ଜହ୍ନ ପାଖରେ ତାରା

                                                                      ଜହ୍ନ ପାଖରେ ତାରା

 

ନିକୁଞ୍ଜ ବିହାରୀ ସାହୁ

 

   ମୁନା ସେଦିନ ବାପାଙ୍କ ସାଙ୍ଗରେ  ସନ୍ଧ୍ୟା ଭ୍ରମଣରେ ଯାଇଥିଲା I ସେ ପଶ୍ଚିମ ଆକାଶରେ ହଠାତ ଏକ ଦୄଶ୍ୟ ଦେଖ ଆଶ୍ଚର୍ଯ୍ୟ ହୋଇଗଲା I ସେ ଆଶ୍ଚର୍ଯ୍ୟ ହୋଇ ବାପାଙ୍କୁ ପଚାରିଲା, " ବାପା, ଆକାଶରେ ଜହ୍ନର ଅତି  ପାଖରେ ଏକ ଉଜ୍ଜ୍ୱଳ ତାରା ଦେଖା ଯାଉଛି I ଏହା କଣ  ଜହ୍ନ ସହିତ ଧକ୍କା ହୋଇଯିବ?"

     ବାପା ହସିହସି କହିଲେ, " ନାଇଁରେ ବୋକା, ମୁଁ ବୁଝାଇ କହୁଛି ଶୁଣ ତାହା ପ୍ରକୄତରେ ଏକ ତାରା ନୁହେଁ; ଆମ ସୌରଜଗତର ଏକ ଗ୍ରହ ଶୁକ୍ର I ଶୁକ୍ର ରାତି ଆକାଶର ସବୁଠାରୁ ଉଜ୍ଜ୍ୱଳ ଗ୍ରହ I ସୁତରାଂ ଆକାଶରେ ଦୁଇ ଉଜ୍ଜ୍ୱଳ ବସ୍ତୁ ଚନ୍ଦ୍ର ଓ ଶୁକ୍ର ଏକାଠି ଅବସ୍ଥାନ କରୁଥିବାରୁ ଏହା ଏକ ବିରଳ ଓ ଦର୍ଶନୀୟ ଦୄଶ୍ୟ ସୄଷ୍ଟି କରୁଛି I ଦୂରକୁ ତ ଦେଖା ଯାଉଛି,  ଏ ଦୁହେଁ ଯେପରି ପାଖାପାଖି ଅଛନ୍ତି, ମାତ୍ର ଏ ଦୁହେଁ ଆମଠାରୁ ଯଥେଷ୍ଟ ଦୂରତାରେ ଛାଡି ଛାଡି ଅଛନ୍ତି I ତେଣୁ ଏ ଦୁହିଁଙ୍କ  ମଧ୍ୟରେ ଧକ୍କା ହେବା ଅସମ୍ଭବ ", ବାପା ବୁଝାଇ ଦେଲେ I

 ମୁନା  ପୁଣି ପଚାରିଲା, "ଏ ଦୁହେଁ, ଆହୁରି ପାଖାପାଖି ଆସି ପରସ୍ପର ସହିତ ମିଶିଗଲେ କ'ଣ ହେବ? "

    ବାପା କହିଲେ, " ଭଲ ପ୍ରଶ୍ନ ପଚାରିଲୁ, ବୁଝାଇ  କହୁଛି ଶୁଣ I ପ୍ରକୄତରେ ଚନ୍ଦ୍ର ଶୁକ୍ରଠାରୁ ନିକଟରେ ଥିବାରୁ ଆକାଶମାର୍ଗରେ ନିଜ କକ୍ଷପଥରେ ଚନ୍ଦ୍ରର ବେଗ ଅପେକ୍ଷାକୄତ ବେଶୀ I ତେଣୁ ସମୟକ୍ରମେ ଚନ୍ଦ୍ର ଶୁକ୍ରକୁ ଅତିକ୍ରମ କରି ନିଜର ବିମ୍ବଦ୍ୱାରା ଶୁକ୍ରକୁ ସମ୍ପୂର୍ଣ୍ଣ ଢାଙ୍କି ଦେଇପାରେ  I ଫଳରେ ଶୁକ୍ର କିଛି ସମୟ ପାଇଁ ଆମ ଦୄଷ୍ଟିପଥରୁ ଅନ୍ତର୍ହିତ ହୋଇଯାଏ ଓ 'ଗ୍ରହଣ' କିମ୍ବା 'ପରାଗ'  ଭଳି ଏକ ପରିସ୍ଥିତି ସୄଷ୍ଟି ହୁଏ I ମାତ୍ର ଏହାକୁ ଆମେ ସାଧାରଣତଃ  'ଗ୍ରହଣ' ନକହି 'ପ୍ରଛାଦନ' ବୋଲି କହିଥାଉ I"

   ମୁନା ପୁଣି ପଚାରିଲା , " ବାପା, ଏହାକୁ ଗ୍ରହଣ କିମ୍ବା ପରାଗ  ନକହି 'ପ୍ରଛାଦନ' କାହିଁକି କୁହଯାଏ?"

     ବାପା କହିଲେ, "ଭଲ ପ୍ରଶ୍ନଟିଏ ପଚାରିଲୁ , କହୁଛି ଶୁଣ I ଏକ ଗ୍ରହଣ କିମ୍ବା ପରାଗରେ ଛାଦ୍ୟ ଓ ଛାଦକ ବସ୍ତୁଦ୍ୱୟର ଆକାର ସମାନ ହୋଇଥାଏ I ଏକ ସୂର୍ଯ୍ୟ ପରାଗରେ ଛାଦ୍ୟ ବସ୍ତୁ ହେଲା ସୂର୍ଯ୍ୟ ଏବଂ ଛାଦକ ବସ୍ତୁ ହେଲା ଚନ୍ଦ୍ର I ଏ ଦୁହିଁଙ୍କର ପୄଥିବୀୟ ଦୄଷ୍ଟିରେ ଦୄଶ୍ୟମାନ ଆକାର ସମାନ ହୋଇଥିବାରୁ ଏକ ସମ୍ପୁର୍ଣ୍ଣ ସୂର୍ଯ୍ୟପରାଗରେ ଚନ୍ଦ୍ର ସୂର୍ଯ୍ୟକୁ ପୂରା ଢାଙ୍କି ଦେଇପାରେ I ମାତ୍ର ଏ କ୍ଷେତ୍ରରେ ଶୁକ୍ରର ଆକାର ଚନ୍ଦ୍ରଠାରୁ ଯଥେଷ୍ଟ ଛୋଟ I ପୁଣି , ଏଠାରେ ଛାଦ୍ୟ ବସ୍ତୁ ହେଲା ଶୁକ୍ର ଓ ଛାଦକ ବସ୍ତୁ ହେଲା ଚନ୍ଦ୍ର I ତେଣୁ ଏଠାରେ ଏକ ବଡ ବସ୍ତୁ ଛୋଟ ବସ୍ତୁକୁ ଢାଙ୍କିଦିଏ I ତେଣୂ  ଏଭଳି ପରିସ୍ଥିତିକୁ ଗ୍ରହଣ କିମ୍ବା ପରାଗ ନକହି   'ପ୍ରଛାଦନ'  କହନ୍ତି. ଇଂରାଜୀରେ ଏହାର ନାମ ଅକଲ୍ଟେସନ୍. ଏହି ଦେଖେ  'ପ୍ରଛାଦନ'  ଆରମ୍ଭ ହୋଇଗଲା.  "

   ବାପାଙ୍କ କଥାରେ ମୂନା ତଟସ୍ଥ ହୋଇ ଆକାଶକୁ ଦେଖିଲା . ସେ ଦେଖିଲା , ପୂର୍ବସ୍ଥାନରେ ଖାଲି ଚନ୍ଦ୍ର ହିଁ ଦେଖା ଯାଉଛି. ଶୁକ୍ର ଆଉ ନାହିଁ. ସେ ଆଶ୍ଚର୍ଯ୍ୟ ହୋଇ ପଚରିଲା, ବାପା, ଆକାଶରୁ ଶୁକ୍ର କୁଆଡେ ଗଲା? ତା' କ'ଣ ଅଦୄଶ୍ୟ ହୋଇଗଲା କି ?"

 " ନାହିଁରେ ବୋକା ସେପରି ନୁହେଁ. ପ୍ରକୃତରେ  'ପ୍ରଛାଦନ'  ଆରମ୍ଭ ହୋଇ ଯାଇ ଥିବାରୁ ଶୁକ୍ର ଏବ ଚନ୍ଦ୍ର ପଛପଟକୁ ଚାଲି ଜାଇଛି, ଅର୍ଥାତ ଚନ୍ଦ୍ର ଶୁକ୍ରକୁ ସମ୍ପୂର୍ଣ୍ଣ ଢଙ୍କି ଦେଇଛି. ସେଥିପାଇଁ ଶୁକ୍ର ଆଉ ଦେଖାଯାଉ ନାହିଁ I ତୁ ଦେଖିବୁ , କିଛି ସମୟ ପରେ  'ପ୍ରଛାଦନ' ସରିଗଲେ ଶୁକ୍ର ପୁଣି ଚନ୍ଦ୍ର ପଛ ପଟୁ ବାହାରି ପଡିବ.  " ବାପା ବୁଝାଇ କହିଲେ

 ବାପାଙ୍କ ଉତ୍ତରରେ ମୁନା ପରତେ ନ ଯାଇ କିଛି ସମୟ ପରେ  ମୁନା ଆକାଶକୁ ଚାହିଁଲା I ସେତବେଳକୁ ସତକୁସତ ଶୁକ୍ର ଚନ୍ଦ୍ର ପଛପଟୁ ବାହାରି ଆକଶରେ ସ୍ପଷ୍ଟ ଦୄଶ୍ୟ ହେଉଥାଏ I

  ମୁନା ଏଥର ଜହ୍ନ ପାଖରେ ତାରା ଓ   'ପ୍ରଛାଦନ' ପଛରେ ଥିବା ଅସଲ ବୈଜ୍ଞାନିକ କାରଣ ବୁଝି ପାରିଥିଲା I

 ତେଣୁ ଘରକୁ ଫେରିଲା ବେଳକୁ ତା'ର ମନ ଭାରି ଖୁସି ଥିଲା ସେଦିନ I

 

 

ଏଜୁକେଶନ ଅଫିସର

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର

ଭୋପାଳ 

 


To read the same article published in Pilnka Dharitri dtd 01.04.23 , please click the following link ; 


or



Comments

  1. ନମସ୍କାର ସାର୍। ଖୁବ ସୁନ୍ଦର ଉପସ୍ଥାପନା ।

    ReplyDelete
  2. ଅତି ସୁନ୍ଦର ! ମୁନା କୁ ବୋକା ନ କହି ଆଉ କିଛି ଶବ୍ଦ ବ୍ଯବହାର କରିଥିଲେ ଭଲ ହୁଆନ୍ତା

    ReplyDelete

Post a Comment

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ରାଷ୍ଟ୍ରୀୟ ଅନ୍ତରୀକ୍ଷ ଦିବସର ଆହ୍ୱାନ

ବିଲୁପ୍ତିର ପଥେ କାଳବୈଶାଖୀ