Posts

Showing posts from March, 2022

କେନ୍ଦ୍ରାପଡାର ସୂର୍ଯ୍ୟଘଡି

Image
    ପ୍ରାଚୀନ ସମୟରେ ସମୟ ଗଣନା ପାଇଁ ସୂର୍ଯ୍ୟଘଡି ହିଁ ଥିଲା ଏକମାତ୍ର ମାଧ୍ୟମ I ଏଥିରେ ଥିବା ଏକ ଦଣ୍ଡ ଗୋଟିଏ ଅଂଶାଙ୍କିତ ଫଳକ ଉପରେ ଛାୟପାତ କରେ I ଏହି ଛାୟାର ଅବସ୍ଥାନରୁ ହିଁ ସ୍ଥାନୀୟ ସମୟର ସୂଚନା ମିଳିଥାଏ I ଫଳକର ସଜ୍ଜା ଅନୁସାରେ ସୂର୍ଯ୍ୟଘଡିକୁ ବିଶୁବ-ରୈଖୀୟ, ଭୂସମାନ୍ତରୀୟ ଏବଂ ଭୁଲମ୍ବୀୟ : ଏହିପରି ତିନି ଭାଗରେ ବିଭକ୍ତ କରାଯାଇଛି I       କେନ୍ଦ୍ରାପଡା ସହରର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅନତିଦୂରରେ  ଏକ ଐତିହାସିକ ସୂର୍ଯ୍ୟଘଡି ଦେଖିବାକୁ ମିଳେ I ଏହା ଇଟା ଓ ସିମେଣ୍ଟରେ  ତିଆରି ବ୍ରିଟିଶ ଅମଳର ଏକ ପ୍ରାଚୀନ କୀର୍ତ୍ତି I ଏହାର ଫଳକଟି ଭୂସମାନ୍ତର ଅବସ୍ଥାରେ ଥିବାରୁ ଏହା ଏକ ଭୂସମାନ୍ତରୀୟ ସୂର୍ଯ୍ୟଘଡି I ଏହାର ଫଳକ ଉପରେ ଛାୟାପାତ କରିବା ନିମନ୍ତେ ଘଡ଼ିରେ ଏକ ତ୍ରିଭୁଜାକୃତି ଦଣ୍ଡର ବ୍ୟବସ୍ଥା ଅଛି I ଫଳକର ଅଂଶାଙ୍କନ ଉପରେ ଏହି ଦଣ୍ଡ ଦ୍ୱାରା ପଡୁଥିବା ଛାୟାର ଅବସ୍ଥାନରୁ ସାଧାରଣତଃ ସମୟ ନିରୂପଣ କରାଯାଏ I ଏହି ଘଡ଼ିରେ ଏକ ବିଶାଳକାୟ ଗୋଲାକୃତି ଫଳକର ମଧ୍ୟଭାଗରେ ଗୋଟିଏ ତ୍ରିଭୁଜାକାର ଦଣ୍ଡ ସ୍ଥାନିତ ଅଛି I ଏହି ତ୍ରିଭୁଜାକୃତି ଦଣ୍ଡର ଭୂମିସ୍ଥ କୋଣ ସ୍ଥାନୀୟ ଅକ୍ଷାଂଶ (ପ୍ରାୟ 21 ଡିଗ୍ରୀ) ସଙ୍ଗେ ସମାନ ଏବଂ ଦଣ୍ଡଟିକୁ ଉତ୍ତର ଆଡକୁ ଧ୍ରୁବତାରା ଦିଗରେ ମୁହଁ କରି ରଖା ଯାଇଛି I ଏଭଳି ଅବସ୍ଥାରେ, ତ୍ରିଭୁଜାକୃତି ଦଣ୍ଡର କର୍ଣ୍ଣରେ...

ଜଳ ଗ୍ରହରେ ଜଳ ସଙ୍କଟ

Image
ଜଳ ସଙ୍କଟ ଓ ଏହାର ପ୍ରତିକାର   ନିକୁଞ୍ଜ ବିହାରୀ ସାହୁ           ପ୍ରକୃତିରେ ଜଳ ଏକମାତ୍ର ପଦାର୍ଥ ଯାହା ପୃଥିବୀର ତାପମାତ୍ରା ପରିସରରେ ନିଜର ସମସ୍ତ ରୂପ ଯଥା କଠିନ , ତରଳ ଓ ଗ୍ୟାସୀୟ ରୂପରେ ରହିପାରେ I ଏହାର ଘନତ୍ଵ 1 ଗ୍ରାମ ଘନ ସେ . ମି . ପ୍ରତି ଏବଂ ଏହାର ଗଳନାଙ୍କ ଓ ସ୍ଫୁଟନାଙ୍କ ଯଥାକ୍ରମେ 0 ଓ 100 ଡିଗ୍ରୀ ସେଲସିୟସ I ପ୍ରତି ଜଳ ଅଣୁରେ ହାଇଡ୍ରୋଜେନ ଓ ଅକ୍ସିଜେନ ପରମାଣୁ ଦ୍ୱୟର ବସ୍ତୁତ୍ୱ୍ୱର ଅନୁପାତ 1:8 ଏବଂ ଏ ପରମାଣୁ ଦୁହେଁ ଏକ ସହ - ସଂଯୋଜୀ ରାସାୟନିକ ବନ୍ଧ ଦ୍ୱାରା ପରସ୍ପର ସହିତ ସଂଯୁକ୍ତ ହୋଇଥାନ୍ତି I ଜଳର ପୁପ୍ତ ତାପ ଅନ୍ୟ ସମତୁଲ୍ୟ ତରଳମାନଙ୍କଠାରୁ ଯଥେଷ୍ଟ ଅଧିକ ହୋଇଥିବାରୁ ଏହା ତରଳ ଅବସ୍ଥାରୁ ବାଷ୍ପୀୟ ଅବସ୍ଥାରେ ପରିଣତ ହେଲେ ବିପୁଳ ତାପ ଗ୍ରହଣ କରୁଥିଲାବେଳେ ବାଷ୍ପୀୟ ଅବସ୍ଥାରୁ ଘନୀଭୂତ ହୋଇ ତରଳ ଅବସ୍ଥାରେ ପହଂଚିବା ପାଇଁ ବିପୁଳ ତାପ ଉତ୍ସର୍ଜନ କରେ I ବିଶୁଦ୍ଧ ଜଳର ପି . ଏଚ . ର ମୂଲ୍ୟ  7 , ଅର୍ଥାତ ଏହା ଅମ୍ଳୀୟ ନୁହେଁ କିମ୍ବା କ୍ଷାରୀୟ ନୁହେଁ , ବରଂ ରାସାୟନିକ ଦୄଷ୍ଟିକୋଣରୁ ଏକ ନିରପେକ୍ଷ ମାଧ୍ୟମ I ଆହୁରି ମଧ୍ୟ , ଜଳର...