ସନ୍ଧ୍ୟା ଆକାଶର ଦୂରବୀକ୍ଷଣରେ ଦୄଶ୍ୟ
ଏବେ ସନ୍ଧ୍ୟା ଆକାଶରେ ତିନୋଟି ଉଜ୍ଜ୍ୱଳ ଗ୍ରହ ଖାଲି ଆଖିକୁ ଦୄଶ୍ୟ ହେଉଛନ୍ତି I ଦୂରବୀକ୍ଷଣ ଯନ୍ତ୍ରରେ ସେଗୁଡୁକର ଦର୍ଶନ ଅତ୍ୟନ୍ତ ଚିତ୍ତାକର୍ଷକ ଏବଂ ଏକ ଅଭୁଲା ଅନୁଭୂତି I ସେ ତିନୋଟି ଗ୍ରହ ହେଲେ ଶୁକ୍ର , ବୄହସ୍ପତି ଓ ଶନି I ଏହି ଚିତ୍ତାକର୍ଷକ ଦୄଶ୍ୟ ଦେଖିବା ପାଇଁ ଆମ ନିକଟରେ ଅତି କମ୍ ରେ 3 ଇଞ୍ଚ ବ୍ୟାସ ତଥା 25 ପରିବର୍ଦ୍ଧନଶୀଳ କ୍ଷମତା ସମ୍ପନ୍ନ ଏକ ଛୋଟ ଦୂରବୀକ୍ଷଣ ଯନ୍ତ୍ର ଉପଲବ୍ଧ ହେବା ଆବଶ୍ୟକ I
ଦୂର ଅକାଶର ଦୀପ :
ଶୁକ୍ର
ଶୁକ୍ର ଆମ ସନ୍ଧ୍ୟାକାଶର ସବୁଠାରି ଉଜ୍ଜ୍ୱଳ ଜ୍ୟୋତିଷ୍କ I ଏହାକୁ ସାଧାରଣତଃ
‘ସନ୍ଧ୍ୟାତାରା’ ବୋଲି କୁହାଯାଏ I କେବେ କେବେ ଏହା ପୁଣି ଭୋର ଆକାଶରେ ମୁହଁ ଦେଖାଉଥିବାରୁ ଏହାକୁ
ମଧ୍ୟ ‘କୁଆଁତାରା’ ବୋଲି କହିଥାନ୍ତି I ମାତ୍ର
ଏହା ପ୍ରକୄତରେ ଏକ ତାରା ନୁହେଁ, ଗ୍ରହ I ଏହାର ଘନ ଅଙ୍ଗାରକାମ୍ଳ ଗ୍ୟାସ୍ ଯୁକ୍ତ ବାୟୁମଣ୍ଡଳ ସୂର୍ଯ୍ୟାଲୋକକୁ
ଭଲ ପ୍ରତିଫଳନ କରୁଥିବାରୁ
ଏହା ଅତିଶୟ ତେଜୋଦୀପ୍ତ ଜଣାପଡେ I ଖାଲି ଆଖିକୁ ଏହା ଝଟକୁଥିବା ଖଣ୍ଡେ ହୀରା ସଦୄଶ ଦେଖାଯାଏ I ମାତ୍ର
ଦୂରବୀକ୍ଷଣରେ ଦେଖିଲେ ଏହା ଗୋଲାକାର ପରିବର୍ତ୍ତେ ଚନ୍ଦ୍ର ଭଳି ବକ୍ରାକୄତି ସଦୄଶ ଦେଖାଯାଏ I ପ୍ରକୄତରେ ଏହା
ଚନ୍ଦ୍ରକଳା ସଦୄଶ କଳା ପ୍ରଦର୍ଶନ କରିଥାଏ I ଗ୍ରହଟିର ଏପରି ପରିବର୍ତ୍ତନଶୀଳ
ଅବସ୍ଥାକୁ ‘ଶୁକ୍ରକଳା’ କହନ୍ତି I ଦୂରବୀକ୍ଷଣର ଦୄଶ୍ୟରେ ଏହା କେତେବେଳେ ଦାଆ କିମ୍ବା ବଙ୍କୁଲିବାଡି
ସଦୄଶ ତ ଆଉ କେତେବେଳେ ଅଧା ଏବଂ ଅର୍ଦ୍ଧାଧିକ ଅବସ୍ଥାରେ ଦେଖିବାକୁ ମିଳେ I ମାତ୍ର ଖାଲି
ଆଖିରେ ଶୁକ୍ର ଗ୍ରହର ଏଭଳି ଚିତ୍ତାକର୍ଷକ କଳା ଦୄଶ୍ୟ ହୋଇ ନଥାଏ I
ଗ୍ୟାସୀୟ ଦାନବ : ବୄହସ୍ପତି
ସୌରଜଗତର ବୄହତ୍ତମ ଗ୍ରହ ବୄହସ୍ପତି
ସମ୍ପୂର୍ଣ୍ଣ ହାଇଡ୍ରୋଜେନ୍ ଗ୍ୟାସ୍ ରେ ଗଢା ଏକ ଗ୍ୟାସୀୟ ଦାନବ I ଶୁକ୍ର ପରେ ଏହା ରାତି ଆକାଶର ଦ୍ୱିତୀୟ ଉଜ୍ଜ୍ୱଳତମ ଗ୍ରହ I ଖାଲି ଆଖିକୁ ଏହା ଦେବଗୁରୁ ବୄହସ୍ପତିଙ୍କ ସଦୄଶ
ବେଶ୍ ତେଜୋଦୀପ୍ତ ଜଣାପଡେ I ମାତ୍ର ଦୂରବୀକ୍ଷଣର ଦୄଶ୍ୟରେ ଏହା
ଚାରିପଟେ ଚାରୋଟି ଛୋଟ ଆଲୋକବିନ୍ଦୁ ଘେରି ରହିଥିବାର ଦେଖାଯାଏ I ସେଗୁଡିକ ସମସ୍ତେ ବୄହସ୍ପତିର ବିଶୁବରେଖା
ତଳରେ ଏକ ସରଳରେଖାରେ ଅବସ୍ଥାନ କରିଥିବାର ଦେଖାଯାଏ I କିଛି ଦିନ ଛାଡି ଲକ୍ଷ୍ୟକଲେ, ଗ୍ରହ ଚାରିପଟେ ସେମାନଙ୍କ ଅବସ୍ଥାନ ପରିବର୍ତ୍ତିତ
ହେଉଥିବାର ଦେଖାଯାଏ I କେବେ କେବେ ବୄହସ୍ପତିର ବାମପଟେ ଦୁଇଟି ଓ ଡାହାଣପଟେ ଦୁଇଟି ତ ଆଇ କେବେ ଗୋଟିଏ ପଟେ
ତିନୋଟି ଏବଂ ଅନ୍ୟ ପଟେ ଗୋଟିଏ ଧାଡି ହୋଇ ରହିଥିବାର ଦେଖାଯାଏ I ପୁଣି କେବେ କେବେ ଚାରୋଟିରୁ କମ୍ ଅର୍ଥାତ କେବଳ
ଦୁଇଟି କିମ୍ବା ତିନୋଟି ଆଲୋକବିନ୍ଦୁ ହିଁ ଦେଖିବାକୁ ମିଳେ I ପ୍ରକୄତରେ, ଏହି ଆଲୋକବିନ୍ଦୁସବୁ ହେଉଛନ୍ତି ବୄହସ୍ପତିର ଚାରୋଟି ବଡ ଚନ୍ଦ୍ର I ବୄହସ୍ପତିର ଏହି ଚନ୍ଦ୍ରମାନଙ୍କୁ ଇଟାଲୀର
ଜ୍ୟୋତିର୍ବିଜ୍ଞାନୀ ଗାଲିଲିଓ 1610
ଖ୍ରୀଷ୍ଟାବ୍ଦରେ ଆବିଷ୍କାର କରିଥିବାରୁ ଏଗୁଡିକୁ ସାଧାରଣତଃ ‘ଗାଲିଲିଓଙ୍କ ଚନ୍ଦ୍ର’ ବୋଲି
କୁହାଯାଏ I ଏହି ଚନ୍ଦ୍ରମାନଙ୍କ ନାମ ହେଲା ଆୟୋ (Io), ୟୁରୋପା (Europa), କ୍ୟାଲିଷ୍ଟୋ ( Calisto) ଓ ଗ୍ୟାନିମିଡ୍ ( Ganymede) I ଏମାନଙ୍କ ମଧ୍ୟରୁ ସବୁଠାରୁ ବଡ ଚନ୍ଦ୍ର
ହେଲା ଗ୍ୟାନିମିଡ୍ ଯାହା ମଧ୍ୟ ସମଗ୍ର ସୌରଜଗତର ବୄହତ୍ତମ ଚନ୍ଦ୍ର I ଆୟୋ ଏକ ଆଗ୍ନେୟଗିରି ପରିପୂର୍ଣ୍ଣ ରାଇଜ ହୋଇଥିଲାବେଳେ କ୍ୟାଲିଷ୍ଟୋର ପୄଷ୍ଠଦେଶରେ ପୁରାତନ
ଗହ୍ୱର ଭଳି ଅନେକ କ୍ଷତଚିହ୍ନର ଦାଗ ଦେଖିବାକୁ ମିଳେ I ମାତ୍ର ଆମ ପାଇଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଚନ୍ଦ୍ର ହେଲା ୟୁରୋପା: ଏହାର ବରଫାବୄତ୍ତ ଚଟ୍ଟାଣ
ତଳେ ତରଳ ଜଳରାଶିର ବିଶାଳ ସମୁଦ୍ର ଥିବାର ଜଣାପଡେ ଯେଉଁଠି ଆଗାମୀ ଦିନରେ ପୄଥିବୀ ଭଳି କିଛି
ଜୀବନସତ୍ତା ବିକଶିତ ହେବାର ସମ୍ଭାବନା ଥିବାର ଅନୁମାନ କରାଯାଏ I ଏହି ଚନ୍ଦ୍ରଗୁଡିକ ବୄହସ୍ପତି ଚାରିପଟେ ଘୂରୁଥିବାରୁ ଦୂରବୀକ୍ଷଣର ଦୄଶ୍ୟରେ ଏଗୁଡିକର ସମୟାନୁସାରେ
ପରିବର୍ତ୍ତନଶୀଳ ଅବସ୍ଥାନ ଦେଖିବାକୁ ମିଳେ I
ଅନନ୍ୟ ଅବୟବଯୁକ୍ତ ଗ୍ରହ ଶନି
ସନ୍ଧ୍ୟାକାଶରେ ବୄହସ୍ପତି ଓ ଶୁକ୍ର
ମଧ୍ୟରେ ଈଷତ ହଳଦି ରଙ୍ଗର ଅପେକ୍ଷାକୄତ କମ୍ ଉଜ୍ଜ୍ୱଳ ଏକ ଜ୍ୟୋତିଷ୍କ ଖାଲି ଆଖିରେ ଦେଖିବାକୁ ମିଳେ
I ଏହା ପ୍ରକୃତରେ ଶନି ଗ୍ରହ I ମାତ୍ର ଦୂରବୀକ୍ଷଣରେ ଏହାର ଏକ ଅଧିକ ଅବୟବ ଯଥା ବଳୟ ରହିଥିବାର ଦେଖାଯାଏ I ବଳୟଟି ଗ୍ରହକୁ ତୀର୍ଯ୍ୟକ ଭାବେ ଘେରି ରହିଥିବାର ଦେଖାଯାଏ I ଆମେ ବଳୟକୁ ବଳୟ ତଳରୁ ଅର୍ଥାତ ପାର୍ଶ୍ୱପଟୁ ହିଁ ଦେଖୁଥିବାରୁ ଏହା ଆମକୁ କେବଳ ଗ୍ରହ
ମଧ୍ୟଭାଗରେ ଲମ୍ବିଯାଇଥିବା ଏକ ଆଲୋକରେଖା ସଦୄଶ
ଦେଖାଯାଏ I ଏହି ବଳୟଟି ଅତି ପତଳା ଏବଂ ମୋଟେଇରେ
ମାତ୍ର 1 କିଲୋମିଟର I ବଳୟଟି ମଧ୍ୟ ଏକ ଅବିଛିନ୍ନ ପିଣ୍ଡ ନୁହେଁ , ବରଂ ଏହା ଯଥେଷ୍ଟ ଦୂରତାରେ ଛାଡି ଛାଡି ରହିଥିବା ଅନେକ ଛୋଟବଡ ବରଫ ଓ ପଥର
ଖଣ୍ଡରେ ଗଢା I ମାତ୍ର ଆମେ ଅଭାବନୀୟ ଦୂରତାରୁ ଦେଖୁଥିବାରୁ ବଳୟଟି ଏକ ଅବିଛିନ୍ନ ପିଣ୍ଡ
ପରି ଦେଖାଯାଏ I ଗାଲିଲିଓ ସର୍ବପ୍ରଥମେ ଏହି ବଳୟକୁ ଦୂରବୀକ୍ଷଣରେ
ଲକ୍ଷ୍ୟ କରିଥିଲେ ସୁଦ୍ଧା ଏହାର ପ୍ରକୄତ ସ୍ୱରୂପ
ବୁଝିପାରି ନଥିଲେ I ଏହା ତା’ଙ୍କୁ ଗ୍ରହ ଉପରେ ଏକ କଳା ଗାର
ସଦୄଶ ପ୍ରତୀୟମାନ ହୋଇଥିଲା I ପରବର୍ତ୍ତୀ ସମୟରେ, ହଲଣ୍ଡର
ଜ୍ୟୋତିର୍ବିଜ୍ଞାନୀ ଖ୍ରିଷ୍ଟୀୟାନ ହାଇଜେନ୍ସ 1655
ଖ୍ରିଷ୍ଟାବ୍ଦରେ ଶନି ଗ୍ରହକୁ ନିଜ ଦୂରବୀକ୍ଷଣରେ
ଲକ୍ଷ୍ୟ କରି ଗ୍ରହ ଚାରିପଟେ ବେଢିଥିବା ଏହି ବଳୟ ରୂପେ ସଠିକ ଚିହ୍ନଟ କରିଥିଲେ I
ନିକୁଂଜ ବିହାରୀ ସାହୁ
ଏଜୁକେଶନ୍ ଅଫିସର
ଆଂଚଳିକ ବିଜ୍ଞାନ କେନ୍ଦ୍ର,
ଭୋପାଲ
ଫୋନ୍ : 8018708858
VERY INTERESTING INFORMATION
ReplyDeleteFantastic article
ReplyDeleteBahuta sundar sir
ReplyDelete