ଦିଲ୍ଲୀର ବାୟୁ ପ୍ରଦୁଷଣ
ଇତି ମଧ୍ୟରେ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୁଷଣର ମାତ୍ରା ଆଶାତୀତ ବୄଦ୍ଧି ପାଇଛି I ମହାନଗରୀର ସମଗ୍ର ବାତାବରଣକୁ ଦିନବେଳେ ମଧ୍ୟ ଘନକୁହୁଡିର ଏକ ଆସ୍ତରଣ ସର୍ବଦା ଘେରି ରହୁଛି I ଏହାଦ୍ୱାରା ବାତାବରଣର ଦୄଶ୍ୟତା ( Visibility) ହ୍ରାସ ପାଇବା ସାଙ୍ଗକୁ ଶ୍ୱାସରୁଦ୍ଧ ପରିସ୍ଥିତି ସୄଷ୍ଟି ହେଉଛି I ଦୀପାବଳି ପରଠାରୁ ବାୟୁର ‘ବାୟୁ ଗୁଣବତ୍ତା ସୂଚକାଙ୍କ’ ( Air Quality Index- AQI) ମୂଲ୍ୟ କ୍ରମାଗତ ଭାବେ ‘ଗୁରୁତର’ ଅର୍ଥାତ ‘Severe’ ସୀମା ମଧ୍ୟରେ ରହୁଛି I ରାଜଧାନୀରେ ବାୟୁ ପ୍ରଦୁଷଣର ଏପରି ଦୁର୍ଗତି ପାଇଁ ମାନ୍ୟବର ସୁପ୍ରିମ କୋର୍ଟ ଘୋର ଉଦବେଗ ପ୍ରକାଶ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୁରନ୍ତ ଓ ଜରୁରୀକାଳୀନ ଭିତ୍ତିକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ I ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ଦିଲ୍ଲୀ ସରକାର ବିଦ୍ୟାଳୟଗୁଡିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖିବା ସହିତ ସରକାରୀ କର୍ମଚାରୀମାନଙ୍କୁ ଘରେ ରହି କାର୍ଯ୍ୟ କରିବା ( Work From Home)କୁ ପରାମର୍ଶ ଦେଇଥିଲେ I ଏହାଛଡା ରାଜଧାନୀରେ ଅଣଜରୁରୀ କାର୍ଯ୍ୟରେ ପ୍ରବେଶ କରୁଥିବା ଟ୍ରକ୍ ଗୁଡିକର ଗତିବିଧି ଉପରେ ମଧ୍ୟ ନିଷେଧାଦେଶ ଲାଗୁ କରାଯାଇଥିଲା I
କୌଣସି
ସ୍ଥାନୀୟ ଅଞ୍ଚଳର ବାୟୁର ଗୁଣବତ୍ତା ବାୟୁରେ
ଭାସମାନ କଣିକା ପଦାର୍ଥ ( Suspended Particulate Matter-SPM)ର ଉପସ୍ଥିତିର ମାତ୍ରା ଉପରେ ନିର୍ଭରଶୀଳ I ବିଗତ ଦିନମାନଙ୍କରେ ଦିଲ୍ଲୀର
ବାୟୂମଣ୍ଡଳରେ ଭାସମାନ କଣିକା ପଦାର୍ଥ
-2.5 ( SPM-2.5) ର ମୂଲ୍ୟ କ୍ରମାଗତ ଭାବେ 400 ଅଙ୍କ ଉପରେ ଅବସ୍ଥାନ କରୁଛି ଯାହା
ନିରାପଦ ସ୍ତରଠାରୁ ପ୍ରାୟ 7 ଗୁଣ ବେଶୀ I ଏପରି ବାୟୁକୁ
ପ୍ରଶ୍ୱାସରେ ଗ୍ରହଣ କରିବା ଦିନକୁ 50ଟି ସିଗାରେଟର ଧୂମପାନ କରିବା ସଙ୍ଗେ ସମାନ I ଦିଲ୍ଲୀର ଏଭଳି ବାୟୁମଣ୍ଡଳୀୟ ଅବସ୍ଥାକୁ ଦ୍ୱିତୀୟ
ବିଶ୍ୱଯୁଦ୍ଧ ସମୟର ହିଟଲରଙ୍କ କୁଖ୍ୟାତ ମୄତ୍ୟୁ ଶିବିର ( Hitler’s Death Camp) ସହିତ ତୁଳନା କରାଯାଉଛି ଯେଉଁଠି ହଜାର ହଜାର ଇହୁଦୀଙ୍କୁ ନିର୍ଦ୍ଦୟ
ଭାବେ ରୁଦ୍ଧ କୋଠରୀ ମଧ୍ୟରେ ଅବରୋଧ କରି ରଖି
ବିଷାକ୍ତ ଗ୍ୟାସ୍ ପ୍ରୟୋଗ ଜରିଆରେ ହତ୍ୟା କରାଯାଇଥିଲା I
ଦିଲ୍ଲୀରେ ପ୍ରତି ବର୍ଷ ଶୀତ ରୁତୁର ପ୍ରାରମ୍ଭରେ ନିମ୍ନ ତାପମାତ୍ରା ଯୋଗୁଁ
ବାୟୁପ୍ରବାହର ବେଗ ହ୍ରାସ ପାଉଥିବାରୁ
ବାୟମଣ୍ଡଳରେ ପ୍ରଦୁଷକ ପଦାର୍ଥସବୁ ସଞ୍ଚାଳିତ ହୋଇନପାରି ବାୟୁ ପ୍ରଦୁଷଣର ଏପରି ଚରମ ଦୂରବସ୍ଥା
ପରିଲକ୍ଷିତ ହୋଇଥାଏ I ଏଥିପାଇଁ ଆଖପାଖର ଜୀବାଶ୍ମ ଇନ୍ଧନ ଭିତ୍ତିକ ଶକ୍ତିକେନ୍ଦ୍ରସବୁରୁ
ଉତ୍ସର୍ଜିତ କଣିକା, ନିର୍ମାଣ କାର୍ଯ୍ୟକଳାପସବୁରୁ ନିର୍ଗତ ଧୂଳି ଓ ଗୁଣ୍ଡ , ଗାଡିମଟରରୁ ନିଷ୍କାସିତ ଧୂଆଁ ତଥା ଆବର୍ଜନାର ଖୋଲା ଦହନ
ଦ୍ୱାରା ନିର୍ଗତ ପାଉଁଶ ଦାୟୀ I ଏ କ୍ଷେତ୍ରରେ ଏକ ବଡ କାରକ ହେଲା ପଡୋଶୀ ରାଜ୍ୟର କୄଷକମାନଙ୍କର ଶସ୍ୟ
ଅମଳ ପରେ ଅବଶେଷସବୁକୁ ଜମିରେ ପୋଡି ଦେବା ଦ୍ୱାରା ବାୟୁମଣ୍ଡଳକୁ ନିର୍ଗତ ହେଉଥିବା ବିପୁଳ କଣିକା
ପଦାର୍ଥ I ଆହୁରି ମଧ୍ୟ, ଏ ସମୟରେ
ଦୀପାବଳି ପର୍ବ ପଡୁଥିବାରୁ ଲୋକେ ବାଣ ଫୁଟାଇବା ଦ୍ୱାରା ନିର୍ଗତ ଧୂଆଁ ଓ କଣିକା ବାୟୁ ପ୍ରଦୁଷଣର
ମାତ୍ରାକୁ ତ୍ୱରାନିତ କରିଥାଏ I
କୌଣସି ସ୍ଥାନର ‘ବାୟୁ ଗୁଣବତ୍ତା ସୂଚକାଙ୍କ (AQI)’ ମାନ
0 ରୁ 50 ମୂଲ୍ୟ ମଧ୍ୟରେ ରହିଲେ ‘ଉତ୍ତମ ( Good)’,
51 ରୁ 100 ମଧ୍ୟରେ ରହିଲେ ‘ସନ୍ତୋଷଜନକ ( Satisfactory)’, 100 ରୁ 200 ମଧ୍ୟରେ
ରହିଲେ ‘ମୄଦୁ (Moderate)’,
201 ରୁ 300 ମଧ୍ୟରେ ରହିଲେ ‘ଖରାପ ( Poor)’, 301
ରୁ 400 ମଧ୍ୟରେ ରହିଲେ ‘ ଅତି ଖରାପ ( Very Poor)’, 401 ରୁ 500
ମଧ୍ୟରେ ରହିଲେ ‘ଗୁରୁତର ( Severe)’ ଏବଂ 500 ରୁ ଉର୍ଦ୍ଧ୍ୱରେ ରହିଲେ ‘ଅତି ଗୁରୁତର ଜରୁରୀ ( Severe Plus
Emergency)‘ ଶ୍ରେଣୀର ଅନ୍ତର୍ଭୁକ୍ତ କରାଯାଏ I ଗତ
ଅକ୍ଟୋବର ମାସ ପରଠାରୁ ଦିଲ୍ଲୀର ‘ବାୟୁ
ଗୁଣବତ୍ତା ସୂଚକାଙ୍କ’ ମାନ କ୍ରମାଗତ ଭାବେ ‘ଗୁରୁତର ( Severe)’ ଶ୍ରେଣୀ ମଧ୍ୟରେ ଅବସ୍ଥାନ କରୁଛି ଏବଂ ଦ୍ରୁୄତ ‘ଅତି ଗୁରୁତର ଜରୁରୀ ( Severe
Plus Emergency Category)’ ସ୍ଥିତି ଆଡକୁ ଗତି କରୁଛି I ଏପରି ବିଷାକ୍ତ ବାୟୁକୁ ପ୍ରଶ୍ୱାସରେ ଗ୍ରହଣ କରିବା ସ୍ୱାସ୍ଥ୍ୟ ପକ୍ଷରେ ଅତ୍ୟନ୍ତ
କ୍ଷତିକାରକ ଏବଂ ଏହାଦ୍ୱାରା ବିଶେଷକରି ବୟସ୍କମାନେ ବିଭିନ୍ନ ଶ୍ୱାସ ଜନିତ ବ୍ୟାଧି ଯଥା ଆଜମା,
ନିଉମୋନିଆ ଏବଂ ଫୁସଫୁସ୍ କର୍କଟ ର ଶିକାର ହେବାର
ଆଶଙ୍କା ରହିଛି I ଏପରିକି, ଏଭଳି ବାୟୁର ସ୍ୱଳ୍ପ ମାତ୍ରାରେ ଗ୍ରହଣ
ଦ୍ୱାରା ସୁସ୍ଥ ଓ ତରୁଣ ବ୍ୟକ୍ତିମାନଙ୍କ ଉପରେ ମଧ୍ୟ ପ୍ରତିକୁଳ ପ୍ରଭାବ ପରିଲକ୍ଷିତ ହୋଇପାରେ I
ବିଶ୍ୱ
ସ୍ୱାସ୍ଥ୍ୟ ସଙ୍ଗଠନ (WHO) ର ଏକ ସର୍ବେକ୍ଷେଣରୁ ଜଣାଯାଏ ଯେ, ଦିଲ୍ଲୀ ବାୟୁ ପ୍ରଦୁଷଣ ଦୄଷ୍ଟିକୋଣରୁ ବିଶ୍ୱର ସମୁଦାୟ
1400ଟି ପ୍ରଦୁଷିତ ସହରମାନଙ୍କ ମଧ୍ୟରୁ ଅନ୍ୟତମ ଏବଂ ବାୟୁ ପ୍ରଦୁଷଣ ଯୋଗୁଁ ଦିଲ୍ଲୀରେ ବର୍ଷକୁ ପ୍ରାୟ 10,500 ଲୋକ ମୄତ୍ୟୁମୁଖରେ ପଡନ୍ତି I
ଦିଲ୍ଲୀରେ ବାୟୁ ପ୍ରଦୁଷଣ ଜନିତ ସମସ୍ୟା ନଥିଲେ ଦିଲ୍ଲୀବାସୀ ଅଧିକ 9 ବର୍ଷ କାଳ
ବଞ୍ଚିପାରନ୍ତେ ବୋଲି ଏକ ରିପୋର୍ଟରୁ ଜଣାଯାଏ I ନିକଟରେ ଆନ୍ତର୍ଜାତୀୟ ଗବେଷଣା ସଂସ୍ଥା ଲାନ୍ସେଟ ( Lancet) ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରୁ
ଜଣାପଡେ ଯେ, ଏକାକୀ 2019 ମସିହାରେ ଦିଲ୍ଲୀରେ ବାୟୁ ପ୍ରଦୁଷଣ ଯୋଗୁଁ ପ୍ରାୟ 17,500
ବ୍ୟକ୍ତିଙ୍କ ମୄତ୍ୟୁ ଘଟିଛି I ବାୟୁ ପ୍ରଦୁଷଣ ଯୋଗୁଁ ଦିଲ୍ଲୀରେ ବିଶେଷକରି ଶିଶୁ ଓ ମହିଳାମାନଙ୍କ ମଧରେ ଶ୍ୱାସ ଜନିତ ବ୍ୟାଧିମାନର ପ୍ରାଦୁର୍ଭାବ ଘଟୁଛି I ବାୟୁ ପ୍ରଦୁଷଣ ଯୋଗୁଁ ଦିଲ୍ଲୀରେ ଶୀତଦିନେ
ସ୍ୱଳ୍ପ ଦୄଶ୍ୟତା ହେତୁ ସଡକ ଦୁର୍ଘଟଣା ସଂଖ୍ୟା ଆଶାତୀତ ବୄଦ୍ଧି ପାଉଥିବାର ମଧ୍ୟ ଜଣାଯାଏ I ଆହୁରି ମଧ୍ୟ, ଭାରତୀୟ ପାଣିପାଗ ବିଭାଗ
( Indian
Meteorological Department –IMD) ଦ୍ୱାରା କରାଯାଇଥିବା ଏକ ସର୍ବେକ୍ଷେଣରୁ ଜଣାପଡେ ଯେ, ବାୟୁ ପ୍ରଦୁଷଣ
ଯୋଗୁଁ ଦିଲ୍ଲୀରେ 1988 ମସିହା ପରଠାରୁ ଶୀତଦିନର
ସର୍ବାଧିକ ତାପମାତ୍ରା କ୍ରମଶଃ ହ୍ରାସ ପାଇବାରେ ଲାଗିଛି I
ଦିଲ୍ଲୀକୁ ପ୍ରତି ବର୍ଷ ହଜାର ହଜାର
ପ୍ରବାସୀ ବ୍ୟକ୍ତି କାମଧନ୍ଦା ତଥା ଅନ୍ୱେଷଣରେ ଆସୁଥିବାରୁ ରାଜଧାନୀର ଜନସଂଖ୍ୟା କ୍ରମାଗତ
ବଢିବାରେ ଲାଗିଛି I ଦିଲ୍ଲୀରେ
ବିପୁଳ ଧୂଳି ନିର୍ଗତ ହେଉଥିବା ନିର୍ମାଣସ୍ଥଳୀଗୁଡିକର କାର୍ଯ୍ୟକଳାପ, ଶିଳ୍ପ ଜନିତ ଉତ୍ସର୍ଜନ
ଏବଂ ଜୀବାଶ୍ମ ଇନ୍ଧନ (ବିଶେଷକରି କୋଇଲା) ଭିତ୍ତିକ
କାରଖାନାର ସଂଖ୍ୟା ବୄଦ୍ଧି ଫଳରେ ରାଜଧାନୀର ପ୍ରଦୂଷଣ ସ୍ତର କ୍ରମାଗତ ବଢିବାରେ ଲାଗିଛି I ନାଗରିକମାନଙ୍କର ଜୀବନ ଧାରଣର ମାନରେ
ଉନ୍ନତି ଘଟୁଥିବାରୁ ଦିଲ୍ଲୀରେ କାର୍ ବିକ୍ରି ସଂଖ୍ୟାରେ ମଧ୍ୟ ଆଶାତୀତ ବୄଦ୍ଧି ଘଟିଛି I ଦିଲ୍ଲୀରେ ପଂଜୀକୄତ
1 କୋଟିରୁ ଉର୍ଦ୍ଧ୍ୱ ମଟରଗାଡି ଦୈନିକ ମହାନଗରୀର ରାଜରାସ୍ତାରେ ସ୍ଥାନ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି ଏବଂ ପ୍ରତି ରାତିରେ ପଡୋଶୀ
ରାଜ୍ୟମାନଙ୍କରୁ ଶହ ଶହ ଡିଜେଲ୍ ଧୂଆଁ ନିର୍ଗତ କରୁଥିବା ଟ୍ରକ୍ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ
କରି ରାଜଧାନୀରେ ପ୍ରବେଶ କରିଥା’ନ୍ତି I
ଏଭଳି ଉତ୍କଟ ସଙ୍କଟର ପ୍ରତିକାର
ସ୍ୱରୂପ ଦିଲ୍ଲୀକୁ ଆଗାମୀ ଦିନରେ ଦୀର୍ଘସୂତ୍ରୀ ସମାଧାନର
ପନ୍ଥା ଗ୍ରହଣ କରିବାକୁ ପଡିବ I ଛତୁ ଭଳି ଫୁଟୁଥିବା
ନିର୍ମାଣସ୍ଥଳୀଗୁଡିକର କାର୍ଯ୍ୟକଳାପକୁ ନିୟନ୍ତ୍ରିତ କରିବା ସଙ୍ଗେ ସଙ୍ଗେ ପ୍ରଦୁଷଣକାରୀ ଶିଳ୍ପସଂସ୍ଥାଗୁଡିକୁ
ସହର ବାହାରକୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ପଡିବ I ଗାଡିମଟରଗୁଡିକରୁ ନିର୍ଗତ ଉତ୍ସର୍ଜନକୁ
ନିୟମିତ ରୂପେ ତଦାରଖ କରିବାକୁ ପଡିବ I ପଡୋଶୀ ରାଜ୍ୟର କୄଷକମାନଙ୍କୁ ଶସ୍ୟ ଅମଳ ପରେ ଜମିରେ ଶସ୍ୟର ଅବଶେଷ
ସମୂହକୁ କିପରି ନିରାପଦ ରୂପେ ପରିବେଶପ୍ରିୟ
ଉପାୟରେ ନଷ୍ଟ କରାଯାଇ ପାରିବ , ସେ ସମ୍ପର୍କରେ ଶିକ୍ଷା ପ୍ରଦାନ କରାଯିବା ଆବଶ୍ୟକ
I ଆହୁରି ମଧ୍ୟ, ମହାନଗରୀର
ସମସ୍ତ ପ୍ରଦୁଷଣ-ପ୍ରବଣ ଡିଜେଲ୍ ଇଂଜିନ୍ ଯଥା ପୂରୁଣା ଜେନେରେଟର୍ ଓ ପମ୍ପସେଟ୍ କୁ ଉଛେଦ କରି ପରିବେଶୀୟ
ବୈଧାନିକ ମାନକ ସ୍ତର ଅନୁଯାୟୀ ନିମ୍ନ ଉତ୍ସର୍ଜନ ବିଶିଷ୍ଟ ତଥା ଦକ୍ଷ ଉପକରଣ ବ୍ୟବହାର କରିବାକୁ ପଡିବ I ପରିଶେଷରେ, କଠିନ ଆବର୍ଜନାସବୁର ଦହନ
ଦ୍ୱାରା ପରିବେଶକୁ ବିପୁଳ କଣିକା ପଦାର୍ଥ ନିର୍ଗମନ ହେଉଥିବାରୁ ସେଗୁଡିକର ସୂଚାରୁ
ଏକତ୍ରିକରଣ ଓ ବ୍ୟବସ୍ଥାପନ ଉପରେ ମଧ୍ୟ କଡା ନଜର
ରଖିବାକୁ ପଡିବ I
Comments
Post a Comment