ମେଡିକାଲ ଅକ୍ସିଜେନ୍
ମେଡିକାଲ ଅକ୍ସିଜେନ୍
ନିକୁଂଜ ବିହାରୀ ସାହୁ
ଏବେ ଆମ ଦେଶରେ ମେଡିକାଲ ଅକ୍ସିଜେନର ସଙ୍କଟ ଯୋଗୁଁ ବହୁ କୋରୋନା ରୋଗୀ ମୄତ୍ୟୁର ଶିକାର ହେଉଛନ୍ତି I
ଏପରିକି ସରକାର ବିଦେଶରୁ 50 ହଜାର ମେଟ୍ରିକ ଟନ୍ ମେଡିକାଲ ଅକ୍ସିଜେନ କ୍ରୟ କରିବା ପାଇଁ
ପ୍ରୟାସ କରୁଛନ୍ତି I ତେବେ ପ୍ରଶ୍ନ ଉଠେ : ମେଡିକାଲ ଅକ୍ସିଜେନ କ’ଣ ଏବଂ ଏହା
ସାଧାରଣ ଅକ୍ସିଜେନଠାରୁ ଅଲଗା କିପରି ? ଆମ
ବାୟୁମଣ୍ଡଳରେ 21% ଅର୍ଥାତ ଏକ-ପଂଚମାଂଶ ଅକ୍ସିଜେନ
ଥିଲାବେଳେ ଏହାକୁ ବାୟୁମଣ୍ଡଳରୁ ସିଧାସଳଖ ଗ୍ରହଣ କରି ସିଲିଣ୍ଡରରେ ଭର୍ତ୍ତି ପୂର୍ବକ ରୋଗୀଙ୍କ
ଶ୍ବାସକ୍ରିୟା ନିମନ୍ତେ ହସପିଟାଲକୁ ଯୋଗାଣ କରାଯାଇ ପାରିବ ନାହିଁ କାହିଁକି ? ମେଡିକାଲ
ଅକ୍ସିଜେନ ପ୍ରସ୍ତୁତ କରାଯାଏ କିପରି, ଇତ୍ୟାଦି
ଇତ୍ୟାଦି?
ମେଡିକାଲ ଅକ୍ସିଜେନ
କ’ଣ?
ଆଇନ ଅନୁସାରେ ମେଡିକାଲ ଅକ୍ସିଜେନ ସ୍ବାସ୍ଥ୍ୟକ୍ଷେତ୍ର ନିମନ୍ତେ ଏକ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯାହାକୁ 2015ରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ସୂଚୀରେ
ଅନ୍ତର୍ଭୁକ୍ତ କରାଯାଇଛି I ଏହା ମଧ୍ୟ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ସୂଚୀରେ ଏକ ଅତ୍ୟାବଶ୍ୟକୀୟ ସାମଗ୍ରୀ
ରୂପେ ମାନ୍ୟତା ଲାଭ କରିଛି I
ମେଡିକାଲ ଅକ୍ସିଜେନର ତାତ୍ପର୍ଯ୍ୟ ହେଉଛି 98% ପର୍ଯ୍ୟନ୍ତ ବିଶୁଦ୍ଧ ଅକ୍ସିଜେନ ଯାହା ଅନ୍ୟ ପଦାର୍ଥ ଯଥା ଧୂଳିକଣା, ଜଳୀୟବାଷ୍ପ ଏବଂ ବିଭିନ୍ନ
ଗ୍ୟାସ ସବୁରୁ ମୁକ୍ତ ଥାଏ I
ଆମ ଚାରିପଟେ ଥିବା ବାୟୁମଣ୍ଡଳରେ ମାତ୍ର 21%
ଅକ୍ସିଜେନ ଉପଲବ୍ଧ ଅଛି I
ମାତ୍ର ଏହାକୁ ହସପିତାଲରେ ଜରୁରୀକାଳୀନ ଆବଶ୍ୟକତା ନିମନ୍ତେ ବିନିଯୋଗ କରାଯାଇ ପାରିବ ନାହିଁ I
ମେଡିକାଲ ଅକ୍ସିଜେନକୁ ପ୍ରକୄତପକ୍ଷରେ ବଡ ବଡ କାରଖାନାରେ ତରଳ ରୁପରେ ପ୍ରସ୍ତୁତ କରି ବିତରଣ କରାଯାଏ I
ମେଡିକାଲ ଅକ୍ସିଜେନ
ପ୍ରସ୍ତୁତ କରାଯାଏ କିପରି ?
ଯେପରି ଜଳକୁ 0 ଡିଗ୍ରୀ ସେଲସିୟସ
ତାପମାତ୍ରାକୁ ଥଣ୍ଡା କଲେ ଏହା ଅବସ୍ଥା ପରିବର୍ତ୍ତନ କରି ବରଫ ଏବଂ 100 ଡିଗ୍ରୀ ସେଲସିୟସ ତାପମାତ୍ରାକୁ ଗରମ କଲେ ଅବସ୍ଥା ପରିବର୍ତ୍ତନ
କରି ବାଷ୍ପରେ ପରିଣତ ହୁଏ , ସେହିପରି ବାୟୁରେ ଥିବା ଅକ୍ସିଜେନ, ନାଇଟ୍ରୋଜେନ୍ ସମେତ ବିଭିନ୍ନ ଗ୍ୟାସ୍ ତାପମାତ୍ରା ଅନୁସାରେ ସେମାନଙ୍କ
ଅବସ୍ଥା ପରିବର୍ତ୍ତନ କରିଥା’ନ୍ତି I ପ୍ରକୄତପକ୍ଷରେ, ସେମାନଙ୍କ ସ୍ଫୁଟନାଙ୍କ (Boiling Point) ଅତି
କମ୍ ଥିବାରୁ ସେମାନେ ସାଧାରଣ ବାୟୁମଣ୍ଡଳୀୟ ତାପମାତ୍ରାରେ ଗ୍ୟାସ୍ ରୂପରେ ଥା’ନ୍ତି I ଅକ୍ସିଜେନ -183 ଡିଗ୍ରୀ ସେଲସିୟସ ତାପମାତ୍ରାରେ
ଅବସ୍ଥା ପରିବର୍ତ୍ତନ କରି ତରଳରୁ ଗ୍ୟାସ୍ ରୂପରେ ପହଂଚି ଥାଏ I
ଫଳରେ ଗ୍ୟାସୀୟ ଅକ୍ସିଜେନକୁ -183 ଡିଗ୍ରୀ ସେଲସିୟସରୁ
ଅଧିକ ଥଣ୍ଡା କଲେ ତାହା ତରଳ ଅକ୍ସିଜେନରେ ପରିଣତ ହୋଇଥାଏ I
ମେଡିକାଲ ଅକ୍ସିଜେନ ପ୍ରସ୍ତୁତ ନିମନ୍ତେ
ଆମ ଚାରିପଟର ବାୟୁମଣ୍ଡଳରୁ ଶୁଦ୍ଧ ଅକ୍ସିଜେନକୁ
ବୈଜ୍ଞାନିକ ପ୍ରଣାଳୀରେ ପୄଥକ କରାଯାଇଥାଏ I
ବାୟୁର ଗଠନ ଅନୁସାରେ, ଏହାର 78% ଭାଗ ନାଇଟ୍ରୋଜେନ୍, 21%
ଭାଗ ଅକ୍ସିଜେନ
ଏବଂ ଅବଷିଷ୍ଟ 1% ଭାଗ ଆର୍ଗନ୍, ହିଲିୟମ୍, ନିୟନ୍, କ୍ରିପ୍ଟନ୍,
ଜେନୋନ୍ ଭଳି କିଛି ଗ୍ୟାସରେ ଗଢା I ଏହି
ସବୁ ଗ୍ୟାସର ସ୍ଫୁଟନାଙ୍କ ଅତି କମ୍ ହୋଇଥିଲେ ମଧ୍ୟ
ଅଲଗା ଅଲଗା I ଫଳରେ ଆମେ ବାୟୁକୁ ଥଣ୍ଡା କଲେ -108 ଡିଗ୍ରୀ ସେଲସିୟସ
ତାପମାତ୍ରାରେ ପ୍ରଥମେ ଜେନୋନ୍ ଗ୍ୟାସ୍ ତରଳୀକୄତ ହେବାରୁ ଏହାକୁ ଅଲଗା କରାଯାଇ ପାରେ I ତା’ପରେ -153 ଡିଗ୍ରୀ ସେଲସିୟସ ତାପମାତ୍ରାରେ କ୍ରିପ୍ଟନ୍ ଗ୍ୟାସ୍ ତରଳୀକୄତ
ହୋଇ ଅଲଗା ହୋଇଯାଏ I ଆଉ ତା’ପରେ, ଅକ୍ସିଜେନ୍ -183
ଡିଗ୍ରୀ ସେଲସିୟସ
ତାପମାତ୍ରରେ ତରଳିକୄତ ହୋଇ ପୄଥକ ହୋଇଯାଏ I ବାୟୁରୁ
ବିଭିନ୍ନ ଗ୍ୟାସକୁ ଅଲଗା କରିବାର ଏହି ପଦ୍ଧତିକୁ କ୍ରାୟୋଜେନିକ
ପଦ୍ଧତି (Cryogenic Technique for
Separation of Air) କୁହାଯାଏ I ଏହି ପଦ୍ଧତି ଜରିଆରେ ବାୟୁରୁ
ପୄଥକୀକୄତ ହେଉଥିବା ଅକ୍ସିଜେନ୍ 99.5% ପର୍ଯ୍ୟନ୍ତ ଶୁଦ୍ଧ
ହୋଇଥାଏ I ଏହି ସମସ୍ତ ପ୍ରକ୍ରିୟା ଅତି ଉଚ୍ଚ
ଚାପରେ ସମ୍ପାଦିତ କରାଯାଏ ଯାହାଦ୍ବାରା ଗ୍ୟାସର
ସ୍ଫୁଟନାଙ୍କ ଯଥେଷ୍ଟ ବଢି ଯାଉଥିବାରୁ ଗ୍ୟାସକୁ ବେଶୀ ଥଣ୍ଡା କରିବାକୁ ପଡେ ନାହିଁ I ଏହି ପ୍ରକ୍ରିୟା ସମ୍ପାଦନ ପୂର୍ବରୁ ସାଧାରଣ ବାୟୁରୁ ବିଭିନ୍ନ ଅଦରକାରୀ ପଦାର୍ଥ ଯଥା
ଧୂଳିକଣା, ତୈଳକଣିକା ଇତ୍ୟାଦିକୁ ଫିଲ୍ଟର ଜରିଆରେ ଛାଣି ଅଲଗା କରାଯାଏ I
ଅକ୍ସିଜେନ୍ ହସପିତାଲରେ ପହଂଚେ କିପରି?
ଉତ୍ପାଦନକାରୀ (Manufacturer) କାରଖାନା ତରଳ ଅକ୍ସିଜେନକୁ ବଡ ବଡ
କ୍ରାୟୋଜେନିକ ଟ୍ୟାଙ୍କରରେ ଭର୍ତ୍ତି କରି ଅତି ଶୀତଳ ତାପମାତ୍ରାରେ ଯାନ ଦ୍ବାରା ବିତରଣକାରୀ
ସଂସ୍ଥା ( Distributor)ଙ୍କ ନିକଟରେ ପହଂଚାଏ I ବିତରଣକାରୀ ସଂସ୍ଥା ଏହାର ଚାପ ହ୍ରାସକରି ଗ୍ୟାସ୍ ରୂପକୁ ଆଣି ଅଲଗା ଅଲଗା ଆୟତନର
ସିଲିଣ୍ଡରରେ ଭର୍ତ୍ତି ପୂର୍ବକ ହସପିତାଲକୁ କିମ୍ବା ଛୋଟ ଯୋଗାଣକାରୀ ସଂସ୍ଥା ନିକଟକୁ ପ୍ରେରଣ
କରେ I
ଜଣେ ମନୁଷ୍ୟ ପାଇଁ କେତେ ଅକ୍ସିଜେନ୍ ଆବଶ୍ୟକ?
ପରିଶ୍ରମ କରୁଥିବା ଜଣେ ବୟସ୍କ
ବ୍ୟକ୍ତିଙ୍କ ଶ୍ବାସକ୍ରିୟା ପାଇଁ ପ୍ରତି ମିନିଟ୍କୁ 7 ରୁ 8 ଲିଟର ବାୟୁ ଆବଶ୍ୟକ ହୋଇଥାଏ I ଶ୍ବାସକ୍ରିୟା ଜରିଆରେ ଫୁସ୍ଫୁସକୁ ପ୍ରବେଶ କରୁଥିବା ବାୟୁରେ ପ୍ରାୟ
20%
ଅକ୍ସିଜେନ୍ ଥିଲାବେଳେ ପ୍ରଶ୍ବାସରେ ନିର୍ଗତ ବାୟୁରେ 15% ଅକ୍ସିଜେନ୍ ରହିଥାଏ I ଅର୍ଥାତ, ଶ୍ବାସକ୍ରିୟା
ଜରିଆରେ ଶରୀର ମଧ୍ୟରେ ପ୍ରବେଶ କରୁଥିବା ବାୟୁର ମାତ୍ର 5% ଭାଗ ଶରୀର ଦ୍ବାରା ବ୍ୟବହୄତ ହୋଇଥାଏ I ସୁତରାଂ ଜଣେ ସୁସ୍ଥ ବ୍ୟକ୍ତି ପାଇଁ ପ୍ରତି
24 ଘଣ୍ଟାରେ 550 ଲିଟର ଶୁଦ୍ଧ ଅକ୍ସିଜେନ୍ ଆବଶ୍ୟକ ହୋଇଥାଏ I ମାତ୍ର ପରିଶ୍ରମ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଅଧିକ
ଅକ୍ସିଜେନ୍ ଆବଶ୍ୟକ ପଡିଥାଏ I ଜଣେ ସୁସ୍ଥ ବ୍ୟକ୍ତି ପ୍ରତି ମିନିଟ୍
କୁ 12 ରୁ 20 ଥର ଶ୍ବାସକ୍ରିୟା ସମ୍ପାଦନ କରିଥା’ନ୍ତି I ଏହାଠାରୁ ଅଧିକ କିମ୍ବା କମ୍ ଶ୍ବାସକ୍ରିୟା ହାର କିଛି ଅସୁସ୍ଥତାର
ଲକ୍ଷଣ ହୋଇପାରେ I
ହସପିତାଲରେ ବ୍ୟବହୄତ ଅକ୍ସିଜେନ୍ ସିଲିଣ୍ଡର
ସାଧାରଣତ: କୌଣସି ହସପିତାଲରେ
ବ୍ୟବହୄତ ଅକ୍ସିଜେନ୍ ସିଲିଣ୍ଡରର କ୍ଷମତା 7 ଘନ
ମିଟର ( 7 Cubic Meter) ହୋଇଥାଏ
ଯାହାର ଉଚ୍ଚତା ପ୍ରାୟ 4.5 ଫୁଟ I ଏହାର
ଆୟତନ ମାତ୍ର 47 ଲିଟର ହୋଇଥିଲାବେଳେ ଉଚ୍ଚ ଚାପରେ ଏଥିରେ 7000 ଲିଟର ପର୍ଯ୍ୟନ୍ତ ଅକ୍ସିଜେନ୍ ଗ୍ୟାସ୍ ଭର୍ତ୍ତି କରାଯାଇପାରେ I ଏଭଳି ଏକ 7 ଘନ ମିଟର କ୍ଷମତା ସମ୍ପନ୍ନ ଅକ୍ସିଜେନ୍ ସିଲିଣ୍ଡରରେ
ଜଣେ ରୋଗୀଙ୍କୁ କ୍ରମାଗତ ଭାବେ 20 ଘଣ୍ଟା ପର୍ଯ୍ୟନ୍ତ ଅକ୍ସିଜେନ୍ ଯୋଗାଣ କରାଯାଇପାରେ I
ସର୍ବଭାରତୀୟ ଔଦ୍ୟୋଗିକ ଗ୍ୟାସ
ଉତ୍ପାଦକ ସଂଘ ( All
India Industrial Gas Manufactures Association) ଙ୍କ ସୂଚନା ଅନୁସାରେ ଏକ 7 ଘନ ମିଟର କ୍ଷମତା
ସମ୍ପନ୍ନ ଅକ୍ସିଜେନ୍ ସିଲିଣ୍ଡରକୁ ସମ୍ପୂର୍ଣ୍ଣ ଭରିବା ପାଇଁ ଅତି ବେଶୀରେ କୌଣସି ହସ୍ପିତାଲ
ପାଇଁ 350 ଟଙ୍କା ଖର୍ଚ୍ଚ ହୋଇଥାଏ I
ଦେଶରେ ମେଡିକାଲ ଅକ୍ସିଜେନ୍ ର ଅଭାବ କାହିଁକି?
କୋରୋନା ମହାମାରୀ ପୂର୍ବରୁ ଦେଶରେ ଦୈନିକ 1000 ରୁ
1200 ମେଟ୍ରିକ ଟନ୍ ମେଡିକାଲ ଅକ୍ସିଜେନ୍ ଖର୍ଚ୍ଚ ହେଉଥିଲାବେଳେ ଏହା ଏପ୍ରିଲ 15 ତାରିଖ ବେଳକୁ ବୄଦ୍ଧିପାଇ 4795 ମେଟ୍ରିକ ଟନ୍ ମୂଲ୍ୟ ପହଂଚିଛି I ସର୍ବଭାରତୀୟ ଔଦ୍ୟୋଗିକ ଗ୍ୟାସ ଉତ୍ପାଦକ ସଂଘ (All India Industrial Gas Manufactures Association) ଙ୍କ ସୂଚନା ଅନୁସାରେ, ଏପ୍ରିଲ୍ 12 ତାରିଖ ବେଳକୁ ଦେଶରେ ଦୈନିକ 3842 ମେଟ୍ରିକ ଟନ୍ ମେଡିକାଲ
ଅକ୍ସିଜେନ୍ ଯୋଗାଣ ହେଉଥିଲା ; ମାତ୍ର ଏବେ ମହାମାରୀର ଦ୍ବିତୀୟ ଲହର ପରିସ୍ଥିତିରେ ମେଡିକାଲ ଅକ୍ସିଜେନର ଚାହିଦା ଦ୍ରୁତ ବୄଦ୍ଧି ପାଇ ଥିବାରୁ
ଏହାର ଯୋଗାଣ ଏକ ସମସ୍ୟା ସୄଷ୍ଟି କରିଛି I ସମଗ୍ର ଦେଶରେ ତରଳ ଅକ୍ସିଜେନ୍କୁ ବିତରଣକାରୀ ସଂସ୍ଥାଙ୍କ ନିକଟରେ ପହଂଚାଇବା ପାଇଁ ମାତ୍ର 1200 ରୁ
1500 ସଂଖ୍ୟକ କ୍ରାୟୋଜେନିକ ଟ୍ୟାଙ୍କର ରହିଛି ଯାହା ଦୈନିକ 3 ଲକ୍ଷ ଉର୍ଦ୍ଧ୍ବ ରୋଗୀଙ୍କ ଚାହିଦା ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ନୁହେଁ I ସେହିପରି, ବିତରଣକାରୀଙ୍କ ସ୍ତରରେ ମଧ୍ୟ ତରଳ ଅକ୍ସିଜେନ୍କୁ ଗ୍ୟାସୀୟ ରୂପରେ ପରିଣତ କରି ସିଲିଣ୍ଡରରେ
ଭର୍ତ୍ତି କରି ଯୋଗାଣ କରିବା ନିମନ୍ତେ ଯଥେଷ୍ଟ ସଂଖ୍ୟକ ସିଲିଣ୍ଡର ଉପଲବ୍ଧ ନାହିଁ I
ଏଜୁକେଶନ୍
ଅଫିସର
ଆଂଚଳିକ ବିଜ୍ଞାନ କେନ୍ଦ୍ର,
ଭୋପାଲ
Comments
Post a Comment