପ୍ରକୄତରେ ବିଲୁପ୍ତି ଘଟିନାହିଁ;
ସେମାନେ ବରଂ ନୂଆ ପ୍ରଜାତିକୁ ବିବର୍ତ୍ତିତ ହୋଇ ଯାଇଛନ୍ତି ଯେଉଁମାନଙ୍କୁ ଏବେ ଚିହ୍ନିବା ସମ୍ଭବ
ନୁହେଁ I
ଏଜୁକେଶନ ଅଫିସର
ଆଞ୍ଚଳିକ ବିଜ୍ଞାନ
କେନ୍ଦ୍ର
ଭୋପାଳ
Comments
Post a Comment