କୁଇଜ୍

                                                         1. ପରିବେଶ କୁଇଜ୍

                                                                                                        ନିକୁଂଜ ବିହାରୀ ସାହୁ

                                                                                 

1. ଜଙ୍ଗଲ ସୁରକ୍ଷା ତଥା ବ୍ୟାପକ  ବନୀକରଣ ଉଦ୍ଦେଶ୍ୟରେ  ସଚେତନତା ସୄଷ୍ଟି କରିବା ନିମନ୍ତେ ଉଦ୍ଦିଷ୍ଟ   'ବନ ମହୋତ୍ସବ' କାର୍ଯ୍ୟକ୍ରମ ଆମ ଦେଶରେ କେବେ ପାଳନ କରାଯାଏ ?

) ଜୁଲାଇ ପ୍ରଥମ ସପ୍ତାହ

) ଜୁଲାଇ ଦ୍ବିତୀୟ  ସପ୍ତାହ

) ଜୁଲାଇ ତୄତୀୟ  ସପ୍ତାହ

) ଜୁଲାଇ ଚତୁର୍ଥ  ସପ୍ତାହ

 

2. ଆମ ଦେଶରେ ବ୍ୟାଘ୍ର ମାନଙ୍କର ସଂରକ୍ଷଣ ନିମନ୍ତେ କାର୍ଯ୍ୟକାରୀ ହେଉଥିବା   ବ୍ୟାଘ୍ର ପ୍ରକଳ୍ପ ( Project Tiger) ଯୋଜନା କେବେ ଆରମ୍ଭ କରାଯାଇଥିଲା ?

) 1975

) 1972

) 1973

) 1971

 

3. ବିଶ୍ବର କେଉଁଠାରେ ସବୁଠାରୁ ବେଶୀ ଜୈବବିବିଧତା ଅର୍ଥାତ ପ୍ରାଣୀ ଉଦ୍ଭିଦ ପ୍ରଜାତି ଦେଖିବାକୁ ମିଳେ  ?

) ହେନ୍ତାଳ ବନ

) ଆଫ୍ରିକୀୟ ତୄଣଭୂମି

) କ୍ରାନ୍ତିମଣ୍ଡଳୀୟ ପର୍ଣ୍ଣମୋଚୀ ଜଙ୍ଗଲ

) ବିଶୁବମଣ୍ଡଳୀୟ ଚିରହରିତ୍ ବର୍ଷାବନ

  

4. କେଉଁ ଜୀବ ବିଶ୍ବରେ ପ୍ରକୄତି ପରିବେଶର ସୁରକ୍ଷା ଦିଗରେ   କାର୍ଯ୍ୟରତ ସଂସ୍ଥା World Wide Fund for Nature (WWFN) ପ୍ରତୀକ?

) ବୄହତ ପାଣ୍ଡା (Giant Panda)

) ଆଫ୍ରିକୀୟ ସିଂହ ( African Lion)

) ବାଲ୍ଡ ଇଗଲ୍ (Bald Eagle)

) ସାଇବେରୀୟ ବାଘ ( Siberian Tiger)

 

5. ପରିବେଶ ସୁରକ୍ଷା ନିମନ୍ତେ ଆମେ କାହିଁକି ପଲିଥିନ୍ ବ୍ୟବହାର କରିବା ଉଚିତ ନୁହେଁ?

) ପଲିଥିନ୍ ବିଘଟିତ ହୋଇ ମାଟିରେ ମିଶିପାରେ ନାହିଁ I

) ପଲିଥିନ୍ ମାଟିର ଉର୍ବରତା ହ୍ରାସ କରେ I

) ପଲିଥିନ୍ ମାଟିର ଜଳ ଧାରଣ କ୍ଷମତା ହ୍ରାସ କରେ I

) ପଲିଥିନ୍ ଏକ ବିଷାକ୍ତ ପଦାର୍ଥ ହୋଇଥିବାରୁ ଜଳ ବାୟୁ ପ୍ରଦୁଷଣ କରିଥାଏ I

 

6. ଉତ୍ତର ମେରୁ (Arctic)  ଅଞ୍ଚଳରେ ଜମିଥିବା ବରଫ ତରଳିଯିବା ହେତୁ କେଉଁ ଜୀବ ବେଶୀ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଅଛି?

) ପେଙ୍ଗୁଇନ୍

) ସିଲ୍

) ବଲଗା ହରିଣ

) ମେରୁ ଭାଲୁ

 

7. ଭାରତରେ  ଜଙ୍ଗଲ ସୁରକ୍ଷା ନିମନ୍ତେ ବ୍ରିଟିଶ୍ ଅମଳରୁ ସଂରକ୍ଷିତ ଜଙ୍ଗଲ ( Reserved Forest) ମାନ ପ୍ରତିଷ୍ଠା କରାଯାଇଛି I ଆମ ଦେଶର ପ୍ରଥମ ସଂରକ୍ଷିତ ଜଙ୍ଗଲର ନାମ ?

) ଶିମିଳିପାଳ ଜୈବମଣ୍ଡଳ, ଓଡିଶା

) ବେଗୁର ସଂରକ୍ଷିତ ଜଙ୍ଗଲ, କେରଳ

) ହନୁମାନସାଗର ସଂରକ୍ଷିତ ଜଙ୍ଗଲ, କର୍ଣ୍ଣାଟକ

) ସାତପୁରା ସଂରକ୍ଷିତ ଜଙ୍ଗଲ, ମଧ୍ୟପ୍ରଦେଶ


8. ଆମ ବିଶ୍ବରେ ଜୈବବିବିଧତା ବହୁଳ ତଥା ଅନେକ ସ୍ଥାନିକ ପ୍ରଜାତି (Endemic Species)  ବାସ କରୁଥିବା ଏପର୍ଯ୍ୟନ୍ତ ସମୁଦାୟ 36ଟି  ଅଞ୍ଚଳକୁ ଚିହ୍ନଟ କରାଯାଇଛି ଯାହାକୁ ଜୈବବିବିଧତା ହଟସ୍ପଟ୍ (Biodiversity Hotspot)  କହନ୍ତି I ଆମ ଦେଶରେ ସମୁଦାୟ କେତୋଟି ଏବଂ କେଉଁଠି  କେଉଁଠି ଜୈବ-ବିବିଧତା  ହଟସ୍ପଟ୍ ମାନ  ରହିଛି?

) 4ଟି : ପୂର୍ବ ଘାଟ , ଉତ୍ତର-ପୂର୍ବ ହିମାଳୟ, ସୁନ୍ଦରବନ , ଇଣ୍ଡୋ ବର୍ମା ଅଞ୍ଚଳ

) 4ଟି : ବିନ୍ଧ୍ୟ ପର୍ବତମାଳା , ଉତ୍ତର-ପୂର୍ବ ହିମାଳୟ, ସୁନ୍ଦରବନ , ଇଣ୍ଡୋ ବର୍ମା ଅଞ୍ଚଳ

) 4ଟି : ପଶ୍ଚିମ ଘାଟ, ସମଗ୍ର ହିମାଳୟ, ସୁନଡାଲ୍ୟାଣ୍ଡ (ନିକୋବର ଦ୍ବୀପପୂଞ୍ଜ ସମେତ) , ଇଣ୍ଡୋ-ବର୍ମା ଅଞ୍ଚଳ

) 4ଟି : ପଶ୍ଚିମ ଘାଟ , କେନ୍ଦ୍ରୀୟ ହିମାଳୟ, ସୁନ୍ଦରବନ , ପୂର୍ବ ଘାଟ

 

9. ବନ୍ୟ ଜୀବଜନ୍ତୁ ଲୁପ୍ତ ହେବାର ମୂଖ୍ୟ କାରଣ ?

) ବାସସ୍ଥଳୀ ନଷ୍ଟ

) ଖାଦ୍ୟର ଅଭାବ

) ଅବାଧ ଶିକାର

) ମୌସୁମୀର ଅନିୟମିତତା

 

10. ବିଶ୍ବର ସର୍ବବୄହତ ହେନ୍ତାଳବନ ବା ଲୁଣା ଜଙ୍ଗଲ (Mangrove Forest) କେଉଁଠାରେ ଅବସ୍ଥିତ?

) ଆମାଜନ୍ ବର୍ଷା ବନ

) ଭାରତର ସୁନ୍ଦରବନ

) ଆଫ୍ରିକୀୟ ତୄଣଭୂମି

) ଅଷ୍ଟ୍ରେଲିଆର ପ୍ରବାଳ ଦ୍ବୀପ

 

ଉତ୍ତର

1 ,  2 , 3., 4. , 5 , 6 , 7 , 8 , 9 , 10

(ଏହି କୁଇଜ୍କୁ ଏକ ଗୁଗଲ୍ ଫର୍ମ ଆଧାରିତ ପୄଷ୍ଠଭୂମିରେ ଖେଳି ନିଜର ମୂଲ୍ୟାୟନ ଜାଣିବାକୁ ହେଲେ କମ୍ପୁଟର କିମ୍ବା ସ୍ମାର୍ଟ ଫୋନର ଗୁଗଲ୍ ସାଇଟ୍ ରେ  ନିମ୍ନ ଲିଙ୍କ୍ କୁ ଲେଖି କ୍ଲିକ୍ କରନ୍ତୁ: https://tinyurl.com/Paribesha-quiz )

 

                                                                               

                                                                               ଏଜୁକେଶନ୍ ଅଫିସର

                                                                            ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର

                                                                                    ଭୋପାଲ

                                                                         ଫୋନ୍ : 8018708858

 

 To read this article published in the Bigyana Diganta , pl click the following link :https://drive.google.com/file/d/1iM7PFS-4UbLGPdbGKaKXm9WK3F7J-zM1/view?usp=sharing

 





2. ସୌରଜଗତ କୁଇଜ୍

                                                                                  ନିକୁଂଜ ବିହାରୀ ସାହୁ

1. ଅଧିକାଂଶ ଗ୍ରହର ଅକ୍ଷ ନିଜର କକ୍ଷତଳ ପ୍ରତି ଆନତ ଅବସ୍ଥାରେ ଥିଲାବେଳେ କେଉଁ ଗ୍ରହର ଅକ୍ଷ କିନ୍ତୁ କକ୍ଷତଳ ପ୍ରତି ସମାନ୍ତର ଭାବେ ରହି ସିଧା ସୂର୍ଯ୍ୟ ଆଡକୁ ମୁହେଁଇ ଥାଏ ?

କ) ୟୁରାନସ୍

ଖ) ଶନି

ଗ) ନେପଚୁନ୍

ଘ) ବୄହସ୍ପତି

2. କେଉଁ ଗ୍ରହର ହାରାହାରି ସାନ୍ଦ୍ରତା ଏତେ କମ୍ ଯେ ତା’କୁ ଏକ ବଡ ସମୁଦ୍ରରେ ଫିଙ୍ଗିଲେ  ତାହା ଜଳରେ ସୋଲ ଭଳି ଭାସି ପାରିବ?

କ) ୟୁରାନସ୍

ଖ) ଶନି

ଗ) ନେପଚୁନ୍

ଘ) ବୄହସ୍ପତି

3. ନେପଚୁନ୍ ଗ୍ରହ କିଏ ଆବିଷ୍କାର କରିଥିଲେ?

କ) ଜନ୍ କାଉଚ୍ ଆଡମ୍ସ

ଖ) ଜୋହାନ୍ ଗଟ୍ଫ଼୍ରେଡ ଗ୍ୟାଲେ

ଗ) ଉର୍ବେନ୍ ଲି ଭେରିର୍

ଘ) ଉପରୋକ୍ତ ସମସ୍ତ ଉତ୍ତର ଠିକ୍

4. କେଉଁ ଜ୍ୟୋତିର୍ବିଜ୍ଞାନୀ ପ୍ରଥମେ ଶନି ଗ୍ରହର ବଳୟକୁ ସଠିକ  ରୂପେ ଚିହ୍ନଟ କରିଥିଲେ?

କ) ଖ୍ରୀଷ୍ଟିଆନ୍ ହାଇଜେନ୍ସ

ଖ) ସାର୍ ଆଇଜାକ୍ ନିଉଟନ୍

ଗ) ଜର୍ଜ ଏରି

ଘ) ଗାଲିଲିଓ

5. ଦୀର୍ଘ ଆବର୍ତ୍ତୀକାଳ  ବିଶିଷ୍ଟ ଧୂମକେତୁଗୁଡିକ  ସାଧାରଣତଃ କେଉଁଠାରୁ ଜନ୍ମ ନେଇଥା’ନ୍ତି?

କ) କୁଇପର୍ ବେଲ୍ଟ

ଖ) ଉର୍ଟ ବାଦଲ

ଗ) ଗ୍ରହାଣୁପୁଂଜ ବଳୟ

ଘ) ବୄହସ୍ପତି ଗ୍ରହର କକ୍ଷପଥ ନିକଟରୁ


6. କେଉଁ ଗ୍ରହଟି ନକ୍ଷତ୍ରରେ ପରିଣତ ହେବା ସ୍ଥିତିରୁ  ଅକସ୍ମାତ ଅଟକି ଯାଇଥିବାରୁ ଏକ ‘ବିଫଳ    ତାରକା’ ନାମରେ ସାଧାରଣତଃ ପରିଚିତ?

କ) ୟୁରାନସ୍

ଖ) ମଙ୍ଗଳ

ଗ) ନେପଚୁନ୍

ଘ) ବୄହସ୍ପତି


7. ଆମ ସୌରଜଗତର ସବୁଠାରୁ ଉତ୍ତପ୍ତ ଗ୍ରହ କିଏ?

କ) ବୁଧ

ଖ) ମଙ୍ଗଳ 

ଗ) ଶୁକ୍ର

ଘ) ବୄହସ୍ପତି


8. ଆମ ସୌରଜଗତର ସବୁଠାରୁ ବଡ ଚନ୍ଦ୍ରର ନାମ କ’ଣ?

କ) ୟୁରାନସର  ଟାଇଟାନିଆ

ଖ) ନେପଚୁନର ଟ୍ରାଇଟନ୍

ଗ) ବୄହସ୍ପତିର ଗ୍ୟାନିମିଡ୍

ଘ) ମଙ୍ଗଳର ଫୋବୋସ୍

9. କେଉଁ ଗ୍ରହରେ ଆମ ସୌରଜଗତର ସବୁଠାରୁ ବଡ ଆଗ୍ନେୟଗିରି ଅବସ୍ଥିତ?

କ) ୟୁରାନସ୍

ଖ) ନେପଚୁନ୍

ଗ) ଶନି

ଘ) ମଙ୍ଗଳ


10. ଆମ ସୌରଜଗତର ସବୁଠାରୁ ବଡ ଗ୍ରହାଣୁର ନାମ କ’ଣ?

କ) ସିରେସ୍

ଖ) ପଲ୍ଲାସ୍

ଗ) ଭେସ୍ଟା

ଘ) ହାଇଜିଆ


ଉତ୍ତର

1 କ, 2 ଖ, 3.ଘ, 4. କ, 5 ଖ, 6 ଘ, 7 ଗ, 8 ଗ, 9 ଘ, 10 କ

( ଏହି କୁଇଜ୍କୁ ଏକ ଗୁଗଲ୍ ଫର୍ମ ଆଧାରିତ ପୄଷ୍ଠଭୂମିରେ ଖେଳି  ନିଜର ମୂଲ୍ୟାୟନ ଜାଣିବାକୁ ହେଲେ କମ୍ପୁଟର କିମ୍ବା ସ୍ମାର୍ଟ ଫୋନ୍ ରେ ନିମ୍ନ ଲିଙ୍କ୍ କୁ ଲେଖି ସର୍ଚ୍ଚ କରନ୍ତୁ: https://tinyurl.com/solar-quiz )


                                                                             ଏଜୁକେଶନ୍ ଅଫିସର

                                                                            ଆଂଚଳିକ ବିଜ୍ଞାନ କେନ୍ଦ୍ର, 

                                                                                    ଭୋପାଲ

                                                                         ଫୋନ୍ : 8018708858












                                                       ଗଣିତ କୁଇଜ୍: ବିଶ୍ୱ ବିଖ୍ୟାତ ଗଣିତଜ୍ଞ

ନିକୁଞ୍ଜ ବିହାରୀ ସାହୁ

(ସମସ୍ତ ପ୍ରଶ୍ନର ଉତ୍ତର ଦିଅନ୍ତୁ I ନିଜର ଉତ୍ତରକୁ ପ୍ରତି ପ୍ରଶ୍ନ ତଳେ ଥିବା ସମ୍ଭାବ୍ୟ ଉତ୍ତର ମଧ୍ୟରୁ ବାଛନ୍ତୁ I ନିଜ ଉତ୍ତରର ସତ୍ୟତା ନିମନ୍ତେ ତଳେ ଥିବା ଉତ୍ତର ସ୍ତମ୍ଭକୁ ଦେଖନ୍ତୁ I )

   1) ସେ ଜଣେ ମହାନ ଭାରତୀୟ ଗଣିତଜ୍ଞ I ତା'ଙ୍କର ଗବେଷଣା ମୂଖ୍ୟତଃ 'ସଂଖ୍ୟାତତ୍ତ୍ୱ' ଉପରେ ଆଧାରିତ ଥିଲା I ସେ π (ପାଇ) ର ମୂଲ୍ୟକୁ 3.1415926218033 ବୋଲି ନିରୂପଣ କରିଥିଲେ I ସେ ଲଣ୍ଡନର ରୟାଲ ସୋସାଇଟିର ସଦସ୍ୟ ଭାବେ ମନୋନୀତ ହେବାରେ ଥିଲେ ବିଶ୍ୱର ସର୍ବକନିଷ୍ଠ  ବୈଜ୍ଞାନିକ :

କ) ଶକୁନ୍ତଳା ଦେବୀ

ଖ) ଶ୍ରୀନିବାସ ରାମାନୁଜନ

ଗ) ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ

ଘ) ଆର୍. ଡି. ଶର୍ମା

2) ସିସିଲି ଦୀପପୁଂଜର ସିରାକ୍ୟୁଜଠାରେ ଖ୍ରୀ.ପୂ. 250 ରେ ଜନ୍ମ ଗ୍ରହଣ କରିଥିବା ଏହି ଗ୍ରୀକ୍ ଗଣିତଜ୍ଞଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ  ଗଣିତଜ୍ଞମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି ବିଚାର କରାଯାଏ I ଗଣିତ ଜଗତକୁ ତାଙ୍କର ମୂଖ୍ୟ ଅବଦାନ ଥିଲା  ଏକ ବକ୍ର ଅନ୍ତର୍ଗତ କ୍ଷେତ୍ରର କ୍ଷେତ୍ରଫଳ ଗଣନା I ସେ ମଧ୍ୟ ବୃତ୍ତର ଧର୍ମ ଉପରେ ଗବେଷଣା କରି 'ପାଇ' ର କୌଣସି ନିର୍ଦ୍ଦିଷ୍ଟ ମୂଲ୍ୟ ନାହିଁ ବୋଲି ସର୍ବପ୍ରଥମେ ମତ ପ୍ରଦାନ କରିଥିଲେ I ସେ π (ପାଇ)  ର ମୂଲ୍ୟ 3.1428 ରୁ  3.14508 ମଧ୍ୟରେ ସୀମିତ ଥିବାର ଗଣନା କରିଥିଲେ :

କ) ଆର୍କିମିଡିସ

ଖ) ୟୁକ୍ଲିଡ୍

ଗ) ଇରାଟୋସ୍ଥିନିସ୍ 

ଘ) ଥାଲେସ୍

3) ସେ ଜଣେ ଭାରତୀୟ ଗଣିତଜ୍ଞ ଯିଏ 'ସୁଲ୍ବ ସୂତ୍ର' ଅର୍ଥାତ ବୈଦିକ ଜ୍ୟାମିତି ଉପରେ କାର୍ଯ୍ୟ କରିଥିଲେ ଯାହା ବିଭିନ୍ନ ଆକୄତିର ଯଜ୍ଞବେଦୀ ନିର୍ମାଣରେ ପ୍ରୟୋଗ ହେଉଥିଲା I ସେ ଖ୍ରୀ)ପୂ) 800 ରେ ଏକ ସମକୋଣୀ ତ୍ରିଭୁଜର ତିନି ବାହୁ ମଧ୍ୟରେ ଥିବା ସମ୍ପର୍କ ଆବିଷ୍କାର କରିଥିଲେ ଯାହାକୁ ଗ୍ରୀକ୍ ଗଣିତଜ୍ଞ ପିଥାଗୋରାସ୍ 300 ବର୍ଷ ପରେ  'ପିଥାଗୋରାସ୍ ଙ୍କ ଉପପାଦ୍ୟ' ନାମରେ ପ୍ରଦାନ କରିଥିଲେ I

କ) ବୌଧ୍ୟାୟନ

ଖ) ଆର୍ଯ୍ୟଭଟ୍ଟ

ଗ) ବ୍ରହ୍ମଗୁପ୍ତ

ଘ) ମହାବୀର

4) ଏହି ଭାରତୀୟ ଗଣିତଜ୍ଞଙ୍କୁ 'ମନୁଷ୍ୟ କମ୍ପୁଟର' ବୋଲି କୁହାଯାଏ I ସେ 1997 ମସିହାରେ ସେ କାଳର ସବୁଠାରୁ ଶକ୍ତିଶାଳୀ କମ୍ପ୍ୟୁଟରକୁ ପଛରେ ପକା  ଏକ 201 ଅଙ୍କ ବିଶିଷ୍ଟ ସଂଖ୍ୟାର 23 ତମ ମୂଳ ନିର୍ଭୁଲ ରୂପେ ନିରୂପଣ କରିଥିଲେ I ସେ 1980 ମସିହାରେ ଦୁଇଟି 13 ଅଙ୍କ ବିଶିଷ୍ଟ ସଂଖ୍ୟାର ସଠିକ ଗୁଣନ କରି ଗିନିଜ୍ ବୁକ୍ ଅଫ୍ ବିଶ୍ୱ ରେକର୍ଡରେ 1995 ମସିହାରେ  ସ୍ଥାନ ପାଇଥିଲେ I

କ) ଆର୍. ଡି. ଶର୍ମା

ଖ) ଶ୍ରୀନିବାସ ରାମାନୁଜନ

ଗ) ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ

ଘ) ଶକୁନ୍ତଳା ଦେବୀ

5) ଖ୍ରୀଷ୍ଟପୂର୍ବ 640 ରେ ଜନ୍ମଗ୍ରହଣ କରିଥିବା  ଏହି ଗ୍ରୀକ୍ ଗଣିତଜ୍ଞ  ଗଣିତକୁ ଏକ ଯୁକ୍ତି ସଙ୍ଗତ ଶାସ୍ତ୍ରରେ ପରିଣତ କରିଥିଲେ I ସେ ପ୍ରଥମେ ଜ୍ୟାମିତିରେ ତର୍କଶାସ୍ତ୍ରର ପ୍ରୟୋଗ କରି ପୂର୍ବରୁ ଜଣା ଥିବା ସୂତ୍ର ଓ ସିଦ୍ଧାନ୍ତସବୁର ଯୁକ୍ତି ମୂଳକ ପ୍ରମାଣ ଉପସ୍ଥାପନ କରିବାରେ ପ୍ରୟାସ କରିଥିଲେ I ସେ କୌଣସି ବୄତ୍ତର ବ୍ୟାସ ଏହାକୁ ସର୍ବଦା  ଦୁଇ ସମାନ ଅଂଶରେ ବିଭକ୍ତ କରୁଥିବାର ଆବିଷ୍କାର କରିଥିଲେ  I  ପରସ୍ପରକୁ ଛେଦ କରୁଥିବା ଦୁଇଟି ସରଳରେଖାର ବିପରୀତ କୋଣଦ୍ୱୟ ସମାନ ବୋଲି ସେ ଆବିଷ୍କାର କରିଥିଲେ I ସେ 'ସଦୄଶ ତ୍ରିଭୁଜ'ର ଧର୍ମ ପ୍ରୟୋଗ କରି ପିରାମିଡର ଉଚ୍ଚତା ନିରୂପଣ କରିଥିଲେ I ଗଣିତ କ୍ଷେତ୍ରରେ ତାଙ୍କର ଏହି ଅବଦାନ ପାଇଁ ତା'ଙ୍କୁ 'ଗଣିତର ଜନକ' ବୋଲି କୁହାଯାଏ I

କ) ଆର୍କିମିଡିସ୍

ଖ) ୟୁକ୍ଲିଡ୍

ଗ) ଥାଲେସ୍

ଘ) ଇରାଟୋସ୍ଥିନିସ୍

6) ସେ ସୁଇଜରଲାଣ୍ଡ ଦେଶରେ ଜନ୍ମ ଗ୍ରହଣ କରିଥିବା ଜଣେ ସୁନାମଧନ୍ୟ ଗଣିତଜ୍ଞ  I ସେ ଏକ ସୁଷମ  ବହୁଫଳକର ପାର୍ଶ୍ୱ , ଧାର ଓ ଶୀର୍ଷବିନ୍ଦୁ ସଂଖ୍ୟା ମଧ୍ୟରେ ଥିବା ଗାଣିତିକ ସମ୍ପର୍କ ଆବିଷ୍କାର କରିଥିଲେ I ସେ ମଧ୍ୟ ଗାଣିତିକ ଫଳନ (Function) ର ସାଙ୍କେତିକ ଚିହ୍ନ f(x)  ବୋଲି ସର୍ବପ୍ରଥମେ ବ୍ୟବହାର କରିଥିଲେ I

କ) ବ୍ଲେଇଜ୍ ପାସ୍କାଲ

ଖ) ଲିଓନାର୍ଡୋ ଅଏଲାର୍

ଗ) ଲିଓନାର୍ଡୋ ଡା' ଭିନ୍ସି

ଘ) ଜୋସେଫ୍ ଲୁଇ ଲାଗ୍ରାଂଜ

7) 1642 ମସିହାରେ ଜନ୍ମ ଗ୍ରହଣ କରିଥିବା ସେ ଜଣେ ଫରାସୀ ଗଣିତଜ୍ଞ I ତାଙ୍କର ପିତା ବୄତ୍ତିରେ ଜଣେ କର ଆଦାୟକାରୀ ଥିଲେ I ପିଲାଦିନୁ ତାଙ୍କର ଗାଣିତିକ କୃତି ପ୍ରତିଭାର ପରିଚୟ ମିଳିଥିଲା I  ମାତ୍ର 19 ବର୍ଷ ବୟସରେ ସେ ତା'ଙ୍କ ପିତାଙ୍କ ଚାକିରୀର  ଅଙ୍କ ହିସାବ କିତାବକୁ ସହଜ କରିବା ପାଇଁ ଏକ ଯାନ୍ତ୍ରିକ ଗଣନ ଯନ୍ତ୍ର ବିକଶିତ କରିଥିଲେ  ଯାହା ଜଟିଳ ଯୋଗ ବିୟୋଗ ପ୍ରକ୍ରିୟା ଶୀଘ୍ର ସମ୍ପାଦନ କରି ପାରୁଥିଲା I ତା'ଙ୍କର ମଧ୍ୟ ସମ୍ଭାବନା ତତ୍ତ୍ୱ (Probability Theory) ତଥା ସଂଖ୍ୟା ତତ୍ତ୍ୱ ଉପରେ  ଅବଦାନ ଥିଲା I ସେ କୌଣସି ଦ୍ୱିପଦ ବୀଜଗାଣିତିକ ରାଶିର ପ୍ରସାରଣ (Binomial Expansion) ର ସହଗସବୁକୁ ମନେ ରଖିବା ପାଇଁ ଏକ ତ୍ରିଭୁଜାକାର ସଂଖ୍ୟାସଜ୍ଜା ପଦ୍ଧତି ପ୍ରଚଳନ କରିଥିଲେ I

କ) ଲିଓନାର୍ଡୋ ଅଏଲାର୍

ଖ) ବ୍ଲେଇଜ୍ ପାସ୍କାଲ

ଗ) ହେନେରୀ ବ୍ରିଗସ୍

ଘ) ଫିବୋନାସି

8) ସେ ଜଣେ ଇଂରେଜ ଗଣିତଜ୍ଞ  ଏବଂ ଲଗାରିଦିମ୍ ର ଆବିଷ୍କର୍ତ୍ତା ଜନ୍ ନେପିଅର୍ ଙ୍କ ସମସାମୟିକ ଥିଲେ I  ନେପିଅର୍ ଙ୍କ ଲଗାରିଦିମ୍ (ସ୍ୱାଭାବିକ ଲଗାରିଦିମ୍ Natural Logarithm)  ର ଆଧାର 'e' (ମୂଲ୍ୟ: 2.7182) ଥିଲାବେଳେ ସେ ତାକୁ 10 ଆଧାର ଅନୁସାରେ ଏକ ସାରଣୀ ପ୍ରସ୍ତୁତ କରିବାରେ ଉଦ୍ୟମ କରିଥିଲେ I  ଏହି ଲଗାରିଦିମ୍ ସାରଣୀ ପ୍ରସ୍ତୁତି ପାଇଁ ସେ ସାରା ଜୀବନ ବିତାଇ ଦେଇଥିଲେ ଏବଂ ସେ ନିଜ ଜୀବନକାଳ ମଧ୍ୟରେ ସମୁଦାୟ 30,000 ସ୍ୱଭାବିକ ସଂଖ୍ୟାର ଦଶମିକ 14 ସ୍ଥାନାଙ୍କ ପର୍ଯ୍ୟନ୍ତ ଲଗାରିଦିମ୍ ମାନ ନିରୂପଣ କରିଥିଲେ I ଏହି 10 ଆଧାର ବିଶିଷ୍ଟ ଲଗାରିଦିମ୍କୁ ସାଧାରଣ ଲଗାରିଦିମ୍ (Common Logarithm) ବୋଲି କୁହାଗଲା  ଯାହା ଏବେ ବିଶେଷ ଲୋକପ୍ରିୟ ହୋଇଛି I

କ) ଲିଓନାର୍ଡୋ ଅଏଲାର୍

ଖ) ବ୍ଲେଇଜ୍ ପାସ୍କାଲ

ଗ) ହେନେରୀ ବ୍ରିଗସ୍

ଘ) ଫିବୋନାସି

9) 1912 ମସିହାରେ ଜନ୍ମ ଗ୍ରହଣ କରିଥିବା ଏହି ବ୍ରିଟିଶ୍ ଗଣିତଜ୍ଞଙ୍କର କମ୍ପ୍ୟୁଟର୍ ବିଜ୍ଞାନ ଏବଂ ଗୁପ୍ତ ସଙ୍କେତର ବିଶ୍ଳେଷଣ ବିଜ୍ଞାନ (Cryptography) ଉପରେ ଅବଦାନ ଥିଲା I  ସେ ଆଲଗୋରିଦିମ୍ (ସୋପାନ ଭିତ୍ତିକ ପଦ୍ଧତି) ବ୍ୟବହାର କରି ଗଣନକ୍ରିୟା ଜରିଆରେ ଏକ ଦକ୍ଷ ଗଣନଯନ୍ତ୍ରର ପରିକଳ୍ପନା କରିଥିଲେ ଯାହାକୁ ଏବେ  ତା'ଙ୍କ ନାମ ଅନୁସାରେ ନାମିତ କରା ଯାଇଛି I  ଆଧୁନିକ କମ୍ପ୍ୟୁଟର  ନିର୍ମାଣରେ ଏହି ଧାରଣା ବ୍ୟବହୄତ ହେଉ ଥିବାରୁ ତା'ଙ୍କୁ କେହି କେହି 'କମ୍ପ୍ୟୂଟର ବିଜ୍ଞାନର ଜନକ' ବୋଲି ଅଭିହିତ କରିଥା'ନ୍ତି I ସେ ଦ୍ୱିତୀୟ ବିଶ୍ୱଯୁଦ୍ଧ  ସମୟରେ ବ୍ରିଟିଶ   ସେନାବାହିନୀ ତରଫରୁ ଶତ୍ରୁପକ୍ଷ ଜର୍ମାନୀର ଗୁପ୍ତ ସଙ୍କେତକୁ ପଢିବାରେ ନିୟୋଜିତ ଥିଲେ I ଅବଶ୍ୟ ତା'ଙ୍କର ଜାବନକାଳ ମଧ୍ୟରେ ତା'ଙ୍କୁ ବିଶେଷ ସମ୍ମାନ କିମ୍ବା ସ୍ୱୀକୄତି ମିଳି ନଥିଲା I  

କ) ଲିଓନାର୍ଡୋ ଅଏଲାର୍

ଖ) ବ୍ଲେଇଜ୍ ପାସ୍କାଲ

ଗ) ହେନେରୀ ବ୍ରିଗସ୍

ଘ) ଆଲାନ୍ ଟୁରିଙ୍ଗ୍

10) ଖ୍ରୀ.ପୂ. 300 ର ଜନ୍ମ ଗ୍ରହଣ କରିଥିବା ଏହି ପ୍ରାଚୀନ ଗ୍ରୀକ୍ ଗଣିତଜ୍ଞ ସମତଳ ଜ୍ୟାମିତିର ମୂଳାଧାର ସ୍ଥାପନ କରିଥିଲେ I ସେ କିଛି ସ୍ୱତସିଦ୍ଧ ଓ ପ୍ରସ୍ତାବନାରୁ ରୁ ଆରମ୍ଭ କରି ଜ୍ୟାମିତି ଜଗତର ଅନେକ ଫଳାଫଳ ପ୍ରମାଣ କରିଥିଲେ ଯାହାକୁ 'ଉପପାଦ୍ୟ' ଓ 'ସିଦ୍ଧାନ୍ତ'  କୁହାଗଲା I ସେ ନିଜର ଆବିଷ୍କାରକୁ 'ଏଲିମେଣ୍ଟସ୍' ନାମକ ଏକ 13 ଖଣ୍ଡ ବିଶିଷ୍ଟ ଗ୍ରନ୍ଥ ରୂପରେ ରଚନା କରିଥିଲେ ଯାହା ଆଜି ପର୍ଯ୍ୟନ୍ତ ମଧ୍ୟ ଜ୍ୟାମିତି କ୍ଷେତ୍ରରେ ଏକ ଅମୂଲ୍ୟ ରଚନା ରୂପେ ପରିଗଣିତ ହେଉଛି ଜ୍ୟାମିତି ଜଗତକୁ ଏହି  ମହତ୍ତ୍ୱପୂର୍ଣ୍ଣ ଅବଦାନ ପାଇଁ ତା"ଙ୍କୁ 'ଜ୍ୟାମିତିର ଜନକ' ବୋଲି କୁହାଯାଏ I

କ) ଆର୍କିମିଡିସ

ଖ) ୟୁକ୍ଲିଡ୍

ଗ) ଇରାଟୋସ୍ଥିନିସ୍ 

ଘ) ଥାଲେସ୍

 

ଊତ୍ତର

1)ଖ,  2)କ,  3)କ,  4)ଘ, 5)ଗ,  6)ଖ, 7)ଖ, 8)ଗ, 9)ଘ, 10)ଖ

 ବିଶେଷ ଦ୍ରଷ୍ଟବ୍ୟ:

ଏହି କୁଇଜ୍କୁ ଏକ ଗୁଗଲ୍ ଫର୍ମ ଆଧାରିତ ପୄଷ୍ଠଭୂମିରେ ଖେଳି ନିଜର ମୂଲ୍ୟାୟନ ଜାଣିବାକୁ ହେଲେ କମ୍ପୁଟର କିମ୍ବା ସ୍ମାର୍ଟ  ଫୋନର ଗୁଗଲ୍ ସାଇଟ୍ ରେ  ନିମ୍ନ ଲିଙ୍କ୍ କୁ ଲେଖି ତା' ଉପରେ କ୍ଲିକ୍ କରନ୍ତୁ:

https://tinyurl.com/ganita-kuij

ଏଜୁକେଶନ୍ ଅଫିସର

                                                                                                                                   ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର                                                                                                                                                                                                                                                       ଭୋପାଳ

                                                                                                                       ଫୋନ୍ : 8917637974




 







 

Comments

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ରାଷ୍ଟ୍ରୀୟ ଅନ୍ତରୀକ୍ଷ ଦିବସର ଆହ୍ୱାନ

ବିଲୁପ୍ତିର ପଥେ କାଳବୈଶାଖୀ