ଧ୍ରୁବତାରା ଏକ ସ୍ଥିର ତାରା ନୁହେଁ
ପୄଥିବୀର ଅକ୍ଷକୁ ଉତ୍ତରକୁ ବଢାଇଲେ ତାହା ଯେଉଁ ବିନ୍ଦୁରେ
ଆକାଶଗୋଲକୁ ସ୍ପର୍ଶ କରେ ତାହାକୁ ଅକାଶର ଧ୍ରୁବ
କହନ୍ତି I ପୄଥିବୀ ନିଜ ଅକ୍ଷ ଚାରିପଟେ ଘୂରିବା ଦ୍ୱାରା ସବୁ ତାରା ଦୈନିକ ଆକାଶରେ
ବୃତ୍ତାକାର ପଥରେ ଗତି କରୁଥିବାର ଜଣାପଡନ୍ତି I ଆକାଶଗୋଲର
ବିଶୁବରେଖା ନିକଟରେ ଥିବା ତାରାଗୁଡିକ ବଡବଡ ବୄତ୍ତରେ ଗତିକରୁଥିଲାବେଳେ ଉଭୟ ଧ୍ରୁବ ନିକଟସ୍ଥ ତାରାସବୁ
କ୍ଷୁଦ୍ରାକୄତି ବୃତ୍ତରେ ଘୂରିଥାନ୍ତି I ରାତ୍ରି ଆକାଶର
ଏହି ଚିରାଚରିତ ଗତିଶୀଳ ପୄଷ୍ଠ ଉପରେ ଠିକ୍ ଧ୍ରୁବ ଉପରେ ଥିବା ଏକ ତାରା ହିଁ ସ୍ଥିର ରହିଥାଏ I ଏହାକୁ ଧ୍ରୁବତାରା କହନ୍ତି I
ଧ୍ରୁବତାରା
ଏକ ସ୍ଥିର ତାରା ହୋଇଥିବାରୁ କେଉଁ ଆବାହମନ
କାଳରୁ ସମୁଦ୍ରଗାମୀ ନାବିକମାନେ ରାତିରେ ଏହାକୁ ଲକ୍ଷ୍ୟକରି ବିଶାଳ ସମୁଦ୍ରରେ ଦିଗ ନିରୂପଣ କରି
ଆସୁଛନ୍ତି I କୌଣସି
ସ୍ଥାନରେ ଧ୍ରୁବତାରାର କୌଣିକ ଉନ୍ନତି ହିଁ ସେହି
ସ୍ଥାନର ଅକ୍ଷାଂଶ ଅଟେ I ଫଳରେ ନାବିକ
ଧ୍ରୁବତାରା ସାହାଯ୍ୟରେ ମଧ୍ୟ ନିଜର ଅବସ୍ଥାନ ନିରୂପଣ କରିପାରେ I
ଆମ ପୁରାଣ ଅନୁସାରେ, ଧ୍ରୁବଲୋକ ଭଗବାନ
ବିଷ୍ଣୁଙ୍କର ପ୍ରିୟ ଭକ୍ତ ଧ୍ରୁବଙ୍କର ଅସ୍ଥାନ I ଧ୍ରୁବ ସ୍ୱୟଂଭୁବ ମନୁଙ୍କ ସନ୍ତାନ
ରାଜା ଉତ୍ତାନପାଦଙ୍କର ପୁତ୍ର I ବିମାତାଙ୍କ ଦ୍ୱାରା ଲାଂଛିତ
ହେଲାପରେ ବାଳକ ଧ୍ରୁବ ସଂସାର ପ୍ରତି ବୀତସ୍ପୄହ ହୋଇ ବିଷ୍ଣୁଙ୍କୁ ଧ୍ୟାନ କରେ I ବିଷ୍ଣୁ ତା’ର ଭକ୍ତିରେ ସନ୍ତୁଷ୍ଟ ହୋଇ ମୄତ୍ୟୁ ପରେ ତା’କୁ ଧ୍ରୁବଲୋକରେ
ଅବସ୍ଥାନ କରିବା ନିମନ୍ତେ ବର ପ୍ରଦାନ କରନ୍ତି I ତତ୍ପରେ ଧ୍ରୁବ ରାଜ୍ୟକୁ ଫେରିଯାଇ
ପ୍ରଜାମାନଙ୍କ ଦ୍ୱାରା ବିପୁଳ ଅଭିନନ୍ଦିତ ହୁଅନ୍ତି ଓ ସୁଖରେ ପ୍ରଜାପାଳନ କରନ୍ତି I ପ୍ରାପ୍ତ
ବର ଅନୁସାରେ, ସେ ନିଜର ମୄତ୍ୟୁ ଅନ୍ତେ ଧ୍ରୁବଲୋକରେ ଅବସ୍ଥାନ ପୂର୍ବକ ଲୋକମାନଙ୍କୁ ଦିଗ ଓ ଅକ୍ଷାଂଶ
ଚିହ୍ନେଇବାରେ ସାହାଯ୍ୟ କରି ଅସୁଛନ୍ତି I
ଧ୍ରୁବର ଅର୍ଥ ହେଉଛି ଚିରନ୍ତନ ସତ୍ୟ I ଆମ ପୁରାଣ ବିଶ୍ୱାସ କରେ ଯେ, ଧ୍ରୁବଲୋକ ସର୍ବଦା ସ୍ଥିର ତଥା ଅପରିବର୍ତ୍ତନୀୟ
ଏବଂ ଏପରିକି ସେଠାରେ ଜନ୍ମ, ମୄତ୍ୟୁ, ଜରା, ବ୍ୟାଧି ନାହିଁ I ମାତ୍ର
ଏହା କ’ଣ ସତ୍ୟ କି ? ବାସ୍ତବରେ ଏହା ସତ୍ୟ ନୁହେଁ I କାରଣ, ପୄଥିବୀ ନିଜର ଅକ୍ଷ ଚାରିପଟେ
ଘୂରିବା ସଙ୍ଗେ ସଙ୍ଗେ ଏହାର ଅକ୍ଷ ମଧ୍ୟ ଏକ ଶଙ୍କୁ ଆକର ପଥରେ ଧୀରେ ଧୀରେ ଅଗ୍ରସର ହେଉଥାଏ I ଏହାର କାରଣ ହେଲା, ପୄଥିବୀ ନିଜର ବିଶୁବରେଖାଠାରେ
ଅଧିକ ସ୍ଫୀତ ହୋଇଥିବାରୁ ଏହି ଅଂଶ ଉପରେ ସୂର୍ଯ୍ୟ ଓ ଚନ୍ଦ୍ରର ଏକ ଅତିରିକ୍ତ ମିଳିତ ଆକର୍ଷଣ ବଳ
କାର୍ଯ୍ୟକାରୀ ହୁଏ ଯାହା ପୄଥିବୀର ଅକ୍ଷକୁ
ବିସ୍ଥାପିତ କରିବା ପାଇଁ ଚେଷ୍ଟା କରେ I ଗତିବିଜ୍ଞାନର
ନିୟମ ଅନୁଯାୟୀ, କୌଣସି ଘୂର୍ଣ୍ଣାୟମାନ ବସ୍ତୁର ଅକ୍ଷକୁ ବିସ୍ଥାପିତ କରିବା ପାଇଁ ଏକ ବଳ
ପ୍ରଯୁକ୍ତ ହେଲେ ଏହାର ଅକ୍ଷ ତା’ର ପ୍ରତିରୋଧ କରି ଏକ ଶଙ୍କୁ ଆକାର ପଥରେ ଘୂରିଥାଏ I ଏହାକୁ ପ୍ରିସେସନ୍ (Precession) ଗତି କହନ୍ତି I
ପୄଥିବୀ ଅକ୍ଷର ଏହି ପ୍ରିସେସନ୍ ଗତି ଯୋଗୁଁ ଏହାର ଅକ୍ଷ ବିଭିନ୍ନ ସମୟରେ ଆକାଶର ଭିନ୍ନ ଭିନ୍ନ ଦିଗକୁ ମୁଁହ କରିଥାଏ I ମାତ୍ର ପୄଥିବୀ କ୍ଷେତ୍ରରେ ଏହି ଗତି ଏତେ ମନ୍ଥର ଯେ, ଏହାର ଅକ୍ଷକୁ ଗୋଟିଏ ବୄତ୍ତ ସମ୍ପୂର୍ଣ୍ଣ ଘୂରି ଆସିବାକୁ ହେଲେ ଦୀର୍ଘ 26,000 ବର୍ଷ ସମୟ ଲାଗିଥାଏ I ଅର୍ଥାତ, ଏହା ବର୍ଷକୁ ମାତ୍ର 50.2 ମିନିଟ୍ କୋଣ ଅତିକ୍ରମ କରିଥାଏ ଯାହା 1 ଡିଗ୍ରୀଠାରୁ ମଧ୍ୟ କମ୍ I ସୁତରାଂ ବିଗତ ବର୍ଷଗୁଡିକରେ ଅନେକ ତାରା ଆମ ଆକାଶଗୋଲର ଧ୍ରୁବର ନିକଟବର୍ତ୍ତୀ ହୋଇ କ୍ରମେ ଦୂରେଇ ଯାଇଛନ୍ତି I
ବର୍ତ୍ତମାନ ଯେଉଁ ତାରାଟି ଆମର ଉତ୍ତର ଧ୍ରୁବ ନିକଟରେ ଅଛି, ତା’କୁ
ସାଧାରଣତଃ ଧ୍ରୁବତାରା କୁହାଯାଉଥିଲେ ସୁଦ୍ଧା ଏହାର ପ୍ରକୄତ ନାମ ପୋଲାରିସ୍ (Polaris) I ଏହା କିନ୍ତୁ ଠିକ୍ ଧ୍ରୁବ ଉପରେ ନରହି ବରଂ ଧ୍ରୁବଠାରୁ 10 ଡିଗ୍ରୀ
କୋଣରେ ଛାଡିକରି ରହିଛି I ଫଳରେ ଏହା ମଧ୍ୟ ଅନ୍ୟ ତାରାଙ୍କ ଭଳି ଧ୍ରୁବ ଚାରିପଟେ ଘୂରିଥାଏ I ଅବଶ୍ୟ ଏହା ଏତେ ଛୋଟ ବୄତ୍ତରେ ଘୂରେ ଯେ ତାହା ଆମକୁ ଜଣାପଡେ ନପଡି
ତାରାଟି ସ୍ଥିର ରହିଲା ପରି ଦେଖାଯାଏ I ପୁନଶ୍ଚ, ଆମର ଉତ୍ତର ଧ୍ରୁବ ନିକଟରେ
ଅନ୍ୟ କୌଣସି ଉଜ୍ଜ୍ୱଳ ତାରା ନଥିବାରୁ ଏହି ପୋଲରିସ୍ ତାରାକୁ ହିଁ ଧ୍ରୁବତାରା ରୂପେ ଧରି
ନିଆଯାଇଛି I
ପୋଲାରିସ୍ ତାରାଟି ଶିଶୁମାର ନକ୍ଷତ୍ରମଣ୍ଡଳର
ପୁଛଭାଗରେ ତଥା ସପ୍ତର୍ଷିମଣ୍ଡଳର ସମୁଖରେ ରହିଛି I ଏହା ଏକ ଦ୍ୱିତୀୟ ଉଜ୍ଜ୍ୱଳତା ( Second Magnitude)ର ତାରା ହୋଇଥିବାରୁ ଖାଲି ଆଖିକୁ ସ୍ପଷ୍ଟ ଜଣାପଡୁନଥିଲେ ସୁଦ୍ଧା
କିଟିକିଟିଆ କଳା ଅନ୍ଧାର ରାତିରେ ଏହା ଉତ୍ତର ଆକାଶରେ ଦପ୍ ଦପ୍ ହୋଇ ଆଲୁଅ ପ୍ରଦାନ କରୁଥିବାର ଏକ
ଜ୍ୟୋତିଷ୍କ ରୂପେ ବେଶ୍ ବାରି ହୋଇପଡେ I ବାସ୍ତବକ୍ଷେତ୍ରରେ, ଏହା ଦୁଇଟି ତାରାଙ୍କୁ ନେଇ ଗଠିତ I
ଦ୍ୱିତୀୟ ତାରାଟି ଖାଲି ଆଖିକୁ ଦେଖାଯାଉନଥିଲେ ସୁଦ୍ଧା ଦୂରବୀକ୍ଷଣ ଯନ୍ରରେ ସ୍ପଷ୍ଟ ଦେଖାଯାଏ I କୌତୁହଳର କଥା ହେଉଛି ଯେ, ଏହି ତାରାଟି ପୀତ ବର୍ଣ୍ଣର ଗୋଟିଏ ବିଶାଳକାୟ ନକ୍ଷତ୍ର ଯାହା ଏକ ନିର୍ଦ୍ଦିଷ୍ଟ ସମୟ
ଅନ୍ତରାଳରେ ନିଜର ଉଜ୍ଜ୍ୱଳତା ହ୍ରାସବୄଦ୍ଧି କରିଥାଏ I
ଆମର ଏହି ପୋଲାରିସ୍ ଧ୍ରୁବତାରାକୁ ଚିହ୍ନିବା ଅତି ସହଜ I ଉତ୍ତର ଆକାଶରେ ଦୄଶ୍ୟ ହେଉଥିବା ପ୍ରଶ୍ନବାଚକ ଚିହ୍ନ ଆକୄତିର ସପ୍ତର୍ଷିମଣ୍ଡଳର ପ୍ରଥମ ଦୁଇଟି ତାରାଙ୍କୁ ଯୋଗକରି ପ୍ରାୟ ପ୍ରାୟ ପାଞ୍ଚ ଗୁଣ ବାଟ ଆଗକୁ ଗଲେ ଏହି ତାରାଟି ପଡେ I ଧ୍ରୁବତାରା ଚାରିପଟେ ସପ୍ତର୍ଷିମଣ୍ଡଳ ରାତିସାରା ଘୂରୁଥିବା ସତ୍ତ୍ୱେ ଏହାର ପ୍ରଥମ ଦୁଇଟି ତାରା ସଦାସର୍ବଦା ଧ୍ରୁବତାରାକୁ ନିର୍ଦ୍ଦେଶ କରିଥାନ୍ତି I ଆମ ପୁରାଣରେ ବର୍ଣ୍ଣିତ ଅଛି ଯେ, ସପ୍ତର୍ଷିମଣ୍ଡଳରେ ଅଧିଷ୍ଠିତ ସାତ ଜଣ ପ୍ରାଚୀନ ରୁଷି ଧ୍ରୁବଙ୍କୁ ଧ୍ୟାନ ପୂର୍ବକ ରାତିସାରା ଏହି ତାରାକୁ ପ୍ରଦକ୍ଷିଣ କରିଥାନ୍ତି I ପୁନଶ୍ଚ, ସପ୍ତର୍ଷିମଣ୍ଡଳ ସାତୋଟି ଉଜ୍ଜ୍ୱଳ ତାରାଙ୍କୁ ନେଇ ଗଠିତ ଏକ ଦର୍ଶନୀୟ ନକ୍ଷତ୍ରମଣ୍ଡଳ ହୋଇଥିବାରୁ ଏହାର ଉପସ୍ଥିତି ଆମର ଏହି ଚଳିତ ଧ୍ରିବତାରାକୁ ଅନ୍ୟ ବିଗତ ଧ୍ରୁବତାରା ଅପେକ୍ଷା ବିଶେଷ ମାନ୍ୟତା ପ୍ରଦାନ କରିଛି I
ହିସାବରୁ
ଜଣାପଡେ ଯେ, ଏହି ତାରାଟି ପୄଥିବୀର ପ୍ରିସେସନ୍ ଗତି ଯୋଗୁଁ ବିସ୍ଥାପିତ ହୋଇ ଆକାଶଗୋଲର ପ୍ରକୄତ
ଧ୍ରୁବ ଆଡକୁ କ୍ରମଶଃ ଅଗ୍ରସର ହେଉଛି ଏବେଂ ଆଗାମୀ 2100 ଖ୍ରୀଷ୍ଟାବ୍ଦ ବେଳକୁ ଏହା ନିକତତମ ହୋଇ
ଧ୍ରୁବଠାରୁ ମାତ୍ର 1 ଡିଗ୍ରୀ ଦୂରତା ମଧ୍ୟରେ ଅବସ୍ଥାନ କରିବ I
ତା’ପରେ, ଏହା କ୍ରମଶଃ ଦୂରେଇ ଯାଇ ସମୟକ୍ରମେ ଆମ ପାଇଁ ଏକ ଅନାମଧେୟ ନକ୍ଷତ୍ରରେ ପରିଣତ ହେବ I ଏହା ଅତୀତରେ କଦାପି ଆମର ଧ୍ରୁବତାରା ନଥିଲା I ଗଣନାରୁ
ଜଣାଯାଏ ଯେ, ପିରାମିଡସବୁର ନିର୍ମାଣ ସମୟରେ ତକ୍ଷକ (Draco) ନକ୍ଷତ୍ରମଣ୍ଡଳର ଥୁବାନ୍ ନାମକ ଏକ ତାରା ସେତେବେଳର ଧ୍ରୁବତାରା
ଥିଲା ଏବଂ ଏହା ଏବେ ଦୂରକୁ ଘୁଞ୍ଚି ଗଲାଣି I ଆଜିଠାରୁ ପ୍ରାୟ 12,000
ବର୍ଷ ପରେ ଅଭିଜିତ (Vega) ନକ୍ଷତ୍ରମଣ୍ଡଳର ଏକ ତେଜୀୟାନ ତାରା
ଧ୍ରୁବତାରାର ସ୍ଥାନ ମଣ୍ଡନ କରିବ I
ସୁତରାଂ ଆମର ବହୁଚର୍ଚ୍ଚିତ ଧ୍ରୁବତାରାଟି ଯେ
ପ୍ରକୄତରେ ଏକ ଧ୍ରୁବ କିମ୍ବା ସ୍ଥିର ତାରା ନୁହେଁ ଏହା ଅବିଶ୍ୱାସ୍ୟ ହେଲେ ମଧ୍ୟ ସତ୍ୟ !
ନିକୁଂଜ ବିହାରୀ ସାହୁ
ଏଜୁକେଶନ୍
ଅଫିସର
ଆଞ୍ଚିଳିକ ବିଜ୍ଞାନ କେନ୍ଦ୍ର,
ଭୋପାଲ
ଫୋନ୍ : 8018708858
Comments
Post a Comment