ଜଳ ଗ୍ରହରେ ଜଳ ସଙ୍କଟ
ଜଳ ସଙ୍କଟ ଓ ଏହାର ପ୍ରତିକାର
ନିକୁଞ୍ଜ ବିହାରୀ ସାହୁ
ପ୍ରକୃତିରେ ଜଳ
ଏକମାତ୍ର
ପଦାର୍ଥ
ଯାହା
ପୃଥିବୀର
ତାପମାତ୍ରା
ପରିସରରେ
ନିଜର
ସମସ୍ତ
ରୂପ
ଯଥା
କଠିନ,
ତରଳ
ଓ
ଗ୍ୟାସୀୟ
ରୂପରେ
ରହିପାରେ
I ଏହାର
ଘନତ୍ଵ
1 ଗ୍ରାମ
ଘନ
ସେ.
ମି.
ପ୍ରତି
ଏବଂ
ଏହାର
ଗଳନାଙ୍କ
ଓ
ସ୍ଫୁଟନାଙ୍କ
ଯଥାକ୍ରମେ
0 ଓ
100 ଡିଗ୍ରୀ
ସେଲସିୟସ
I ପ୍ରତି
ଜଳ
ଅଣୁରେ
ହାଇଡ୍ରୋଜେନ
ଓ
ଅକ୍ସିଜେନ
ପରମାଣୁ
ଦ୍ୱୟର
ବସ୍ତୁତ୍ୱ୍ୱର
ଅନୁପାତ
1:8 ଏବଂ
ଏ
ପରମାଣୁ
ଦୁହେଁ
ଏକ
ସହ-ସଂଯୋଜୀ
ରାସାୟନିକ
ବନ୍ଧ
ଦ୍ୱାରା
ପରସ୍ପର
ସହିତ
ସଂଯୁକ୍ତ
ହୋଇଥାନ୍ତି
I ଜଳର
ପୁପ୍ତ
ତାପ
ଅନ୍ୟ
ସମତୁଲ୍ୟ
ତରଳମାନଙ୍କଠାରୁ
ଯଥେଷ୍ଟ
ଅଧିକ
ହୋଇଥିବାରୁ
ଏହା
ତରଳ
ଅବସ୍ଥାରୁ
ବାଷ୍ପୀୟ
ଅବସ୍ଥାରେ
ପରିଣତ
ହେଲେ
ବିପୁଳ
ତାପ
ଗ୍ରହଣ
କରୁଥିଲାବେଳେ
ବାଷ୍ପୀୟ
ଅବସ୍ଥାରୁ
ଘନୀଭୂତ
ହୋଇ
ତରଳ
ଅବସ୍ଥାରେ
ପହଂଚିବା
ପାଇଁ
ବିପୁଳ
ତାପ
ଉତ୍ସର୍ଜନ
କରେ
I ବିଶୁଦ୍ଧ
ଜଳର
ପି.ଏଚ.
ର
ମୂଲ୍ୟ
7 , ଅର୍ଥାତ
ଏହା
ଅମ୍ଳୀୟ
ନୁହେଁ
କିମ୍ବା
କ୍ଷାରୀୟ
ନୁହେଁ,
ବରଂ
ରାସାୟନିକ
ଦୄଷ୍ଟିକୋଣରୁ
ଏକ
ନିରପେକ୍ଷ
ମାଧ୍ୟମ
I ଆହୁରି ମଧ୍ୟ, ଜଳର ଘନତ୍ଵ 4 ଡିଗ୍ରୀ ସେଲସିୟସ ତାପମାତ୍ରରେ ସର୍ବାଧିକ ଏବଂ ତାପମାତ୍ରା ଅନୁସାରେ ଏହାର ଘନତ୍ବର ଗୁଣାତ୍ମକ ପରିଵର୍ତ୍ତନ
ସମ୍ପୂର୍ଣ୍ଣ
ଭିନ୍ନ
I ଜଳ
ଏକ
ଉତ୍ତମ
ଦ୍ରାବକ
; ଅର୍ଥାତ
ଏହା
ଅନେକ
ଜୀବନୋପଯୋଗୀ
ପଦାର୍ଥକୁ
ଦ୍ରବୀଭୂତ
କରିପାରେ
I ଜଳର ଏଭଳି କିଛି ଅଦ୍ଵିତୀୟ ଧର୍ମ ପାଇଁ ପୃଥିବୀ ପୃଷ୍ଠରେ ଜୀବନ ସମ୍ଭବ ହୋଇଛି I
ମନୁଷ୍ୟ ଶରୀରର ପ୍ରାୟ 70% ଅଂଶ ଜଳ I ଆମ ରକ୍ତରେ ଥିବା ପ୍ଲାଜମା ର ପ୍ରାୟ 90% ଅଂଶ ଜଳରେ ଗଠିତ I ମନୁଷ୍ୟ ଶରୀରର ଅଧିକାଂଶ ଜୈବ-ରାସାୟନିକ ପ୍ରତିକ୍ରିୟା ଏହି ଜଳୀୟ ମାଧ୍ୟମରେ ହିଁ ସମ୍ପାଦିତ ହୋଇଥାଏ I ଆମ ଦୈନନ୍ଦିନ ଜୀବନରେ ଜଲର ଆବଶ୍ୟକତା ଅପରିହାର୍ଯ୍ୟ I ରୋଷେଇ,
ବାସନ
ଧୋଇବା,
ଲୁଗାପଟା
ସଫା,
ଶୌଚ,
ବଗିଚାକାର୍ଯ୍ୟ
ତଥା
ଜମିରେ
ଜଳସେଚନ
ନିମନ୍ତେ
ଜଳର
ଆବଶ୍ୟକତା
ହୁଏ
I ଏକ
ଆକଳନରୁ
ଜଣାଯାଏ
ଯେ,
ଆମ
ଦେଶରେ
ସର୍ବାଧିକ
ମଧୁର
ଜଳ
କୃଷିକ୍ଷେତ୍ରରେ
ଜଳସେଚନ
ନିମନ୍ତେ
ବ୍ୟବହୃତ
ହୁଏ
I
ପୃଥିବୀରେ ଜଳଚକ୍ର ପ୍ରକ୍ରିୟା ଦ୍ୱାରା ଭୁପୃଷ୍ଠ ଓ ଆକାଶ ମଧ୍ୟରେ ଜଳର ନିରନ୍ତର ସଂଚରଣ ଘଟୁଛି I ପ୍ରକୃତିରେ ଜଳଚକ୍ର ପ୍ରକ୍ରିୟା ସୂର୍ଯ୍ୟ ଦ୍ୱାରା ପରିଚାଳିତ ହେଉଛି ଏବଂ ଏହାଦ୍ୱାରା ପୃଥିବୀର କୌଣସି ସ୍ଥାନରେ ଜଲର ସମୁଦାୟ ପରିମାଣ ସ୍ଥିର ରହୁଛି I ଆମ ଦେଶରେ ଅଧିକାଂଶ ବୃଷ୍ଟିପାତ ମୌସୁମୀବାୟୁ ଦ୍ୱାରା କେବଳ ଜୁନ୍ ରୂ ସେପ୍ଟେମ୍ବର ମାସ ମଧ୍ୟରେ ଅର୍ଥାତ ମାତ୍ର ଚାରି ମାସ ମଧ୍ୟରେ ପ୍ରାପ୍ତ ହୋଇଥାଏ I ବର୍ଷାଜଳ ମୃତ୍ତିକାରେ ଥିବା
ଅସଂଖ୍ୟ ଛିଦ୍ର ଭେଦକରି ନିମ୍ନକୁ ଗତିକରେ ଏବଂ ପୃଥିବୀ ଅଭ୍ୟନ୍ତରରେ ଥିବା ଶିଳାସ୍ତରର ଅନେକ ଫାଟ ଓ ଫାଙ୍କ ମଧ୍ୟରେ ସଂଚିତ ହୋଇ ରହେ I ଜଳ କଣିକା ବହନ କରୁଥିବା ଏଭଳି ଭୁତଳ ଶିଳାସ୍ତରକୁ ‘ଆକ୍ଵିଫର’ କହନ୍ତି I ସୁତରାଂ ଭୂତଳରେ ସମୁଦ୍ର ଭଳି ଜଳର ଏକ ବିଶାଳ ଭଣ୍ଡାର ଗଛିତ ଥାଏ I
ପୃଥିବୀ ଏକ ଜଳ ଗ୍ରହ ହୋଇଥିଲେ
ସୁଦ୍ଧା ପ୍ରକୄତିରେ ଜଳର ଭଣ୍ଡାର ସୀମିତ I ପୃଥିବୀର ପ୍ରାୟ 97.5% ଜଳ ସମୁଦ୍ରରେ ଗଛିତ ଯାହା ଲୁଣିଆ ଓ ମନୁଷ୍ୟର ବ୍ୟବହାର ଉପଯୋଗୀ ନୁହେଁ I ଅବଶିଷ୍ଟ 2.5% ମଧୁର ଜଳ ମଧ୍ୟରୁ ଏକ ବଡ଼ ଭାଗ ମେରୁ ଅଞ୍ଚଳର ହିମବାହ ଓ ତୁଷାରବୃତ୍ତ ଶୃଙ୍ଗରେ ଅବସ୍ଥିତ ଯାହା ମଧ୍ୟ ମଣିଷର ହାତ ପାଆନ୍ତାରେ ନାହିଁ I ପୃଥିବୀରେ ଉପଲବ୍ଧ ମଧୁର ଜଳର ଅନ୍ୟ ଏକ ବଡ଼ ଭାଗ ଭୁତଳ କିମ୍ବା
ବାୟୁମଣ୍ଡଳରେ
ଜଳୀୟବାଷ୍ପ
ଆକାରରେ
ଗଛିତ
ଯାହା
ମଧ୍ୟ
ମନୁଷ୍ୟର
ବ୍ୟବହାର
ଉପଯୋଗୀ
ନୁହେଁ
I ଅବଶିଷ୍ଟ
ମାତ୍ର
0.3% ମଧୁର ଜଳ ନଦୀ, ହ୍ରଦ ଆକାରରେ ଭୁପୃଷ୍ଠରେ ପ୍ରବାହିତ ଯାହା ମନୁଷ୍ୟର କାମରେ ଲାଗେ I ସୁତରାଂ ପୃଥିବୀ ଏକ ଜଳ ଗ୍ରହ ହେଲେ ସୁଦ୍ଧା ଏଠାରେ ଉପଲବ୍ଧ ମନୁଷ୍ୟର ବ୍ୟବହାର ନିମନ୍ତେ ଜଳର ଭଣ୍ଡାର ସୀମିତ I ତେଣୁ ଦୈନନ୍ଦିନ ଜୀବନରେ ଜଳ ସଂରକ୍ଷଣର ଆବଶ୍ୟକତା ରହିଛି I
ମାତ୍ର ବିଭିନ୍ନ ପ୍ରକୃତି ବିରୋଧୀ ମନୁଷ୍ୟକୃତ କାର୍ଯ୍ୟକଳାପ ହେତୁ ଜଳ ଗ୍ରହ ପୃଥିବୀତେ ଏବେ ଜଳ ସଙ୍କଟ ପରିସ୍ଥିତି ସୃଷ୍ଟି ହୋଇଛି I ଶିଳ୍ପ ସଂସ୍ଥାରୁ ନିର୍ଗତ ରାସାୟନିକ ଉତ୍ସର୍ଜନ ତଥା ସହରର ଜୈବିକ ଆବର୍ଜନା ନଦୀ ଭଳି ଜଳ ଉତ୍ସକୁ ନିଷ୍କାସିତ ହେବା ଦ୍ୱାରା ଜଳ ପ୍ରଦୂଷଣ ସମସ୍ୟା ସୃଷ୍ଟି ହେଉଛି I ଫଳରେ ଏଭଳି ଜଳ ଆଉ ପାନୀୟ ଉପଯୋଗୀ ହୋଇପାରୁ ନାହିଁ I ଏକ ଆକଳନରୁ ଜଣାପଡେ ଯେ, ନିଜର ପୁଣ୍ୟ ପାବନ ଜଳଧାରା ନିମନ୍ତେ ବିଖ୍ୟାତ ଆମର ଗଙ୍ଗା ନଦୀ ଜଳ ପ୍ରଦୂଷଣ କାରଣରୁ ଏବେ ବିଶ୍ୱର ସର୍ବାଧିକ 10ଟି ପ୍ରଦୂଷିତ ନଦୀ ମାନଙ୍କ ମଧ୍ୟରୁ ଅନ୍ୟତମ ପାଲଟି ଯାଇଛି I ସେହିପରି, ଆମ ଓଡ଼ିଶାରେ ମଧ୍ୟ ଜଳ ଉତ୍ସକୁ ଶିଳ୍ପ ସଂସ୍ଥାରୂ ରାସାୟନିକ ଆବର୍ଜନା ନିର୍ଗମାନ କାରଣରୁ ପୁରାଣ ବର୍ଣ୍ଣିତ ପୂତ ପବିତ୍ର ବ୍ରାହ୍ମଣୀ ନଦୀ ମଧ୍ୟ ଏକ ପ୍ରଦୂଷିତ ଜଳ ଉତ୍ସ ପାଲଟି ଯାଇଛି I ଜାତିସଂଘର ଆକଳନ ଅନୁସାରେ, ଏକ ସୁସ୍ଥ ଜୀବନ ଧାରଣ ପାଇଁ ଦୈନିକ ଜଣ ପିଛା ପ୍ରାୟ ଅଢେଇ ବାଲଟି କିମ୍ବା 50 ଲିଟର ଜଳର ଆବଶ୍ୟକତା ରହିଛି I ମାତ୍ର ଏସିଆ, ଆଫ୍ରିକା, ଲାଟିନ ଆମେରିକା ଭଳି କିଛି ଦେଶର ଗାଁ ଗହଳିରେ ଲୋକଙ୍କ ନିକଟରେ ଏହି ସର୍ବନିମ୍ନ ଜଳ ମାତ୍ରା ମଧ୍ୟ ଉପଲବ୍ଧ ହୋଇପାରୁ ନାହିଁ ଯାହା ଘୋର ଉଦବେଗଜନକ ବିଷୟ I
ସେହିପରି ଜନସଂଖ୍ୟା ବୃଦ୍ଧି ତଥା ଛତୁ ଫୁଟିଥିବା ଶିଳ୍ପ ସଂସ୍ଥା ଗୁଡିକ ଯୋଗୁଁ ଭୁତଳ ଜଳ ଉତ୍ସ ଉପରେ ଅସମ୍ଭବ ଚାପ ସୃଷ୍ଟି ହେଉଛି ଯାହା ଫଳରେ ଭୁତଳ ଜଳସ୍ତର କ୍ରମଶଃ ନିମ୍ନକୁ ଗତି କରୁଛି I ଜଙ୍ଗଲ ନଷ୍ଟ ଯୋଗୁଁ ମୃତ୍ତିକା କ୍ଷୟ ଘଟି ମୃତ୍ତିକାର ଜଳଧାରଣ କ୍ଷମତା କ୍ରମଶଃ ହ୍ରାସ ପାଉଛି I ଜଳବାୟୁ ପରିବର୍ତ୍ତନ କାରଣରୁ ମୌସୁମୀ ପ୍ରବାହ ଏବେ ଅନିଶ୍ଚିତ ଏବଂ ବୃଷ୍ଟିପାତ ଅତି ସୀମିତ I ଏହିସବୁ କାରଣରୁ ବିଶ୍ୱରେ ଏବେ ଜଳ ସଙ୍କଟ ପରିସ୍ଥିତି ସୃଷ୍ଟି ହୋଇଛି I
ଆମ ପୄଥିବୀର ଅଧିକାଂଶ ମଧୁର ଜଳ ହିମବାହ ସବୁରେ ଜମଟ ବାନ୍ଧିଥିବା ବରଫରେ ଗଛିତ I ପୄଥିବୀର ଅଧିକାଂଶ ଚିରସ୍ରୋତା ନଦୀ ଏହି ହିମବାହସବୁରୁ ହିଁ ଜନ୍ମ ନେଇଥା’ନ୍ତି I ହିମବାହଗୁଡିକରେ ଜଳ ଦୀର୍ଘଦିନ ଜମାଟ ବାନ୍ଧି ରହିଥାଏ ଯାହା କ୍ରମଶଃ ତରଳି ନଦୀରେ ପ୍ରବାହିତ ହୋଇ ସମୁଦ୍ରରେ ମିଶେ I ଏହାହିଁ ନଦୀ ଉପତ୍ୟକାରେ ଥିବା ବିଭିନ୍ନ ସହର ତଥା ଜନବସତି ପାଇଁ ପାନୀୟ, କୄଷି ତଥା ଶିଳ୍ପ ପାଇଁ ଜଳର ଏକ ପ୍ରମୁଖ ଉତ୍ସ I ଏହାର ଏକ ଉଦାହରଣ ହେଉଛି ଆମର ଗଙ୍ଗା ନଦୀ I ଏହା ହିମାଳୟର ଗୋମହ-ଗଙ୍ଗୋତ୍ରୀ ହିମବାହରୁ ଜନ୍ମ ନେଇ ସ୍ଥଳଭାଗରେ ପ୍ରାୟ 900 କି.ମି. ଦୂରତା ଅତିକ୍ରମ ପୂର୍ବକ ବଙ୍ଗୋପ ସାଗରରେ ମିଶିଛି I ଏହା ନିଜର ଜଳଧାରା ଦ୍ୱାରା ତଟବର୍ତ୍ତୀ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଜୀବିକାର ଉତ୍ସ ପାଲଟିଛି I ମାତ୍ର ଘୋର ପରିତାପର ବିଷୟ ଯେ, ବିଶ୍ୱ ତାପନ ତଥା ଜଳବାୟୁ ପରିବର୍ତ୍ତନ କାରଣରୁ ପ୍ରକୄତିର ମଧୁର ଜଳର ପ୍ରମୁଖ ଉତ୍ସ ଏହି ହିମବାହସବୁ ଏବେ ତରଳିବାକୁ ଲାଗିଛି I ଏହାଦ୍ୱାରା ପୄଥିବୀରେ ମଧୁର ଜଳର ସଙ୍କଟ ସୄଷ୍ଟି ହେବାର ଆଶଙ୍କା ଉପୁଜିଛି I ସୁତରାଂ ହିମବାହସବୁର ମାନବ ସଭ୍ୟତା ପାଇଁ ଜଳ ଉପଲବ୍ଧ କ୍ଷେତ୍ରରେ ଭୂମିକା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏ ବର୍ଷର ବିଶ୍ୱ ଜଳ ଦିବସ ପାଳନର ଶୀର୍ଷକ ‘ହିମବାହର ସୁରକ୍ଷା’ ରଖା ଯାଇଛି I
ଆଗାମୀ ଦିନରେ ସୃଷ୍ଟି ହେବାକୁ ଯାଉଥିବା ଘୋର ଜଳ ସଙ୍କଟ ପରିସ୍ଥିତିରୁ ରକ୍ଷା ପାଇବାକୁ ହେଲେ ଆମକୁ ଦୈନନ୍ଦିନ ଜୀବନରେ ଜଳ ସଂରକ୍ଷଣ ଅଭ୍ୟାସ ଆପଣେଇ ନେବାକୁ ପଡିବ I ବିଭିନ୍ନ ଦୈନିକ କାର୍ଯ୍ୟକଳାପରେ ଜଳର ମିତବ୍ୟୟତା ସାଙ୍ଗକୁ ଅଯଥା ଜଳର ଅପଚୟକୁ ରୋକିବାକୁ ପଡିବ I ଏକ ଉଦାହରଣ ସ୍ୱରୂପ, ଆମେ ଶାଗଧୂଆ ଜଳକୁ ଫିଙ୍ଗି ନଦେଇ ତାକୁ ବରଂ ବଗିଚା କାର୍ଯ୍ୟରେ ବିନିଯୋଗ କରିବା ଆବଶ୍ୟକ I ସରକାରୀ କ୍ଷେତ୍ରରେ ଜଳର ଉତ୍ତମ ପରିଚାଳନା ନିମନ୍ତେ ଯୋଜନା ପ୍ରସ୍ତୁତ କରାଯିବା ଆବଶ୍ୟକ I ଆନ୍ତରାଜ୍ୟ ନଦୀ ସଂଜୋଗୀକରଣ କାର୍ଯ୍ୟକ୍ରମକୁ ତୁରନ୍ତ କାର୍ଯ୍ୟାନ୍ୱୟନ କରି ଜଳବହୁଳ ନଦୀମାନଙ୍କରୁ ଜଳରହିତ ନଦୀମାନଙ୍କୁ ଜଳ ସ୍ଥାନାନ୍ତରିତ କରାଯିବା ଆବଶ୍ୟକ I ଜଳସେଚନ ନିମନ୍ତେ ଜଳର ମିତବ୍ୟୟତା ପାଇଁ ବୁନ୍ଦା ଜଳସେଚନ (Drip Irrigation) ପଦ୍ଧତି ଅବଲମ୍ବନ କରାଯିବା ଆବଶ୍ୟକ I ଆହୁରି ମଧ୍ୟ, ବର୍ଷାଜଳର ସଂରକ୍ଷଣ ପାଇଁ ଘରର ଛାତ ଉପରେ ବର୍ଷାଜଳ ଅମଳ ଟାଙ୍କି ସ୍ଥାପନ କରାଯିବ ଉଚିତ I ଘରର ବ୍ୟବହୃତ କିମ୍ବା ବଳକା ଜଳକୁ ନଷ୍ଟ ହେବାକୁ ନଦେଇ ଗଭୀର ଗର୍ତ୍ତ ଜରିଆରେ ମାଟିତଳକୁ ସ୍ଥାନାନ୍ତରିତ କରାଯିବା ଆବଶ୍ୟକ ଯାହାଦ୍ୱାରା ଭୁତଳ ଜଳସ୍ତରର ପୁନର୍ଭରଣ ହୋଇ ପାରିବ I
ଜଣେ ଦାର୍ଶନିକ କହିଥିଲେ ଯେ, ଯଦି ଆଗାମୀ ଦିନରେ ତୃତୀୟ ବିଶ୍ୱଯୁଦ୍ଧ ଘଟେ, ତେବେ ତାହା ଜଳ ପାଇଁ ହେବ I ଏବେ ମଧ୍ୟ ନଦୀଜଳ ବଣ୍ଟନ ନେଇ ଭାରତ - ପାକିସ୍ତାନ, ଭାରତ - ବଙ୍ଗଳାଦେଶ ଓ ଭାରତ- ଚୀନ ମଧରେ ବିବାଦ ଉପୁଜୁଛି I ସୁତରାଂ ଜଳଗ୍ରହ ପୃଥିବୀରେ ଏହି ଉତ୍କଟ ଜଳସଙ୍କଟ ପରିସ୍ଥିତିରୁ ରକ୍ଷା ପାଇବା ନିମନ୍ତେ ଏବଂ ଆଗାମୀ ଦିନରେ ଆମର ସମୟୋଚିତ ପଦକ୍ଷେପ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତି ବର୍ଷ ମାର୍ଚ୍ଚ 22 ତାରିଖକୁ ବିଶ୍ୱ ଜଳ ଦିବସ ରୂପେ ପାଳନ କରାଯାଉଅଛି I ଆମକୁ ମନେ ରଖିବାକୁ ପଡିବ : ଜଳ ହିଁ ଜୀବନ ଏବଂ ଜୀବନର ଅନ୍ୟ ନାମ ଜଳ I
ଏଜୁକେଶନ ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର
ଭୋପାଳ
ଫୋନ୍ : 8018708858
ଏଜୁକେଶନ ଅଫିସର
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର
ଭୋପାଳ
ଅଧିକ ପଠନ :
To read the same article published in The Sakala ( dtd 21.03.23), Please click the following link :
https://www.sakalaepaper.com/news/37991/6418f92126aa1
or
https://tinyurl.com/Jala-Sankata

Save water
ReplyDelete