ଦୂର ଆକାଶର ଦୀପ

  



    ଏବେ ସନ୍ଧ୍ୟା ଆକାଶକୁ ଚାହିଁଲେ ଏକ ଉଜ୍ଜ୍ୱଳ ତାରା  ପଶ୍ଚମ ଦିଗରେ ଖାଲି ଆଖିକୁ  ଦୄଶ୍ୟ ହେଉଛି I ଦୂରବୀକ୍ଷଣ ଯନ୍ତ୍ରରେ ଏହି ତାରାକୁ ଦେଖିଲେ ଚନ୍ଦ୍ରକଳା  ସଦୄଶ ଏହାର ପରିବର୍ତ୍ତନୀୟ ଆକାର ମଧ୍ୟ ଦେଖି ହେଉଛି I ଅବଶ୍ୟ, ଏହି ଚିତ୍ତାକର୍ଷକ ଦୄଶ୍ୟ ଦେଖିବା ପାଇଁ ଆମ ନିକଟରେ ଅତି କମ୍‍ ରେ  3 ଇଞ୍ଚ ବ୍ୟାସ ତଥା 25 ପରିବର୍ଦ୍ଧନଶୀଳ କ୍ଷମତା ସମ୍ପନ୍ନ ଏକ ଛୋଟ ଦୂରବୀକ୍ଷଣ ଯନ୍ତ୍ର ଥିବା ଆବଶ୍ୟକ I

              ଏହା ସନ୍ଧ୍ୟା ସମୟରେ ଦେଖାଯାଉ ଥିବାରୁ ଏହାକୁ ସାଧାରଣତଃ 'ସନ୍ଧ୍ୟାତାରା' ବୋଲି କୁହାଯାଏ I କେବେ କେବେ ଏହା ପୁଣି ଭୋର ଆକାଶରେ ମୁହଁ ଦେଖାଉଥିବାରୁ ଏହାକୁ ମଧ୍ୟ 'କୁଆଁତାରା' ବୋଲି କହିଥାନ୍ତି I ଏହାକୁ ଗାଁ ଗହଳିରେ ଲୋକେ ସାଧାରଣତଃ 'ଫୁକିଆ ତାରା' କିମ୍ବା ଧାନ ବେଙ୍ଗଳା ସମୟରେ ଦେଖା ଯାଉଥିବାରୁ  'ବେଙ୍ଗଳା ତାରା' ବୋଲି କହିଥାନ୍ତି I  ପୂର୍ବରୁ ଲୋକେ ଭାବୁଥିଲେ, ଏ ଦୁଇଟି ଅଲଗା ଅଲଗା ଜ୍ୟୋତିଷ୍କ I ମାତ୍ର ପରେ ଜଣା ପଡିଲା ଯେ,  ଏ ଦୁଇଟି ଅଲଗା ନୁହନ୍ତି ; ବରଂ କେବଳ ଗୋଟିଏ ପିଣ୍ଡ I  ଏହା ପୁଣି ମଧ୍ୟ  ଏକ ତାରା ନୁହେଁ; ଏହା ପ୍ରକୄତରେ ଆମର ଏକ ପଡୋଶୀ ଗ୍ରହ ଶୁକ୍ର I  ଶୁକ୍ର ଆମ ସନ୍ଧ୍ୟାକାଶର ସବୁଠାରି ଉଜ୍ଜ୍ୱଳ ଜ୍ୟୋତିଷ୍କ I  ଏହାର ଘନ ଅଙ୍ଗାରକାମ୍ଳ ଗ୍ୟାସ୍ ଯୁକ୍ତ ବାୟୁମଣ୍ଡଳ ସୂର୍ଯ୍ୟାଲୋକକୁ ଭଲ ପ୍ରତିଫଳନ   କରୁଥିବାରୁ ଏହା ଅତିଶୟ ତେଜୋଦୀପ୍ତ ଜଣାପଡେ I ଖାଲି ଆଖିକୁ ଏହା ଝଟକୁଥିବା ଖଣ୍ଡେ ହୀରା ସଦୄଶ ଦେଖାଯାଏ I ମାତ୍ର ଦୂରବୀକ୍ଷଣରେ ଦେଖିଲେ ଏହା ଗୋଲାକାର ପରିବର୍ତ୍ତେ ଚନ୍ଦ୍ର ଭଳି ବକ୍ରାକୄତି  ଦେଖାଯାଏ I ପ୍ରକୄତରେ ଏହା ଚନ୍ଦ୍ରକଳା ସଦୄଶ 'କଳା' ପ୍ରଦର୍ଶନ କରିଥାଏ I ଗ୍ରହଟିର ଏପରି ପରିବର୍ତ୍ତନଶୀଳ ଅବସ୍ଥାକୁ 'ଶୁକ୍ରକଳା'  କହନ୍ତି I ଦୂରବୀକ୍ଷଣର ଦୄଶ୍ୟରେ ଏହା କେତେବେଳେ ଦାଆ କିମ୍ବା ବଙ୍କୁଲିବାଡି ସଦୄଶ ତ ଆଉ କେତେବେଳେ ଅଧା ଏବଂ ଅର୍ଦ୍ଧାଧିକ ଅବସ୍ଥାରେ ଦେଖିବାକୁ ମିଳେ I ମାତ୍ର ଖାଲି ଆଖିରେ ଶୁକ୍ର ଗ୍ରହର ଏଭଳି ଚିତ୍ତାକର୍ଷକ କଳା ଦୄଶ୍ୟ ହୋଇ ନଥାଏ I

       ଶୁକ୍ର ଦୂରତାରେ ସୂର୍ଯ୍ୟଠାରୁ ଦ୍ୱିତୀୟ ନିକଟତମ ଗ୍ରହ I ଏହା ମଧ୍ୟ ପୄଥିବୀର ସବୁଠାରୁ ନିକଟତମ ଗ୍ରହ I ଏହା ଆକାରରେ ଆମ ପୄଥିବୀର ପାଖାପାଖି ହୋଇଥିବାରୁ ଶୁକ୍ରକୁ ସାଧାରଣତଃ  'ପୄଥିବୀର ଯମଜ ଭଗିନୀ' ବୋଲି କୁହାଯାଏ I  ଏହି ଗ୍ରହର କିଛି ବୈଚିତ୍ର୍ୟ ଦେଖିବା ପାଇଁ ମିଳେ : ଅନ୍ୟ ସବୁ ଗ୍ରହ  ନିଜ ଅକ୍ଷ ଚାରିପଟେ ପଶ୍ଚିମରୁ ପୂର୍ବକୁ ଘୂରୁଥିଲାବେଳେ ଶୁକ୍ର କିନ୍ତୁ ପୂର୍ବରୁ ପଶ୍ଚିମକୁ ଘୂରିଥାଏ I ଆହୁରି ମଧ୍ୟ, ଏହାର ଅକ୍ଷ ଚାରିପଟେ ଆବର୍ତ୍ତନ କାଳ (243 ଦିନ) , ସୂର୍ଯ୍ୟ ଚାରିପଟେ ପରିକ୍ରମଣ କାଳ (225 ଦିନ) ଠାରୁ ଅଧିକ ଯାହା ବାକି ଗ୍ରହ କ୍ଷେତ୍ରରେ ଦେଖିବାକୁ ମିଳି ନଥାଏ  I  ଏହା ମଧ୍ୟ ଆମ ସୌରଜଗତର ସବୁଠାରୁ ଉତ୍ତପ୍ତ ଗ୍ରହ I ତାପମାତ୍ରାରେ ଏହା ନିକଟତମ ଗ୍ରହ ବୁଧଠାରୁ ମଧ୍ୟ ଅଧିକ I  ବୁଧର ସର୍ବାଧିକ ତାପମାତ୍ରା 167°C ହୋଇଥିଲାବେଳେ ଶୁକ୍ରର ସର୍ବାଧିକ ତାପମାତ୍ରା 464°C  ଅଟେ I  ଏହାର ଘନ ଅଙ୍ଗାରକାମ୍ଳ ଗ୍ୟାସ୍ ଯୁକ୍ତ ବାୟୁମଣ୍ଡଳ 'ସବୁଜଘର ପ୍ରଭାବ' ହେତୁ  ସୂର୍ଯ୍ୟରୁ ଆସୁଥିବା ତାପରଶ୍ମିକୁ ଭଲ ଶୋଷଣ କରୁଥିବାରୁ ଶୁକ୍ରର ଏଭଳି ପ୍ରଚଣ୍ଡ ତାପମାତ୍ରା ସୄଷ୍ଟି ହୋଇଥାଏ I  

  ମାତ୍ର ନିଜର ଅପରୂପ ସୌନ୍ଦର୍ଯ୍ୟ ସତ୍ତ୍ୱେ ଗ୍ରହଟି  ବାସ୍ତବରେ ଭୀଷଣ ରୁକ୍ଷ I ଏହାର ଘନ ଅଙ୍ଗାରକାମ୍ଳ ଗ୍ୟାସ୍ ଯୁକ୍ତ ବାୟୁମଣ୍ଡଳ ଶ୍ୱାସ ରୁଦ୍ଧକାରୀ ଓ ଜୀବନ ଉପଯୋଗୀ ନୁହେଁ I  ଏହାର ଉର୍ଦ୍ଧ୍ୱ ବାୟୁମଣ୍ଡଳରେ ଥିବା ସଲଫୁରିକ୍ ଅମ୍ଳର ବାଦଲରୁ ଗ୍ରହ ପୄଷ୍ଠରେ ଅଧିକାଂଶ ସମୟରେ ତୀବ୍ର ସଲଫୁରିକ୍ ଅମ୍ଳ ବର୍ଷା ହୁଏ I ଆହୁରି ମଧ୍ୟ, ଏହାର ଘନ ଅଙ୍ଗାରକାମ୍ଳ ଗ୍ୟାସ୍ ଯୁକ୍ତ ବାୟୁମଣ୍ଡଳ ପ୍ରଚଣ୍ଡ ଚାପ ପ୍ରଦାନ କରେ I ସୁତରାଂ ପ୍ରଚଣ୍ଡ ଚାପ, ଅସମ୍ଭବ ତାତି ତଥା ବିଷାକ୍ତ ଗ୍ୟାସ୍‍ ର ଦୁନିଆ ଏହି ଗ୍ରହରେ ଜୀବନ ବଞ୍ଚିବା ସମ୍ଭବ ନୁହେଁ ଏବଂ ଏହି ଦୄଷ୍ଟିରୁ ଏହା ଆମ ପାଇଁ ଆଗାମୀ ଦିନରେ  ବିଶେଷ କିଛି ସମ୍ଭାବନା ବହନ କରେ ନାହିଁ  I ଏହା କେବଳ ଆମ ପାଇଁ ଦୂର ଆକାଶର ଦୀପଟିଏ ହୋଇ ରହି ଯାଇଛି ମାତ୍ର !

ନିକୁଞ୍ଜ ବିହାରୀ ସାହୁ

ଏଜୁକେଶନ ଅଫିସର

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର

     ଭୋପାଲ

Phone: 8917637974





Comments

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ଦ୍ୱିତୀୟ ଭାରତୀୟ ମହାକାଶଚାରୀ :ଶୁଭାଂଶୁ ଶୁକ୍ଳା

ସୁନିତା ଉଇଲିୟମ୍ସ୍ ପୃଥିବୀ ଫେରିବେ କେବେ?