ଅମର କାବ୍ୟ ମହାଭାରତର ରଚନାସ୍ଥଳୀ : ବେଦବ୍ୟାସ
ଅମର କାବ୍ୟ ମହାଭାରତ କୌରବ ଓ ପାଣ୍ଡବ ଦୁଇ ଭାଇଙ୍କ ବଂଶ ମଧ୍ୟରେ ସଂଘଟିତ ଏକ ମହାସମରର ଅନବଦ୍ୟ ବର୍ଣ୍ଣନ I ଏହାର ରଚୟିତା ମହର୍ଷି ବେଦବ୍ୟାସ ଏହି ଅନବଦ୍ୟ ରଚନାରେ ନିଜର କଥାଚାତୁର୍ଯ୍ୟ, ରାଜନୀତିରେ କୂଟନୀତିର ପ୍ରୟୋଗ ଓ କଳ୍ପନାବିଳାସ ଶୈଳୀର ପରିଚୟ ଦେଇଛନ୍ତି I ମହର୍ଷି ବେଦବ୍ୟାସଙ୍କ ମହାଭାରତ ରଚନାସ୍ଥଳୀର ପ୍ରକୄତ ଅବସ୍ଥିତି ନେଇ ଅନେକ ବାଦବିବାଦ ରହି ଆସିଛି I କେତେକଙ୍କ ମତରେ, ବେଦବ୍ୟାସ ହିମାଳୟର କୌଣସି ଏକ ପବିତ୍ର ଗୁମ୍ଫା ମଧ୍ୟରେ ବସି ଏହି ରଚନା ସମ୍ପୂର୍ଣ୍ଣ କରିଥିଲେ ଯାହା ଅଜି ସମ୍ଭବତଃ ନେପାଳରେ ଅବସ୍ଥିତ I ଆଉ କେତେକଙ୍କ ମତରେ, ସେ କୁଆଡେ ଦକ୍ଷିଣ ଭାରତର ଗୋଦାବରୀ ନଦୀ ତଟରେ ଏହି କାବ୍ୟ ରଚନା କରିଥିଲେ I ମାତ୍ର ଆମ ଓଡିଶାରେ ବିଶ୍ୱାସ କରାଯାଏ ଯେ, ମହର୍ଷି ବେଦବ୍ୟାସ ରାଉରକେଲା ଉପକଣ୍ଠରେ ଥିବା ବ୍ରାହ୍ମଣୀ ନଦୀର ଉତ୍ପତ୍ତିସ୍ଥଳ ନିକଟସ୍ଥ ପାହାଡର ଏକ ଗୁମ୍ଫା ମଧ୍ୟରେ ଏହି ଅମର କାବ୍ୟ ରଚନା କରିଥିଲେ I ସୁତରାଂ ମହର୍ଷିଙ୍କ ନାମ ଅନୁସାରେ ଏ ସ୍ଥାନର ନାମ ବେଦବ୍ୟାସ ରଖାଯାଇଛି I
ଅନନ୍ୟ ପର୍ଯ୍ୟଟନସ୍ଥଳୀ
ରାଉଲକେଲା ସହରଠାରୁ ଅନତିଦୂରରେ ଅବସ୍ଥିତ ବେଦବ୍ୟାସ ଆମ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ I ପୌରାଣିକ ପୄଷ୍ଠଭୂମି, ଅନୁପମ ପ୍ରାକୄତିକ ସୌନ୍ଦର୍ଯ୍ୟ, ନଦୀର
ସଙ୍ଗମସ୍ଥଳୀ ତଥା ପବିତ୍ର ପରିସର ପାଇଁ ଏହା ଏକ ଉତ୍କୄଷ୍ଟ ପର୍ଯ୍ୟଟନସ୍ଥଳୀ I ପ୍ରତିଦିନ ଜିଲ୍ଲାରୁ
ଓ ଜିଲ୍ଲା ବାହାରୁ ବହୁ ଲୋକ ସଙ୍ଗମସ୍ଥଳୀ ପରିଦର୍ଶନ, ଅସ୍ଥି ବିସର୍ଜନ, ନଦୀରେ ପିତୄପୁରୁଷଙ୍କୁ
ପିଣ୍ଡଦାନ, ଶବ ସତ୍କାର, ବ୍ରତଘର କ୍ରିୟା ଇତ୍ୟାଦି ସମ୍ପାଦନ ନିମନ୍ତେ ଏଠାକୁ ଆସିଥାନ୍ତି I
ଶିବରାତ୍ରି ଦିନ ଏଠାରେ ଏକ ବିରାଟ ମେଳା ଆୟୋଜିତ ହୁଏ ଯେଉଁଠି ପଡୋଶୀ ରାଜ୍ୟ
ଝାଡଖଣ୍ଡ ଓ ଛତିଶଗଡରୁ ମଧ୍ୟ ଶହ ଶହ
ଶ୍ରଦ୍ଧାଳୁଙ୍କ ସମାଗମ ଘଟେ I
ପବିତ୍ର ସଙ୍ଗମସ୍ଥଳୀ
ଭୌଗଳିକ ଦୄଷ୍ଟିକୋଣରୁ ବେଦବ୍ୟାସ
ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ I
ଏହିଠାରେ ହିଁ ଦୁଇଟି ନଦୀ ଶଂଖ ଓ କୋଏଲ ମିଳିତ
ହୋଇ ବ୍ରାହ୍ମଣୀ ନଦୀ ସୄଷ୍ଟି କରୁଛନ୍ତି I
ବିଶ୍ୱାସ କରାଯାଏ ଯେ, ଆହ୍ଲାବାଦ ସଦୄଶ ଏଠାରେ ମଧ୍ୟ ଏକ ତୄତୀୟ
ଜଳଧାରା ‘ସରସ୍ୱତୀ’ ମିଳିତ ହୋଇ ଏକ ଅଦ୍ବିତୀୟ ତ୍ରିବେଣୀ ସଙ୍ଗମ ସୄଷ୍ଟି କରୁଥିଲା I ମାତ୍ର
ସରସ୍ୱତୀ ନଦୀ ଏବେ ବିଲୁପ୍ତ ଓ ପାତାଳୀ I ଶଂଖ ନଦୀର ଜଳ ଶ୍ୱେତ ବର୍ଣ୍ଣର ଓ କୋଏଲ୍ ନଦୀର ଜଳ
କୄଷ୍ଣ ବର୍ଣ୍ଣର ହୋଇଥିବାରୁ ସଙ୍ଗମସ୍ଥଳୀରେ ନଦୀ ଦୁଇଟିଙ୍କ ଉପସ୍ଥିତି ସ୍ପଷ୍ଟ ବାରିହୋଇ ପଡେ I
ବ୍ରାହ୍ମଣ ବେଦବ୍ୟାସଙ୍କ କର୍ମସ୍ଥଳୀ ଏହି ସଙ୍ଗମସ୍ଥଳୀରେ ଉତ୍ପତ୍ତି ହୋଇଥିବା ନଦୀକୁ
‘ବ୍ରାହ୍ମଣୀ’ ନାମରେ ନାମିତ କରାଯାଇଛି I
ଏହି ସଙ୍ଗମସ୍ଥଳୀରୁ ଛିଡାହୋଇ ପଶ୍ଚିମକୁ
ଚାହିଁଲେ ଯେଉଁ ପୋଲ ଦୃଷ୍ଟିଗୋଚର ହୁଏ ତାହ ଶଂଖ ନଦୀର ପୋଲ I ସେହିପରି, ଅନ୍ୟପଟେ ଯେଉଁ ପାହାଡ ପରିଲକ୍ଷିତ
ହୁଏ, ସେହିପଟୁ ପବାହିତ ହୋଇଥିବା ଜଳଧାରା ହେଲା କୋଏଲ୍ ନଦୀ I
ଶଂଖ ନଈ
ଏହା ପଡୋଶୀ ଝାଡଖଣ୍ଡ ରାଜ୍ୟରୁ ଉଦଗମ ହୋଇ ସେ ରାକ୍ୟରେ 67.5 କି.ମି. ପଥ ଅତିକ୍ରମ ପୂର୍ବକ ଛତିଶଗଡ ରାଜ୍ୟ ମଧରେ ପ୍ରବେଶ କରିଛି I
ଏହା ଛତିଶଗଡ ରାଜ୍ୟ ମଧରେ 50 କିମି ପଥ ଗତି କରି
ପୁଣି ଝାଡଖଣ୍ଡ ମଧ୍ୟରେ ପ୍ରବେଶ କରି 78 କିମି ପଥ ଅତିକ୍ରମ କରିଛି I
ଏହା ପରିଶେଷରେ ଓଡିଶା ମଧ୍ୟକୁ ପ୍ରବେଶ କରି 45 କିମି ପଥ ଅତିକ୍ରମ ପୂର୍ବକ ବେଦବ୍ୟାସଠାରେ
କୋଏଲ ନଦୀ ସହିତ ମିଳିତ ହୋଇଛି
I
କୋଏଲ ନଈ
ମୂଖ୍ୟ କୋଏଲ ନଈର ଦକ୍ଷିଣ ଶାଖା ପଡୋଶୀ ଝାଡଖଣ୍ଡ ରାଜ୍ୟର ଛୋଟନାଗପୁର ମାଳଭୂମିର
ଲୋହାରଡାଗା ନିକଟବର୍ତ୍ତୀ ଲୱାପାଣି ପ୍ରପାତ
ନିକଟରୁ ଉତ୍ପତ୍ତି ହୋଇ ସେହି ରାଜ୍ୟରେ 82.5 କି.ମି. ପଥ ଅତିକ୍ରମ ପୂର୍ବକ ଓଡିଶାରେ ପ୍ରବେଶ କରିଛି I ଏହାର ସମୁଦାୟ ଦୈର୍ଘ୍ୟ 225 କି.ମି. I
ବ୍ରାହ୍ମଣୀ ନଈ
ଏହି ନଈ ବେଦବ୍ୟସଠାରେ ଶଂଖ ଓ କୋଏଲ
ନଦୀର ସଙ୍ଗମସ୍ଥଳୀରୁ ଉତ୍ପନ୍ନ ହୋଇ ତଳଦିଗରେ ଗତି କରି ସୁନ୍ଦରଗଡ, ଅନୁଗୁଳ, ଦେବଗଡ,
ଢେଙ୍କାନାଳ, କଟକ, ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲା ଦେଇ ପ୍ରବାହିତ ହୋଇ ଧାମରାଠାରେ ବଙ୍ଗୋପ
ସାଗରରେ ନିଷ୍କାସିତ ହେଉଛି I ଏହାର ସମୁଦାୟ ଦୈର୍ଘ୍ୟ 480 କି.ମି. ଏବଂ ଏହା ଆମ ରାଜ୍ୟରେ ମହନଦୀ ପରେ ଦ୍ବିତୀୟ
ଦୀର୍ଘତ୍ତମ ନଈ I ସ୍ଥାନଟିକୁ ଅମର କରିଥିବା ବ୍ରାହ୍ମଣ ବେଦବ୍ୟାସଙ୍କ ନାମାନୁସାରେ ନଦୀଟିକୁ ବ୍ରାହ୍ମଣୀ
ବୋଲି ନାମିତ କରାଯାଇଥିବାର ବିଶ୍ବାସ ଅଛି I
ପୌରାଣିକ ଉପାଖ୍ୟାନ
ପୁରାଣର ଉପାଖ୍ୟାନ ଅନୁସାରେ, ପରାଶର ମୁନି ଏକଦା ଏହି ନଦୀ କୂଳରେ ଅବସ୍ଥିତ
ଏକ ଧୀବର ମୂଖିଆ ଦାସରାଜାଙ୍କ ଗୄହରେ ରାତ୍ରି ଯାପନ କରିଥିଲେ I ସକାଳେ ଧୀବର ମୂଖିଆ ନିଜ କନ୍ୟା
ମତ୍ସ୍ୟଗନ୍ଧାଙ୍କୁ ନୌକାରେ ମୁନିଙ୍କୁ ନଦୀ ପାର କରି ଅନ୍ୟ ତଟରେ ପହଂଚାଇବା ପାଇଁ ନିର୍ଦ୍ଦେଶ ଦେଲେ I ନୌକାଯାତ୍ରା ସମୟରେ ମୁନି
ମତ୍ସ୍ୟଗନ୍ଧାଙ୍କ ସୌନ୍ଦର୍ଯ୍ୟରେ ଆକୄଷ୍ଟ ହୋଇ ନଦୀ ମଝିରେ ତାଙ୍କର ସାହଚର୍ଯ୍ୟ କାମନା ଭିକ୍ଷା
କଲେ I ସର୍ବସାଧାରଣରେ ଏଭଳି ଅଭାବନୀୟ ଘଟଣା
ପ୍ରତି ମତ୍ସ୍ୟଗଂଧା ଘୋର ସଂଶୟ ପ୍ରକଟ କରି ନିଜର
ଅନିଛୁକତା ବ୍ୟକ୍ତ କରିବାରୁ ମୁନି ନିଜର ତପ ବଳରେ ନଦୀ ମଧ୍ୟରେ ଏକ କତ୍ରିମ ଦ୍ବୀପ ସୄଷ୍ଟି କରି ସେଠାରେ ନୌକା ଅଟକାଇ ନିଜର ବାସନା ପୂରଣ ପାଇଁ
ମତ୍ସ୍ୟଗନ୍ଧାଙ୍କୁ ପ୍ରସ୍ତାବ ଦେଲେ I ମାତ୍ର ମତ୍ସ୍ୟଗନ୍ଧା ନିଜ ଶରୀରରୁ ନିର୍ଗତ ମତ୍ସ୍ୟ ସଦୄଶ ଦୁର୍ଗନ୍ଧ
ଯୋଗୁଁ ଏ ମିଳନ ମଧ୍ୟ ସମ୍ଭବ ନୁହେଁ ବୋଲି
ମତପ୍ରକାଶ କଲେ I ସେଇଠୁ ମୁନି ନିଜର ତପ ବଳରେ
ମତ୍ସ୍ୟଗନ୍ଧାଙ୍କୁ ଯୋଜନଗନ୍ଧାରେ ପରିଣତ କରି ତାଙ୍କ ଶରୀରକୁ ଅପୂର୍ବ ସୁରଭିତ କରିଦେଲେ ଯାହା
ଯୋଜନ ଯୋଜନ ଦୂରତାକୁ ପ୍ରସରି ଗଲା I ସେବେଠାରୁ ମତ୍ସ୍ୟଗନ୍ଧା ସତ୍ୟବତୀ ନାମରେ ପରିଚିତ ହେଲେ I ତଥାପି ମତ୍ସ୍ୟଗନ୍ଧା ଲୋକଲଜ୍ଜା ଭୟରେ
ମୁନିଙ୍କ ପ୍ରସ୍ତାବରେ ଅସୁରକ୍ଷିତ ମଣିବାରୁ ମୁନି ପୁନଶ୍ଚ ଚତୁପାର୍ଶ୍ବରେ କୁହୁଡି ସଦୄଶ ଏକ ଆସ୍ତରଣ ସୄଷ୍ଟି କଲେ I ମତ୍ସ୍ୟଗନ୍ଧା ମୁନିଙ୍କ ନିକଟରେ ବର
ପ୍ରାର୍ଥନା କଲେ ଯେ ଯେପରି ମିଳନ ସତ୍ତ୍ବେ ତାଙ୍କର
କୌମାରିତ୍ବ ଅକ୍ଷୁର୍ଣ୍ଣ ରହିବ ଏବଂ ତାଙ୍କର ଏକ
ତେଜସ୍ବୀ ପୁତ୍ର ସନ୍ତାନ ଜନ୍ମ ହେବ I ମୁନି ମତ୍ସ୍ୟଗନ୍ଧାଙ୍କ ଅନୁରୋଧ ସଙ୍ଗେସଙ୍ଗେ
ପୂରଣ କଲେ I ବର ଅନୁସାରେ ମତ୍ସ୍ୟଗନ୍ଧାଙ୍କ କୌମାରିତ୍ବ ଅକ୍ଷୁର୍ଣ୍ଣ
ରହିଲା ଏବଂ ପୂର୍ବର କଥା କେହି ଏବଂ ଏପରିକି ତାଙ୍କର ପତି ରାଜା ଶାନ୍ତନୁ ମଧ୍ୟ ଜାଣି ପାରିଲେ ନାହିଁ I ସମୟକ୍ରମେ ମତ୍ସ୍ୟଗନ୍ଧାଙ୍କ ଔରସରୁ ଏକ
ପୁତ୍ର ସନ୍ତାନ ଜନ୍ମ ହେଲା ଯାହାଙ୍କୁ କୄଷ୍ଣ ରଙ୍ଗର ଶରୀର ବର୍ଣ୍ଣ ହେତୁ କୄଷ୍ଣ ଦ୍ବୀପାୟନ
ବୋଲି ନାମିତ କରାଗଲା I କୄଷ୍ଣ ଦ୍ବୀପାୟନ
ପରେ ଶିକ୍ଷାଲାଭ କରି ବ୍ୟାସ ନାମରେ ଖ୍ୟାତ ହୋଇ ଦୁନିଆର ଶ୍ରେଶ୍ଠ ପୁରାଣ
ଗ୍ରନ୍ଥ ମହାଭାରତ ରଚନା କଲେ I ବ୍ୟାସ ନିଜର ମୁଖ ନିସୄତ ଅଠର ଖଣ୍ଡ ମହାଭାରତ ଗ୍ରନ୍ଥର ଶ୍ଳୋକସବୁକୁ
ସଠିକ ଭାବେ ଲେଖନୀ ଦ୍ବାରା ଲିଖନ କରିବା ପାଇଁ
ଗଣେଶଙ୍କୁ ଅନୁରୋଧ କଲେ I ମାତ୍ର ଗଣେଶ ଏକ ସର୍ତ୍ତ ରଖିଲେ ଯେ ବ୍ୟାସ ଗାୟନ ମଝିରେ ଅଟକିବେ ନାହିଁ ଏବଂ ଅଟକିଗଲେ ସେ
ଲିଖନ ବନ୍ଦ କରିଦେବେ I ଏଥିରେ ବ୍ୟାସ ରାଜି ହେବାରୁ ମହାଭାରତ ଗ୍ରନ୍ଥ ଲିଖନ ଆରମ୍ଭ ହେଲା I
ଅନ୍ୟାନ୍ୟ ଆକର୍ଷଣ
ଶଂଖ ଓ କୋଏଲ ନଦୀର ସଙ୍ଗମସ୍ଥଳ ବ୍ୟତୀତ ଏକ
ମନ୍ଦିର ସ୍ଥାନଟିର ପ୍ରମୁଖ ଆକର୍ଷଣ I ଅମର କାବ୍ୟ
ମହାଭାରତ ଗ୍ରନ୍ଥର ସ୍ମାରକୀ ବହନ କରି ଏଠାରେ ଏବେବି ବେଦବ୍ୟାସ ଗୁମ୍ଫା ଏବଂ ଗଣେଶଙ୍କର
ପ୍ରତିମୂର୍ତ୍ତି ବିଦ୍ୟମାନ I
ମାତ୍ର ମୄତ୍ତିକା କ୍ଷୟ ଯୋଗୁଁ ଏହି ଗୁମ୍ଫା ମଧ୍ୟକୁ ଏବେ ପ୍ରବେଶ କରିହେଉ ନାହିଁ I ଅତୀତରେ ଏକ ଭୂତଳ ସୁଡଙ୍ଗ କୁଆଡେ ଏହି ଗୁମ୍ଫାକୁ ନଦୀ ସହିତ ସଂଯୋଗ
କରୁଥିଲା ଯେଉଁ ମାର୍ଗ ଦେଇ ବ୍ୟାସ ସମସ୍ତଙ୍କ ଅଗୋଚରରେ ନଦୀକୁ ପୂଜାର୍ଚ୍ଚନା ପାଇଁ ଯାଇ
ପାରୁଥିଲେ I ମନ୍ଦିରରେ ଥିବା ଗୋଟିଏ ପୁରାତନ
ଶିବଲିଙ୍ଗ ମଧ ଏକ ରହିଛି I ପ୍ରତି ବର୍ଷ
ଶିବରାତ୍ରି ଦିନ ଶହଶହ ଭକ୍ତ ଏଠାରେ ସମ୍ମିଳିତ ହୋଇଥାନ୍ତି I ମନ୍ଦିର ପରିସରରେ ସରସ୍ବତୀ କୁଣ୍ଡ
ବିଦ୍ୟମାନ ଯେଉଁଠାରୁ ଏକ ଜଳଧାରା ସରସ୍ବତୀ ଉଦଗମ ହୋଇ ସଙ୍ଗମସ୍ଥଳୀରେ ମିଳିତ ହୋଇଛି I ଶାସ୍ତ୍ରୀୟ ଶୈଳୀରେ
ଶିକ୍ଷାଦାନ କରାଯାଉଥିବା ଏକ ଗୁରୁକୂଳ ଆଶ୍ରମ ମଧ୍ୟ ଏଠାକାର ଅନନ୍ୟ ଆକର୍ଷଣ I
ପହଞ୍ଚିବେ କିପରି?
ବେଦବ୍ୟାସ ରାଉରକେଲା ମୂଖ୍ୟ
ରେଳଷ୍ଟେସନଠାରୁ ପ୍ରାୟ 15 କିମି ଦୂରରେ ଅବସ୍ଥିତ I ରାଉରକେଲା ସହରକୁ ଟ୍ରେନ୍ କିମ୍ବା
ବସରେ ଯାଇ ସେଠାରୁ ଅଟୋ କିମ୍ବା ଓଲା ଭଡା କରି ସଡକପଥରେ ବେଦବ୍ୟାସଠାରେ ପହଞ୍ଚି ହେବ I
ନିକୁଂଜ ବିହାରୀ ସାହୁ
ଏଜୁକେଶନ୍ ଅଫିସର
ଆଂଚଳିକ ବିଜ୍ଞାନ କେନ୍ଦ୍ର
ଭୋପାଲ
JAHA NAHIN BHARATE TAHA NAHIN MARATE. GREAT EXCELLENT ARTICLE NARATING OUR GREAT NOBLE ANCESTORS.
ReplyDelete