ବିସ୍ମୄତ ମହାମାରୀ: ସ୍ପେନିସ୍ ଫ୍ଲୂ

 

                                                        

        1918 ମସିହାରେ ସାରା ବିଶ୍ବରେ ଆତଙ୍କ ଖେଳାଇ ଦେଇଥିବା ସ୍ପେନିସ୍ ଫ୍ଲୂ (Spanish Flu) ଏବେ ଜନମାନସରୁ ବିସ୍ମୄତ ହୋଇ ଗଲାଣି I ଫେବୄୟାରୀ 1918 ମସିହାରୁ ଆରମ୍ଭ କରି ମାର୍ଚ୍ଚ 1920 ମସିହା ପର୍ଯ୍ୟନ୍ତ ତଥା  ପ୍ରଥମ ବିଶ୍ବଯୁଦ୍ଧର ଘନଘଟ୍ଟା ମଧ୍ୟରେ  ପ୍ରାଦୁର୍ଭାବ ଘଟିଥିବା ଏହି ମହାମାରୀ  ସମୁଦାୟ ଚାରୋଟି ପର୍ଯ୍ୟାୟରେ ଆସିଥିଲା ଏବଂ ସାରା ବିଶ୍ବରେ ସମୁଦାୟ 50 କୋଟି ଜନସଂଖ୍ୟା ( ବିଶ୍ବର ଏକ-ତୄତୀୟାଂଶ ଜନସଂଖ୍ୟା) କୁ ସଂକ୍ରମିତ କରିଥିଲା I ଏହି ଘାତକ ମହାମାରୀରେ ବିଶ୍ବର 1.5 କୋଟି ରୁ 5 କୋଟି ଲୋକଙ୍କ ମୄତ୍ୟୁ ଘଟିଥିଲା I

             ସ୍ପେନିସ୍ ଫ୍ଲୂ H1N1 ଇନ୍ଫ୍ଲୁଏଂଜା (Influenza)  ଭାଇରସ ଦ୍ବାରା ସୄଷ୍ଟି ହୋଇଥିବା ଦୁଇଟି ମହାମାରୀ ମଧ୍ୟରୁ ପ୍ରଥମ I ଏହି କ୍ରମରେ ଦ୍ବିତୀୟ ମହାମାରୀଟି ହେଉଛି 2009 ମସିହାର ସ୍ବାଇନ୍ ଫ୍ଲୂ ( Swine Flu) I     ସ୍ପେନିସ୍ ଫ୍ଲୂ ଆକ୍ରମଣ ଜନିତ ଅସୁସ୍ଥତାର ପ୍ରଥମ ପ୍ରମାଣ କେତେକ ପାଶ୍ଚାତ୍ୟ  ଦେଶ ଯଥା ଯୁକ୍ତରାଷ୍ତ୍ର ଅମେରିକା, ଫ୍ରାନ୍, ଜର୍ମାନୀ ଏବଂ ବ୍ରିଟେନରେ ମିଳିଥିଲା I ମାତ୍ର ସେତବେଳେ ଏହି ରାଷ୍ଟ୍ରସବୁ ପ୍ରଥମ ବିଶ୍ବଯୁଦ୍ଧରେ ପକ୍ଷଭୁକ୍ତ ଥିବାରୁ ନିଜର ଯୁଦ୍ଧରତ ସୈନିକମାନଙ୍କୁ ନିରୁତ୍ସାହିତ ନକରିବା ପାଇଁ  ଏହି ମହାମାରୀକୁ ବିଶେଷ ପ୍ରଘଟ କରିନଥିଲେ I ସ୍ପେନ୍ ସେତେବେଳେ ଯୁଦ୍ଧରେ ମିଶି ନଥିବାରୁ ଏହି ମହାମାରୀର ପ୍ରାଦୁର୍ଭାବ  ସେଦେଶର ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ହୋଇଥିଲା I ଏପରିକି ସ୍ପେନ୍ ରାଜା ତ୍ରୟୋଦଶ  ଆଲ୍ଫୋନ୍ସୋ (Alfonso XIII) ଏକ ଅଜଣା ରୋଗରେ ପୀଡିତ ଥିବାର ଖବର ମଧ୍ୟ ପ୍ରକାଶିତ ହୋଇଥିଲା I ସୁତରାଂ ସ୍ପେନ୍ରେ ଏହି ମହାମାରୀ ପ୍ରାଦୁର୍ଭାବର ଖବର ପ୍ରଥମେ ପ୍ରକାଶିତ ହୋଇଥିବାରୁ ଐତିହାସିକ ଦୄଷ୍ଟିକୋଣରୁ ଏହାକୁ ସ୍ପେନିସ୍ ଫ୍ଲୂ ବୋଲି ନାମିତ କରାଗଲା I

           ଅନ୍ୟ ଇନ୍ଫ୍ଲୁଏଂଜା ପରି ଏହା ବୟସ୍କମାନଙ୍କୁ ଆକ୍ରମଣ ନକରି ବିଶେଷକରି ଯୁବବର୍ଗ ବ୍ୟକ୍ତିଙ୍କ  କ୍ଷେତ୍ରରେ ମୄତ୍ୟୁର କାରଣ ହୋଇଥିଲା I 1918 ରୁ 1919 ଖ୍ରୀଷ୍ଟାବ୍ଦ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରୋଗରେ ସମୁଦାୟ  ସଂକ୍ରମିତ ଜନସଂଖ୍ୟା ମଧ୍ୟରୁ 99% ମୄତ୍ୟୁହାର   65 ବର୍ଷରୁ ନିମ୍ନ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ଏବଂ ଅଧା ମୄତ୍ୟୁହାର 20 ରୁ 40 ବୟସବର୍ଗଙ୍କ   କ୍ଷେତ୍ରରେ ପରିଲକ୍ଷିତ ହୋଇଥିଲା I ପରବର୍ତ୍ତୀ 1920 ଖ୍ରୀଷ୍ଟାବ୍ଦ ବେଳକୁ ଏହି ମୄତ୍ୟୁହାର କମି ଆସିଥିଲେ ସୁଦ୍ଧା  65 ବର୍ଷରୁ ନିମ୍ନ ବୟସ୍କଙ୍କ କ୍ଷେତ୍ରରେ 92% ମୄତ୍ୟୁହାର ଲକ୍ଷ୍ୟ କରାଯାଇଥିଲା I ତରୁଣଙ୍କ କ୍ଷେତ୍ରରେ ଏଭଳି ଉଚ୍ଚ ମୄତ୍ୟୁହାର ଅସ୍ବାଭାବିକ ଥିଲା, କାରଣ ଇନ୍ଫ୍ଲୁଏଂଜା ସଧାରଣତ ଶିଶୁ 70 ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କ ଭଳି ଦୁର୍ବଳ ପ୍ରତିରୋଧକ ଥିବା ବ୍ୟକ୍ତିମାନଙ୍କ ପାଇଁ ମୄତ୍ୟୁର କାରଣ ହୋଇଥାଏ I  ବୟସ୍କମାନେ ସମ୍ଭବତ ପୂର୍ବରୁ (1889 ରୁ 1890 ଖ୍ରୀଷ୍ଟାବ୍ଦ ସମୟକାଳ ମଧ୍ୟରେ) ପ୍ରାଦୁର୍ଭାବ ହୋଇଥିବା ଅନ୍ୟ ଏକ ଇନ୍ଫ୍ଲୁଏଂଜା ରସିଆନ୍ ଫ୍ଲୂ (Russian Flu) କୁ ସମୁଖୀନ୍ନ  କରିଥିବାରୁ ସେମାନଙ୍କ ଶରୀରରେ ଏହି ଇନ୍ଫ୍ଲୁଏଂଜା ବିରୁଦ୍ଧରେ କିଛିଟା ରୋଗପ୍ରତିରୋଧକ ଶକ୍ତି ସୄଷ୍ଟି ହୋଇସାରିଥିବାରୁ ସେମାନେ ସମ୍ଭବତ  ଏହି ଘାତକ  ମହାମାରୀର କବଳରୁ ରକ୍ଷା ପାଇଯାଇଥିଲେ I 

        ଏହାଛଡା କୁପୋଷଣ ତଥା ଯୁଦ୍ଧ ଜନିତ ସେ ସମୟର  ଗହଳିପୂର୍ଣ୍ଣ ମେଡିକାଲ ଶିବିରର ଅସ୍ବାସ୍ଥ୍ୟକର ପରିବେଶ  ଭଳି କିଛି କାରଣ ଦ୍ବାରା ବ୍ୟାକ୍ଟେରିଆ ସଂକ୍ରମଣ ତ୍ବରାନିତ ହୋଇଥିବାରୁ ବହୁ ଲୋକ ଦୀର୍ଘ ଦିନ ରୋଗଶଯ୍ୟାରେ ପଡିବା ପରେ ମଧ୍ୟ  ମୄତ୍ୟୁର ଶିକାର ପାଲଟିଥିଲେ I

     ଏହି ମହାମାରୀର ଆଉ ଗୋଟିଏ ଅସ୍ବାଭିକତା ଥିଲା ଏହା ପ୍ରସାରର ଶିଖର ସମୟ I ଅନ୍ୟ ମହାମାରୀ ସଂକ୍ରମଣର ଶିଖର ସମୟ ସାଧାରଣତ ଶୀତ ରୁତୁ ହୋଇଥିଲାବେଳେ ଏହି ମହାମାରୀ ଗ୍ରୀଷ୍ମ ରୁତୁରେ ( ଉତ୍ତର ଗୋଲାର୍ଦ୍ଧରେ )  ବେଶୀ ମାତ୍ରାରେ କାୟା ବିସ୍ତାର କରିଥିଲା I

ଚାରି ପର୍ଯ୍ୟାୟର ଆକ୍ରମଣ

ପ୍ରଥମ ମୄଦୁ  ପର୍ଯ୍ୟାୟ:

           1918 ମସିହାର ପ୍ରାରମ୍ଭରୁ ସୂତ୍ରପାତ ହୋଇଥିବା ପ୍ରଥମ ପର୍ଯ୍ୟାୟରେ ମୄତ୍ୟୁହାର ବହୁତ ସ୍ବଳ୍ପ ଥିଲା I 1918 ମସିହାର ପ୍ରଥମ ଛଅ ମାସ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାରେ ପୂର୍ବ ବର୍ଷ ତୁଳନାରେ ମାତ୍ର 12,000 ଅଧିକ ଫ୍ଲୁ ଜନିତ ସଂକ୍ରମଣର ବିବରଣୀ ପ୍ରକଶିତ ହୋଇଥିଲା I ସେହିଭଳି, ସ୍ପେନ୍ ରାଜଧାନୀ ମାଦ୍ରିଦରେ 1918 ମସିହାର ମଇ ଜୁନ୍ ମାସଦ୍ବୟ ମଧ୍ୟରେ ଇନ୍ଫ୍ଲୁଏଂଜା ଜନିତ ରୋଗରେ ମାତ୍ର 1000 ଜଣ ବ୍ୟକ୍ତି  ମୄତ୍ୟୁର ଶିକାର ହୋଇଥିଲେ I  1918 ମସିହାର ପ୍ରଥମ ତିନି ମାସ ବେଳକୁ ମହାମାରୀର ପ୍ରତିକାର ନିମନ୍ତେ  କୌଣସି ସଂଘରୋଧ ଶିବିରର ବ୍ୟବସ୍ଥା ନଥିଲା I

      ମହାମାରୀର ପ୍ରଥମ ପର୍ଯ୍ୟାୟ ସେତେଟା ମାରାତ୍ମକ ନଥିଲେ ସୁଦ୍ଧା ଏହା ପ୍ରଥମ ବିଶ୍ବଯୁଦ୍ଧର ଅଗ୍ରଗତିକୁ ବିଶେଷ ପ୍ରଭାବିତ କରିଥିଲା I ଫ୍ରାନ୍ସର ତିନି-ଚତୁର୍ଥାଂଶ ସୈନିକ, ବ୍ରିଟିଶ ସାମରିକ ବଳର ପ୍ରାୟ ଅର୍ଦ୍ଧେକ ଏବଂ ଜର୍ମାନୀର ପ୍ରାୟ 9,00,000 ସୈନିକ ଏହି ମହାମାରୀ ଦ୍ବାରା ସଂକ୍ରମିତ ହୋଇଥିଲେ I

     ପ୍ରଥମ ପର୍ଯ୍ୟାୟରେ ଏହି ମହାମାରୀର ସଂକ୍ରମଣ  ଯୁକ୍ତରାଷ୍ଟ୍ର ଆମେରିକାର ଅଳ୍ପ କିଛି ସାମରିକ ଶିବିରରୁ ଆରମ୍ଭ ହୋଇ  ଘଟଣାକ୍ରମେ ବିଶ୍ବର ଅନ୍ୟାନ୍ୟ ଅଂଚଳ ଯଥା   ୟୁରୋପ୍‍ , ଏସିଆ ଅଷ୍ଟ୍ରେଲିଆ ଆଦି ମହାଦେଶକୁ ବ୍ୟାପିଯାଇଥିଲା I

ଦ୍ବିତୀୟ ଘାତକ ପର୍ଯ୍ୟାୟ:

   ଏହି ମହାମାରୀର ଦ୍ବିତୀୟ ପର୍ଯ୍ୟାୟ 1918 ମସିହା ଅଗଷ୍ଟ ମାସରୁ ଆରମ୍ଭ ହୋଇଥିଲା I ସେତେବେଳେ ମହାମାରୀ ଯୁକ୍ତରାଷ୍ଟ୍ର  ଆମେରିକାର ବୋଷ୍ଟନ୍ ଆଫ୍ରିକାର ଫ୍ରିଟାଉନ୍ସହରକୁ ବ୍ୟାପିଯାଇଥିଲା I ଏହା ମଧ୍ୟ ସେତେବେଳେ ଆଫ୍ରିକାର ସିଏରା ଲିଓନ୍ ଦେଶକୁ ସଂଚାରିତ ହୋଇଥିଲା ଯେଉଁଠି ଯୁକ୍ତରାଷ୍ଟ୍ର ଆମେରିକା ଫ୍ରାନ୍ସର ସୈନିକମାନେ ନୌସେନା ପ୍ରଶିକ୍ଷଣ ପାଇଁ ନିୟମିତ ଆସୁଥିଲେ I ସୈନିକମାନଙ୍କ ଗତିଶୀଳତା ଦ୍ବାରା ଏହି ମହାମାରୀ ଶୀଘ୍ର ଉତ୍ତର ଆମେରିକାର ଅନ୍ୟାନ୍ୟ ଅଂଚଳ , ମଧ୍ୟ-ଆମେରିକା ଦକ୍ଷିଣ ଆମେରିକାକୁ ମଧ୍ୟ ବ୍ୟାପି ଯାଇଥିଲା I ଏହା ସମୟକ୍ରମେ ବ୍ରାଜିଲ୍ କ୍ୟାରିବିଆନ୍ ଦ୍ବୀପସମୂହକୁ ଜାହାଜ ଦ୍ବାରା ସଂପ୍ରସାରିତ ହୋଇଥିଲା I ଫ୍ରିଟାଉନ୍ ସହରରୁ ଏହା ସମୁଦ୍ର ଉପକୂଳ, ନଦୀପଥ ଏବଂ ଉପନିବେଶ କାଳୀନ ନିର୍ମିତ ରେଳପଥ ଜରିଆରେ ଆଫ୍ରିକାର ପଶ୍ଚିମ ଉପକୂଳକୁ ସଂଚାରିତ ହୋଇଥିଲା  ଯେଉଁଠାରୁ ଏହା ସୁଦୂର ଗାଁଗହଳିକୁ ବ୍ୟାପି ଯାଇଥିଲା I ପରବର୍ତ୍ତୀ ସେପ୍ଟେମ୍ବର ମାସରେ ଦକ୍ଷିଣ ଆଫ୍ରିକା ଦେଶକୁ ଫ୍ରାନ୍ସ୍ରୁ ମୂଳବାସିନ୍ଦା ଶ୍ରମିକମାନେ ଜାହାଜରେ ଫେରି ଆସିବା ଦ୍ବାରା ଦକ୍ଷିଣ ଆଫ୍ରିକା ଜାମ୍ବେଜୀ ନଦୀ ଟପି ଇଥିଓପିଆ ଦେଶକୁ ମଧ୍ୟ ମହାମାରୀର ପ୍ରସାର ଘଟିଥିଲା I

       ଏହି ମହାମାରୀର ଦ୍ବିତୀୟ ପର୍ଯ୍ୟାୟ ପ୍ରଥମ ପର୍ଯ୍ୟାୟ ଅପେକ୍ଷା ଅଧିକ ମାରାତ୍ମକ ଥିଲା I 1918 ମସିହା ଅକ୍ଟୋବର ମାସରେ ମହାମାରୀ ଜନିତ  ସବୁଠାରୁ ଅଧିକ ମୄତ୍ୟୁ ଘଟିଥିଲା I ଏକାକୀ ଯୁକ୍ତରାଷ୍ଟ୍ର ଆମେରିକାରେ 2018 ସେପ୍ଟେମ୍ବର ରୁ ଡିସେମ୍ବର ମାସ ମଧ୍ୟରେ 2,92,000 ଲୋକଙ୍କ  ମୄତ୍ୟୁ ଘଟିଥିଲାବେଳେ 2015 ମସିହାରେ ସେହି ସମୟରେ ମାତ୍ର 26,000 ମୄତ୍ୟୁ ଘଟିଥିଲା I ସେହିପରି, ଡେନମାର୍କ ଦେଶରେ  60,000 ଅଧିକ ମୄତ୍ୟୁ ଘଟିଥିଲାବେଳେ ହଲାଣ୍ଡ ରେ 40,000 ଅଧିକ ମୄତ୍ୟୁ ଇନ୍ଫ୍ଲୁଏଂଜା ଶ୍ବାସନଳୀ ସଂକ୍ରମଣ ଜନିତ ରୋଗରେ ଘଟିଥିବାର ଜଣାପଡେ I ଭାରତର ବମ୍ବେରେ 1 ଲକ୍ଷ 10 ହଜାର ଜନସଂଖ୍ୟା ମଧ୍ୟରୁ ସମୁଦାୟ 10, 000 ବ୍ୟକ୍ତି ଏହି ମହାମାରୀର ସଂକ୍ରମଣର ଶିକାର ହୋଇଥିଲେ I 1918 ମସିହା ସେପ୍ଟେମ୍ବର 18 ତାରିଖ ଦିନ ଯୁକ୍ତରାଷ୍ଟ୍ର ଆମେରିକାର ଫିଲାଡେଲ୍ଫିଆଠାରେ ବିଶ୍ବଯୁଦ୍ଧର ସୈନିକମାନଙ୍କ ପ୍ରତି ଆସ୍ଥା ପ୍ରକଟ କରି ଏକ ସ୍ବତନ୍ତ୍ର ଫିଲାଡେଲ୍ଫିଆ ଲିବର୍ଟି ଲୋନ୍ସ ପ୍ୟାରେଡ (Philadelphia Liberty Loans Parade) ଆୟୋଜିତ ହୋଇଥିଲା I ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ସୈନିକମାନଙ୍କଠାରେ ମହାମାରୀ ସଂକ୍ରମିତ ହୋଇ ସମୟକ୍ରମେ 12,000 ସୈନିକଙ୍କ ମୄତ୍ୟୁ ଘଟିଥିଲା I

                   ପରବର୍ତ୍ତୀ ସମୟରେ ଏହି ମହାମାରୀ ରୁଷିଆ ଦେଶକୁ ସଂଚାରିତ ହୋଇଥିଲା ଯେଉଁଠାରୁ ଏହା  ରୁଷୀୟ ସିଭିଲ ଯୁଦ୍ଧ ଟ୍ରାନ୍ସ- ସାଇବେରିଆନ୍ ରେଳପଥ ଜରିଆରେ ସାରା ଏସିଆ ମହାଦେଶରେ ବ୍ୟାପି ଯାଇଥିଲା I ପରବର୍ତ୍ତୀ ସେପ୍ଟେମ୍ବରରୁ ଅକ୍ଟୋବର ମାସ ମଧ୍ୟରେ ଏହା ଭାରତ, ଚୀନ୍ ଜାପାନ ଦେଶକୁ ସଂପ୍ରସାରିତ ହୋଇ ସାରିଥିଲା I

ତୄତୀୟ ମଧ୍ୟମ ପର୍ଯ୍ୟାୟ:

          1919 ମସିହା ଜାନୁଆରୀ ମାସରେ ଏହି ମହାମାରୀ ପ୍ରଥମେ ଅଷ୍ଟ୍ରେଲିଆ ଦେଶରେ ପ୍ରବେଶ କରି 12,000 ଲୋକଙ୍କ ମୃତ୍ୟୁର କାରଣ ସାଜିଥିଲା I ପରେ ଏହା ୟୁରୋପ ମହାଦେଶ ଦେଇ ଯୁକ୍ତରାଷ୍ଟ୍ର ଆମେରିକାକୁ ସଂପ୍ରସାରିତ ହୋଇଥିଲା ଯାହାର ପ୍ରକୋପ ଜୁନ୍ ମାସ ପର୍ଯ୍ୟନ୍ତ ରହିଥିଲା I ଏହା ମୂଖ୍ୟତ, ସ୍ପେନ୍ , ସର୍ବିଆ, ମେକ୍ସିକୋ ବ୍ରିଟେନ୍ ଦେଶକୁ ପ୍ରଭାବିତ କରିଥିଲା ଯାହାଦ୍ବାରା ହଜାର ହଜାର  ଲୋକ ମୄତ୍ୟୁମୁଖରେ ପଡିଥିଲେ I ଏହି ପର୍ଯ୍ୟାୟ ଦ୍ବିତୀୟ ପର୍ଯ୍ୟାୟ ତୁଳନାରେ କମ୍ ମାରାତ୍ମକ ଥିଲେ ହେଁ ପ୍ରଥମ ପର୍ଯ୍ୟାୟଠାରୁ  ଅଧିକ ଭୟଙ୍କର ଥିଲା I ଏହି ପର୍ଯ୍ୟାୟରେ ଯୁକ୍ତରାଷ୍ଟ୍ର ଆମେରିକାର ଲସ୍ ଏଂଜେଲସ୍, ନିଉଅର୍କ, ମେମ୍ଫିସ, ନେସଭିଲେ, ସାନ୍ ଫ୍ରାନସିସ୍କୋ ଏବଂ ସେଣ୍ଟ୍ ଲୁଇ ଭଳି କେତେକ ସହର ଗୁରୁତର ପ୍ରଭାବିତ ହୋଇଥିଲା I ଏହାଦ୍ବାରା 1919 ମସିହାର ପ୍ରଥମ ଛଅ ମାସ ସମୟ ମଧ୍ୟରେ ସେହି ଦେଶରେ ଲକ୍ଷାଧିକ ଲୋକ ମୄତ୍ୟୁ ମୁଖରେ ପଡିଥିଲେ I

ଚ୍ତୁର୍ଥ ସଂକ୍ଷିପ୍ତ ପର୍ଯ୍ୟାୟ:

       1920 ମସିହା ମାର୍ଚ୍ଚ ମାସରେ ନିଉଅର୍କ ସହର ଏବଂ  ବ୍ରିଟେନ୍, ଅଷ୍ଟ୍ରିଆ, ସ୍କାଣ୍ଡିନେଭିଆ ଏବଂ ଦକ୍ଷିଣ ଆମେରିକାର କେତେକ ଦେଶରେ ଅତି ସଂକ୍ଷିପ୍ତ  ସଂକ୍ରମଣର ଏକ ଢେଉ ଆସିଥିଲା I କିଛି ବିଳମ୍ବରେ ଏହି ମହାମାରୀ ପହଂଚିଥିବା ଦେଶଗୁଡିକ ହେଲା ପେରୁ ( 1920 ମସିହାର ପ୍ରଥମ ଭାଗ)   ଜାପାନ୍‍ (1919 ମସିହାର ଶେଷ ଭାଗରୁ 1920 ମସିହାର ପ୍ରଥମ ଭାଗ) I 1920 ମସିହାର ମାର୍ଚ୍ଚ ମାସରେ ଏହି ଘାତକ ମହାମାରୀର ଶେଷ ସଂକ୍ରମଣ ଲକ୍ଷ୍ୟ କରାଯାଇଥିଲା I

     ଲକ୍ଷଣ

        ପ୍ରଥମ ପର୍ଯ୍ୟାୟରେ ଅଧିକାଂଶ ସକ୍ରମିତ ରୋଗୀଙ୍କଠାରେ ଗଳାରେ ଘା ମୁଣ୍ଡବ୍ୟଥା ଭଳି ସାଧାରଣ ଲକ୍ଷଣ ପ୍ରକଶ ପାଇଥିଲା I ମାତ୍ର ଦ୍ବିତୀୟ ପର୍ଯ୍ୟାୟରେ ଏହା ଅଧିକ ଗୁରୁତର ହୋଇ ଘାତକ ରୂପରେଖ ନେଇଥିଲା I ଏହା ପୁଣି ବ୍ୟାକ୍ଟେରିଆ ଜନିତ ନିଉମୋନିଆ ରୋଗ ଭଳି ଦ୍ବିତୀୟକ ସଂକ୍ରମଣ ଦ୍ବାରା ଆହୁରି ଜଟିଳ ପାଲଟି ଯାଇ ଅଧିକାଂଶ ସମୟରେ ମୄତ୍ୟୁର କାରଣ ହେଉଥିଲା I  ଏହି ଭାଇରସ୍ ମଧ୍ୟ ସିଧାସଳଖ ସଂକ୍ରମଣ ଦ୍ବାରା ଫୁସ୍ଫୁସର ପ୍ରଦାହ ଫୁଲା ଦ୍ବାରା ମୄତ୍ୟୁର କାରଣ ହେଉଥିଲା I ଏହି ଗୁରୁତର ରୋଗରେ କେତେକ କ୍ଷେତ୍ରରେ ସାରା ଶରୀର  କ୍ରମଶ ନୀଳ କଳା ରଙ୍ଗ ପାଲଟି ଯାଇ ଫୁସଫୁସରେ ପାଣି ଜମିଯିବା ଦ୍ବାରା ରୋଗୀ ମୄତ୍ୟୁମୁଖରେ ପଡୁଥିଲା I ଏହି ରୋଗର ଅନ୍ୟ ଲକ୍ଷଣମାନ ଥିଲା : ପାଟି ନାକରୁ ଅଚାନକ ରକ୍ତ ପଡିବା, ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଗର୍ଭପାତ, ଦାନ୍ତ କେଶ ଉପୁଡିବା, ମୁଣ୍ଡ ବୁଲାଇବା, ନିଦ୍ରାହୀନତା, ଆଖିକୁ ଝାପ୍ସା ଦିଶିବା ଇତ୍ୟାଦି ଇତ୍ୟାଦି I ଏହି ରୋଗର ଏକ ମୂଖ୍ୟ ଲକ୍ଷଣ ଥିଲା ପାଟି, ପାକସ୍ଥଳୀ ଅନ୍ତନାଳୀର ଲାଳଗ୍ରନ୍ଥୀରୁ ରକ୍ତସ୍ରାବ ହେବା I ଏହା ଛଡା କାନ ଚର୍ମରୁ ମଧ୍ୟ ରକ୍ତସ୍ରାବ ହେଉଥିଲା I ଏହିସବୁ ଗୁରୁତର ଲକ୍ଷଣ ଶରୀର ମଧ୍ୟରେ ମାତ୍ରାଧିକ ରୋଗପ୍ରତିରୋଧକ ପଦାର୍ଥ ସୄଷ୍ଟି ହେବା ଦ୍ବାରା ଉତ୍ପନ୍ନ ହେଉଥିବାର  (Cytokine Storm) ବିଶ୍ବାସ କରାଯାଏ I   

ପ୍ରତିକାର

         ପରବର୍ତ୍ତୀ ସମୟରେ  ଏହି ଭାଇରସକୁ ପୄଥକୀକରଣ କରି ଅଧ୍ୟୟନ କରାଯାଇଥିଲେ ସୁଦ୍ଧା ଏହା କିଭଳି ଏତେ ଉଗ୍ର ରୂପ ନେଇଥିଲା ତା' କାରଣ ଏବେବି ଅସ୍ପଷ୍ଟ I ସେତବେଳେ ଏହି ଭାଇରସର ସିଧାସଳଖ ମୁକାବିଲା ନିମନ୍ତେ କୌଣସି ପ୍ରତିଷେଧକ ଟୀକା କିମ୍ବା ବ୍ୟାକ୍ଟେରିଆ ଜନିତ ଦ୍ବିତୀୟକ ସଂକ୍ରମଣର ମୁକାବିଲା ନିମନ୍ତେ କୌଣସି ଜୀବାଣୁନାଶକ ଔଷଧ   (Antibiotics) ବିକଶିତ ହୋଇ ନଥିବାରୁ ବିଶ୍ବସାରା ପ୍ରତିକାର ବ୍ୟବସ୍ଥା କେବଳ ବିଭିନ୍ନ ବିକଳ୍ପ ଉପାୟ ଯଥା ପୄଥକୀକରଣ, ସଂଘରୋଧ, ବ୍ୟକ୍ତିଗତ ପରିଛନ୍ନତା ସ୍ବାସ୍ଥ୍ୟରକ୍ଷା, ଜୀବାଣୁନାଶକ ପଦାର୍ଥ (Disinfectants) ବହୁଳ ବ୍ୟବହାର ତଥା ସାଧାରଣ ସଭାସମିତିର ବହିଷ୍କାର ଆଦି ପ୍ରକ୍ରିୟାରେ ସୀମିତ ଥିଲା I

         ଏହି ରୋଗର ସୄଷ୍ଟିକାରୀ ଭାଇରସ ଅତି ସୂକ୍ଷ୍ମ ଥିବାରୁ ଏହା ସେସମୟର ଅନୁନ୍ନତ  ଅଣୁବୀକ୍ଷଣ ଯନ୍ତ୍ରରେ ଧରା ପଡିନଥିଲା I ଫଳରେ ବୈଜ୍ଞାନିକମାନେ ଏହି ରୋଗର ସଠିକ କାରଣ ନିରୂପଣ କରିବାରେ ସକ୍ଷମ ହୋଇନଥିଲେ I ବରଂ ଏହି ରୋଗର କାରଣ ଏକ ବ୍ୟାକ୍ଟେରିଆ (ପ୍ରଜାତି: Haemophilus influenzae) ବୋଲି ବିଶ୍ବାସ ସୄଷ୍ଟି ହୋଇଥିଲା ଯେହେତୁ ଏହା ଭାଇରସ ତୁଳନାରେ ବଡ ଥିବାରୁ ଅଣୁବୀକ୍ଷଣ ଯନ୍ତ୍ରରେ ଦୄଶ୍ୟ ହେଉଥିଲା ଏବଂ ଅଧିକାଂଶ ସଂକ୍ରମିତଙ୍କଠାରେ ଏହି ଅଣୁଜୀବର  ଉପସ୍ଥିତି ଲକ୍ଷ୍ୟ କରାଯାଇଥିଲା I ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ସମୟରେ ଏହା ଡେଙ୍ଗୁ, ପ୍ଲେଗ୍ କିମ୍ବା ହଇଜା ଭଳି ଏକ ସଧାରଣ  ରୋଗ  ବୋଲି ବିଶ୍ବାସ କରାଯାଉଥିଲା I ଏହାକୁ କେହି କେହି ଟାଇଫସ୍ (Typhus) ସଂକ୍ରମଣ  ବୋଲି ଧରିନେଇଥିଲେ I ଏପରିକି ଚିଲିରେ ଏହା ଏକ ସଂକ୍ରମଣ ଜନିତ ରୋଗ ନୁହେଁ ବୋଲି ମଧ୍ୟ ଧାରଣା ସୄଷ୍ଟି ହୋଇଥିଲା I ଫଳରେ ଦେଶରେ ଏକତ୍ର  ଜନସମାଗମ ଉପରେ କୌଣସି ନିଷେଦ୍ଧାଦେଶ ଲାଗୁ କରାଯାଇ ନଥିଲା I

  ପ୍ରତିକାର ବ୍ୟବସ୍ଥା

       1918 ମସିହା ବେଳକୁ ବିଭିନ୍ନ ଦେଶର ଜନସ୍ବାସ୍ଥ୍ୟ ବ୍ୟବସ୍ଥାରେ ସଂକ୍ରାମକ ରୋଗ ସଂକ୍ରାନ୍ତରେ ଲୋକଙ୍କୁ ସତର୍କ କରିବା ପାଇଁ ନିୟମ ରହିଥିଲେ ସୁଦ୍ଧା ଏଥିରେ ଇନ୍ଫ୍ଲୁଏଁଜା ଅନ୍ତର୍ଭୁକ୍ତ  ନଥିଲା I ଫଳରେ ବିଶ୍ବସାରା ମହାମାରୀ ବିରୁଦ୍ଧରେ ପ୍ରତିକାର ନିମନ୍ତେ ପଦକ୍ଷେପ ନେବାରେ ବିଳମ୍ବ ଘଟିଥିଲା I ଡେରିରେ ହେଲେ ବି ପଦକ୍ଷେପ ନିଆଯାଇ କେତେକ ଦ୍ବୀପ ଯଥା ଆଇସଲାଣ୍ଡ, ଅଷ୍ଟ୍ରେଲିଆ ଆମେରିକା ଶାସନାଧୀନ ସାମୋଆରେ ସଂଘରୋଦ୍ଧ ନିୟମ ଜାରି କରାଯାଇଥିଲା I ସାମାଜିକ ଦୂରତ୍ବ ରକ୍ଷାର ବିଭିନ୍ନ ନିୟମ ଯଥା ସ୍କୁଲ, କଲେଜ ଭଳି ଶିକ୍ଷାନୁଷ୍ଠାନ ବନ୍ଦ ସହିତ ଅନେକ ସର୍ବସାଧାରଣ ସ୍ଥାନ ଯଥା ଥିଏଟର, ପୂଜାସ୍ଥଳୀ ଜନପରିବହନ ବ୍ୟବସ୍ଥା ଇତ୍ୟାଦି ଉପରେ କତକଣା ଜାରି କରାଯାଇଥିଲା I କୌଣସି କୌଣସି ସ୍ଥାନରେ ସମୂହ ଜନସମାବେଶ ଉପରେ ମଧ୍ୟ ରହିତାଦେଶ ଜାରି କରାଯାଇଥିଲା I ଜାପାନ୍ ଭଳି କେତେକ ଦେଶରେ ମୁହଁରେ ମୁଖା ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲା I ଏହି ସମୟରେ ମଧ୍ୟ ପ୍ରତିଷେଧକ ଟୀକା ବିକଶିତ କରାଯାଇଥିଲା, ମାତ୍ର ଏହି ଟୀକାସବୁ ମୂଖ୍ୟତ ବ୍ୟାକ୍ଟେରିଆ ବିରୁଦ୍ଧରେ କାର୍ଯ୍ୟ କରିବା ପାଇଁ ଉଦ୍ଦିଷ୍ଟ ଥିବାରୁ ଏସବୁ କେବଳ ଦ୍ବିତୀୟକ ସଂକ୍ରମଣ ପ୍ରତିରୋଧ କରିବାରେ ସକ୍ଷମ ହୋଇଥିଲାବେଳେ ପ୍ରକୄତ ମହାମାରୀର ନିୟନ୍ତ୍ରଣ କ୍ଷେତ୍ରରେ ବିଶେଷ  ଫଳପ୍ରଦ ହୋଇପାରିନଥିଲେ I ଆହୁରି ମଧ୍ୟ, ସେ ସମୟରେ କୌଣସି ଜୀବାଣୁନାଶକ କିମ୍ବା ଭୂତାଣୁ ନାଶକ  ଔଷଧ ବିକଶିତ ହୋଇ ନଥିବାରୁ ଅନ୍ୟ ବିକଳ୍ପ ଔଷଧ ଯଥା କୁଇନାଇନ୍ (Quinine) , ଆସ୍ପିରିନ୍ (Aspirin), ଆୟୋଡିନ୍ (Iodine) , ଏପସମ୍ ଲବଣ (Epsom Salts) ଇତ୍ୟାଦି ଚିକିତ୍ସା କ୍ଷେତ୍ରରେ ବହୁଳ  ପ୍ରୟୋଗ କରାଯାଇଥିଲା I

        ସୁତରାଂ ଉପରୋକ୍ତ ଆଲୋଚନାରୁ ଜଣାଯେ ଯେ  ପ୍ରାୟ 100 ବର୍ଷ ତଳେ ପ୍ରାଦୁର୍ଭାବ  ହୋଇଥିବା  ସ୍ପେନିସ୍ ଫ୍ଲୂ ମହାମାରୀର ଆତଙ୍କ ସାରା ବିଶ୍ବରେ ପ୍ରାୟ 3 ବର୍ଷ କାଳ ଲାଗି ରହିଥିଲା I ସେ ସମୟର ଅନୁନ୍ନତ ପ୍ରଦୌଗିକ ଦୁନିଆରେ ରୋଗର ଶୀଘ୍ର ସଫଳ ନିୟନ୍ତ୍ରଣ ସମ୍ଭବପର ନଥିଲା I ମାତ୍ର ଏବେ ଚିକିତ୍ସାବିଜ୍ଞାନ କ୍ଷେତ୍ରରେ ଜ୍ଞାନକୌଶଳର ଯଥେଷ୍ଟ ଅଗ୍ରଗତି ଘଟିଛି I ପରିସ୍ଥିତିରେ ସାଂପ୍ରତିକ କୋରୋନା ମହାମାରୀ ଆମ ବିଶ୍ବରୁ କେତେ ଜଲଦି ବିଦା ହେବ ତାହା କେବଳ ସମୟ ହିଁ କହି ପାରିବ I






                                                                          ନିକୁଂଜ ବିହାରୀ ସାହୁ

                                                                         ଏଜୁକେଶନ୍ ଅଫିସର୍

                                                                       ଆଂଚଳିକ ବିଜ୍ଞାନ କେନ୍ଦ୍ର

                                                                               ଭୋପାଲ

 

 

 


Comments

Popular posts from this blog

LINK FOR QUIZ PREPARED FROM GOOGLE FORM PLATFORM

ଦ୍ୱିତୀୟ ଭାରତୀୟ ମହାକାଶଚାରୀ :ଶୁଭାଂଶୁ ଶୁକ୍ଳା

ସୁନିତା ଉଇଲିୟମ୍ସ୍ ପୃଥିବୀ ଫେରିବେ କେବେ?