କୋରୋନା ଭାଇରସର ଇତିକଥା

 

 

କୋରୋନା ଭାଇରସର ଇତିକଥା


                                                                           ନିକୁଂଜ ବିହାରୀ ସାହୁ    

     

               କୋରୋନା ଭାଇରସର ଇତିହାସ ଯେତିକି ରହସ୍ୟମୟ, ସେତିକି ପ୍ରଶ୍ନବାଚୀ I ଏହି ଭାଇରସ୍  ପ୍ରଥମେ 1930 ମସିହାର ଆବିଷ୍କୄତ ହୁଏ I  ସେତେବେଳେ ଯୁକ୍ତରାଷ୍ଟ୍ର ଆମେରିକାର ନର୍ଥ ଡାକୋଟାଠାରେ ଗୄହପାଳିତ କୁକୁଡାଛୁଆଙ୍କଠାରେ ଏକ ଭୟଙ୍କର ଶ୍ବାସନଳୀ ସଂକ୍ରମଣ ଜନିତ ରୋଗ ଲକ୍ଷ୍ୟ କରାଯାଇଥିଲା I ଏହା ଏକ ଇନଫେକ୍ଟିଅସ୍ ବ୍ରୋଙ୍କାଇଟିସ୍ ଭାଇରସ୍‍ (Infectious Bronchitis Virus IBV) ନାମକ ଭୂତାଣୁ ଦ୍ବାରା ବ୍ୟାପୁ ଥିବାର ଜଣା ପଡିଲା I ଏହାଦ୍ବାରା ସଂକ୍ରମିତ କୁକୁଡାମାନଙ୍କଠାରେ ଅଣନିଶ୍ଭାସୀ ତଥା ଘୁମାଇବା ଆଦି ଲକ୍ଷଣ ପ୍ରକାଶ ପାଇଥିଲା I ଏହି ରୋଗରେ 40 ରୁ 90 ପ୍ରତିଶତ କୁକୁଡା ମରିଯାଉଥିଲେ I ଏହାର ଏକ ବର୍ଷ ପରେ ,ଅର୍ଥାତ 1931 ମସିହାରେ, ଆର୍ଥର ସଲକ୍ ଏବଂ ଏମ୍. ସି. ହନ୍ (Arthur Schalk , M.C. Hawn) ନାମକ ଦୁଇ ଜଣ ବୈଜ୍ଞାନିକ କ୍ଷେତ୍ରରେ  ଅଧ୍ୟୟନ କରି ଏହାକୁ ଏକ ନୂଆ ବ୍ୟାଧି ରୂପେ ଅଭିହିତ  କରନ୍ତି I ଏହାର 6 ବର୍ଷ ପରେ ଆଉ ଦୁଇ ଜଣ ବୈଜ୍ଞାନିକ ଫ୍ରେଡ ବିଉଡେଟ ଏବଂ ଚାର୍ଲସ୍ହଡସନ୍  (Fred Beaudette , Charles Hudson) ଏହି ବ୍ରୋଙ୍କାଇଟିସ୍ ଭାଇରସକୁ ପୄଥକୀକରଣ (Isolation)  କରି ଗବେଷଣାଗାରରେ ପରିବର୍ଦ୍ଧନ( Culture)  କରିଥିଲେ I 1940 ଦଶକରେ ଆଉ ଦୁଇଟି କୋରୋନା ଭାଇରସର କିସମ  ଯଥା ମାଉସ୍ ହେପାଟାଇଟିସ୍  ଭାଇରସ୍ (Mouse Hepatitis Virus MHV) ଏବଂ   ଟ୍ରାନ୍ସମିସିବୁଲ୍ ଗାଷ୍ଟ୍ରୋଏଣ୍ଟେରିଟିସ୍ ଭାଇରସ୍ (Transmissible Gastroenteritis Virus TGEV)କୁ  ମଧ୍ୟ ପୄଥକୀକରଣ କରାଗଲା I

          1960 ମସିହାରେ ମନୁଷ୍ୟକୁ ସଂକ୍ରମିତ କରୁଥିବା କୋରୋନା ଭାଇରସ୍ ଆବିଷ୍କୄତ ହୋଇଥିଲା I ଏହାକୁ ବ୍ରିଟେନ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ଦୁଇଟି ଅଲଗା ଅଲଗା ପଦ୍ଧତି ବ୍ୟବହାର କରି ପୄଥକୀକରଣ କରାଯାଇଥିଲା I ବ୍ରିଟିଶ ମେଡିକାଲ ରିସର୍ଚ କାଉନସିଲର ସାଧାରଣ ଥଣ୍ଡା ରୋଗ ବିଭାଗରେ କାର୍ଯ୍ୟରତ  ତିନି  ଜଣ ବୈଜ୍ଞାନିକ ଯଥା .ସି. କେଣ୍ଡାଲ, ମାଲକୋନ୍ ବାୟୋନ୍  ଡେଭିଡ୍ ଟିରେଲ୍   (E.C. Kendall, Malcom Byone, David Tyrrell) ଜଣେ ବାଳକର ଶରୀରରୁ  B814 ନାମକ ଏକ ନଭେଲ କୋରୋନା ଭାଇରସର ସଂଧାନ ପାଇଥିଲେ I ମାତ୍ର ପ୍ରାଥମିକ ପର୍ଯ୍ୟାୟରେ ଏହି ଭାଇରସକୁ ସେ ସମୟରେ ଜଣାଥିବା ଅନ୍ୟ ଥଣ୍ଡା ଭାଇରସ୍ଯଥା ଆଡେନୋଭାଇରସ୍, ରାଇନୋଭାଇରସ୍ଭଳି ଗବେଷଣାଗାରରେ ପରିବର୍ଦ୍ଧନ କରିବା ସମ୍ଭବପର ହୋଇ  ନଥିଲା I ପରବର୍ତ୍ତୀ 1965 ମସିହାରେ, ସେମାନେ ମନୁଷ୍ୟର ଶ୍ବାସନଲୀରେ ଉପଲବ୍ଧ  ପୋଷକତତ୍ତ୍ବକୁ ବ୍ୟବହାର କରି ଏହି ଭାଇରସକୁ ସଫଳତାର ସହ ଗବେଷଣାଗାରରେ ପରିବର୍ଦ୍ଧନ କରି ପାରିଲେ I ଏହି ଭାଇରସକୁ ସ୍ବେଛାସେବୀମାନଙ୍କଠରେ ପ୍ରୟୋଗ କରାଯିବରୁ ତାହା ଥଣ୍ଡା, ସର୍ଦ୍ଦି ଭଳି ସଧାରଣ ଲକ୍ଷଣ ସୄଷ୍ଟି କରୁଥିବାର ଏବଂ ଏହାକୁ ଇଥର( Ether)  ପ୍ରୟୋଗ ଦ୍ବାରା ନିଷ୍କ୍ରିୟ କରାଯାଇ ପାରୁଥିବାର ଲକ୍ଷ୍ୟ କରାଗଲା I ଫଳରେ ଏହି ଭାଇରସର ଲିପିଡ (Lipid) ରେ ଗଢା ଏକ ଖୋଳପା (Envelope) ରହିଥିବାର ଜଣା ପଡିଲା I ସେହି ସମୟରେ, ଆମେରିକାର ଚିକାଗୋ ବିଶ୍ବବିଦ୍ୟାଳୟର ଦୁଇ  ଜଣ ବୈଜ୍ଞାନିକ ଯଥା ଡୋରୋଥି ହାମରିଣ୍ଡ ଏବଂ ଜ୍ନ୍ ପ୍ରୋକନୋ (Dorothy Hamreand , John Procknow) ଜଣେ ଡାକ୍ତରୀ ଛାତ୍ରଙ୍କ ଶରୀରରୁ 229E ନାମକ ଏକ ନଭେଲ କୋରୋନା ଭାଇରସର କିସମ  ସଂଧାନ କରି ତାହାକୁ ମନୁଷ୍ୟର ବୄକକ ଟିସୁରେ ମିଳୁଥିବା ପୋଷକତତ୍ତ୍ବ ମାଧ୍ୟମରେ ରଖି ପରିବର୍ଦ୍ଧନ କରିବାରେ ସକ୍ଷମ ହୋଇଥିଲେ I ଏହା ପୂର୍ବ ଭାଇରସ ଭଳି ମନୁଷ୍ୟ ଶରୀରରେ ସାଧରଣ ଥଣ୍ଡା ରୋଗ ସୄଷ୍ଟି କରୁଥିବାର ତଥା ଇଥର ପ୍ରୟୋଗ ଦ୍ବାରା ନିଷ୍କ୍ରିୟ ପାଲଟି ଯାଉଥିବାର ଲକ୍ଷ୍ୟ କରାଗଲା I 

            କୋରୋନା ଭାଇରସର ଏହି ଦୁଇଟି କିସମ ଯଥା B814 and 229E କୁ ପରବର୍ତ୍ତୀ 1967 ମସିହାରେ ସ୍କଟଲାଣ୍ଡର ଜଣେ  ଭୂତାଣୁବିଜ୍ଞାନୀ ଜୁନ୍ ଆଲମିଡା (June Almeida) ଙ୍କ ଦ୍ବାରା ଲଣ୍ଡନର ସେଣ୍ଟ ଥୋମାସ ହସ୍ପିଟାଲରେ ଇଲେକ୍ଟ୍ରନ୍ ମାଇକ୍ରୋସ୍କୋପ ଯନ୍ତ୍ର ଜରିଆରେ ପ୍ରତିଛବି ସୄଷ୍ଟି କରାଗଲା I ଏହି ଇଲେକ୍ଟ୍ରନ୍ ପ୍ରତିଛବିକୁ ଆଧାର କରି ଆଲମିଡା ଦର୍ଶାଇଲେ ଯେ, ଏହି  ଭାଇରସଦ୍ବୟଙ୍କ ବାହାରପୄଷ୍ଠରେ କଣ୍ଟା ସଦୄଶ ଅଙ୍ଗମାନ ଅଛି I ସେ ମଧ୍ୟ ଏହି ଦୁଇ ଭାଇରସଙ୍କ ମଧ୍ୟରେ ଆହୁରି ଅନେକ ସାମଂଜସ୍ୟତା  ଦର୍ଶେଇଲେ I ଏହି ଦୁଇ ଭାଇରସଙ୍କ ଶାରୀରିକ ଗଠନ ଦୄଷ୍ଟିକୋଣରୁ ବ୍ରୋଙ୍କାଇଟିସ୍ଭାଇରସ୍ ସହିତ ସମାନତା ରହିଥିବାର ଜଣା ପଡିଲା I

           ସେହି ବର୍ଷ ନେସନାଲ ଇନଷ୍ଟିଚ୍ୟୁଟ ଅଫ୍ ହେଲଥ ( National Institute of Health) ଦଳେ ଗବେଷକ ଅର୍ଗାନ କଲଚର ( Organ Culture) ପଦ୍ଧତି ବ୍ୟବହାର କରି ଆଉ ଗୋଟିଏ ନୂତନ କିସମ ଭାଇରସ OC43 ସଂଧାନ ପାଇଲେ I ପୂର୍ବୋକ୍ତ ତିନି ଭାଇରସ ଯଥା B814, 229E ଏବଂ IBV ଭଳି OC43 ଭାଇରସର ଶରୀରର ବାହାର ପୄଷ୍ଠରେ କଣ୍ଟା ସଦୄଶ ଅଙ୍ଗମାନ ରହିଥିବାର ଇଲେକ୍ଟ୍ରନ୍ ମାଇକ୍ରୋସ୍କୋପ ଯନ୍ତ୍ରରେ ଲକ୍ଷ୍ୟ  କରାଗଲା I

         IBV ସଦୄଶ ଏହି ଭାଇରସସବୁ ମୂଷା ଶରୀରରେ ହେପାଟାଇଟିସ୍ ରୋଗ ସୄଷ୍ଟି କରୁଥିବା ଭାଇରସ ସହିତ ବାହ୍ୟ ଗଠନ ଦୄଷ୍ଟିରୁ ସମାନ ହୋଇଥିବାର  ଜଣା ପଡିଲା I ଏସବୁର ପୄଷ୍ଠରେ ସୂର୍ଯ୍ୟର ବାହାର ପୄଷ୍ଠ ସଦୄଶ କଣ୍ଟା ଭଳି ଅଙ୍ଗମାନ ଥିବାରୁ ଏଗୁଡିକୁ କୋରୋନା ଭାଇରସ ( Corona Virus) କୁହାଗଲା I ପରବର୍ତ୍ତୀ ଦଶକରେ ମନୁଷ୍ୟକୁ ସଂକ୍ରମଣ କରୁଥିବା ଦୁଇ କୋରୋନା ଭାଇରସ କିସମ ଯଥା 229E ଏବଂ  OC43 କୁ ଗବେଷଣାଗାରରେ କ୍ରମାଗତ ଅଧ୍ୟୟନ କରାଗଲା I ଦୁର୍ଭାଗ୍ୟକ୍ରମେ , ଏକ କୋରୋନା ଭାଇରସ କିସମ ଯଥା B814 ଏବେ ସମ୍ପୂର୍ଣ୍ଣ  ନଷ୍ଟ ହୋଇଯାଇଛି I ଏହା ଏବେକାର କେଉଁ କୋରୋନା ଭାଇରସ  ରୁପକୁ ବିବର୍ତ୍ତିତ ହୋଇଛି ତାହା ସଠିକ Iବେ ଜଣା ନାହିଁ I ପରବର୍ତ୍ତୀ ସମୟରେ, ଅନ୍ୟ କୋରୋନା ଭାଇରସ୍ କିସମ ଯଥା SARS-CoV  ( 2003), HCoV NL63 ( 2004), HCoV HKU1 ( 2005) ଏବଂ MERS-CoV ( 2012) ଆବିଷ୍କୄତ ହୋଇଛନ୍ତି. I ସେହିପରି , 1960 ମସିହା ପରଠାରୁ ଜୀବଜନ୍ତୁଙ୍କୁ ସଂକ୍ରମିତ କରୁଥିବା  ଅନେକ କୋରୋନା ଭାଇରସର କିସମ ଆବିଷ୍କୄତ ହୋଇଛି I

       ଏବେକାର କୋରୋନା ଭାଇରସର ପ୍ରକୄତ ନାମ  SARS-CoV-2 I ଏହା ଗତ 2019 ମସିହା ଡିସେମ୍ବର ମାସରେ ଚାଇନାର ଉହାନ୍  ସହରରୁ ଆବିଷ୍କୄତ ହୋଇଛି I ଏହା ମୂଖ୍ୟତ ଆର୍.ଏନ୍.. (RNA) ରେ ଗଢା ଯାହା ସ୍ତନ୍ୟପାୟୀ ତଥା ପକ୍ଷୀଙ୍କଠାରେ ରୋଗ ସଂକ୍ରମଣ ସୄଷ୍ଟି   କରିଥାଏ I ଏହି ଭାଇରସ ମନୁଷ୍ୟ ଶରୀରର ଶ୍ବାସନଳୀରେ  ସଂକ୍ରମଣ କରିଥାଏ ଯାହା ସାମାନ୍ୟରୁ ମାରାତ୍ମକ ହୋଇପାରେ I  ସାମାନ୍ୟ ସଂକ୍ରମଣରେ ଥଣ୍ଡା, ସର୍ଦ୍ଦି ଭଳି ଲକ୍ଷଣ ପ୍ରକାଶ ପାଉଥିଲାବେଳେ ମାରାତ୍ମକ  କ୍ଷେତ୍ରରେ  SARS, MERS  COVID-19 ଭଳି ରୋଗମାନ ଉତ୍ପନ୍ନ କୋଇଥାଏ I ଅନ୍ୟ ଜୀବଙ୍କ କ୍ଷେତ୍ରରେ ଭିନ୍ନ ଭିନ୍ନ ଲକ୍ଷଣ ପ୍ରକାଶିତ ହୋଇଥାଏ : ଯେପରି କୁକୁଡାଛୁଆଙ୍କ କ୍ଷେତ୍ରରେ ଉପର ଶ୍ବାସନଳୀ ସଂକ୍ରମଣ ପରିଲକ୍ଷିତ ହେଉଥିବାବେଳେ ଗାଈଗୋରୁ ତଥା ଘୁଷୁରିଙ୍କଠାରେ ଡାଇରିଆ ଭଳି ଲକ୍ଷଣ ପ୍ରକାଶିତ ହୋଇଥାଏ I ଦୁର୍ଭାଗ୍ୟବଶତ, କୋରୋନା ଭାଇରସର ମୁକାବିଲା ନିମନ୍ତେ ଏପର୍ଯ୍ୟନ୍ତ କୌଣସି ସଫଳ ପ୍ରତିଷେଧକ ଟୀକା କିମ୍ବା ଆଣ୍ଟି-ଭାଇରାଲ ଔଷଧ ବିକଶିତ ହୋଇପାରି ନାହିଁ I









                                                                          ଏଜୁକେଶନ୍ ଅଫିସର

                                                                        ଆଂଚଳିକ ବିଜ୍ଞାନ କେନ୍ଦ୍ର

                                                                                 ଭୋପାଲ

 

 

 

    

 

Comments

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ଦ୍ୱିତୀୟ ଭାରତୀୟ ମହାକାଶଚାରୀ :ଶୁଭାଂଶୁ ଶୁକ୍ଳା

ସୁନିତା ଉଇଲିୟମ୍ସ୍ ପୃଥିବୀ ଫେରିବେ କେବେ?