ସୂର୍ଯ୍ୟ ରାଇଜର ଝଡ
ସୂର୍ଯ୍ୟ ରାଇଜର ଝଡ
ଆମର ତାରା ସୂର୍ଯ୍ୟ ପୄଥିବୀରେ ସକଳ ଶକ୍ତିର ଆଧାର I
ମାତ୍ର ସୂର୍ଯ୍ୟ ବେଳେବେଳେ ଅଶାନ୍ତ ହୋଇ ଅତି ସକ୍ରିୟ ହୋଇ ଉଠେ I ସୂର୍ଯ୍ୟ ପୃଷ୍ଠରେ ଶକ୍ତିଶାଳୀ ଝଡମାନ ସୄଷ୍ଟି ହୁଏ I ତା’ର ପ୍ରଭାବ ପୄଥିବୀ ସମେତ ସାରା ସୌରଜଗତ ଉପରେ ପଡିଥାଏ I ଏହିପରି
ଏକ ଶକ୍ତିଶାଳୀ ଝଡ ନିକଟରେ ଅନ୍ତରୀକ୍ଷରେ ଅଦୄଶ୍ୟ ଭାବେ ଘଟି ଯାଇଛି I
ମାତ୍ର ସୂର୍ଯ୍ୟର ଏହି ଝଡ ଆମର ବାତ୍ୟା ଭଳି ପବନର ଏକ ଝଡ ନୁହେଁ ;
ଏହା ପ୍ରକୄତରେ ସୂର୍ଯ୍ୟର ବାୟୁମଣ୍ଡଳରେ ଏହା ପୄଷ୍ଠରୁ ନିର୍ଗତ ବିପୁଳ ଚାର୍ଜିତ କଣିକାସବୁର ଉତ୍ସର୍ଜନ ଯୋଗୁଁ ସୄଷ୍ଟି ହେଉଥିବା
ଶକ୍ତିଶାଳୀ ଚୁମ୍ବକୀୟ ଝଡ I
ଏହି ଝଡସବୁ ଆମର ସ୍ବାସ୍ଥ୍ୟ ଉପରେ କୌଣସି ପ୍ରତିକୂଳ ପ୍ରଭାବ
ପକାଉନଥିଲେ ସୁଦ୍ଧା ପୄଥିବୀର ଉପଗ୍ରହ ସଙ୍କେତ
ବ୍ୟବସ୍ଥା, ଯୋଗାଯୋଗ ବ୍ୟବସ୍ଥା, ଜି.ପି.ଏସ୍. (GPS) ବ୍ୟବସ୍ଥା , ବିଜୁଳି
ଶକ୍ତିକେନ୍ଦ୍ର , ମୋବାଇଲ ଫୋନ୍ , ରେଡିଓ ଓ
ଟେଲିଭିଜନ୍ ବ୍ୟବସ୍ଥା ଇତ୍ୟାଦିକୁ ଘୋର ବାଧାପ୍ରାପ୍ତ
କରିଥା’ନ୍ତି I ଏହାର
ପ୍ରଭାବରେ ଉଚ୍ଚ ଅକ୍ଷାଂଶ ସ୍ଥାନଗୁଡିକରେ ବାସ କରୁଥିବା ଲୋକମାନେ ଆକାଶରେ ରଙ୍ଗ ବେରଙ୍ଗର
ଆଲୁଅମାନ ଦେଖିଥାନ୍ତି ଯାହାକୁ ମେରୁ ଆଲୁଅ (Aurora) କୁହାଯାଏ I ସୂର୍ଯ୍ୟରୁ ଉତ୍ସର୍ଜିତ ଚାର୍ଜିତ କଣିକାସବୁ ପୄଥିବୀର ଚୁମ୍ବକୀୟ କ୍ଷେତ୍ର
ସଙ୍ଗେ ପ୍ରତିକ୍ରିୟା କରିବା ହେତୁ ମେରୁ ରାଇଜର ଅକାଶରେ ଏଭଳି ଦର୍ଶନୀୟ ଦୄଶ୍ୟ ଦେଖିବାକୁ ମିଳେ I ସୌର ଝଡ ପ୍ରକୄତରେ 4 ପ୍ରକାରର:
1.
ସୌର
ଶିଖା ( Solar Flare)
ସୂର୍ଯ୍ୟ ପୄଷ୍ଠରେ ବେଳେବେଳେ କଳା କଳା ଦାଗ ମାନ ଦେଖାଯାଏ ଯାହାକୁ ସୌର କଳଙ୍କ କହନ୍ତି I ସୌର କଳଙ୍କଗୁଡିକରେ ତୀବ୍ର ଚୁମ୍ବକୀୟ
କ୍ଷେତ୍ର କେନ୍ଦ୍ରୀଭୂତ ଥାଏ I ଏହି ସ୍ଥାନଗୁଡିକରେ କେନ୍ଦ୍ରୀଭୂତ ଥିବା ଚୁମ୍ବକୀୟ କ୍ଷେତ୍ରର ବଳରେଖା ଗୁଡିକରେ ବିଶୃଙ୍ଖଳା ସୄଷ୍ଟି ହେଲେ
ସୂର୍ଯ୍ୟ ପୄଷ୍ଠରେ ପ୍ରଚଣ୍ଡ ବିସ୍ଫୋରଣ ଘଟି ପ୍ଲାଜମାର ବିଶାଳକାୟ ପିଣ୍ଡମାନ ଅନ୍ତରୀକ୍ଷକୁ ବହୁ ଦୂର
ପର୍ଯ୍ୟନ୍ତ ଶିଖା ଆକାରରେ ନିର୍ଗତ ହୁଏ I ଏହି ଶିଖାମାନଙ୍କୁ ‘ସୌର ଶିଖା’ କୁହାଯାଏ I ଏହି ସମୟରେ
ମଧ୍ୟ ସୂର୍ଯ୍ୟର ତାପମାତ୍ରା ଓ ଉଜ୍ଜ୍ବଳତା ବହୁ
ଗୁଣ ବୄଦ୍ଧି ପାଏ I
2.
କିରୀଟ ମଣ୍ଡଳୀୟ ପିଣ୍ଡ ଉତ୍ସର୍ଜନ (Coronal Mass Ejection CME)
ବେଳେ ବେଳେ ସୂର୍ଯ୍ୟ ପୄଷ୍ଠରେ
ଚୁମ୍ବକୀୟ କ୍ଷେତ୍ରର ଘୋର ବିଶୃଙ୍ଖଳା
ଦେଖାଦେଲେ ବିଶାଳକାୟ ପିଣ୍ଡମାନ ସୂର୍ଯ୍ୟର କିରୀଟ ମଣ୍ଡଳ ମଧ୍ୟରେ କିମ୍ବା ଅନ୍ତରୀକ୍ଷକୁ ଛିଟିକି ପଡନ୍ତି I ଏହି ନିର୍ଗତ ପିଣ୍ଡରେ ଚୁମ୍ବକୀୟ
ପ୍ଲାଜମା ଏବଂ ଚାର୍ଜିତ କଣିକା ଯଥା ଇଲେକ୍ଟ୍ରନ ଓ ପ୍ରୋଟୋନ ମାନ ରହିଥା’ନ୍ତି I ସୌର ଶିଖା ତୁଳନାରେ କିରୀଟ ମଣ୍ଡଳୀୟ ପିଣ୍ଡର ଉତ୍ସର୍ଜନର ବ୍ୟାପ୍ତି ଓ ବେଗ କମ୍ I
3.
ଭୂ-ଚୁମ୍ବକୀୟ ଝଡ (Geomagnetic
Storm)
ସୂର୍ଯ୍ୟରେ ସୄଷ୍ଟି ହେଉଥିବା କିରୀଟ
ମଣ୍ଡଳୀୟ ପିଣ୍ଡ ଉତ୍ସର୍ଜନର ପ୍ରଭାବ ବେଳେବେଳେ ପୄଥିବୀକୁ ସଂପ୍ରସାରିତ ହୁଏ ଏବଂ ପୄଥିବୀର
ଚୁମ୍ବକୀୟ କ୍ଷେତ୍ର ମଧରେ ବହୁ ସଂଖ୍ୟକ ଚାର୍ଜିତ କଣିକାମାନ ପ୍ରବେଶ କରିବା ହେତୁ ପୄଥିବୀର ଆୟନ
ମଣ୍ଡଳ
(Ionosphere) ଓ ଚୁମ୍ବକ ମଣ୍ଡଳ ( Magnetosphere) ରେ ଉଚ୍ଚ ବିଦ୍ୟୁତ ସ୍ରୋତ ପ୍ରବାହିତ ହୋଇ
ପୄଥିବୀର ଚୁମ୍ବକୀୟ କ୍ଷେତ୍ରରେ ଘୋର ବିଶୃଙ୍ଖଳା ପରିଲକ୍ଷିତ ହୁଏ I ପୄଥିବୀରେ ଏଭଳି ଚୁମ୍ବକୀୟ ଝଡର ତୀବ୍ରତା
ସୌର କଳଙ୍କ ଚକ୍ରର ଅବସ୍ଥା ଅନୁସାରେ ବଦଳି ଥାଏ I ବିଗତ ଦିନରେ 1859
ମସିହାରେ ଘଟିଥିବା ଏକ ଶକ୍ତିଶାଳୀ ଭୂ-ଚୁମ୍ବକୀୟ ଝଡରେ ଯୁକ୍ତରାଷ୍ଟ୍ର ଆମେରିକାର
ଟେଲିଗ୍ରାଫ ବ୍ୟବସ୍ଥା ଘୋର କ୍ଷତିଗ୍ରସ୍ତ ହୋଇଥିଲାବେଳେ 1989 ମସିହାତେ ସଂଘଟିତ ଅନ୍ୟ ଏକ
ଭୂ-ଚୁମ୍ବକୀୟ ଝଡରେ କାନାଡାର କୁଇବେକ ସହରର ଅନେକ ବିଜୁଳିକେନ୍ଦ୍ର ସର୍ଟ- ସର୍କିଟ ହୋଇ ବିଜୁଳି
ଯୋଗାଣ ଗୁରୁତର ବାଧାପ୍ରାପ୍ତ ହୋଇଥିଲା I ଏହା ସହିତ ଦକ୍ଷିଣକୁ ବହୁ ଦୂର ପର୍ଯ୍ୟନ୍ତ ମେରୁ ଆଲୁଅ ( Aurora) ଗୁଡିକ ଦେଖା ଦେଇଥିଲେ I
4.
ସୌର ପ୍ରୋଟୋନ୍
ଘଟଣା ( Solar Proton Event)
ସୂର୍ଯ୍ୟ ପୄଷ୍ଠରୁ କିରୀଟ ମଣ୍ଡଳୀୟ
ପିଣ୍ଡ ଉତ୍ସର୍ଜନ ସମୟରେ ବହୁ ସଂଖ୍ୟାରେ ପ୍ରୋଟୋନ୍ କଣିକା ଉତ୍ସର୍ଜିତ ହୋଇଥାନ୍ତି ଯାହା ସୌରଜଗତର ସମସ୍ତ ଦିଗରେ
ଗତି କରିଥା’ନ୍ତି I ସେଥିରୁ କିଛି ପ୍ରୋଟୋନ୍ କଣିକା
ପୄଥିବୀ ଦିଗରେ ଗତି କରି ପୄଥିବୀର ଚୁମ୍ବକୀୟ କ୍ଷେତ୍ର ଭେଦ କରି ଆୟନ ମଣ୍ଡଳର କଣିକାଗୁଡିକୁ
ଆୟନିକୄତ କରିଥା’ନ୍ତି I ଏହି ଉଚ୍ଚ ଶକ୍ତି ସମ୍ପନ୍ନ ପ୍ରୋଟୋନ୍ କଣିକାସବୁ
କକ୍ଷରେ ଅବସ୍ଥାପିତ ଅନ୍ତରୀକ୍ଷଯାନ ଏବଂ
ମହାକାଶଚାରୀଙ୍କ ପାଇଁ ବିକିରଣ (Radiation) ଜନିତ
ଗୁରୁତର ସମସ୍ୟା ସୄଷ୍ଟି କରିଥା’ନ୍ତି
I
ସୂର୍ଯ୍ୟ ପୄଷ୍ଠରେ ଘଟୁଥିବା ପ୍ରତିଟି ଘଟଣା ପୄଥିବୀ ଉପରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ପ୍ରଭାବ ପକାଏ I ସୂର୍ଯ୍ୟ ପୄଷ୍ଠର ଏଭଳି ଘଟଣାକୁ ଏଡାଇ ଦେଇ ହେବ ନାହିଁ I ମାତ୍ର ଅତ୍ୟାଧୁନିକ ଜ୍ଞାନକୌଶଳ ଜରିଆରେ ସୁଦୂର ସୂର୍ଯ୍ୟ ରାଇଜରେ ଘଟୁଥିବା ଏଭଳି ଘଟଣା ଉପରେ କଡା ନଜର ରଖି ସେ ସମ୍ପର୍କରେ ଆଗୁଆ ସୂଚନା ଜାରି କଲେ ପୄଥିବୀରେ ଘଟୁଥିବା କ୍ଷୟକ୍ଷତିର ମାତ୍ରାକୁ ପ୍ରତିହତ କରିହେବ I
ନିକୁଂଜ ବିହାରୀ ସାହୁ
ଏଜୁକେଶନ୍ ଅଫିସର
ଆଂଚଳିକ ବିଜ୍ଞାନ କେନ୍ଦ୍ର,
ଭୋପାଲ
ଫୋନ୍ : 8018708858
Comments
Post a Comment