ଆମାଜନ୍ ବର୍ଷା ବନର ମାଳୀ
ଆମାଜନ୍ ବର୍ଷା ବନର ମାଳୀ 
                                                         
                                                  ନିକୁଂଜ ବିହାରୀ ସାହୁ
           ଆମାଜନ୍ ବର୍ଷାବନର ଜୈବବିବିଧତା ଏବଂ ସମ୍ପଦ ଉପରେ ଗବେଷଣା କରୁଥିବା
ଜଣେ ବ୍ରାଜିଲ୍ ବିଶ୍ବବିଦ୍ୟାଳୟର ଜଣେ ପରିବେଶବିତ୍ ଲୁକାସ୍ ପାଓଲୁକି ଟେପିର ( Tapir)  ନାମକ ଏକ ଜୀବକୁ ବିଲୁପ୍ତିର
ପଥେ ଅଗ୍ରସର ହେଉଥିବା ବର୍ଷାବନର ତ୍ରାଣକର୍ତ୍ତା  ସାଜିବ ବୋଲି ସିଦ୍ଧାନ୍ତରେ ପହଂଚିଛନ୍ତି I
ସେ ଏବେ ଜଙ୍ଗଲରୁ  ଏହି ଜୀବର ଗୋବର ସଂଗ୍ରହ କରି
ପରୀକ୍ଷା ନିରୀକ୍ଷାରେ ଲାଗିଛନ୍ତି I ତେବେ ପ୍ରଶ୍ନ ଉଟଃଏ: ଏହି ଜୀବର ଗୋବରରେ କ’ଣ ଅଛି ଯାହା ଆମାଜନ୍
ବର୍ଷାବନ ପାଇଁ ଆଗାମୀ ଦିନରେ ବରଦାନ ସାବ୍ୟସ୍ତ ହେବ? 
        ଏହି ଜୀବର ଗୋବରରେ ସମଗ୍ର ପୄଥିବୀର ଫୁସ୍ଫୁସ
ବୋଲି କୁହାଯାଉଥିବା ଆମାଜନ୍ ବର୍ଷାବନର ପୁନରୁଦ୍ଧାର ଓ ନବଜୀବନ ପ୍ରାପ୍ତିର ରହସ୍ୟ ଲୁକ୍କାୟିତ
ଥିବାର ଜଣା ପଡିଛି I ସଂପ୍ରତି ଜଙ୍ଗଲକଟା, ଅନିୟନ୍ତ୍ରିତ ପଶୁଚାରଣ, କୄଷି ତଥା ସହରିକରଣ ନିମନ୍ତେ
ଜଙ୍ଗଲପୋଡି ଭଳି  ମନୁଷ୍ୟକୄତ କାର୍ଯ୍ୟକଳାପ ଯୋଗୁଁ
ଆମାଜନ ଜଂଗଲ ଏବେ ଦ୍ରୁତ ସଂକୁଚିତ ହେବାକୁ ଯାଉଛି I
ଏହି ଧାରା ଅବ୍ୟାହତ ରହିଲେ, ଏହି ଜଙ୍ଗଲର ଏକ ବଡ ଭାଗ ଆଗାମୀ 2064 ମସିହା ବେଳକୁ ସମ୍ପୂର୍ଣ୍ଣ
ବିଲୁପ୍ତ ହୋଇଯିବ ବୋଲି ଆଶଙ୍କା କରାଯାଏ I ଆଉ ଏହି ସଙ୍କଟ ଜନକ ପରିସ୍ଥିତିରୁ
ବର୍ଷାବନକୁ ବିଲୁପ୍ତିର ପଥରୁ ରକ୍ଷା କରିବାରେ ବିଚିତ୍ର ଜୀବ ଟେପିର ସହାୟକ ହେବ ବୋଲି ସେ ଭରସା
ଦେଇଛନ୍ତି I 
               ଟେପିର ଏକ ତୄଣାଭୋଜୀ ଜୀବ I
ଏହାର ଲମ୍ବ 6.5 ଫୁଟ ,  ଉଚ୍ଚତା ପ୍ରାୟ 3 ଫୁଟ
ଏବଂ  ଓଜନ 150 କି.ଗ୍ରା. ରୁ 300 କି.ଗ୍ରା I  ଏହି ଜୀବର ଥାଏ ଛୋଟ ଛୋଟ ଗୋଡ, ଧଳା ଦାଗ
ଥିବା ଚେପେଟା କାନ, ଗୋଲାକାର ପଦାକୁ ବାହାରିଥିବା ପଶ୍ଚାତଭାଗ, ଗହଳ  ଲାଂଜ ଏବଂ ଚଉଡା 
ଖୁରା ଯୁକ୍ତ ପାଦ ଯାହା ତା’କୁ କାଦୁଅ କିମ୍ବା ନରମ ମାଟିରେ ସହଜରେ ଚାଲିବା ପାଇଁ ସାହାଯ୍ୟ କରେ I ଏହା ନିଜର ଥୋମଣିକୁ ଅକ୍ଳେଶରେ
ଚାରିପଟକୁ ଘୂରାଇ ଏବଂ ଆଗକୁ ଲମ୍ବେଇ ଗଛର ଡାଳପତ୍ର 
ଖାଇପାରେ I ଜୀବଟି  ଏକ ଶୁଣ୍ଢ ଥିବା ଘୁଷୁରି ସଦୄଶ
ଦେଖାଯାଉଥିଲେ ସୁଦ୍ଧା ବଂଶାନୁକ୍ରମିକ ଭାବେ ଏହା ଘୋଡା କିମ୍ବା ଗଣ୍ଡାର ପୂର୍ବଜ ବୋଲି ଜଣାଯାଏ I 
        ଲୁକାସ୍ ଗବେଷଣା ଆରମ୍ଭ ଦିନଠାରୁ ଆମାଜନ୍ ବର୍ଷାବନରେ
କ୍ୟାମେରା ଟ୍ରାପ୍ ସ୍ଥାପନ କରି ଏହି ଜୀବର ଗତିବିଧିକୁ ଲକ୍ଷ୍ୟ କରିବା ସହିତ  ଏହା ମଳତ୍ୟାଗ କରୁଥିବା ସ୍ଥାନକୁ ଚିହ୍ନଟ କରିଛନ୍ତି I ମାତ୍ର ଗବେଷଣାର
ସବୁଠାରୁ କଠିନ କାମ ଥିଲା  ଜୀବଟିର ଗୋବରକୁ
ଏକାଠି କରି ସେଥିରେ ସଂଚିତ ବୀଜସବୁକୁ ଛାଣି ଅଲଗା କରିବା I ଜୀବଟିର
ଗୋବରରେ ଏହି ସବୁ ଗଛର ପ୍ରାୟ  1,30,000  ବୀଜରୁ ମାତ୍ର 1% ନଷ୍ଟ ହୋଇ
ବାକି ସବୁ ସୁରକ୍ଷିତ ଥାଏ ବୋଲି ଗବେଷଣାରୁ ଜଣା ପଡିଛି I ଆହୁରି
ମଧ୍ୟ, ବୁରଲେଲେ ନାମକ ଏକ କୀଟ ଏହି ଗୋବରକୁ ପିଣ୍ଡୁଳା ପିଣ୍ଡୁଳା କରି ଗଡେଇ ଗଡେଇ ବୀଜକୁ  ବହୁ ଦୂର ସ୍ଥାନାନ୍ତରିତ କରିବାରେ ସାହାଯ୍ୟ କରେ ବୋଲି
ଜଣା ପଡିଛି I ଆହୁରି ମଧ୍ୟ, ଜୀବଟି ପୂର୍ଣ୍ଣାଙ୍ଗ ଜଙ୍ଗଲ ପରିବର୍ତ୍ତେ
ଉଜୁଡା ଜଙ୍ଗଲ ମଧ୍ୟରେ ବେଶି ସମୟ ଅତିବାହିତ କରେ ବୋଲି ଗବେଷଣାରୁ ଜଣା ପଡିଛି I ସମୟକ୍ରମେ, ଜୀବଟିର ଗୋବରରେ ସଂଚିତ ଏହି ବୀଜସବୁ ବର୍ଷାପାଣି ପାଇ
ଅଙ୍କୁରିତ ହୋଇ ନୂତନ ବୄକ୍ଷରେ ପରିଣତ ହୋଇ ବିଲୁପ୍ତିପଥର ଯାତ୍ରୀ ଉଜୁଡା ଆମାଜନ୍ ଜଙ୍ଗଲକୁ ସବୁଜିମାମୟ
 କରିବ ବୋଲି ବିଶ୍ବାସ କରାଯାଏ I
                                                                             ଏଜୁକେଶନ୍ ଅଫିସର
                                                                   
        ଆଂଚଳିକ ବିଜ୍ଞାନ କେନ୍ଦ୍ର, 
                                                                           
        ଭୋପାଲ
                                                                        
ଫୋନ୍ : 8917637974

 
Comments
Post a Comment